ଆଇପିଏଲ୍‌ ସିଜନ-୧୪: ଉଦ୍‌ଘାଟନୀ ମ୍ୟାଚ୍‌ରେ ଚାମ୍ପିଅନ୍‌ ପରାସ୍ତ

The Sakala Picture
Published On

ଚେନ୍ନାଇ: ମିଡିୟମ୍‍ ପେସ ବୋଲର ହର୍ଷଲ ପଟେଲ (୫/୨୭)ଙ୍କ ଘାତକ ବୋଲିଂ ସାଙ୍ଗକୁ ଏବି ଡିଭିଲର୍ସ (୪୮), ଗ୍ଲେନ୍‍ ମ୍ୟାକ୍ସୱେଲ (୨୮ ବଲ୍‍ରେ ୩୯ରନ୍‍) ଓ ବିରାଟ କୋହଲି (୨୯ବଲ୍‍ରେ ୩୩ରନ୍‍)ଙ୍କ ଉପଯୋଗୀ ବ୍ୟାଟିଂ ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଠାରେ ଶୁକ୍ରବାର ଆରମ୍ଭ ହୋଇଥିବା ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଉଦ୍‍ଘାଟନୀ ମ୍ୟାଚ୍‍ରେ ଡିଫେଣ୍ଡିଂ ଚାମ୍ପିଅନ୍‍ ମୁମ୍ବଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହା ଫଳରେ ଆଇପିଏଲ୍‍ର ଉଦ୍‍ଘାଟନୀ ମ୍ୟାଚ୍‍ରେ ଡିଫେଣ୍ଡିଂ ଚାମ୍ପିଅନ୍‍ ଟିମ୍‍ ହାରିବାର ପରମ୍ପରା […]

ଚେନ୍ନାଇ: ମିଡିୟମ୍‍ ପେସ ବୋଲର ହର୍ଷଲ ପଟେଲ (୫/୨୭)ଙ୍କ ଘାତକ ବୋଲିଂ ସାଙ୍ଗକୁ ଏବି ଡିଭିଲର୍ସ (୪୮), ଗ୍ଲେନ୍‍ ମ୍ୟାକ୍ସୱେଲ (୨୮ ବଲ୍‍ରେ ୩୯ରନ୍‍) ଓ ବିରାଟ କୋହଲି (୨୯ବଲ୍‍ରେ ୩୩ରନ୍‍)ଙ୍କ ଉପଯୋଗୀ ବ୍ୟାଟିଂ ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଠାରେ ଶୁକ୍ରବାର ଆରମ୍ଭ ହୋଇଥିବା ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଉଦ୍‍ଘାଟନୀ ମ୍ୟାଚ୍‍ରେ ଡିଫେଣ୍ଡିଂ ଚାମ୍ପିଅନ୍‍ ମୁମ୍ବଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହା ଫଳରେ ଆଇପିଏଲ୍‍ର ଉଦ୍‍ଘାଟନୀ ମ୍ୟାଚ୍‍ରେ ଡିଫେଣ୍ଡିଂ ଚାମ୍ପିଅନ୍‍ ଟିମ୍‍ ହାରିବାର ପରମ୍ପରା ବଜାୟ ରହିଛି। ଏହି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍‍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମ୍‍ରେ ଖେଳାଯିବ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ ୧୩୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କଲା ବିସିସିଆଇ

ଏହି ମ୍ୟାଚ୍‍ରେ ଟସ୍‍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୯ ରନ୍‍ କରିଥିଲା। ଦଳ ପକ୍ଷର କ୍ରିସ୍‍ ଲିନ୍‍ ସର୍ବାଧିକ ୪୯, ସୂର୍ଯ୍ୟକୁମାର ଯାଦବ ୩୧ ଓ ଇଶାନ କିସାନ ୨୮ ରନ୍‍ କରିଥିଲେ। ବାଙ୍ଗାଲୋରର ପଟେଲଙ୍କୁ ୫ଟି ୱିକେଟ ମିଳିଥିଲା। ଜବାବରେ ବାଙ୍ଗାଲୋର ମଧ୍ୟ ସମାନ ସଂଖ୍ୟକ ଓଭର ଖେଳି ଅର୍ଥାତ୍‍ ମ୍ୟାଚ୍‍ର ଶେଷ ବଲରେ ବିଜୟ ଲାଗି ଆବଶ୍ୟକ ୧୬୦ ରନ୍‍ ୮ ୱିକେଟ ହରାଇ ହାସଲ କରିନେଇଥିଲା। ବିଜୟୀ ଦଳ ପକ୍ଷରୁ ବିରାଟ କୋହଲି ଓ ଗ୍ଲେନ୍‍ ମ୍ୟାକ୍ସୱେଲ୍‍ ଭଲ ବ୍ୟାଟିଂ କରି ବିଜୟର ରାସ୍ତା ପରିସ୍କାର କରିଦେଇଥିଲେ। ଏମାନଙ୍କ ପରେ ଏବି ଡିଭିଲର୍ସ ବ୍ୟାଟିଂ କରିବାକୁ ଆସି ନିଜସ୍ୱ ଭଙ୍ଗୀରେ ରନ୍‍ ସଂଗ୍ରହ କରିବା ଫଳରେ ବାଙ୍ଗାଲୋରର ବିଜୟ ସହଜ ମନେ ହେଉଥିଲା। କିନ୍ତୁ ବୁମ୍‍ରା ହେଲେ ବୁମ୍‍ରା। ସେ ତାଙ୍କ ସ୍ପେଲ୍‍ରେ ଡି ଭିଲର୍ସଙ୍କୁ ଆଉଟ କରିବା ଓ ଷ୍ଟ୍ରାଇକ୍‍ରୁ ଦୂରେଇ ରଖିବା ଲାଗି ଆସିଥିଲେ। ସେ ଉଭୟ କଥାକୁ କରିନେବା ଫଳରେ ମ୍ୟାଚ୍‍ଟି ପ୍ରତିଦ୍ୱନ୍ଦ୍ୱିତାମୂଳକ ଓ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ମୁମ୍ବଇ ଇନିଂସର ଶେଷ ଓଭରରେ ହର୍ଷଲ ପଟେଲ ୩ଟି ୱିକେଟ ନେଇଥିଲେ। କିନ୍ତୁ ବାଙ୍ଗାଲୋରର ଶେଷ ଓଭରରେ ମ୍ୟାଚ୍‍ ଜିତିବାକୁ ୭ ରନ୍‍ ଦରକାର ହେଉଥିଲା। ମାର୍କୋ ଜେନ୍‍ସେନ୍‍ ପ୍ରଥମ ୩ଟି ବଲ୍‍ରେ ୪ ରନ୍‍ ଦେବାଫଳରେ ବାଙ୍ଗାଲୋରକୁ ମ୍ୟାଚ୍‍ ଜିତିବାକୁ ୩ବଲ୍‍ରେ ୩ ରନ ଆବଶ୍ୟକ ହେଉଥିଲା। କିନ୍ତୁ ଚତୁର୍ଥ ବଲରେ ଡି ଭିଲର୍ସ ଦ୍ୱିତୀୟ ରନ୍‍ ନେବାକୁ ଯାଇ ରନ୍‍ଆଉଟ ହୋଇଯାଇଥିଲେ। ସେ ମାତ୍ର ୨୭ ବଲ୍‍ରେ ୪ଚୌକା ଓ ୨ଛକା ସହ ୪୮ ରନ୍‍ କରିବା ପରେ ମ୍ୟାଚ୍‍ର ସ୍ଥିତି ଉତ୍ତେଜନାମୂଳକ ହୋଇଯାଇଥିଲା। ଶେଷ ୨ ବଲରେ ୨ ରନ୍‍ ଆବଶ୍ୟକ ହେଉଥିଲାବେଳେ ମହମ୍ମଦ୍‍ ସିରାଜ ଓ ହର୍ଷଲ ପଟେଲ ଯେନତେନ ଉପାୟରେ ଏହାକୁ ସଂଗ୍ରହ କରି ମୁମ୍ବଇ ବିପକ୍ଷରେ ବାଙ୍ଗାଲୋରକୁ ଜିତାଇବାରେ ସମର୍ଥ ହୋଇଥିଲେ। ଏହା ସହ ଉଦ୍‍ଘାଟନୀ ମ୍ୟାଚ୍‍ରେ ହ୍ୟାଟ୍ରିକ୍‍ ପରାଜୟ ଧାରା ଭାଙ୍ଗି ବାଙ୍ଗାଲୋର ପ୍ରଥମ ବିଜୟ ହାସଲ କରିଥିଲା। ପୂର୍ବରୁ ଏହି ଦଳ ୨୦୦୮, ୨୦୧୭ ଓ ୨୦୧୯ରେ ଆଇପିଏଲ୍‍ ଉଦ୍‍ଘାଟନୀ ମ୍ୟାଚ୍‍ ଖେଳି ପରାଜିତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ପୂର୍ବରୁ ଏହି ପିଚ୍‍ରେ ବାଙ୍ଗାଲୋର ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଯୋଗୁଁ ମୁମ୍ବଇ ହାତଖୋଲା ସଟ୍‍ ଖେଳିବାରୁ ବଞ୍ଚିତ ହୋଇଥିଲେ। ଲିନ୍‍, କିସାନ ଓ ସୂର୍ଯ୍ୟକୁମାରଙ୍କ ଲଢୁଆ ବ୍ୟାଟିଂ ଯୋଗୁଁ ଦଳ ସମ୍ମାନଜନକ ସ୍କୋର କରିପାରିଥିଲା। ବାଙ୍ଗାଲୋର ପକ୍ଷରୁ ହର୍ଷଲ ପଟେଲ ୨୭ ରନ୍‍ରେ ୫ଟି ୱିକେଟ ନେଇ ତାଙ୍କ ଟି-୨୦ କ୍ୟାରିୟରରେ ଶ୍ରେଷ୍ଠ ବୋଲିଂ ସଫଳତା ହାସଲ କରିଥିଲେ। ସେହିପରି ମୁମ୍ବଇ ବିପକ୍ଷରେ ପଟେଲ ମଧ୍ୟ ପ୍ରଥମ ବୋଲର ଭାବେ ୫ ୱିକେଟ ନେବାର ଶ୍ରେୟ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

10 Apr 2021 By The Sakala

ଆଇପିଏଲ୍‌ ସିଜନ-୧୪: ଉଦ୍‌ଘାଟନୀ ମ୍ୟାଚ୍‌ରେ ଚାମ୍ପିଅନ୍‌ ପରାସ୍ତ

ଚେନ୍ନାଇ: ମିଡିୟମ୍‍ ପେସ ବୋଲର ହର୍ଷଲ ପଟେଲ (୫/୨୭)ଙ୍କ ଘାତକ ବୋଲିଂ ସାଙ୍ଗକୁ ଏବି ଡିଭିଲର୍ସ (୪୮), ଗ୍ଲେନ୍‍ ମ୍ୟାକ୍ସୱେଲ (୨୮ ବଲ୍‍ରେ ୩୯ରନ୍‍) ଓ ବିରାଟ କୋହଲି (୨୯ବଲ୍‍ରେ ୩୩ରନ୍‍)ଙ୍କ ଉପଯୋଗୀ ବ୍ୟାଟିଂ ଫଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଠାରେ ଶୁକ୍ରବାର ଆରମ୍ଭ ହୋଇଥିବା ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଉଦ୍‍ଘାଟନୀ ମ୍ୟାଚ୍‍ରେ ଡିଫେଣ୍ଡିଂ ଚାମ୍ପିଅନ୍‍ ମୁମ୍ବଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହା ଫଳରେ ଆଇପିଏଲ୍‍ର ଉଦ୍‍ଘାଟନୀ ମ୍ୟାଚ୍‍ରେ ଡିଫେଣ୍ଡିଂ ଚାମ୍ପିଅନ୍‍ ଟିମ୍‍ ହାରିବାର ପରମ୍ପରା ବଜାୟ ରହିଛି। ଏହି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମୁକାବିଲା ଚେନ୍ନାଇ ସୁପର କିଙ୍ଗ୍‍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମ୍‍ରେ ଖେଳାଯିବ।

ଏହି ମ୍ୟାଚ୍‍ରେ ଟସ୍‍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୯ ରନ୍‍ କରିଥିଲା। ଦଳ ପକ୍ଷର କ୍ରିସ୍‍ ଲିନ୍‍ ସର୍ବାଧିକ ୪୯, ସୂର୍ଯ୍ୟକୁମାର ଯାଦବ ୩୧ ଓ ଇଶାନ କିସାନ ୨୮ ରନ୍‍ କରିଥିଲେ। ବାଙ୍ଗାଲୋରର ପଟେଲଙ୍କୁ ୫ଟି ୱିକେଟ ମିଳିଥିଲା। ଜବାବରେ ବାଙ୍ଗାଲୋର ମଧ୍ୟ ସମାନ ସଂଖ୍ୟକ ଓଭର ଖେଳି ଅର୍ଥାତ୍‍ ମ୍ୟାଚ୍‍ର ଶେଷ ବଲରେ ବିଜୟ ଲାଗି ଆବଶ୍ୟକ ୧୬୦ ରନ୍‍ ୮ ୱିକେଟ ହରାଇ ହାସଲ କରିନେଇଥିଲା। ବିଜୟୀ ଦଳ ପକ୍ଷରୁ ବିରାଟ କୋହଲି ଓ ଗ୍ଲେନ୍‍ ମ୍ୟାକ୍ସୱେଲ୍‍ ଭଲ ବ୍ୟାଟିଂ କରି ବିଜୟର ରାସ୍ତା ପରିସ୍କାର କରିଦେଇଥିଲେ। ଏମାନଙ୍କ ପରେ ଏବି ଡିଭିଲର୍ସ ବ୍ୟାଟିଂ କରିବାକୁ ଆସି ନିଜସ୍ୱ ଭଙ୍ଗୀରେ ରନ୍‍ ସଂଗ୍ରହ କରିବା ଫଳରେ ବାଙ୍ଗାଲୋରର ବିଜୟ ସହଜ ମନେ ହେଉଥିଲା। କିନ୍ତୁ ବୁମ୍‍ରା ହେଲେ ବୁମ୍‍ରା। ସେ ତାଙ୍କ ସ୍ପେଲ୍‍ରେ ଡି ଭିଲର୍ସଙ୍କୁ ଆଉଟ କରିବା ଓ ଷ୍ଟ୍ରାଇକ୍‍ରୁ ଦୂରେଇ ରଖିବା ଲାଗି ଆସିଥିଲେ। ସେ ଉଭୟ କଥାକୁ କରିନେବା ଫଳରେ ମ୍ୟାଚ୍‍ଟି ପ୍ରତିଦ୍ୱନ୍ଦ୍ୱିତାମୂଳକ ଓ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ମୁମ୍ବଇ ଇନିଂସର ଶେଷ ଓଭରରେ ହର୍ଷଲ ପଟେଲ ୩ଟି ୱିକେଟ ନେଇଥିଲେ। କିନ୍ତୁ ବାଙ୍ଗାଲୋରର ଶେଷ ଓଭରରେ ମ୍ୟାଚ୍‍ ଜିତିବାକୁ ୭ ରନ୍‍ ଦରକାର ହେଉଥିଲା। ମାର୍କୋ ଜେନ୍‍ସେନ୍‍ ପ୍ରଥମ ୩ଟି ବଲ୍‍ରେ ୪ ରନ୍‍ ଦେବାଫଳରେ ବାଙ୍ଗାଲୋରକୁ ମ୍ୟାଚ୍‍ ଜିତିବାକୁ ୩ବଲ୍‍ରେ ୩ ରନ ଆବଶ୍ୟକ ହେଉଥିଲା। କିନ୍ତୁ ଚତୁର୍ଥ ବଲରେ ଡି ଭିଲର୍ସ ଦ୍ୱିତୀୟ ରନ୍‍ ନେବାକୁ ଯାଇ ରନ୍‍ଆଉଟ ହୋଇଯାଇଥିଲେ। ସେ ମାତ୍ର ୨୭ ବଲ୍‍ରେ ୪ଚୌକା ଓ ୨ଛକା ସହ ୪୮ ରନ୍‍ କରିବା ପରେ ମ୍ୟାଚ୍‍ର ସ୍ଥିତି ଉତ୍ତେଜନାମୂଳକ ହୋଇଯାଇଥିଲା। ଶେଷ ୨ ବଲରେ ୨ ରନ୍‍ ଆବଶ୍ୟକ ହେଉଥିଲାବେଳେ ମହମ୍ମଦ୍‍ ସିରାଜ ଓ ହର୍ଷଲ ପଟେଲ ଯେନତେନ ଉପାୟରେ ଏହାକୁ ସଂଗ୍ରହ କରି ମୁମ୍ବଇ ବିପକ୍ଷରେ ବାଙ୍ଗାଲୋରକୁ ଜିତାଇବାରେ ସମର୍ଥ ହୋଇଥିଲେ। ଏହା ସହ ଉଦ୍‍ଘାଟନୀ ମ୍ୟାଚ୍‍ରେ ହ୍ୟାଟ୍ରିକ୍‍ ପରାଜୟ ଧାରା ଭାଙ୍ଗି ବାଙ୍ଗାଲୋର ପ୍ରଥମ ବିଜୟ ହାସଲ କରିଥିଲା। ପୂର୍ବରୁ ଏହି ଦଳ ୨୦୦୮, ୨୦୧୭ ଓ ୨୦୧୯ରେ ଆଇପିଏଲ୍‍ ଉଦ୍‍ଘାଟନୀ ମ୍ୟାଚ୍‍ ଖେଳି ପରାଜିତ ହୋଇଥିଲା।

ପୂର୍ବରୁ ଏହି ପିଚ୍‍ରେ ବାଙ୍ଗାଲୋର ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଯୋଗୁଁ ମୁମ୍ବଇ ହାତଖୋଲା ସଟ୍‍ ଖେଳିବାରୁ ବଞ୍ଚିତ ହୋଇଥିଲେ। ଲିନ୍‍, କିସାନ ଓ ସୂର୍ଯ୍ୟକୁମାରଙ୍କ ଲଢୁଆ ବ୍ୟାଟିଂ ଯୋଗୁଁ ଦଳ ସମ୍ମାନଜନକ ସ୍କୋର କରିପାରିଥିଲା। ବାଙ୍ଗାଲୋର ପକ୍ଷରୁ ହର୍ଷଲ ପଟେଲ ୨୭ ରନ୍‍ରେ ୫ଟି ୱିକେଟ ନେଇ ତାଙ୍କ ଟି-୨୦ କ୍ୟାରିୟରରେ ଶ୍ରେଷ୍ଠ ବୋଲିଂ ସଫଳତା ହାସଲ କରିଥିଲେ। ସେହିପରି ମୁମ୍ବଇ ବିପକ୍ଷରେ ପଟେଲ ମଧ୍ୟ ପ୍ରଥମ ବୋଲର ଭାବେ ୫ ୱିକେଟ ନେବାର ଶ୍ରେୟ ନେଇଛନ୍ତି।

https://www.thesakala.in/sports/royal-challengers-bangalore-beat-mumbai-indians-by-2-wickets/article-1397
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp