ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତର ସ୍ୱର୍ଣ୍ଣିମ ବିଦାୟ; ୨୨ ସ୍ୱର୍ଣ୍ଣ ସହ ୬୧ ପଦକ ଜିତି ତାଲିକାର ଚତୁର୍ଥ ସ୍ଥାନରେ ଭାରତ

The Sakala Picture
Published On

ବର୍ମିଂହାମ୍‍: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆଉ ଏକ ସଂସ୍କରଣ ସଫଳତାର ସହ ଶେଷ ହୋଇଛି। ଏହି କ୍ରୀଡ଼ାରେ ଅଂଶଗ୍ରହଣ କରି ଭାରତ ୨୨ ସ୍ୱର୍ଣ୍ଣ ସହ ୬୧ଟି ପଦକ ଜିତି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଏହା ମଧ୍ୟରେ ରହିଛି ୧୬ ରୌପ୍ୟ ଓ ୨୩ କାଂସ୍ୟ ପଦକ। ୭୨ଟି ଦେଶକୁ ନେଇ ଆୟୋଜିତ ହୋଇଥିବା ଏହି ମେଗା ଇଭେଣ୍ଟରେ ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ୪ ବର୍ଷ ପୂର୍ବେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଅନୁଷ୍ଠିତ […]

ବର୍ମିଂହାମ୍‍: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆଉ ଏକ ସଂସ୍କରଣ ସଫଳତାର ସହ ଶେଷ ହୋଇଛି। ଏହି କ୍ରୀଡ଼ାରେ ଅଂଶଗ୍ରହଣ କରି ଭାରତ ୨୨ ସ୍ୱର୍ଣ୍ଣ ସହ ୬୧ଟି ପଦକ ଜିତି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଏହା ମଧ୍ୟରେ ରହିଛି ୧୬ ରୌପ୍ୟ ଓ ୨୩ କାଂସ୍ୟ ପଦକ। ୭୨ଟି ଦେଶକୁ ନେଇ ଆୟୋଜିତ ହୋଇଥିବା ଏହି ମେଗା ଇଭେଣ୍ଟରେ ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ୪ ବର୍ଷ ପୂର୍ବେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଅନୁଷ୍ଠିତ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୨୬ ସ୍ୱର୍ଣ୍ଣ, ୨୦ ରୌପ୍ୟ, ୨୦ କାଂସ୍ୟ ସହ ମୋଟ ୬୬ଟି ପଦକ ଜିତି ତୃତୀୟ ସ୍ଥାନରେ ରହିଥିଲା। ଏହା ସତ୍ତ୍ବେ ଭାରତ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉନ୍ନତ ଖେଳ ପ୍ରଦର୍ଶନ କରିବାରେ ସମର୍ଥ ହୋଇଛି। ଏହାର ମୁଖ୍ୟ କାରଣ ହେଲା ବର୍ମିଂହାମ୍‍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୁଟିଂକୁ ସାମିଲ କରାଯାଇନାହିଁ। ଗତ କିଛିବର୍ଷ ହେଲା ଭାରତୀୟ ସୁଟରମାନେ ଅଲିମ୍ପିକ୍ସକୁ
ଛାଡ଼ିଦେଲେ ଅନ୍ୟ ସବୁ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଛି। ଭାରତ ଜିତୁଥିବା ପଦକର ୨୫ ଶତକଡ଼ା କେବଳ ସୁଟିଂରୁ ଆସିଥାଏ। ଏହି ଇଭେଣ୍ଟକୁ ବାଦ୍‍ ଦେଇ ଭାରତର ପ୍ରଦର୍ଶନ ଉଚ୍ଚକୋଟୀର ହୋଇଛି। ଏହି ପ୍ରତିଯୋଗିତାରେ ଭାରୋତ୍ତୋଳନାକାରୀ ମୀରାବାଇ ଚାନୁ ପ୍ରଥମ ଏବଂ ଟିଟି ଖେଳାଳି ଶରତ କମଲ ୨୨ତମ ତଥା ଶେଷ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଶେଷ ଦିନରେ ୪ଟି ସ୍ୱର୍ଣ୍ଣ ପଦକ ମିଳିବା ଫଳରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ସ୍ୱର୍ଣ୍ଣିମ ବିଦାୟ ନେଇଛି।

ଜୁଲାଇ ୨୮ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୧୬ଟି ସ୍ପୋର୍ଟ୍ସରେ ୨୧୦ ଜଣ ଭାରତୀୟ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହା ମଧ୍ୟରୁ କୁସ୍ତି ବା ରେସଲିଂରେ ସର୍ବାଧିକ ୬ଟି ସ୍ୱର୍ଣ୍ଣ ସହ ୧୨ଟି ପଦକ ବିଜୟୀ ହୋଇଛି। ଏହା ବ୍ୟତୀତ ଟିଟିରେ ୪ଟି, ବ୍ୟାଡମିଣ୍ଟନ, ବକ୍ସିଂ ଓ ଭାରୋତ୍ତୋଳନରେ ୩ଟି ଲେଖାଏଁ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଆଥଲେଟିକ୍ସରେ ଭାରତକୁ ପ୍ରଥମଥର ଟ୍ରିପଲ ଜମ୍ପରେ ଏଲ୍ଡହସ୍‍ ପଲ ସ୍ୱର୍ଣ୍ଣ ଓ ଅବଦୁଲ୍ଳା ଅବୁବାକର ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ଭାରତ ପକ୍ଷରୁ ୪୦ ବର୍ଷୀୟ ଟିଟି ଖେଳାଳି ଶରତ କମଲ ବ୍ୟକ୍ତିଗତଭାବେ ୩ଟି ସ୍ୱର୍ଣ୍ଣ ସହ ୪ଟି ପଦକ ଜିତିବାରେ ସମର୍ଥ ହୋଇଛନ୍ତି। ପିଭି ସିନ୍ଧୁ, ଲକ୍ଷ୍ୟ ସେନ୍‍ ବ୍ୟାଡମିଣ୍ଟନରେ, ମୀରବାଇ ଚାନୁ ଭାରୋତ୍ତୋଳନରେ, ବଜରଙ୍ଗ ପୁନିଆ, ରବିକୁମାର ଦହିଆ କୁସ୍ତିରେ, ଅମିତ ପଙ୍ଘାଲ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତି ନିଜ ମାନ୍ୟତା ଅନୁଯାୟୀ ପ୍ରଦର୍ଶନ କରିଥିଲେ। କିନ୍ତୁ ହକି ଓ କ୍ରିକେଟରେ ଭାରତ ଶକ୍ତିଶାଳୀ ଦେଶ ହୋଇଥିଲେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିବାରେ ସମର୍ଥ ହୋଇ ନଥିଲା। ଫଳରେ ସମର୍ଥକଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଅଲିମ୍ପିକ୍‍ ପଦକ ବିଜେତା ଲଭଲିନା ବୋରୋଗୋହାଇଁଙ୍କ ବିଫଳତା, ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଶେଷ ମୁହୂର୍ତ୍ତରେ ଓହରିଯିବା ଭାରତକୁ ନିରାଶ କରିଥିଲା। ଲନ୍‍ ବୋଲ୍ସରେ ଭାରତ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲା। ମୋଟାମୋଟି ଭାବେ ଭାରତ ଏହି ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରିଛି ବୋଲି ପରିସଂଖ୍ୟାନରୁ ଜଣାଯାଏ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୪ ଜଣ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଦଳଗତ ଖେଳ ମହିଳା ହକିରେ ଦୀପ୍‍ଗ୍ରେସ୍‍ ଏକ୍କା ଓ ପୁରୁଷ ହକିରେ ଅମିତ ରୋହିଦାସ ଯଥାକ୍ରମେ କାଂସ୍ୟ ଓ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

09 Aug 2022 By The Sakala

https://www.thesakala.in/sports/cwg-2022-india-is-fourth-in-the-list-with-61-medals/article-13993
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp