ଦିନିକିଆ କ୍ରିକେଟରୁ ଅବସର ନେଲେ ଇଂଲଣ୍ଡର ଷ୍ଟାର୍‌ କ୍ରିକେଟର୍‌ ବେନ୍‌ ଷ୍ଟୋକ୍ସ

The Sakala Picture
Published On

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରୁ ଅବସର ନେଲେ  ଅଲ୍‌ରାଉଣ୍ଡର ତଥା ଇଂଲଣ୍ଡର ଷ୍ଟାର୍‌ କ୍ରିକେଟର୍‌ ବେନ୍‌ ଷ୍ଟୋକ୍ସ। ୩୧ ବର୍ଷ ବୟସରେ ସେ ଦିନିକିଆ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ନିଜର ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିବେ। ଏ ନେଇ ସେ ନିଜେ ଆଜି ଟ୍ବିଟ କରି ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ନେବା ତାଙ୍କ ପାଇଁ ଅତ୍ୟନ୍ତ କଠିନ ଥିଲା। ସେ ଟେଷ୍ଟ ମ୍ୟାଚ୍‌ ଉପରେ ଅଧିକ ଗୁରୁତ୍ଵ […]

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରୁ ଅବସର ନେଲେ  ଅଲ୍‌ରାଉଣ୍ଡର ତଥା ଇଂଲଣ୍ଡର ଷ୍ଟାର୍‌ କ୍ରିକେଟର୍‌ ବେନ୍‌ ଷ୍ଟୋକ୍ସ। ୩୧ ବର୍ଷ ବୟସରେ ସେ ଦିନିକିଆ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ନିଜର ଶେଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିବେ। ଏ ନେଇ ସେ ନିଜେ ଆଜି ଟ୍ବିଟ କରି ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ନେବା ତାଙ୍କ ପାଇଁ ଅତ୍ୟନ୍ତ କଠିନ ଥିଲା। ସେ ଟେଷ୍ଟ ମ୍ୟାଚ୍‌ ଉପରେ ଅଧିକ ଗୁରୁତ୍ଵ ଦେବା ପାଇଁ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି। ଷ୍ଟୋକ୍ସ ୨୦୧୯ ଦିନିକିଆ ବିଶ୍ଵ କପରେ ଇଂଲଣ୍ଡକୁ ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଏହି ନିଷ୍ପତ୍ତି  ସମସ୍ତ କ୍ରିକେଟ୍‌ ପ୍ରେମୀଙ୍କୁ ଚକିତ କରିଦେଇଛି।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ସୂଚନା ଅନୁଯାୟୀ, ଇଂଲଣ୍ଡ ଓ ସାଉଥ ଆଫ୍ରିକା ମଧ୍ୟରେ ମଙ୍ଗାରବାର ଠାରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ। ଏହାର ପ୍ରଥମ ମ୍ୟାଚ୍‌ ଡରହାମରେ ଖେଳାଯିବ। ଷ୍ଟୋକ୍ସ ନିଜ ହୋମ୍‌ ଗ୍ରାଉଣ୍ଡରୁ ହିଁ ଦିନିକିଆ କ୍ରିକେଟ୍‌କୁ ଅବସର ନେବେଷ

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

୨୦୧୧ରେ ଆୟର୍ଲାଣ୍ଡ ବିପକ୍ଷରେ ଇଂଲଣ୍ଡ ପାଇଁ ଡେବ୍ୟୁ କରିଥିଲେ ବେନ୍‌ ଷ୍ଟୋକ୍ସ। ସେ ଇଂଲଣ୍ଡ ପାଇଁ ୧୦୪ ଟି ଦିନିକିଆ ଖେଳି ୨୯୧୯ ରନ୍‌ କରିଛନ୍ତି। ଯେଉଁଥିରେ ତିନୋଟି ଶତକ ଓ ୨୧ଟି ଅର୍ଦ୍ଧଶତକ ସାମିଲ ଅଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର