ଆଜିଠାରୁ ଭାରତ- ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍‌ ଆରମ୍ଭ, ନୂଆ ମନ ନେଇ ଖେଳିବ ଭାରତ

The Sakala Picture
Published On

ୱେଲିଂଟନ: ମାତ୍ର ଗୋଟିଏ ବର୍ଷ ପୂର୍ବେ ୟୁଏଇରେ ଖେଳାଯାଇଥିବା ୨୦୨୧ ଟି-୨୦ ବିଶ୍ୱକପ୍‌ରେ ଭାରତ ଅନେକ ତ୍ରୁଟି କରିଥିଲା । ଏହାର ଗୋଟିଏ ବର୍ଷ ପରେ ଅଷ୍ଟ୍ରେଲିଆରେ ୨୦୨୨ରେ ଖେଳାଯାଇଥିବା ବିଶ୍ୱକପ୍‌ରେ ଭାରତୀୟ ଦଳ ତାହାର ଖେଳ ଶୈଳୀରେ ପରିବର୍ତ୍ତନ କରି ପାରି ନଥିଲା । ଏହାରି ମଧ୍ୟରେ ଭାରତ ଆଦୌ ଉତ୍ସାହଜନକ ଖେଳ ପ୍ରଦର୍ଶନ କରି ନପାରି ସେମିଫାଇନାଲ ଖେଳିଥିଲା ଓ ଲଜ୍ଜାଜନକ ଭାବେ ପରାଜିତ ହୋଇଥିଲା । ବିଶ୍ୱକପ୍‌ ଅଭିଯାନ ପରେ ଶୁକ୍ରବାରଠାରୁ ନ୍ୟୁଜିଲାଣ୍ଡ […]

ୱେଲିଂଟନ: ମାତ୍ର ଗୋଟିଏ ବର୍ଷ ପୂର୍ବେ ୟୁଏଇରେ ଖେଳାଯାଇଥିବା ୨୦୨୧ ଟି-୨୦ ବିଶ୍ୱକପ୍‌ରେ ଭାରତ ଅନେକ ତ୍ରୁଟି କରିଥିଲା । ଏହାର ଗୋଟିଏ ବର୍ଷ ପରେ ଅଷ୍ଟ୍ରେଲିଆରେ ୨୦୨୨ରେ ଖେଳାଯାଇଥିବା ବିଶ୍ୱକପ୍‌ରେ ଭାରତୀୟ ଦଳ ତାହାର ଖେଳ ଶୈଳୀରେ ପରିବର୍ତ୍ତନ କରି ପାରି ନଥିଲା । ଏହାରି ମଧ୍ୟରେ ଭାରତ ଆଦୌ ଉତ୍ସାହଜନକ ଖେଳ ପ୍ରଦର୍ଶନ କରି ନପାରି ସେମିଫାଇନାଲ ଖେଳିଥିଲା ଓ ଲଜ୍ଜାଜନକ ଭାବେ ପରାଜିତ ହୋଇଥିଲା । ବିଶ୍ୱକପ୍‌ ଅଭିଯାନ ପରେ ଶୁକ୍ରବାରଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ୱେଲିଂଟନଠାରୁ ଆରମ୍ଭ ହେବ । ଏହି ସିରିଜ୍‌ ପରଠାରୁ ଭାରତ ଏକ ନୂଆ ଦଳ, ନୂଆ ଯୋଜନା ଓ ନୂଆ ମନ ନେଇ ଖେଳିବ ବୋଲି ଆଶା କରାଯାଉଛି ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ୟୁଏଇ’ର ବିଫଳତା ପରେ ଭାରତୀୟ ଦଳ ଖେଳିଥିବା ମ୍ୟାଚ୍‌ରେ ଆକ୍ରମଣାତ୍ମକ ଖେଳି ଭଲ ସଫଳତା ପାଇଥିଲା । ତାହା କିନ୍ତୁ ବିଶ୍ୱକପ୍‌ରେ ଦେଖିବାକୁ ମିଳି ନଥିଲା । ଦଳର ଟପ୍‌ ଅର୍ଡର ବ୍ୟାଟରଙ୍କ ମନୋଭାବ ବା ଖେଳଶୈଳୀ ଆଦୌ ସଫଳ ହୋଇ ନଥିଲା, ଯାହାକି ଭାରତକୁ ଲଜ୍ଜାଜନକ ଭାବେ ବ୍ୟାକ୍‌ଫୁଟକୁ ଠେଲିଦେଇଥିଲା । ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚାପରେ ପକାଇବା ପରିବର୍ତ୍ତେ ଭାରତୀୟ ଦଳ ନିଜକୁ ଚାପରେ ରଖିଥିଲା । ଏହି ମନୋଭାବ ଯୋଗୁଁ ଭାରତ ଗତ ୯ ବର୍ଷ ହେଲା ଆଇସିସିରେ କୌଣସି ଟ୍ରଫି ଜିତିପାରି ନାହିଁ । ଟି-୨୦ ବିଶ୍ୱକପ୍‌ ଆଉ ଦୁଇ ବର୍ଷ ଥିଲାବେଳେ ଏହି ଦଳର ନେତୃତ୍ୱ ନେବାକୁ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସୁଦ୍ଧା ଯୋଗ୍ୟତମ ବ୍ୟକ୍ତି । ତାଙ୍କରି ନେତୃତ୍ୱରେ ଏବେ ଭାରତ ନ୍ୟୁଜିଲାଣ୍ଡ ସିରିଜ୍‌ରୁ ୨୦୨୪ ବିଶ୍ୱକପ୍‌ ଲାଗି ପ୍ରସ୍ତୁତି ଆରମ୍ଭ କରିବ ।
ଏହି ବିଶ୍ୱକପ୍‌ ପରେ ଭାରତରେ ଆସନ୍ତାବର୍ଷ ଅର୍ଥାତ୍‌ ୨୦୨୩ରେ ଦିନିକିଆ ବିଶ୍ୱକପ୍‌ ଖେଳାଯିବ । ଭାରତ ସମେତ ସମସ୍ତ ଦେଶ ଗୁଡିକ ଏହା ଉପରେ ନଜର ରଖିଛନ୍ତି । ଏହି ବିଶ୍ୱକପ୍‌ ଖେଳାଯିବାକୁ ପୂର୍ବରୁ ଭାରତ ଅଧା ଡଜନେରୁ ଟି-୨୦ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚ୍‌ ଗୁଡିକରେ କେବଳ ଟି-୨୦ରେ ଦକ୍ଷତା ହାସଲ କରିଥିବା ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି କାମଚଳା ଟିମ୍‌ ମ୍ୟାନେଜମେଣ୍ଟର ମୁଖ୍ୟ କୋଚ୍‌ ଭିଭିଏସ୍‌ ଲକ୍ଷ୍ମଣ ସୂଚନା ଦେଇଛନ୍ତି । ଅଷ୍ଟ୍ରେଲିଆରେ ଟପ୍‌ ଅର୍ଡରରେ ଖେଳିଥିବା ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କୁ ପରବର୍ତ୍ତୀ ବିଶ୍ୱକପ୍‌ରେ ସ୍ଥାନ ମିଳିବା ଆଶା ନାହିଁ । ସଫଳ ହୋଇଥିଲେ ମଧ୍ୟ ନଂ-୩ ବ୍ୟାଟର ବିରାଟ କୋହଲିଙ୍କ ଅବସ୍ଥା ମଧ୍ୟ ସମାନ ହେବ । ଏଭଳି ସ୍ଥିତିରେ ପ୍ରତିଭାବାନ ଶୁବମାନ ଗିଲ୍‌ଙ୍କୁ ଭାରତ ନୂଆ ଓପନର ଭାବେ ଉପସ୍ଥାପନ କରିବ । ପୂର୍ବରୁ ଇନିଂସ ଓପନ କରିଥିବା ଇଶାନ କିସାନ କିମ୍ବା ୱିକେଟକିପର ଋଷଭ ପନ୍ତ୍‌ଙ୍କୁ ଓପନିଂରେ ଖେଳିବାର ସୁଯୋଗ ମିଳିବ । ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପସ୍ଥିତିରେ ମିଡଲ ଅର୍ଡରର ପ୍ରଦର୍ଶନକୁ ନେଇ ଢେ଼ର ଆଶା ରହିଛି । ଶ୍ରେୟସ ଆୟର, ୱାଶିଂଟନ ସୁନ୍ଦର ଓ ସଞ୍ଜୁ ସାମସନ ସୁଯୋଗ ପାଇଲେ ତାହାକୁ ପୂରା ମାତ୍ରାରେ କାର୍ଯ୍ୟକାରୀ କରିବେ ବୋଲି ଆଶା ରଖିବା ସ୍ୱାଭାବିକ୍‌ ।

ପେସ୍‌ ବୋଲିଂରେ ସେପରି କିଛି ପରିବର୍ତ୍ତନ ହେବାର ଆଶା କମ୍‌ । ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ପାଣ୍ଡ୍ୟା ଆହତ ନହେଲେ ୩ଟିଯାକ ମ୍ୟାଚ୍‌ରେ ଖେଳିବେ । ନବାଗତ ଖେଳାଳି ତଥା ନୂଆ ଟ୍ରମ୍ପ କାର୍ଡ ହେବାକୁ ଯାଉଥିବା ଉମ୍ରାନ ମଲ୍ଲିକ, ହର୍ଷଲ ପଟେଲ ଓ ମହମ୍ମଦ୍‌ ସିରାଜଙ୍କୁ ଯେଉଁ ସୁଯୋଗ ମିଳିବ ତାହାକୁ ସେମାନେ ଦୁଇ ହାତରେ କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି । କିନ୍ତୁ ସ୍ପିନ୍‌ ବିଭାଗରେ ‘କୁଲଚା’ ଯୋଡି ଅର୍ଥାତ୍‌ କୁଲଦୀପ ଯାଦବ ଓ ଯୁଜବେନ୍ଦ୍ର ଚହଲଙ୍କୁ ନ୍ୟୁଜିଲାଣ୍ଡ ପରିବେଶରେ କିପରି ପ୍ରଭାବ ପକାଇବେ ତାହା ଦେଖିବାକୁ ବାକି ରହିଛି । ଏହି ସିରିଜ୍‌ରେ ଭାରତୀୟ ଖେଳାଳିଙ୍କୁ ଗଠିତ ଟିମ୍‌କୁ ‘ବି’ ଟିମ୍‌ର ଆଖ୍ୟା ଦିଆଯାଉଥିଲେ ମଧ୍ୟ ଏହି ଦଳରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସମସ୍ତ ଖେଳାଳି ରହିଛନ୍ତି ।
ଭାରତୀୟ ଦଳରେ ଯଶ୍‌ପ୍ରୀତ୍‌ ବୁମ୍‌ରା ଆହତ ଯୋଗୁଁ ଅନୁପସ୍ଥିତ ଥିଲାବେଳେ ଘରୋଇ ଦଳର ଟପ୍‌ ଫାଷ୍ଟ ବୋଲର ଟ୍ରେଣ୍ଟ ବୋଲ୍ଟଙ୍କୁ ସ୍ଥାନ ମିଳିନାହିଁ । ଘରୋଇ ପରିବେଶ ଓ ଅଭିଜ୍ଞତାରୁ ନ୍ୟୁଜିଲାଣ୍ଡ ଫାଷ୍ଟ ବୋଲର ବେଶ ପ୍ରଭାବ ପକାଇବେ ବୋଲି ଆଶା ରହିଛି । ଦୁଇ ଓପନର ଫିନ୍‌ ଆଲେନ ଓ ଡେଭନ କନୱେ, ମିଡଲ ଅର୍ଡରରେ ଦୁଇ ଯୁବ ଖେଳାଳି ଡାରିଲ ମିଚେଲ ଓ ଗ୍ଲେନ୍‌ ଫିଲିପ୍ସ ବିଶ୍ୱର ଯେ କୌଣସି ବୋଲିଂ ଲାଇନ୍‌ର ହୋସ୍‌ ଉଡ଼ାଇବାର ଦକ୍ଷତା ରଖିଛନ୍ତି । କିନ୍ତୁ ନ୍ୟୁଜିଲାଣ୍ଡର ବୋଲିଂ ଏହି ସିରିଜ୍‌ ନିର୍ଣ୍ଣାୟକରେ ମୁଖ୍ୟ ଭୂମିକା ଗ୍ରହଣ କରିବ ।

ଖେଳାଳି ଦଳ
ଭାରତ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ୍‌ (ଉପଅଧିନାୟକ), ଇଶାନ କିସାନ, ଶୁବମାନ ଗିଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ଶ୍ରେୟସ ଆୟର, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଶଲ ପଟେଲ, ମହମ୍ମଦ୍‌ ସିରାଜ୍‌, ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ ଓ ଉମ୍ରାନ ମଲ୍ଲିକ ।

ନ୍ୟୁଜିଲାଣ୍ଡ: କେନ୍‌ ୱିଲିୟମସନ (ଅଧିନାୟକ), ଫିନ୍‌ ଆଲେନ୍‌, ଡେଭନ କନୱେ (ୱିକେଟ କିପର), ମାଇକେଲ ବ୍ରେସ୍‌ୱେଲ, ଡାରିଲ ମିଚେଲ, ଗ୍ଲେନ୍‌ ଫିଲିପ୍ସ, ମିଚେଲ ସାଣ୍ଟନର, ଇଶ୍‌ ସୋଧି, ଜିମ୍ମି ନୀଶାମ, ଟିମ୍‌ ସୌଦୀ, ଲକି ଫର୍ଗୁସନ, ଆଦାମ ମିଲ୍‌ନେ ଓ ବ୍ଲେୟର ଟିକ୍‌ନର ।

ଖେଳସୂଚୀ
୧୮ା୧୧- ପ୍ରଥମ ଟି-୨୦ ୱେଲିଂଟନ

୨୦ା୧୧ -ଦ୍ୱିତୀୟ ଟି-୨୦ ମାଉଣ୍ଟ ମାଉଙ୍ଗାନୁଇ

୨୨ା୧୧ -ତୃତୀୟ ଟି-୨୦ ନାପିଏର

ପ୍ରସାରଣ: ଷ୍ଟାର ସ୍ପୋର୍ଟ୍ସ
ଖେଳ ଆରମ୍ଭ: ମଧ୍ୟାହ୍ନ ୧୨ଟା

18 Nov 2022 By The Sakala

https://www.thesakala.in/sports/india-new-zealand-t-20-series-starts-from-today/article-16636
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର