ଟି-୨୦ ବିଶ୍ବକପ୍‌ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଏହି ଯୁବ ଖେଳାଳିଙ୍କୁ ମିଳିଲା ସ୍ଥାନ

The Sakala Picture
Published On

ପର୍ଥ: ଆଜି ଅଷ୍ଟ୍ରେଲିଆ ପର୍ଥରେ ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଯାଉଛି। ଭାରତ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛି। ଏହି ମ୍ୟାଚରେ ଭାରତ ବିଜୟ ହେଲେ ସେମିଫାଇନାଲରେ ଟିମ୍ ଇଣ୍ଡିଆର ସ୍ଥାନ ସୁନିଶ୍ଚିତ ହେବ। ଭାରତ ଓ ଦକ୍ଷିଣ ଆଫ୍ରିକା ମୁକାବିଲା ଉପରେ ସମସ୍ତଙ୍କ ନଜର। ଆଜିର ମ୍ୟାଚରେ ଯୁବ ଖେଳାଳି ଦୀପକ ହୁଡାଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିଛି। India win the toss and opt to bat […]

ପର୍ଥ: ଆଜି ଅଷ୍ଟ୍ରେଲିଆ ପର୍ଥରେ ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଯାଉଛି। ଭାରତ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛି। ଏହି ମ୍ୟାଚରେ ଭାରତ ବିଜୟ ହେଲେ ସେମିଫାଇନାଲରେ ଟିମ୍ ଇଣ୍ଡିଆର ସ୍ଥାନ ସୁନିଶ୍ଚିତ ହେବ। ଭାରତ ଓ ଦକ୍ଷିଣ ଆଫ୍ରିକା ମୁକାବିଲା ଉପରେ ସମସ୍ତଙ୍କ ନଜର। ଆଜିର ମ୍ୟାଚରେ ଯୁବ ଖେଳାଳି ଦୀପକ ହୁଡାଙ୍କୁ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା


ଚଳିତ ବିଶ୍ୱକପ୍‌ରେ ଉଭୟ ଟିମ୍ ପୂର୍ବରୁ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିସାରିଥିବା ବେଳେ କେହି ହେଲେ ହାରି ନାହାନ୍ତି। ଭାରତ ୨ଟି ମ୍ୟାଚ୍ ଜିତି ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଏକ ନମ୍ବର ସ୍ଥାନରେ ଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍ ଜିତି ୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଆଉ ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ ଗୁରୁତ୍ୱ ରଖୁଛି। ତେଣୁ ସୁପର ସଣ୍ଡେରେ ଆଜି ଦେଖିବାକୁ ମିଳିବ ସୁପର ମୁକାବିଲା।


ଚଳିତ ବିଶ୍ୱକପ୍‌ରେ ବିରାଟ କୋହଲିଙ୍କ ଛଡ଼ା ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଭଲ ଫର୍ମରେ ଅଛନ୍ତି। ତେଣୁ ଆଜିର ମ୍ୟାଚ୍‌ରେ ମଧ୍ୟ ସୂର୍ଯ୍ୟଙ୍କ ଉପରେ ଭରସା ରଖିଛି ଦଳ। କାରଣ, ପାକିସ୍ତାନ ବିପକ୍ଷରେ ଦମଦାର ଆରମ୍ଭ କରିବା ସତ୍ତ୍ୱେ ପାଭିଲିୟନକୁ ଶୀଘ୍ର ସିନା ଫେରିଥିଲେ, ହେଲେ ନେଦରଲାଣ୍ଡ ବିପକ୍ଷରେ ସୂର୍ୟ୍ୟ ଦେଖାଇଥିଲେ ତେଜ। ରାହୁଲ ଏବଂ ରୋହିତ ଯିବାପରେ କିଙ୍ଗ କୋହଲିଙ୍କ ଭରପୁର ସାଥ୍ ଦେଇଥିଲେ ସୂର୍ଯ୍ୟ । ପଡିଆର ଚାରିଆଡକୁ ସଟ୍ ଖେଳିଥିଲେ। ତାଙ୍କ ଭିନ୍ନ ଅନ୍ଦାଜ ଏବଂ ଆଗ୍ରେସନରେ ବ୍ୟାଟିଂ ଦେଖିଲା ଭଳି ଥିଲା। ବିଲକୁଲ ଚାପମୁକ୍ତ ଖେଳ ଖେଳୁଛନ୍ତି ସେ। ତେଣୁ ଏହି ଇନିଂସ ପରେ ଏବେ ତାଙ୍କ ଉପରେ ଭରସା ଏବଂ ବିଶ୍ୱାସ ଆହୁରି ବଢିଯାଇଛି।

ଅନ୍ୟପଟେ ପର୍ଥ ଗ୍ରାଉଣ୍ଡ ପାରମ୍ପରିକ ଭାବେ ଏହି ଗ୍ରାଉଣ୍ଡ ଫାଷ୍ଟ ବୋଲରଙ୍କୁ ସୁହାଇଥାଏ। ଏହି କିଛି ବର୍ଷ ମଧ୍ୟରେ ଏହି ସହର କଂକ୍ରିଟ ଜଙ୍ଗଲରେ ପରିଣତ ହେବା ପରେ ପିଚ୍‌‌ ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ଏଠାରେ ପୂର୍ବରୁ ଯେଉଁ ବାଉନ୍ସ ଓ ସୁଇଂ ହେଉଥିଲା ତାହା ଏବେ ନାହିଁ, କିନ୍ତୁ ଏହି ପିଚ୍‌‌ ଏବେ ମଧ୍ୟ ଫାଷ୍ଟ ବୋଲରଙ୍କୁ ସୁହାଉଛି। ଯାହା ଫଳରେ ବିଶ୍ୱର ଦୁଇ ଶ୍ରେଷ୍ଠ ଫାଷ୍ଟ ବୋଲର ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା, ଆନରିଚ୍‌‌ ନୋର୍ଜେଙ୍କ ନେତୃତ୍ୱରେ ୱେନ୍‌‌ ପାର୍ନେଲ ଓ ଅନ୍ୟମାନେ ଭାରତ ପ୍ରତି ବିପଦ ସୃଷ୍ଟି କରିପାରନ୍ତି।

ଭାରତୀୟ ଦଳର ଗୋଟିଲ ପରିବର୍ତ୍ତନ କରାଯାଇଛି। ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ପରି ବ୍ୟାଟରଙ୍କ ପକ୍ଷେ ନିଶ୍ଚିତ ଭାବେ ରାବାଡା ଓ ନୋର୍ଜେଙ୍କ ବୋଲିଂରେ ହାତଖୋଲା ସଟ୍‌‌ ଖେଳିବା କଷ୍ଟକର ହେବ। ଏବେ ରାବାଡା ଘଣ୍ଟା ପ୍ରତି ୧୪୫ ଓ ନୋର୍ଜେ ୧୫୦ କିଲୋମିଟର ବେଗରେ ବଲ ପକାଉଛନ୍ତି। ପର୍ଥ ପିଚ୍‌‌ରୁ ଏମାନଙ୍କୁ ସହାୟତା ମିଳିଲେ ବିଶ୍ୱର ଶ୍ରେଷ୍ଠ ବ୍ୟାଟିଂ ଲାଇନ୍‌‌ ସହ ମୁକାବିଲା ଖୁବ୍‌‌ ରୋମାଞ୍ଚକ ହେବ ବୋଲି ଆଶା କରିବା ସ୍ୱାଭାବିକ୍‌‌। ସେହିପରି ପିଚ୍‌‌ରୁ ଫାଇଦା ଉଠାଇବାରେ ଭାରତୀୟ ପେସ୍‌‌ ବୋଲର ମଧ୍ୟ ସିଦ୍ଧହସ୍ଥ। ଏଣୁ ଏହି ମ୍ୟାଚ୍‌‌ଟି ପେସ୍‌‌ ବୋଲର ବନାମ ବ୍ୟାଟରଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଇପାରେ। ଉଭୟ ଦଳର ବ୍ୟାଟର ଭଲ ଫର୍ମରେ ରହିଛନ୍ତି। ଏମାନେ କିପରି ପର୍ଥ ପିଚ୍‌‌କୁ ମୁକାବିଲା କରିବେ ତାହା ଉପରେ ମ୍ୟାଚ୍‌‌ର ଭାଗ୍ୟ ନିର୍ଣ୍ଣୟ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର