କ୍ୟାଚ୍‌ ଛାଡି ମ୍ୟାଚ୍‌ ହାରିଲା ଭାରତ : ୫ ୱିକେଟରେ ବିଜୟ ସହ ବଦଲା ନେଲା ପାକିସ୍ତାନ

The Sakala Picture
Published On

ଦୁବାଇ : ଏସିଆ କପର ସୁପର-୪ ପର୍ଯ୍ୟାୟରେ ଆଜି ଖେଳାଯାଉଥିବା ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ- ପାକିସ୍ତାନ ମ୍ୟାଚରେ ପାକିସ୍ତାନ ୫ ୱିକେଟରେ ବିଜୟ ଲାଭ କରିଛି। ରୋମାଞ୍ଚକର ଏହି ମ୍ୟାଚରେ ଶେଷ ପର୍ୟ୍ୟନ୍ତ ସସ୍‌ପେନ୍ସ ଲାଗିରହିଥିଲା। କିନ୍ତୁ ଶେଷ ମୁହୁର୍ତ୍ତରେ ଭାରତ ହାତରୁ ପାକିସ୍ତାନ ମ୍ୟାଚ ଛଡେଇ ନେଇଥିଲା। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି ଆଜିର ମ୍ୟାଚକୁ ଜିତିନେଲା ପାକିସ୍ତାନ। ଭାରତକୁ ୫ ଓ୍ୱିକେଟରେ ହରାଇଲା ପାକିସ୍ତାନ। ଗୋଟିଏ ବଲ୍ ବାକି ଥାଇ ୫ ଓ୍ୱିକେଟ […]

ଦୁବାଇ : ଏସିଆ କପର ସୁପର-୪ ପର୍ଯ୍ୟାୟରେ ଆଜି ଖେଳାଯାଉଥିବା ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ- ପାକିସ୍ତାନ ମ୍ୟାଚରେ ପାକିସ୍ତାନ ୫ ୱିକେଟରେ ବିଜୟ ଲାଭ କରିଛି। ରୋମାଞ୍ଚକର ଏହି ମ୍ୟାଚରେ ଶେଷ ପର୍ୟ୍ୟନ୍ତ ସସ୍‌ପେନ୍ସ ଲାଗିରହିଥିଲା। କିନ୍ତୁ ଶେଷ ମୁହୁର୍ତ୍ତରେ ଭାରତ ହାତରୁ ପାକିସ୍ତାନ ମ୍ୟାଚ ଛଡେଇ ନେଇଥିଲା। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି ଆଜିର ମ୍ୟାଚକୁ ଜିତିନେଲା ପାକିସ୍ତାନ। ଭାରତକୁ ୫ ଓ୍ୱିକେଟରେ ହରାଇଲା ପାକିସ୍ତାନ। ଗୋଟିଏ ବଲ୍ ବାକି ଥାଇ ୫ ଓ୍ୱିକେଟ ହରାଇ ବିଜୟୀ ହେଲା ପାକିସ୍ତାନ। ମହମ୍ମଦ ରିଜଓ୍ୱାନଙ୍କ ୫୧ ବଲ୍ରୁ ୭୧ ରନ୍‌ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ତେବେ ଶେଷ ସମୟରେ ଅର୍ଶଦୀପ୍ କ୍ୟାଚ ହାତ ଛଡ଼ା କରିବା ପରେ ମ୍ୟାଚ୍ ଏକପ୍ରକାରର ପାକିସ୍ତାନ ହାତକୁ ଚାଲିଯାଇଥିଲା।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଆଜି ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ୍ ଟସ୍ ଜିତିଥିଲେ । ଏହାପରେ ସେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପାକିସ୍ତାନ ପକ୍ଷରୁ ବ୍ୟାଟିଂ ଆମନ୍ତ୍ରଣ ପାଇଁ ଭାରତ ପ୍ରଥମେ ବ୍ୟାଟିଂ କରି ଭଲ ଆରମ୍ଭ କରିଥିଲା। ଭାରତକୁ ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଏବଂ ଉପ-ଅଧିନାୟକ ଲୋକେଶ ରାହୁଲ ଦମଦାର ଆରମ୍ଭ କରିଥିଲେ। ଦୁଇ ଓପନର ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ୫.୧ ଓଭରରେ ୫୪ ରନ ଯୋଡିଥିଲେ। ରୋହିତ ଶର୍ମା ୧୬ ବଲ୍‌ରୁ ୩ ଚୌକା ଏବଂ ୨ ଛକା ସହ ୨୮ ରନ କରି ଆଉଟ୍ ହୋଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ରୋହିତଙ୍କ ପରେ ଭଲ ଫର୍ମରେ ନଜର ଆସୁଥିବା ଉପ-ଅଧିନାୟକ ଲୋକେଶ ରାହୁଲ ଅଧିକ ସମୟ ରହି ନପାରି ଆଉଟ ହୋଇଯାଇଥିଲେ। ସେ ୨୦ ବଲ୍‌ରୁ ୧ ଚୌକା ଏବଂ ୨ ଛକା ସହାୟତାରେ ୨୮ ରନ କରିଥିଲେ। ଏହାପରେ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଭଲ ରନ୍‌ କରିବା ସହ ତୃତୀୟ ଓ୍ଵିକେଟ୍‌ରେ ୩୧ ରନ ଭାଗିଦାରୀ କରିଥିଲେ। ଗୋଟିଏ ପଟେ କୋହଲି ଦାୟିିତ୍ବ ସମ୍ପନ୍ନ ବ୍ୟାଟିଂ କରୁଥିବା ବେଳେ ଅନ୍ୟପଟେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ସୂର୍ଯ୍ୟକୁମାର,ଋଷଭ ପନ୍ତ ଜଲଦି ଆଉଟ ହୋଇଯାଇଥିଲେ। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ଭାରତକୁ ବହୁତ ବଡ ଝଟକା ଲାଗିଥିଲା।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ବିରାଟ କୋହଲି ଏସିଆ କପରେ କ୍ରମାଗତ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଦୀପକ ହୁଡ୍ଡା ୧୬ ରନ କରିଥିଲେ। ବିରାଟ କୋହଲି ଶେଷ ଓଭରରେ ପାଭିଲିୟନ ଫେରିଥିଲେ। ସେ ୪୪ ବଲରୁ ୪ ଚୌକା ଏବଂ ୧ ଛକା ସହ ୬୦ ରନ କରିଥିଲେ। ନିର୍ଦ୍ଧାରିତ ଓଭରରେ ଭାରତ ୭ ଓ୍ଵିକେଟ୍ ହରାଇ ୧୮୧ ରନ କରିଛି।ପାକିସ୍ତାନ ପକ୍ଷରୁ ଶାଦବ ଖାନ ୩୧ ରନ ଦେଇ ୨ଟି ସଫଳତା ପାଇଛନ୍ତି। ନସୀମ ଶାହ, ମହମ୍ମଦ ହସନେନ, ହାରିସ ରାଉଫ ଏବଂ ମହମ୍ମଦ ନଓ୍ଵାଜ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଭାରତ ପକ୍ଷରୁ ଦିଆଯାଇଥିବା ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଳାଇଥିବା ପାକିସ୍ତାନ ଆରମ୍ଭ ନିରାଶଜନକ ଥିଲା। ଅଧିନାୟକ ବାବର ଆଜମ ୧୪ ରନ କରି ଆଉଟ୍ ହୋଇଥିଲେ। ରବି ବିଷ୍ଣୋଇ ବାବରଙ୍କୁ ଆଉଟ୍ କରି ଭାରତକୁ ବଡ ସଫଳତା ଦେଇଥିଲେ। ଏହା ପରେ ଇନଫର୍ମ ମହମ୍ମଦ ରିଜଓ୍ଵାନ ଏବଂ ଫକର ଜମାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୪୧ ରନ ଯୋଡିଥିଲେ। ଚହଲ ଫକର ଜମାନ(୧୫)ଙ୍କୁ ଆଉଟ୍ କରିଥିଲେ। ତେବେ ରିଜଓ୍ଵାନ ଏବଂ ମହମ୍ମଦ ନଓ୍ଵାଜଙ୍କ ଯୋଡି ଭାରତକୁ ଚାପରେ ରଖିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ରୁତ ଗତିରେ ରନ ସଂଗ୍ରହ କରି ପାକିସ୍ତାନର ସ୍ଥିତି ମଜବୁତ କରିଥିଲେ। ଏହି କ୍ରମରେ ମହମ୍ମଦ ରିଜଓ୍ଵାନ ଏସିଆ କପ୍‌ରେ ନିଜର ଚମତ୍କାର ଫର୍ମ ବଜାୟ ରଖି ଅର୍ଦ୍ଧଶତକ ହାସଲ କରିଥିଲେ। ରିଜଓ୍ଵାନ ଏବଂ ନଓ୍ଵାଜ ତୃତୀୟ ଓ୍ଵିକେଟ୍‌ରେ ୭୩ ରନ ଯୋଡିଥିଲେ।

ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଏହି ଯୋଡିକୁ ଭାଙ୍ଗିଥିଲେ ଭୁବନେଶ୍ଵର କୁମାର। ୧୬ତମ ଓଭରରେ ନଓ୍ଵାଜ ମାତ୍ର ୨୦ ବଲ୍‌ରେ ୬ ଚୌକା ଏବଂ ୨ ଛକା ସହ ୪୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ୧୫.୩ ଓଭରରେ ୧୩୬ ରନ କରି ମଜବୁତ ସ୍ଥିତିରେ ଥିବା ପାକିସ୍ତାନ ଏହି ଯୋଡି ଭାଙ୍ଗିବା ପରେ ଚାପରେ ଆସିଥିଲା। ଏହା ପରେ ମହମ୍ମଦ ରିଜଓ୍ଵାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ସେ ୫୧ ବଲ୍‌ରୁ ୬ ଚୌକା ଏବଂ ୨ ଛକା ସହ ୭୧ ରନ କରିଥିଲେ। ଅନ୍ତିମ ୨ ଓଭରରେ ପାକିସ୍ତାନକୁ ଜିତିବା ପାଇଁ ୨୬ ରନ ଦରକାର ଥିଲା। ହେଲେ ୧୯ ତମ ଓଭରରେ ଭୁବନେଶ୍ଵର କୁମାର ୧୯ ରନ ଦେବା ଭାରତକୁ ବହୁତ ମହଙ୍ଗା ପଡିଥିଲା। ଶେଷ ଓଭରରେ ୭ ରନ ଥିବା ବେଳେ ପାକିସ୍ତାନ ୧୯.୫ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଖୁସଦିଲ ଶାହ ଅପରାଜିତ ୧୪ ରନ ଏବଂ ଇଫତିଖାର ଅହମ୍ମଦ ୨ ରନରେ ଅପରାଜିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର