ପୁଣି ଚମକିଲେ ପିଭି ସିନ୍ଧୁ: ଜିତିଲେ ସିଙ୍ଗାପୁର ଓପନ ଟାଇଟଲ

The Sakala Picture
Published On

ସିଙ୍ଗାପୁର: ପୁଣି ଚମକିଲେ ଡବଲ ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ। ଭାରତର ଏହି ଷ୍ଟାର ମହିଳା ବ୍ୟାଡମିଂଟନ ଖେଳାଳି ପ୍ରଥମ ଥର ପାଇଁ ସିଙ୍ଗାପୁର ଓପନ ସୁପର ସିରିଜ ୫୦୦ ଟାଇଟଲ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଚୀନର ଜେଡୱାଇ ୱାଙ୍ଗଙ୍କୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨୧-୯, ୧୧-୨୧ ଓ ୨୧-୧୫ରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ସିନ୍ଧୁ ଜବରଦସ୍ତ ପ୍ରଦର୍ଶନ କରି ୱାଙ୍ଗଙ୍କୁ ହରାଇଥିଲେ । ମାତ୍ର ଦ୍ୱିତୀୟ […]

ସିଙ୍ଗାପୁର: ପୁଣି ଚମକିଲେ ଡବଲ ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ। ଭାରତର ଏହି ଷ୍ଟାର ମହିଳା ବ୍ୟାଡମିଂଟନ ଖେଳାଳି ପ୍ରଥମ ଥର ପାଇଁ ସିଙ୍ଗାପୁର ଓପନ ସୁପର ସିରିଜ ୫୦୦ ଟାଇଟଲ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଚୀନର ଜେଡୱାଇ ୱାଙ୍ଗଙ୍କୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨୧-୯, ୧୧-୨୧ ଓ ୨୧-୧୫ରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ସିନ୍ଧୁ ଜବରଦସ୍ତ ପ୍ରଦର୍ଶନ କରି ୱାଙ୍ଗଙ୍କୁ ହରାଇଥିଲେ । ମାତ୍ର ଦ୍ୱିତୀୟ ସେଟରେ ୱାଙ୍ଗ ବିଜୟୀ ହୋଇ ମ୍ୟାଚରେ ରୋମାଂଚ ଭରି ଦେଇଥିଲେ । ନିର୍ଣ୍ଣାୟକ ସେଟରେ ସିନ୍ଧୁ ୨୧-୧୫ରେ ବିଜୟୀ ହୋଇଥିଲେ । ଚଳିତ ବର୍ଷ ସିନ୍ଧୁଙ୍କ ଏହା ତୃତୀୟ ଟାଇଟଲ । ସେ ଏହା ପୂର୍ବରୁ କୋରିଆ ଓପନ ଓ ସୁଇସ ଓପନରେ ଚାମ୍ପିୟନ ହୋଇ ସାରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ସେ ଭଲ ଫର୍ମରେ ଥିବାରୁ ଭାରତ ପାଇଁ ଏକ ପଦକ ନିଶ୍ଚିତ ବୋଲି ବିବେଚନା କରାଯାଉଛି ।

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

17 Jul 2022 By The Sakala

ପୁଣି ଚମକିଲେ ପିଭି ସିନ୍ଧୁ: ଜିତିଲେ ସିଙ୍ଗାପୁର ଓପନ ଟାଇଟଲ

ସିଙ୍ଗାପୁର: ପୁଣି ଚମକିଲେ ଡବଲ ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ। ଭାରତର ଏହି ଷ୍ଟାର ମହିଳା ବ୍ୟାଡମିଂଟନ ଖେଳାଳି ପ୍ରଥମ ଥର ପାଇଁ ସିଙ୍ଗାପୁର ଓପନ ସୁପର ସିରିଜ ୫୦୦ ଟାଇଟଲ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଚୀନର ଜେଡୱାଇ ୱାଙ୍ଗଙ୍କୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨୧-୯, ୧୧-୨୧ ଓ ୨୧-୧୫ରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ସିନ୍ଧୁ ଜବରଦସ୍ତ ପ୍ରଦର୍ଶନ କରି ୱାଙ୍ଗଙ୍କୁ ହରାଇଥିଲେ । ମାତ୍ର ଦ୍ୱିତୀୟ ସେଟରେ ୱାଙ୍ଗ ବିଜୟୀ ହୋଇ ମ୍ୟାଚରେ ରୋମାଂଚ ଭରି ଦେଇଥିଲେ । ନିର୍ଣ୍ଣାୟକ ସେଟରେ ସିନ୍ଧୁ ୨୧-୧୫ରେ ବିଜୟୀ ହୋଇଥିଲେ । ଚଳିତ ବର୍ଷ ସିନ୍ଧୁଙ୍କ ଏହା ତୃତୀୟ ଟାଇଟଲ । ସେ ଏହା ପୂର୍ବରୁ କୋରିଆ ଓପନ ଓ ସୁଇସ ଓପନରେ ଚାମ୍ପିୟନ ହୋଇ ସାରିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ସେ ଭଲ ଫର୍ମରେ ଥିବାରୁ ଭାରତ ପାଇଁ ଏକ ପଦକ ନିଶ୍ଚିତ ବୋଲି ବିବେଚନା କରାଯାଉଛି ।

https://www.thesakala.in/sports/sindhu-wins-third-title-of-year/article-13369
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp