ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍‍: ଆଜି ଦ୍ୱିତୀୟ ମୁକାବିଲା, ସିରିଜ୍‍ କବ୍‍ଜା ଲକ୍ଷ୍ୟରେ ଭାରତ

The Sakala Picture
Published On

ଲର୍ଡ୍ସ, ୧୩ା୭ (ଏଜେନ୍ସି): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଗୁରୁବାର ଏଠାରେ ଖେଳାଯିବ। କିଆ ଓଭାଲରେ ଖେଳାଯାଇଥିବା ପ୍ରଥମ ମୁକାବିଲାକୁ ୧୦ ୱିକେଟରେ ଜିତି ଭାରତ ୧-୦ରେ ଆଗୁଆ ରହିଛି। ଏହି କ୍ରମରେ ଲର୍ଡ୍‍ସରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‍ ସହ ଆଉ ଏକ ସିରିଜ୍‍ ଜିତିବା ଲକ୍ଷ୍ୟରେ ରହିଛି ଭାରତ। ନିକଟରେ ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ୨-୧ରେ ପରାସ୍ତ କରି ଟି-୨୦ ସିରିଜ୍‍ ଭାରତ […]

ଲର୍ଡ୍ସ, ୧୩ା୭ (ଏଜେନ୍ସି): ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‍ ବିଶିଷ୍ଟ ଦିନିକିଆ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଗୁରୁବାର ଏଠାରେ ଖେଳାଯିବ। କିଆ ଓଭାଲରେ ଖେଳାଯାଇଥିବା ପ୍ରଥମ ମୁକାବିଲାକୁ ୧୦ ୱିକେଟରେ ଜିତି ଭାରତ ୧-୦ରେ ଆଗୁଆ ରହିଛି। ଏହି କ୍ରମରେ ଲର୍ଡ୍‍ସରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‍ ସହ ଆଉ ଏକ ସିରିଜ୍‍ ଜିତିବା ଲକ୍ଷ୍ୟରେ ରହିଛି ଭାରତ। ନିକଟରେ ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ୨-୧ରେ ପରାସ୍ତ କରି ଟି-୨୦ ସିରିଜ୍‍ ଭାରତ ଜିତିଥିଲା। ଏବେ ବିଶ୍ୱଚାମ୍ପିଅନ୍‍ ଇଂଲଣ୍ଡକୁ ସମାନ ପରିସ୍ଥିତିରେ ହରାଇ ଦିନିକିଆ ସିରିଜ୍‍ କବ୍‍ଜା ଲକ୍ଷ୍ୟରେ ରହିଛି ଭାରତ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

କିଆ ଓଭାଲରେ ଭାରତୀୟ ମିଡିୟମ୍‍ ପେସ୍‍ ବୋଲର ଯେମିତି ଚମତ୍କାର ବୋଲିଂ କରିଥିଲେ, ଠିକ୍‍ ସେହିପରିମାଣରେ ଇଂଲଣ୍ଡ ମୁକାବିଲା କରି ପାରି ନଥିଲା। ଏହି ମ୍ୟାଚ୍‍ଟି ଥିଲା ସମ୍ପୂର୍ଣ୍ଣ ଏକତରଫା। ଯାହା ଫଳରେ ଭାରତ ୧୮୮ଟି ବଲ ଓ ୧୦ ୱିକେଟ ବାକିଥାଇ ଏହି ମ୍ୟାଚ୍‍କୁ ଜିତିନେଇଥିଲା। ନିଜେ ଅଧିନାୟକ ରୋହିତ ଶର୍ମା ଆକ୍ରମଣାତ୍ମକ ବ୍ୟାଟିଂ କରି ଇଂଲଣ୍ଡକୁ ସମ୍ପୂର୍ଣ୍ଣ ନିରାଶ କରିଥିଲେ। ଏଭଳି ସ୍ଥିତିରେ ଲର୍ଡ୍ସ ପିଚ୍‍ ମଧ୍ୟ ସମାନ ପ୍ରଦର୍ଶନ କରିଥାଏ। ଭାରତ ଯଦି ଏଠାରେ ଟସ୍‍ ଜିତେ ତେବେ ଇଂଲଣ୍ଡକୁ ସମାନ ଦଶା ଭୋଗିବାକୁ ପଡ଼ିପାରେ। ଇଂଲଣ୍ଡ ଦଳରେ ଜୋ ରୁଟ, ଜନ୍ନି ବେୟାରଷ୍ଟୋ, ଜୋଶ ବଟ୍ଟଲର, ବେନ୍‍ ଷ୍ଟୋକ୍ସ ଓ ଜେସନ ରୟଙ୍କ ପରି ଷ୍ଟ୍ରୋକ୍‍ ମେକର ରହିଛନ୍ତି। ଏମାନେ ଫର୍ମରେ ଥିଲାବେଳେ ବିଶ୍ୱର ସମସ୍ତ ଶ୍ରେଷ୍ଠ ବୋଲର ମଧ୍ୟ ସେମାନଙ୍କ ଆକ୍ରମଣରୁ ରକ୍ଷା ପାଇପାରିବେ ନାହିଁ। କିନ୍ତୁ ଯଶ୍‍ପ୍ରୀତ୍‍ ବୁମ୍‍ରାଙ୍କ ଯୋଜନା ଭିନ୍ନ। ସେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ଦୁର୍ବଳତାକୁ ଜାଣିଯାଇଛନ୍ତି ଓ ଏଠାରେ ଖେଳିଥିବା ପ୍ରତ୍ୟେକ ମ୍ୟାଚ୍‍ରେ ଭାରତକୁ ବ୍ରେକ୍‍ ଥ୍ରୁ ଦେଇଛନ୍ତି। ଭାରତ ଟସ୍‍ ଜିତିଲେ ବୁମ୍‍ରାଙ୍କ ବୋଲିଂରେ ଯେ ଇଂଲଣ୍ଡ ବ୍ୟାଟର ନାଚିବେ ଏଥିରେ ସନ୍ଦେହ ନାହିଁ। ବୁମ୍‍ରାଙ୍କୁ ସହାୟତା ଦେବାକୁ ସର୍ବଦା ନିର୍ଭରଯୋଗ୍ୟ ମହମ୍ମଦ୍‍ ସାମି ରହିଛନ୍ତି। ଏଣୁ ଏହି ମ୍ୟାଚ୍‍ରେ ଇଂଲଣ୍ଡ ନିଶ୍ଚିତ୍‍ଭାବେ ଅଧିକ ରିସ୍କ ନେଇ ଖେଳିବ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

କୋହଲିଙ୍କ ଖେଳିବା ସନ୍ଦେହରେ
ଭାରତୀୟ ଦଳର ପ୍ରମୁଖ ବ୍ୟାଟର ବିରାଟ କୋହଲିଙ୍କ ସମ୍ପର୍କରେ କେହି କିଛି କହିବାକୁ ନାରାଜ। ମାଂସପେଶୀରେ ଆଘାତ ଲାଗିଥିବାରୁ ସେ ପ୍ରଥମ ଦିନିକିଆରେ ଖେଳି ନଥିଲେ। ଦ୍ୱିତୀୟ ମ୍ୟାଚ୍‍ ପୂର୍ବରୁ ତାଙ୍କ ଫିଟ୍‍ନେସ ସମ୍ପର୍କରେ ଅପ୍‍ଡେଟ ହୋଇନାହିଁ। ଏଣୁ କ୍ରମାଗତ ଦ୍ୱିତୀୟ ମ୍ୟାଚ୍‍ରେ ତାଙ୍କର ଖେଳିବା ନେଇ ସନ୍ଦେହ ରହିଛି। କୋହଲିଙ୍କ ଅନୁପସ୍ଥିତି ଭାରତକୁ ଅଡୁଆରେ ପକାଇନାହିଁ। ସୂର୍ଯ୍ୟକୁମାର ଯାଦବ ହୁଅନ୍ତୁ କିମ୍ବା ଦୀପକ ହୁଦା ତାଙ୍କ ସ୍ଥାନ ପୂରଣ କରିନେଇଛନ୍ତି। କିନ୍ତୁ ଭାରତର ଚିନ୍ତାର କାରଣ ହୋଇଛନ୍ତି ଶ୍ରେୟାସ ଆୟର। ଆୟର କ୍ରମାଗତ ଭାବେ ସର୍ଟ ବଲ୍‍କୁ ଖେଳି ପାରୁ ନାହାନ୍ତି। ବିଶ୍ୱର ସମସ୍ତ ଫାଷ୍ଟ ବୋଲର ଏହା ଜାଣିସାରିଲେଣି। ଅବଶ୍ୟ ପ୍ରଥମ ଦିନିକିଆରେ ଏହା ପ୍ରମାଣ କରିବାକୁ ସୁଯୋଗ ମିଳି ନଥିଲା। ଏହାର କାରଣ ଥିଲା ଭାରତ ଏହି ମ୍ୟାଚ୍‍ରେ କୌଣସି ୱିକେଟ ହରାଇ ନଥିଲା। କୋହଲି ନ ଖେଳିଲେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା କମ୍‍।

ଲଢ଼େଇ କରିବ ଇଂଲଣ୍ଡ
ଟସ୍‍ ଜିତୁ କିମ୍ବା ହାରୁ, ପିଚ୍‍ ଫ୍ଲାଟ ହେଉ କିମ୍ବା ସୁଇଂ ଦ୍ୱିତୀୟ ଦିନିକିଆରେ ଭାରତ ସହ ଇଂଲଣ୍ଡ ଜୋରଦାର ମୁକାବିଲା କରିବ। ମୋଇନ୍‍ ଅଲ୍ଲୀଙ୍କ ମତରେ ବେଳେ ବେଳେ ପରାଜୟରୁ ଅଧିକ କିଛି ଶିଖିବାକୁ ମିଳିଥାଏ। ଦଳ ନିକଟରେ ଏତେ ଦକ୍ଷ ଖେଳାଳି ଥିଲାବେଳେ ଖୁବ୍‍ କମ୍‍ ମ୍ୟାଚ୍‍ରେ ଏପରି ବିପର୍ଯ୍ୟୟ ଦେଖିବାକୁ ମିଳିଥାଏ। ଏହା ସତ୍ତ୍ବେ ଆମେ ଦ୍ୱିତୀୟ ମ୍ୟାଚ୍‍ରେ ଲଢ଼ିବୁ ଓ ମ୍ୟାଚ୍‍ ଜିତିବୁ ବୋଲି ସେ କହିଛନ୍ତି। ଅଧିନାୟକ ଦାୟିତ୍ୱ ନେବା ପରେ ଜୋସ୍‍ ବଟ୍ଟଲର ଭଲ ପ୍ରଦର୍ଶନ କରିନାହାନ୍ତି। ଏଠାରେ ତାଙ୍କ ବ୍ୟାଟ୍‍ କଥା କହିବ ବୋଲି ଆଶା କରାଯାଉଛି। ଦଳର ଫାଷ୍ଟ ବୋଲର ରୋହିତ ଶର୍ମାଙ୍କୁ ଅଟକାଇବାକୁ ହେଲେ କିଛି ନୂଆ ଉପାୟ ଖୋଜିବାକୁ ହେବ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର