କ୍ରିକେଟକୁ ଫେରିଲା କଟକଣା : ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଟି୨୦ ସିରିଜର ଅବଶିଷ୍ଟ ମ୍ୟାଚ

The Sakala Picture
Published On

ଅହମ୍ମଦାବାଦ : କ୍ରିକେଟ୍ ମୈଦାନ ଉପରେ ପଡିଛି କରୋନାର ପ୍ରଭାବ। ବିନା ଦର୍ଶକରେ ହେବ ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ୍ । ଆଜି ଅହମ୍ମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି-୨୦ ମ୍ୟାଚ୍ । ବିନା ଦର୍ଶକରେ ଏହି ମ୍ୟାଚ୍ ହେବା ନେଇ ନିଷ୍ପତ୍ତି ନେଇଛନ୍ତି ଗୁଜରାଟ ସରକାର । ରାଜ୍ୟରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ ୨୪ ଘଣ୍ଚା ମଧ୍ୟରେ ଗୁଜରାଟରେ ୯୦୦ ପଜିଟିଭ୍ […]

ଅହମ୍ମଦାବାଦ : କ୍ରିକେଟ୍ ମୈଦାନ ଉପରେ ପଡିଛି କରୋନାର ପ୍ରଭାବ। ବିନା ଦର୍ଶକରେ ହେବ ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ୍ । ଆଜି ଅହମ୍ମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି-୨୦ ମ୍ୟାଚ୍ । ବିନା ଦର୍ଶକରେ ଏହି ମ୍ୟାଚ୍ ହେବା ନେଇ ନିଷ୍ପତ୍ତି ନେଇଛନ୍ତି ଗୁଜରାଟ ସରକାର । ରାଜ୍ୟରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ ୨୪ ଘଣ୍ଚା ମଧ୍ୟରେ ଗୁଜରାଟରେ ୯୦୦ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି ।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା କାରଣରୁ ଗୁଜୁରାଟ କ୍ରିକେଟ ଆସୋସିଏସନ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି୨୦ ସିରିଜର ଅବିଶିଷ୍ଟ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ବିନା ଦର୍ଶକରେ ଖେଳାଯିବାକୁ ନିଷ୍ପତ୍ତି ନେଇଛି।  ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ମାତ୍ର ଦୁଇଟି ମ୍ୟାଚ ଖେଳାଯାଇଛି । ଅବଶିଷ୍ଟ ୩ଟି ମ୍ୟାଚ ବିନା ଦର୍ଶକରେ ଖେଳାଯିବ ।  ପ୍ରଥମ ଟି୨୦ରେ ମୋଟ ୬୭,୫୩୨ ଜଣ ଦର୍ଶକ ଓ ଦ୍ବିତୀୟ ଟି୨୦ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରାୟ ୬୬,୦୦୦ ଦର୍ଶକ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

ସେପଟେ ଆଜିର ମ୍ୟାଚ୍ ଜିତି ସିରିଜରେ ଦବଦବା ଜାହିର କରିବା ପାଇଁ ଚେଷ୍ଟା କରିବେ ଉଭୟ ଦଳ । ପୂର୍ବରୁ ୨ଟି ମ୍ୟାଚରୁ ଭାରତ ଓ ଇଂଲଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସିରିଜ୍ ବରାବର କରିଛନ୍ତି । ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରୁଛି ଟିମ ଇଣ୍ଡିଆ । ଖାସ କରି କ୍ୟାପଟେନ୍ କୋହଲି ଫର୍ମକୁ ଫେରିବା ଦଳ ପାଇଁ ଶୁଭ ସଙ୍କେତ ଦେଇଛି । ସେପଟେ ଟେଷ୍ଟ ସିରିଜ୍ ହାରି ବ୍ୟାକଫୁଟରେ ଥିବା ଇଂଲିସ ଟିମ ଟି-୨୦ ସିରିଜ୍ ଉପରେ ନଜର ରଖିଛି ।

ଆହୁରି ପଢ଼ନ୍ତୁ: ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ରବୀନ୍ଦ୍ର ଜାଡେଜା

16 Mar 2021 By The Sakala

କ୍ରିକେଟକୁ ଫେରିଲା କଟକଣା : ବିନା ଦର୍ଶକରେ ଖେଳାଯିବ ଭାରତ-ଇଂଲଣ୍ଡ ଟି୨୦ ସିରିଜର ଅବଶିଷ୍ଟ ମ୍ୟାଚ

ଅହମ୍ମଦାବାଦ : କ୍ରିକେଟ୍ ମୈଦାନ ଉପରେ ପଡିଛି କରୋନାର ପ୍ରଭାବ। ବିନା ଦର୍ଶକରେ ହେବ ଭାରତ-ଇଂଲଣ୍ଡ ଟି-୨୦ ମ୍ୟାଚ୍ । ଆଜି ଅହମ୍ମଦାବାଦରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ତୃତୀୟ ଟି-୨୦ ମ୍ୟାଚ୍ । ବିନା ଦର୍ଶକରେ ଏହି ମ୍ୟାଚ୍ ହେବା ନେଇ ନିଷ୍ପତ୍ତି ନେଇଛନ୍ତି ଗୁଜରାଟ ସରକାର । ରାଜ୍ୟରେ ବଢୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ ୨୪ ଘଣ୍ଚା ମଧ୍ୟରେ ଗୁଜରାଟରେ ୯୦୦ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା କାରଣରୁ ଗୁଜୁରାଟ କ୍ରିକେଟ ଆସୋସିଏସନ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି୨୦ ସିରିଜର ଅବିଶିଷ୍ଟ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ବିନା ଦର୍ଶକରେ ଖେଳାଯିବାକୁ ନିଷ୍ପତ୍ତି ନେଇଛି।  ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜର ମାତ୍ର ଦୁଇଟି ମ୍ୟାଚ ଖେଳାଯାଇଛି । ଅବଶିଷ୍ଟ ୩ଟି ମ୍ୟାଚ ବିନା ଦର୍ଶକରେ ଖେଳାଯିବ ।  ପ୍ରଥମ ଟି୨୦ରେ ମୋଟ ୬୭,୫୩୨ ଜଣ ଦର୍ଶକ ଓ ଦ୍ବିତୀୟ ଟି୨୦ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରାୟ ୬୬,୦୦୦ ଦର୍ଶକ ଉପସ୍ଥିତ ଥିଲେ।

ସେପଟେ ଆଜିର ମ୍ୟାଚ୍ ଜିତି ସିରିଜରେ ଦବଦବା ଜାହିର କରିବା ପାଇଁ ଚେଷ୍ଟା କରିବେ ଉଭୟ ଦଳ । ପୂର୍ବରୁ ୨ଟି ମ୍ୟାଚରୁ ଭାରତ ଓ ଇଂଲଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସିରିଜ୍ ବରାବର କରିଛନ୍ତି । ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରୁଛି ଟିମ ଇଣ୍ଡିଆ । ଖାସ କରି କ୍ୟାପଟେନ୍ କୋହଲି ଫର୍ମକୁ ଫେରିବା ଦଳ ପାଇଁ ଶୁଭ ସଙ୍କେତ ଦେଇଛି । ସେପଟେ ଟେଷ୍ଟ ସିରିଜ୍ ହାରି ବ୍ୟାକଫୁଟରେ ଥିବା ଇଂଲିସ ଟିମ ଟି-୨୦ ସିରିଜ୍ ଉପରେ ନଜର ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp