ଏସିଆ କପ ଜିତିଲା ଭାରତୀୟ ମହିଳା ଦଳ, ଶ୍ରୀଲଙ୍କାକୁ ୮ ୱିକେଟରେ ହରାଇ ଭାରତ ଚମ୍ପିଆନ

The Sakala Picture
Published On

ଢାକା: କମାଲ କଲେ ଭାରତୀୟ ମହିଳା କ୍ରିକେଟ ଦଳ । ଏସିଆ କପରେ ବାଜିମାତ କଲା ମହିଳା ଟିମ । ସପ୍ତମ ଥର ଏସିଆ କପ୍‌ ଟାଇଟଲ ହାତେଇଲା ଭାରତୀୟ ମହିଳା ଦଳ । ଏସିଆ କପର ଫାଇନାଲ ମ୍ୟାଚରେ ଭରତୀୟ ଟିମ୍ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ଚମ୍ପିଆନ ହୋଇଛି । ଶ୍ରୀଲଙ୍କା ଦେଇଥିବା ୬୬ ରନର ସହଜ ବିଜୟ ଲକ୍ଷ୍ୟକୁ ୮ ଓ୍ବିକେଟ୍‌ ବାକିଥାଇ ଜିତିନେଇଛି ଭାରତ । ବାଂଲାଦେଶରେ ଚଳିତ ଥର […]

ଢାକା: କମାଲ କଲେ ଭାରତୀୟ ମହିଳା କ୍ରିକେଟ ଦଳ । ଏସିଆ କପରେ ବାଜିମାତ କଲା ମହିଳା ଟିମ । ସପ୍ତମ ଥର ଏସିଆ କପ୍‌ ଟାଇଟଲ ହାତେଇଲା ଭାରତୀୟ ମହିଳା ଦଳ । ଏସିଆ କପର ଫାଇନାଲ ମ୍ୟାଚରେ ଭରତୀୟ ଟିମ୍ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ଚମ୍ପିଆନ ହୋଇଛି । ଶ୍ରୀଲଙ୍କା ଦେଇଥିବା ୬୬ ରନର ସହଜ ବିଜୟ ଲକ୍ଷ୍ୟକୁ ୮ ଓ୍ବିକେଟ୍‌ ବାକିଥାଇ ଜିତିନେଇଛି ଭାରତ ।

ଆହୁରି ପଢ଼ନ୍ତୁ: ଜସପ୍ରୀତ ବୁମରାହଙ୍କ ବିନା ଲର୍ଡ୍ସରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ପଦାରେ ପଡ଼ିଲା ବୋଲିଂ ବିଭାଗର ବଡ଼ ଦୁର୍ବଳତା

ବାଂଲାଦେଶରେ ଚଳିତ ଥର ଟି-୨୦ ଫର୍ମାଟରେ ମହିଳା ଏସିଆ କପ ଆୟୋଜନ କରାଯାଇଥିଲା।  ଏସିଆ କପର ଫାଇନାଲରେ ଭାରତ ଆଜି ଶ୍ରୀଲଙ୍କାକୁ ଏକତରଫା ଭାବେ ୮ ୱିକେଟରେ ହରାଇ ଟ୍ରଫି କବଜା କରିଛି। ବୋଲିଂରେ ଭାରତର ରେଣୁକା ସିଂହ ଠାକୁର ଦମଦାର ପ୍ରଦର୍ଶନ କରିଥିଲେ। ତାଙ୍କ ଘାତକ ବୋଲିଂ ଯୋଗୁ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୬୫ ରନ କରିଥିଲା। ଏହାର ଜବାବରେ ଭାରତ ୬୯ ବଲ ପୂର୍ବରୁ ବିଜୟ ହାସଲ କରି ନେଇଛି। ଜିତିବା ପାଇଁ ୭୦ ବଲରେ ୧ ରନ ଦରକାର ଥିବା ବେଳେ ମନ୍ଧାନା ବିଶାଳ ଛକା ମାରି ମ୍ୟାଚ୍‌ ଶେଷ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬: ପାରା ପାୱାରଲିଫ୍ଟିଂରେ ଇତିହାସ ରଚିଲେ ଝଣ୍ଡୁ କୁମାର, ଭାରତକୁ ମିଳିଲା ପ୍ରଥମ ପଦକ

ସୂଚନାଯୋଗ୍ୟ, ମହିଳା ଏସିଆ କପର ଏଯାଏ ୮ଟି ସଂସ୍କରଣ ଅନୁଷ୍ଠିତ ହୋଇଛି। ୮ଟି ଯାକ ସଂସ୍କରଣରେ ଭାରତୀୟ ମହିଳା ଦଳ ଫାଇନାଲକୁ ଯାଇଛି ଓ ୭ଥର ଚାମ୍ପିୟନ ହୋଇଛି। କେବଳ ୨୦୧୮ରେ ଦଳ ଫାଇନାଲକୁ ଯାଇଥିଲେ ମଧ୍ୟ ବାଂଲାଦେଶ ଠାରୁ ହାରି ଯାଇଥିଲା। ଏହାବାଦ ଦଳ ଆଉ କେବେ ବି ଏସିଆ କପ ଫାଇନାଲରେ ହାରି ନାହିଁ।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସ ପାଇଁ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୁମରା-ଶ୍ରେୟସଙ୍କ ସମେତ ୮ ଷ୍ଟାର୍ ଖେଳାଳି

15 Oct 2022 By The Sakala

ଏସିଆ କପ ଜିତିଲା ଭାରତୀୟ ମହିଳା ଦଳ, ଶ୍ରୀଲଙ୍କାକୁ ୮ ୱିକେଟରେ ହରାଇ ଭାରତ ଚମ୍ପିଆନ

ଢାକା: କମାଲ କଲେ ଭାରତୀୟ ମହିଳା କ୍ରିକେଟ ଦଳ । ଏସିଆ କପରେ ବାଜିମାତ କଲା ମହିଳା ଟିମ । ସପ୍ତମ ଥର ଏସିଆ କପ୍‌ ଟାଇଟଲ ହାତେଇଲା ଭାରତୀୟ ମହିଳା ଦଳ । ଏସିଆ କପର ଫାଇନାଲ ମ୍ୟାଚରେ ଭରତୀୟ ଟିମ୍ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରି ଚମ୍ପିଆନ ହୋଇଛି । ଶ୍ରୀଲଙ୍କା ଦେଇଥିବା ୬୬ ରନର ସହଜ ବିଜୟ ଲକ୍ଷ୍ୟକୁ ୮ ଓ୍ବିକେଟ୍‌ ବାକିଥାଇ ଜିତିନେଇଛି ଭାରତ ।

ବାଂଲାଦେଶରେ ଚଳିତ ଥର ଟି-୨୦ ଫର୍ମାଟରେ ମହିଳା ଏସିଆ କପ ଆୟୋଜନ କରାଯାଇଥିଲା।  ଏସିଆ କପର ଫାଇନାଲରେ ଭାରତ ଆଜି ଶ୍ରୀଲଙ୍କାକୁ ଏକତରଫା ଭାବେ ୮ ୱିକେଟରେ ହରାଇ ଟ୍ରଫି କବଜା କରିଛି। ବୋଲିଂରେ ଭାରତର ରେଣୁକା ସିଂହ ଠାକୁର ଦମଦାର ପ୍ରଦର୍ଶନ କରିଥିଲେ। ତାଙ୍କ ଘାତକ ବୋଲିଂ ଯୋଗୁ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୬୫ ରନ କରିଥିଲା। ଏହାର ଜବାବରେ ଭାରତ ୬୯ ବଲ ପୂର୍ବରୁ ବିଜୟ ହାସଲ କରି ନେଇଛି। ଜିତିବା ପାଇଁ ୭୦ ବଲରେ ୧ ରନ ଦରକାର ଥିବା ବେଳେ ମନ୍ଧାନା ବିଶାଳ ଛକା ମାରି ମ୍ୟାଚ୍‌ ଶେଷ କରିଛନ୍ତି।

ସୂଚନାଯୋଗ୍ୟ, ମହିଳା ଏସିଆ କପର ଏଯାଏ ୮ଟି ସଂସ୍କରଣ ଅନୁଷ୍ଠିତ ହୋଇଛି। ୮ଟି ଯାକ ସଂସ୍କରଣରେ ଭାରତୀୟ ମହିଳା ଦଳ ଫାଇନାଲକୁ ଯାଇଛି ଓ ୭ଥର ଚାମ୍ପିୟନ ହୋଇଛି। କେବଳ ୨୦୧୮ରେ ଦଳ ଫାଇନାଲକୁ ଯାଇଥିଲେ ମଧ୍ୟ ବାଂଲାଦେଶ ଠାରୁ ହାରି ଯାଇଥିଲା। ଏହାବାଦ ଦଳ ଆଉ କେବେ ବି ଏସିଆ କପ ଫାଇନାଲରେ ହାରି ନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର