ଆୟରଙ୍କ ସଫଳ ଅସ୍ତ୍ରୋପଚାର

The Sakala Picture
Published On

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ଅନ୍ୟତମ ଖେଳାଳି ଶ୍ରେୟସଙ୍କ କାନ୍ଧରେ ଗୁରୁବାର ସଫଳ ଅସ୍ତ୍ରୋପଚାର କରାଯାଇଛି। ଏ ସମ୍ପର୍କରେ ନିଜେ ଆୟର ଏକ ଫଟୋ ସହ ଟ୍ୱିଟ୍‍ କରି ଜଣାଇଛନ୍ତି। ସେ ତାଙ୍କ ଶୁଭେଛୁ ଓ ସମର୍ଥକଙ୍କୁ ଏଭଳି ସମୟରେ ସମର୍ଥନ ଜଣାଇଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ୨୬ ବର୍ଷୀୟ ବ୍ୟାଟ୍ସମ୍ୟାନ୍‍ ପୁଣେରେ ମାର୍ଚ୍ଚ ୨୩ ତାରିଖ ଦିନ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଖେଳୁଥିବାବେଳେ ଏକ ବଲ ଅଟକାଇବାକୁ ଯାଇ ଆଘାତ […]

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ଅନ୍ୟତମ ଖେଳାଳି ଶ୍ରେୟସଙ୍କ କାନ୍ଧରେ ଗୁରୁବାର ସଫଳ ଅସ୍ତ୍ରୋପଚାର କରାଯାଇଛି। ଏ ସମ୍ପର୍କରେ ନିଜେ ଆୟର ଏକ ଫଟୋ ସହ ଟ୍ୱିଟ୍‍ କରି ଜଣାଇଛନ୍ତି। ସେ ତାଙ୍କ ଶୁଭେଛୁ ଓ ସମର୍ଥକଙ୍କୁ ଏଭଳି ସମୟରେ ସମର୍ଥନ ଜଣାଇଥିବାରୁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ୨୬ ବର୍ଷୀୟ ବ୍ୟାଟ୍ସମ୍ୟାନ୍‍ ପୁଣେରେ ମାର୍ଚ୍ଚ ୨୩ ତାରିଖ ଦିନ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଖେଳୁଥିବାବେଳେ ଏକ ବଲ ଅଟକାଇବାକୁ ଯାଇ ଆଘାତ ପାଇଥିଲେ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଏଥିରେ ତାଙ୍କ କାନ୍ଧର ହାଡ ଭାଙ୍ଗିଯାଇଥିଲା। ଏହି ଆଘାତ ଯୋଗୁଁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‍ର ଅବଶିଷ୍ଟ ମ୍ୟାଚ୍‍ ଓ ସମଗ୍ର ଆଇପିଏଲ୍‍ରୁ ବିଦା ହେବାକୁ ପଡ଼ିଥିଲା। ସେ ମଧ୍ୟ ଇଂଲିଶ କାଉଣ୍ଟି କ୍ରିକେଟ ଖେଳିବାକୁ ଲାଙ୍କାସାୟର ସହ ଚୁକ୍ତିବଦ୍ଧ ହୋଇଥିଲେ। କିନ୍ତୁ ସେ ଏକ ମାସ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଥିବାରୁ ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ସମର୍ଥ ହେବେ ନାହିଁ। ଗତ ସିଜନରେ ତାଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍‍ ଫାଇନାଲରେ ପ୍ରବେଶ କରିଥିଲା। ଏଥର ତାଙ୍କ ଅନୁପସ୍ଥିତିରେ ଋଷଭ ପନ୍ତ୍‍ ଦିଲ୍ଲୀର ନେତୃତ୍ୱ ନେଉଛନ୍ତି

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp