ଆଉ ଏକ ଇତିହାସ ରଚିଲେ ନୀରଜ ଚୋପ୍ରା, ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପ୍‌ରେ ଜିତିଲେ ରୌପ୍ୟ

The Sakala Picture
Published On

ନୂଆଦିଲ୍ଲୀ : ଆଉ ଏକ ଇତିହାସ ରଚିଲେ ଭାରତର ସୁନା ପୁଅ ନୀରଜ ଚୋପ୍ରା। ଆମେରିକାର ୟୁଜିନରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପରେ ରବିବାର ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଛନ୍ତି। ଜାଭଲିନ୍ ଥ୍ରୋର ଚତୁର୍ଥ ରାଉଣ୍ଡରେ ୮୮.୧୩ ମି. ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି। ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିବା ପ୍ରଥମ ଭାରତୀୟ ପୁରୁଷ ଆଥଲେଟ୍ ଭାବେ ସେ ଇତିହାସ ସୃଷ୍ଟି କରିଛନ୍ତି। ସେହିପରି ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନଶିପ୍‌ରେ ଜାଭଲିନ୍ […]

ନୂଆଦିଲ୍ଲୀ : ଆଉ ଏକ ଇତିହାସ ରଚିଲେ ଭାରତର ସୁନା ପୁଅ ନୀରଜ ଚୋପ୍ରା। ଆମେରିକାର ୟୁଜିନରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପରେ ରବିବାର ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଛନ୍ତି। ଜାଭଲିନ୍ ଥ୍ରୋର ଚତୁର୍ଥ ରାଉଣ୍ଡରେ ୮୮.୧୩ ମି. ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି। ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିବା ପ୍ରଥମ ଭାରତୀୟ ପୁରୁଷ ଆଥଲେଟ୍ ଭାବେ ସେ ଇତିହାସ ସୃଷ୍ଟି କରିଛନ୍ତି। ସେହିପରି ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନଶିପ୍‌ରେ ଜାଭଲିନ୍ ଥ୍ରୋରେ ଏଣ୍ଡରସନ୍‌ ପିଟର୍ସ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ୯୦.୪୬ ମିଟର ଜାଭଲିନ ଫିଙ୍ଗି ସେ ଗୋଲ୍ଡ ମେଡାଲ ଜିତିଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଏହି ପ୍ରତିଯୋଗୀତାରେ ସେ ରୌପ୍ୟ ପଦକ ହାସଲ କରି ପ୍ରାୟ ୧୯ ବର୍ଷ ପରେ ଭାରତକୁ ସଫଳତା ଦେଇଛନ୍ତି। ତାଙ୍କ ପୂର୍ବରୁ ୨୦୦୩ରେ ଅଞ୍ଜୁ ବିବି ଜର୍ଜ ପ୍ରତିଯୋଗୀତିରେ କାଂସ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ତେବେ ପୁରଷ ବର୍ଗରେ କେବଳ ନୀରଜ ହିଁ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି।୨୪ ବର୍ଷୀୟ ନୀରଜ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏବେ ବିଶ୍ୱ ଚାମ୍ପିୟନଶିପରେ ମଧ୍ୟ ସେ ପଦକ ଜିତି ଭାରତ ପାଇଁ ଆଉ ଏକ ଗୌରବ ଆଣିଛନ୍ତି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପର ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା ପ୍ରଥମ ପ୍ରୟାସର ଫେଲ୍ ମାରିଥିଲେ। ତାଙ୍କର ପ୍ରଥମ ଥ୍ରୋକୁ ଫାଉଲ୍ ଘୋଷଣା କରାଯାଇଥିଲା। ଏହାପରେ ସେ ଦ୍ୱିତୀୟ ରାଉଣ୍ଡରେ ୮୨.୩୯ ମିଟର ଦୂରକୁ ଜାଭଲୀନ ଫିଙ୍ଗିଥିଲେ। ନୀରଜଙ୍କ ବିପକ୍ଷରେ ଖେଳୁଥିବା ଗ୍ରେନାଡ଼ା କେ ଆଣ୍ଡରସନ ପିଟର୍ସ ପ୍ରଥମ ପ୍ରୟାସରେ ୯୦.୨ ମିଟର ଦୂରକୁ ଜାଭଲୀନ ଫିଙ୍ଗିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ୯୦.୪୬ ଦୂର ଫିଙ୍ଗି ପ୍ରଥମ ରାଉଣ୍ଡରେ ହିଁ ନୀରଜଙ୍କ ଉପରେ ଚାପ ପକାଇଥିଲେ।ଏହାପରେ ନୀରଜ ତୃତୀୟ ରାଉଣ୍ଡରେ ୮୬.୩୭ ଓ ଚତୁର୍ଥ ରାଉଣ୍ଡରେ ୮୮.୧୩ ମିଟର ଦୂରକୁ ଜାଭଲୀନ ଫିଙ୍ଗି ନିଜର ପ୍ରଦର୍ଶନରେ ଉନ୍ନତୀ ଆଣିଥିଲେ ବି ପଞ୍ଚମ ରାଉଣ୍ଡରେ ଫେଲ୍ ମାରିଥିଲେ।

ତେବେ ୯୦.୧୪ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି ଗ୍ରେନେଡୀୟ ଖେଳାଳି ଆଣ୍ଡର୍‌ସନ୍‌ ପିଟର୍ସ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାର ପୂର୍ବ ଥର ବି ସେ ପ୍ରଥମ ସ୍ଥାନ ଅକ୍ତିଆର କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।ବି‌ଶ୍ବ ଦୌଡ଼କୁଦ ଚାମ୍ପିୟନ୍‌ସିପ୍‌ର ଜାଭ୍‌ଲିନ୍‌ ଥ୍ରୋ’ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ବଜାୟ ରଖିବାରେ ଆଣ୍ଡର୍‌ସନ୍‌ ପିଟର୍ସ ହେଉଛନ୍ତି ଦ୍ବିତୀୟ ବ୍ୟକ୍ତି। ଆଜିର ପ୍ରତିଯୋଗିତାରେ ସେ ୩ ଥର ୯୦ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗିଥିଲେ। ସେଥିରୁ ସର୍ବାଧିକ ଦୂରତା ଥିଲା ୯୦.୫୪ ମିଟର୍‌।ସେହିପରି, ଜର୍ମାନିର ନ୍ୟାସ୍‌ନାଲ୍‌ ଚାମ୍ପିୟନ୍‌ ଜୁଲିୟାନ୍‌ ୱେବର୍‌ ୮୬.୮୬ ମିଟର୍‌ ଦୂରକୁ ଜାଭ୍‌ଲିନ୍‌ ଫିଙ୍ଗି କାଂସ୍ୟ ପଦକ ହାସଲ କରିଛନ୍ତି।ଏହି ପ୍ରତିଯୋଗିତାରେ ଜିଣିବା ପରେ ନୀରଜ ଚୋପ୍ରା ‘ଅଲିମ୍ପିକ୍‌ ଚାମ୍ପିୟନ୍‌’, ‘ଏସିଆନ୍‌ ଗେମ୍‌ସ୍‌ ଚାମ୍ପିୟନ୍‌’, ‘କମନ୍‌ୱେଲ୍‌ଥ୍‌ ଗେମ୍‌ସ୍‌ ଚାମ୍ପିୟନ୍‌’ ଏବଂ ‘ୱାଲ୍‌ର୍ଡ ଆଥ୍‌ଲେଟିକ୍‌ସ୍‌ ଚାମ୍ପିଅନ୍‌ସିପ୍’ ରୌପ୍ୟ ପଦକ ବିଜେତା ହୋଇପାରିଛନ୍ତି।

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍‌ସିପ ପ୍ରତିଯୋଗୀତାରେ ୨୪ ବର୍ଷୀୟ ନୀରଜ ଚୋପ୍ରାଙ୍କ ବ୍ୟାତୀତ ଅନ୍ୟ ୩୪ ଜଣ ଆଥଲେଟ୍ ଭାଗ ନେଇଥିଲେ। ସମସ୍ତଙ୍କୁ ଦୁଇଟି ଗ୍ରୁପ୍‌ରେ ରଖାଯାଇଥିଲା। ନୀରଜ ପ୍ରଥମ ଗ୍ରୁପ୍‌ରେ ଥିବା ବେଳେ ରୋହିତଙ୍କୁ ଗ୍ରୁପ୍ ‘ବି’ରେ ରଖାଯାଇଥିଲା। ନୀରଜ ତାଙ୍କ କ୍ୟରିୟରରେ ତୃତୀୟ ସବୁଠାରୁ ଭଲ ୮୮. ୩୯ ମିଟର ଥ୍ରୋ କରି ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ। ନୀରଜ ଓ ରୋହିତଙ୍କୁ ମିଶାଇ ମୋଟ ୧୨ ଖେଳାଳି ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ।

24 Jul 2022 By The Sakala

https://www.thesakala.in/sports/neeraj-chopra-becomes-2nd-indian-to-win-a-world-championships-medal/article-13555
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର