ରାଜ୍ୟଗୋଷ୍ଠୀ କ୍ରିଡ଼ା ୨୦୨୨: ଭାରତକୁ ପ୍ରଥମ ପଦକ, ଭାରୋତ୍ତୋଳନରେ ସଙ୍କେତ ମହାଦେବ ଜିତିଲେ ରୌପ୍ୟ

The Sakala Picture
Published On

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ପଦକ । ଭାରୋତ୍ତୋଳନକାରୀ ସଙ୍କେତ ମହାଦେବ ସରଗର ରୌପ୍ୟ ପଦକ ଜିତି ଭାରତକୁ ପ୍ରଥମ ପଦକ ଦେଇଛନ୍ତି। ସଂକେତ ପୁରୁଷ ଭାରୋତ୍ତଳନର ୫୫ କିଲୋ ବର୍ଗରେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୨୪୮ କିଲୋ ଭାର ଉଠାଇ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । ମହାରାଷ୍ଟ୍ରର ସାଙ୍ଗଲିରେ ସଙ୍କେତଙ୍କ ଘର । ସେ ପ୍ରଥମ ରାଉଣ୍ଡରେ ୧୧୩ କିଲୋ, ଦ୍ୱିତୀୟ ରାଉଣ୍ଡରେ ୧୩୫ […]

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ପଦକ । ଭାରୋତ୍ତୋଳନକାରୀ ସଙ୍କେତ ମହାଦେବ ସରଗର ରୌପ୍ୟ ପଦକ ଜିତି ଭାରତକୁ ପ୍ରଥମ ପଦକ ଦେଇଛନ୍ତି। ସଂକେତ ପୁରୁଷ ଭାରୋତ୍ତଳନର ୫୫ କିଲୋ ବର୍ଗରେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୨୪୮ କିଲୋ ଭାର ଉଠାଇ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । ମହାରାଷ୍ଟ୍ରର ସାଙ୍ଗଲିରେ ସଙ୍କେତଙ୍କ ଘର । ସେ ପ୍ରଥମ ରାଉଣ୍ଡରେ ୧୧୩ କିଲୋ, ଦ୍ୱିତୀୟ ରାଉଣ୍ଡରେ ୧୩୫ କିଲୋ ଓ ଫାଇନାଲ ରାଉଣ୍ଡରେ ୨୪୮ କିଲୋ ଭାରୋଉତ୍ତଳନ କରିପାରିଥିଲେ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ତେବେ ଦ୍ୱିତୀୟ ଚେଷ୍ଟାରେ ସଙ୍କେତ ୧୪୧ କେଜି ଓଜନ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ କହୁଣୀ ଗୁରୁତର ଭାବେ ଆଘାତ ପ୍ରାପ୍ତ ହୋଇଛି। ତଥାପି ସେ ତୃତୀୟ ଚେଷ୍ଟା କରିଥିଲେ। ହେଲେ ସେଥିରେ ମଧ୍ୟ ସଙ୍କେତ ନିରାଶ ହୋଇଛନ୍ତି। ତୃତୀୟ ଚେଷ୍ଟାରେ ଫେଲ ମାରିଥିବା ସଙ୍କେତଙ୍କ କହୁଣୀରେ ଆହୁରି ଶକ୍ତ ଆଘାତ ଲାଗିଛି। ଏଥିପାଇଁ ତାଙ୍କୁ ମେଡିକାଲ ସୁବିଧା ଯୋଗାଇ ଦିଆଯାଇଛି। ତେବେ ମାଲେସିଆର ବିନ କସଦନ ମହମ୍ମଦ ଅନିକ ମୋଟ ୨୪୯ କିଲୋଗ୍ରାମ ଭାର ଉଠାଇ ସୁନା ପଦକ ନିଜ ନାଁରେ କରିଛନ୍ତି । ଗତ କାଲି ରାଜ୍ୟ ଗୋଷ୍ଠୀ କ୍ରିଡା ଇଂଲଣ୍ଡର ବର୍ମିଂହମରେ ଆରମ୍ଭ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର