ଭାରତ ଓ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ: ଭାରତକୁ ୨୪୭ ରନର ଟାର୍ଗେଟ୍ ଦେଲା ଇଂଲଣ୍ଡ

The Sakala Picture
Published On

ଲର୍ଡ୍ସ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଖେଳାଯାଉଛି। କିଆ ଓଭାଲରେ ଖେଳାଯାଇଥିବା ପ୍ରଥମ ମୁକାବିଲାକୁ ୧୦ ୱିକେଟରେ ଜିତି ଭାରତ ୧-୦ରେ ଆଗୁଆ ରହିଛି। ଆଜିର ଦ୍ବିତୀୟ ଦିନିକିଆରେ ଟସ୍‌ ଜିିତ ଭାରତର ବୋଲିଂ ନିଷ୍ପତ୍ତି ନେଇଛି। ଶ୍ରେୟସ ଆୟାରଙ୍କ ସ୍ଥାନରେ ବିରାଟ କୋହଲି ସ୍ଥାନ ପାଇଛନ୍ତି । ପ୍ରଥମ ଇଂନିସରେ ଇଂଲଣ୍ଡ ଦଳ ବ୍ଯାଟିଂ କରି ୪୯ ଓଭରରେ ୨୪୬ରନ କରି ଅଲଆଉଟ ହୋଇଛନ୍ତି। […]

ଲର୍ଡ୍ସ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଖେଳାଯାଉଛି। କିଆ ଓଭାଲରେ ଖେଳାଯାଇଥିବା ପ୍ରଥମ ମୁକାବିଲାକୁ ୧୦ ୱିକେଟରେ ଜିତି ଭାରତ ୧-୦ରେ ଆଗୁଆ ରହିଛି। ଆଜିର ଦ୍ବିତୀୟ ଦିନିକିଆରେ ଟସ୍‌ ଜିିତ ଭାରତର ବୋଲିଂ ନିଷ୍ପତ୍ତି ନେଇଛି। ଶ୍ରେୟସ ଆୟାରଙ୍କ ସ୍ଥାନରେ ବିରାଟ କୋହଲି ସ୍ଥାନ ପାଇଛନ୍ତି । ପ୍ରଥମ ଇଂନିସରେ ଇଂଲଣ୍ଡ ଦଳ ବ୍ଯାଟିଂ କରି ୪୯ ଓଭରରେ ୨୪୬ରନ କରି ଅଲଆଉଟ ହୋଇଛନ୍ତି। ଏହି ମ୍ଯାଚକୁ ଜିତିବାକୁ ହେଲେ ଭାରତକୁ ୨୪୭ରନର ଆବଶ୍ଯକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଇଂଲଣ୍ଡ ପକ୍ଷରୁ ଜେସନ ରୟ ୩୩ ବଲରେ ୨୩ ରନ କରି ଆଉଟ ହୋଇଥିଲେ। ଜୋନାଥନ ବେୟାରଷ୍ଟୋ ୩୮ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ଜୋ ରୁ୍‍ଟ୍‍ ୨୧ ବଲରୋ ୧୧ ରନ କରି ଆଉଟ ହୋଇଥିବା ବେଳେ ବେନ୍‍ ଷ୍ଟୋକ୍ସ ୨୩ ବଲରେ ୨୧ ରନ କରି ଆଉଟ ହୋଇଥିଲେ।  ଅଧିନାୟକ ଜୋଶ ବଟ୍ଟଲର ମଧ୍ଯ ତାଙ୍କ ଦଳକୁ ନିରାଶ କରିଥିଲେ ୫ ବଲରେ ୪ ରନ କରି ମହମ୍ମଦ୍‍ ସାମିଙ୍କ ବଲରେ ଆଉଟ ହୋଇଥିଲେ। ଲିଆମ ଲିଭିଙ୍ଗଷ୍ଟୋନ୍‍ ୩୩ ବଲରେ ୩୩ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ  ମୋଇନ୍‍ ଅଲ୍ଲୀ ଓ ଡେଭିଡ୍‍ ୱିଲୀ ସମ୍ଭାଳିଥିଲେ। ମୋଇନ୍‍ ଅଲ୍ଲୀ ୬୪ ବଲରେ ୪୭ ରନ କରି ଆଉଟ ହୋଇଥିବା ବେଳେ ଡେଭିଡ୍‍ ୱିଲୀ ୪୯ ବଲରେ ୪୧ ରନ କରି ଆଉଟ ହୋଇଥିଲେ। ବ୍ରାଇଡନ କାର୍ସେ ୪ ବଲରେ ୨ ରନ କରି ଆଉଟ ହୋଇଥିବା ବେଳେ ରିସି ଟୋପ୍‍ଲେ ୭ ବଲରେ ୩ରନ କରି ଆଉଟ ହୋଇଥିଲେ। କ୍ରେଗ୍‍ ଓଭରଟନ ୧୮ ବଲରେ ୧୦ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଭାରତ ପକ୍ଷରୁ ଯୁଜବେନ୍ଦ୍ର ଚହଲ ସର୍ବାଧିକ ୪ଟି ୱିକେଟ ନେଇଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ୍‍ ବୁମ୍‍ରା ୨ଟି ୱିକେଟ ନେଇଥିବା ବେଳେ  ମହମ୍ମଦ୍‍ ସାମି ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର