ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା; ରୋହିତ, ରାହୁଲ ଓ କୋହଲିଙ୍କୁ ବିଶ୍ରାମ

The Sakala Picture
Published On

ନୂଆଦିଲ୍ଲୀ:  ଟି-୨୦ ବିଶ୍ୱ କପ ଶେଷ ହେବା ପରେ ଭାରତୀୟ ଟିମ ନ୍ୟୁଜିଲାଣ୍ଡ ଗସ୍ତ କରିବ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଚୟନ କମିଟି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆର ନୂଆ ଅଧିନାୟକ ନିଯୁକ୍ତ କରିଥିବା ବେଳେ ଦିନିକିଆ ପାଇଁ ଶିଖର ଧାୱନ ଅଧିନାୟକ ଦାୟିତ୍ବ ତୁଲାଇବେ। ଟିମର ନିୟମିତ ଅଧିନାୟକ ରୋହିତ ଶର୍ମା , ଓପନର କେଏଲ ରାହୁଲ ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି ।  ଭାରତୀୟ ଟିମ ନଭେମ୍ୱର […]

ନୂଆଦିଲ୍ଲୀ:  ଟି-୨୦ ବିଶ୍ୱ କପ ଶେଷ ହେବା ପରେ ଭାରତୀୟ ଟିମ ନ୍ୟୁଜିଲାଣ୍ଡ ଗସ୍ତ କରିବ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଚୟନ କମିଟି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆର ନୂଆ ଅଧିନାୟକ ନିଯୁକ୍ତ କରିଥିବା ବେଳେ ଦିନିକିଆ ପାଇଁ ଶିଖର ଧାୱନ ଅଧିନାୟକ ଦାୟିତ୍ବ ତୁଲାଇବେ। ଟିମର ନିୟମିତ ଅଧିନାୟକ ରୋହିତ ଶର୍ମା , ଓପନର କେଏଲ ରାହୁଲ ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି ।  ଭାରତୀୟ ଟିମ ନଭେମ୍ୱର ୧୮ରେ ପ୍ରଥମ ଟି-୨୦ ମ୍ୟାଚ ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଶୃଙ୍ଖଳା ଆରମ୍ଭ କରିବ । ପ୍ରଥମ ମ୍ୟାଚ ୱେଲିଟନରେ ଖେଳାଯିବ। ଏହାପରେ ନଭେମ୍ୱର ୨୫, ୨୭ ଏବଂ ୩୦ରେ ଦିନିକିଆ ମ୍ୟାଚ ଖେଳିବ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଟିମ: ହାର୍ଦ୍ଦିକ ପାଣ୍ଡ୍ୟା( ଅଧିନାୟକ), ରିଷଭ ପନ୍ତ (ଉପ ଅଧିନାୟକ ଏବଂ ୱିକେଟ କିପର), ଶୁଭମନ ଗିଲ, ଇଶାନ କିଷନ, ଦୀପକ ହୁଡା, ସୂର୍ଯ୍ଯ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ( ୱିକେଟ୍ କିପର), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ହର୍ଷଲ ପଟେଲ, ମହମ୍ମଦ ଶିରାଜ, ଭୁବନେଶ୍ୱର କୁମାର, ଉମରାନ ମଲିକ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଟିମ: ଶିଖର ଧାୱନ (ଅଧିନାୟକ), ରିଷଭ ପନ୍ତ (ଉପ ଅଧିନାୟକ ଏବଂ ୱିକେଟ କିପର), ଶୁଭମନ ଗିଲ, ଦୀପକ ହୁଡା, ସୂର୍ଯ୍ଯ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ( ୱିକେଟ୍ କିପର), ୱାଶିଂଟନ ସୁନ୍ଦର, ଶାର୍ଦୁଲ ଠାକୁର, ଶହବାଦ ଅହମଦ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଦୀପକ ଚାହର, କୁଳଦୀପ ସେନ, ଉମରାନ ମଲିକ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର