ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦: ସିରିଜ୍‍ ବଞ୍ଚାଇବା ଲକ୍ଷ୍ୟରେ ଭାରତ

The Sakala Picture
Published On

ବିଶାଖାପାଟଣା: ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ମାତ୍ର ଏକ ସପ୍ତାହ ଭାରତରେ ଖେଳି ଦୁଇଟି ଟି-୨୦ ମ୍ୟାଚ୍‍ରେ ବିଜୟୀ ହୋଇଛି। ଦିଲ୍ଲୀରେ ଅନୁଷ୍ଠିତ ହାଇ ସ୍କୋରିଂ ଓ କଟକରେ ଖେଳାଯାଇଥିବା ଲୋ ସ୍କୋରିଂ ମ୍ୟାଚ୍‍ରେ ଦକ୍ଷିଣ ଆଫ୍ରିକାର ମୁକାବିଲା କରି ପାରି ନଥିଲା। ଏପରି ସ୍ଥଳେ ବିଶାଖାପାଟଣାରେ ମଙ୍ଗଳବାର ୫ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ତୃତୀୟ ମ୍ୟାଚ୍‍ ଖେଳାଯିବ। ଏହି ମ୍ୟାଚ୍‍ ଜିତିଲେ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚ୍‍ ବାକିଥାଇ ଆଗୁଆ ସିରିଜ୍‍ କବ୍‍ଜା କରିନେବ। […]

ବିଶାଖାପାଟଣା: ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ମାତ୍ର ଏକ ସପ୍ତାହ ଭାରତରେ ଖେଳି ଦୁଇଟି ଟି-୨୦ ମ୍ୟାଚ୍‍ରେ ବିଜୟୀ ହୋଇଛି। ଦିଲ୍ଲୀରେ ଅନୁଷ୍ଠିତ ହାଇ ସ୍କୋରିଂ ଓ କଟକରେ ଖେଳାଯାଇଥିବା ଲୋ ସ୍କୋରିଂ ମ୍ୟାଚ୍‍ରେ ଦକ୍ଷିଣ ଆଫ୍ରିକାର ମୁକାବିଲା କରି ପାରି ନଥିଲା। ଏପରି ସ୍ଥଳେ ବିଶାଖାପାଟଣାରେ ମଙ୍ଗଳବାର ୫ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ତୃତୀୟ ମ୍ୟାଚ୍‍ ଖେଳାଯିବ। ଏହି ମ୍ୟାଚ୍‍ ଜିତିଲେ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚ୍‍ ବାକିଥାଇ ଆଗୁଆ ସିରିଜ୍‍ କବ୍‍ଜା କରିନେବ। ସିରିଜ୍‍ ଜିତିଲେ ଗତ ୧୨ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା ଭାରତରେ ସୀମିତ ଓଭର ସିରିଜ୍‍ ଅପରାଜେୟ ରହିବାର ରେକର୍ଡ କରିବ। ଅନ୍ୟ ପକ୍ଷରେ ଭାରତକୁ ସିରିଜ୍‍ରେ ତିଷ୍ଠି ରହିବାକୁ ହେଲେ ଏହି ମ୍ୟାଚ୍‍ରେ ବିଜୟୀ ହେବାକୁ ପଡ଼ିବ। ଏହି ମ୍ୟାଚ୍‍ ପୂର୍ବରୁ ବିଶାଖାପାଟଣାରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ମ୍ୟାଚ୍‍ ଦିନ ପରିମାଣ କମ୍‍ ହେବ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଏହି ସିରିଜ୍‍ ପୂର୍ବରୁ ଭାରତ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା। କିଛି ନିୟମିତ ଖେଳାଳି ରବୀନ୍ଦ୍ର ଜାଡେଜା ଓ ସୂର୍ଯ୍ୟକୁମାର ଯାଦବ ଆହତ ଯୋଗୁଁ ଦଳରେ ସ୍ଥାନ ପାଇ ନଥିଲେ। ସିରିଜ୍‍ର ପ୍ରଥମ ମ୍ୟାଚ୍‍ ପୂର୍ବରୁ ଅଧିନାୟକ ଲୋକେଶ ରାହୁଲ ଓ ସ୍ପିନର କୁଲଦୀପ ଯାଦବ ଆହତ ହୋଇ ଦଳରୁ ବାଦ୍‍ ପଡ଼ିଲେ। ଏହା ସତ୍ତ୍ବେ ଭାରତୀୟ ଟିମ୍‍ ମ୍ୟାନେଜମେଣ୍ଟ କିମ୍ବା ବିସିସିଆଇ ଚିନ୍ତିତ ହୋଇ ନଥିଲା। ଋଷଭ ପନ୍ତ୍‍ଙ୍କୁ ଅଧିନାୟକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ଦିଲ୍ଲୀରେ ପ୍ରଥମେ ବ୍ୟାଟିଂ କରି ଦଳ ୨୧୧ ରନ୍‍ କରିବା ପରେ ଆଇପିଏଲ୍‍ରେ ସଫଳତା ପାଇଥିବା ଖେଳାଳିଙ୍କୁ ନେଇ ଭାରତ ଯେ କୌଣସି ଦଳକୁ ଚ୍ୟାଲେଞ୍ଜ ଦେଇ ପାରିବ ବୋଲି ଯେଉଁ ଆଶା ରଖିଥିଲା ତାହା ସଫଳ ହୋଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ଇନିଂସ ପରେ ଭାରତର ସମସ୍ତ ଆଶା ଓ ଦମ୍ଭ ଚୂରମାର ହୋଇ ଯାଇଛି। ଭ୍ରମଣକାରୀ ଦଳ ଚମତ୍କାର ବ୍ୟାଟିଂ କରି ୭ ୱିକେଟରେ ମ୍ୟାଚ୍‍ ଜିତିନେବା ପରେ ସବୁକିଛି ବଦଳି ଯାଇଥିଲା। କଟକରେ ଆହୁରି ଅଧିକ ଦୁଃଖ ଦଳକୁ ଅପେକ୍ଷା କରିଥିଲା। ଏହି ପିଚ୍‍ରେ ବଲ ବାଉନ୍ସ, ଲୋ ହୋଇଥିଲାବେଳେ ଭାରତୀୟ ବ୍ୟାଟର ସଂଘର୍ଷ କରିଥିଲେ। ଦଳର ଦୁଇ ଶୀର୍ଷ ବ୍ୟାଟର ଋତୁରାଜ ଗାଏକ୍ୱାଡ଼ ଓ ଶ୍ରେୟସ ଆୟର ଫାଷ୍ଟ ବୋଲିଂ ବିପକ୍ଷରେ ଆଦୌ ସହଜ ହୋଇ ପାରୁ ନାହାନ୍ତି। ସେମାନଙ୍କୁ ଦଳରେ ରଖାଯିବ କିମ୍ବା ଦୀପକ ହୁଦାଙ୍କ ପରି ଖେଳାଳିଙ୍କୁ ସାମିଲ କରାଯିବ ତାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଗାଏକ୍ୱାଡଙ୍କ ସ୍ଥାନରେ ଭେଙ୍କଟେଶ ଆୟରଙ୍କୁ ନେବାକୁ ମ୍ୟାନେଜମେଣ୍ଟର ସାହସ ହେଉଛି କି ନାହିଁ ବିଶାଖାପାଟଣାରେ ଜଣାପଡ଼ିବ। ସେହିପରି ଭଲ ବ୍ୟାଟିଂ କରୁଥିବା ଦୀନେଶ କାର୍ତ୍ତିକଙ୍କୁ କେବଳ ଫିନିସର ଭାବେ ବ୍ୟବହାର କରାଯିବ କିମ୍ବା ତାଙ୍କ ବ୍ୟାଟିଂ ଅର୍ଡରରେ ଉନ୍ନତି ଅଣାଯିବ ତାହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି। ବୋଲିଂ କଥା ନକହିବା ଭଲ। ଭୁବନେଶ୍ୱର କୁମାରଙ୍କୁ ବାଦ୍‍ ଦେଲେ ଅନ୍ୟ କେହି ସ୍ଥିର ପ୍ରଦର୍ଶନ କରିପାରୁ ନାହାନ୍ତି। ଦକ୍ଷିଣ ଆଫ୍ରିକା ଦଳ ସ୍ପିନରଙ୍କୁ ଭଲ ଖେଳି ନପାରିବାର ନଜିର ରହିଥିଲେ ମଧ୍ୟ ଯୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ ଏଥିରୁ ଫାଇଦା ଉଠାଇପାରୁ ନାହାନ୍ତି। ଏଣୁ ରବି ବିଷ୍ଣୋଇଙ୍କୁ ସୁଯୋଗ ମିଳିବା ଆବଶ୍ୟକ ବୋଲି କେତେକ ମତ ଦେଇଛନ୍ତି।ବିଶାଖାପାଟଣାରେ ଏହା ପୂର୍ବରୁ ଦୁଇଟି ମ୍ୟାଚ୍‍ ଆୟୋଜିତ ହୋଇଛି ଓ ଉଭୟ ମ୍ୟାଚ୍‍ରେ ଭାରତ ପରାଜିତ ହୋଇଛି। ଘରୋଇ ଦଳ ପ୍ରଥମ ମ୍ୟାଚ୍‍ରେ ୮୨ ଓ ଦ୍ୱିତୀୟ ମ୍ୟାଚ୍‍ରେ ୭ ୱିକେଟରେ ୧୨୬ ରନ୍‍ କରିଥିବାରୁ ଦକ୍ଷିଣ ଆଫ୍ରିକା ଭଲ ସ୍ଥିତିରେ ରହିଛି। ଭାରତୀୟ ଅଧିନାୟକ ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ହିଁ ଭାରତକୁ ସିରିଜ୍‍ ପରାଜୟରୁ ରକ୍ଷା କରିପାରିବ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଅନ୍ୟପକ୍ଷରେ ଭ୍ରମଣକାରୀ ଦଳ ପ୍ରଥମ ଦୁଇଟି ମ୍ୟାଚ୍‍ରେ ଭଲ ଖେଳିଛି। ଦଳର ବୋଲିଂ ଚମତ୍କାର ଥିଲାବେଳେ ବ୍ୟାଟିଂ କ୍ଲିକ୍‍ କରିବାକୁ ତାରକା ଖେଳାଳିଙ୍କର ଆବଶ୍ୟକତା ପଡ଼ି ନାହିଁ। ପ୍ରଥମ ମ୍ୟାଚ୍‍ରେ ରାସି ଭାନ ଡର ଡୁସେନ ଓ ଦ୍ୱିତୀୟ ମ୍ୟାଚ୍‍ରେ ହେନରିକ୍‍ କ୍ଲାସେନ କ୍ଲିକ୍‍ କରିବା ଫଳରେ ଦଳ ସହଜରେ ମ୍ୟାଚ୍‍ ଜିତିଛି। ଡେଭିଡ୍‍ ମିଲର ଯିଏକି ତାଙ୍କ ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି ଶେଷ ଭାଗରେ ବ୍ୟାଟିଂ କରୁଥିବାରୁ ଶୀର୍ଷ ବ୍ୟାଟରମାନେ ନିର୍ଭୟରେ ଖେଳୁଛନ୍ତି। ଏବେ ସୁଦ୍ଧା ଦକ୍ଷିଣ ଆଫ୍ରିକାର କୌଣସି ଅସୁବିଧା ହୋଇନାହିଁ। ଦଳ ଦୃଢ଼ ଆତ୍ମବିଶ୍ୱାସ ପାଇଥିବାରୁ ତୃତୀୟ ମ୍ୟାଚ୍‍ରେ ଭଲ ଖେଳିବ ବୋଲି ଆଶା କରିବା ସ୍ୱାଭାବିକ୍‍।

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

14 Jun 2022 By The Sakala

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦: ସିରିଜ୍‍ ବଞ୍ଚାଇବା ଲକ୍ଷ୍ୟରେ ଭାରତ

ବିଶାଖାପାଟଣା: ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ ମାତ୍ର ଏକ ସପ୍ତାହ ଭାରତରେ ଖେଳି ଦୁଇଟି ଟି-୨୦ ମ୍ୟାଚ୍‍ରେ ବିଜୟୀ ହୋଇଛି। ଦିଲ୍ଲୀରେ ଅନୁଷ୍ଠିତ ହାଇ ସ୍କୋରିଂ ଓ କଟକରେ ଖେଳାଯାଇଥିବା ଲୋ ସ୍କୋରିଂ ମ୍ୟାଚ୍‍ରେ ଦକ୍ଷିଣ ଆଫ୍ରିକାର ମୁକାବିଲା କରି ପାରି ନଥିଲା। ଏପରି ସ୍ଥଳେ ବିଶାଖାପାଟଣାରେ ମଙ୍ଗଳବାର ୫ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ତୃତୀୟ ମ୍ୟାଚ୍‍ ଖେଳାଯିବ। ଏହି ମ୍ୟାଚ୍‍ ଜିତିଲେ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚ୍‍ ବାକିଥାଇ ଆଗୁଆ ସିରିଜ୍‍ କବ୍‍ଜା କରିନେବ। ସିରିଜ୍‍ ଜିତିଲେ ଗତ ୧୨ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା ଭାରତରେ ସୀମିତ ଓଭର ସିରିଜ୍‍ ଅପରାଜେୟ ରହିବାର ରେକର୍ଡ କରିବ। ଅନ୍ୟ ପକ୍ଷରେ ଭାରତକୁ ସିରିଜ୍‍ରେ ତିଷ୍ଠି ରହିବାକୁ ହେଲେ ଏହି ମ୍ୟାଚ୍‍ରେ ବିଜୟୀ ହେବାକୁ ପଡ଼ିବ। ଏହି ମ୍ୟାଚ୍‍ ପୂର୍ବରୁ ବିଶାଖାପାଟଣାରେ ବର୍ଷା ହେବାର ସମ୍ଭାବନା ରହିଛି। କିନ୍ତୁ ମ୍ୟାଚ୍‍ ଦିନ ପରିମାଣ କମ୍‍ ହେବ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ।

ଏହି ସିରିଜ୍‍ ପୂର୍ବରୁ ଭାରତ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା। କିଛି ନିୟମିତ ଖେଳାଳି ରବୀନ୍ଦ୍ର ଜାଡେଜା ଓ ସୂର୍ଯ୍ୟକୁମାର ଯାଦବ ଆହତ ଯୋଗୁଁ ଦଳରେ ସ୍ଥାନ ପାଇ ନଥିଲେ। ସିରିଜ୍‍ର ପ୍ରଥମ ମ୍ୟାଚ୍‍ ପୂର୍ବରୁ ଅଧିନାୟକ ଲୋକେଶ ରାହୁଲ ଓ ସ୍ପିନର କୁଲଦୀପ ଯାଦବ ଆହତ ହୋଇ ଦଳରୁ ବାଦ୍‍ ପଡ଼ିଲେ। ଏହା ସତ୍ତ୍ବେ ଭାରତୀୟ ଟିମ୍‍ ମ୍ୟାନେଜମେଣ୍ଟ କିମ୍ବା ବିସିସିଆଇ ଚିନ୍ତିତ ହୋଇ ନଥିଲା। ଋଷଭ ପନ୍ତ୍‍ଙ୍କୁ ଅଧିନାୟକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ଦିଲ୍ଲୀରେ ପ୍ରଥମେ ବ୍ୟାଟିଂ କରି ଦଳ ୨୧୧ ରନ୍‍ କରିବା ପରେ ଆଇପିଏଲ୍‍ରେ ସଫଳତା ପାଇଥିବା ଖେଳାଳିଙ୍କୁ ନେଇ ଭାରତ ଯେ କୌଣସି ଦଳକୁ ଚ୍ୟାଲେଞ୍ଜ ଦେଇ ପାରିବ ବୋଲି ଯେଉଁ ଆଶା ରଖିଥିଲା ତାହା ସଫଳ ହୋଇଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକା ଇନିଂସ ପରେ ଭାରତର ସମସ୍ତ ଆଶା ଓ ଦମ୍ଭ ଚୂରମାର ହୋଇ ଯାଇଛି। ଭ୍ରମଣକାରୀ ଦଳ ଚମତ୍କାର ବ୍ୟାଟିଂ କରି ୭ ୱିକେଟରେ ମ୍ୟାଚ୍‍ ଜିତିନେବା ପରେ ସବୁକିଛି ବଦଳି ଯାଇଥିଲା। କଟକରେ ଆହୁରି ଅଧିକ ଦୁଃଖ ଦଳକୁ ଅପେକ୍ଷା କରିଥିଲା। ଏହି ପିଚ୍‍ରେ ବଲ ବାଉନ୍ସ, ଲୋ ହୋଇଥିଲାବେଳେ ଭାରତୀୟ ବ୍ୟାଟର ସଂଘର୍ଷ କରିଥିଲେ। ଦଳର ଦୁଇ ଶୀର୍ଷ ବ୍ୟାଟର ଋତୁରାଜ ଗାଏକ୍ୱାଡ଼ ଓ ଶ୍ରେୟସ ଆୟର ଫାଷ୍ଟ ବୋଲିଂ ବିପକ୍ଷରେ ଆଦୌ ସହଜ ହୋଇ ପାରୁ ନାହାନ୍ତି। ସେମାନଙ୍କୁ ଦଳରେ ରଖାଯିବ କିମ୍ବା ଦୀପକ ହୁଦାଙ୍କ ପରି ଖେଳାଳିଙ୍କୁ ସାମିଲ କରାଯିବ ତାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଗାଏକ୍ୱାଡଙ୍କ ସ୍ଥାନରେ ଭେଙ୍କଟେଶ ଆୟରଙ୍କୁ ନେବାକୁ ମ୍ୟାନେଜମେଣ୍ଟର ସାହସ ହେଉଛି କି ନାହିଁ ବିଶାଖାପାଟଣାରେ ଜଣାପଡ଼ିବ। ସେହିପରି ଭଲ ବ୍ୟାଟିଂ କରୁଥିବା ଦୀନେଶ କାର୍ତ୍ତିକଙ୍କୁ କେବଳ ଫିନିସର ଭାବେ ବ୍ୟବହାର କରାଯିବ କିମ୍ବା ତାଙ୍କ ବ୍ୟାଟିଂ ଅର୍ଡରରେ ଉନ୍ନତି ଅଣାଯିବ ତାହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ରହିଛି। ବୋଲିଂ କଥା ନକହିବା ଭଲ। ଭୁବନେଶ୍ୱର କୁମାରଙ୍କୁ ବାଦ୍‍ ଦେଲେ ଅନ୍ୟ କେହି ସ୍ଥିର ପ୍ରଦର୍ଶନ କରିପାରୁ ନାହାନ୍ତି। ଦକ୍ଷିଣ ଆଫ୍ରିକା ଦଳ ସ୍ପିନରଙ୍କୁ ଭଲ ଖେଳି ନପାରିବାର ନଜିର ରହିଥିଲେ ମଧ୍ୟ ଯୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ ଏଥିରୁ ଫାଇଦା ଉଠାଇପାରୁ ନାହାନ୍ତି। ଏଣୁ ରବି ବିଷ୍ଣୋଇଙ୍କୁ ସୁଯୋଗ ମିଳିବା ଆବଶ୍ୟକ ବୋଲି କେତେକ ମତ ଦେଇଛନ୍ତି।ବିଶାଖାପାଟଣାରେ ଏହା ପୂର୍ବରୁ ଦୁଇଟି ମ୍ୟାଚ୍‍ ଆୟୋଜିତ ହୋଇଛି ଓ ଉଭୟ ମ୍ୟାଚ୍‍ରେ ଭାରତ ପରାଜିତ ହୋଇଛି। ଘରୋଇ ଦଳ ପ୍ରଥମ ମ୍ୟାଚ୍‍ରେ ୮୨ ଓ ଦ୍ୱିତୀୟ ମ୍ୟାଚ୍‍ରେ ୭ ୱିକେଟରେ ୧୨୬ ରନ୍‍ କରିଥିବାରୁ ଦକ୍ଷିଣ ଆଫ୍ରିକା ଭଲ ସ୍ଥିତିରେ ରହିଛି। ଭାରତୀୟ ଅଧିନାୟକ ଋଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ହିଁ ଭାରତକୁ ସିରିଜ୍‍ ପରାଜୟରୁ ରକ୍ଷା କରିପାରିବ।

ଅନ୍ୟପକ୍ଷରେ ଭ୍ରମଣକାରୀ ଦଳ ପ୍ରଥମ ଦୁଇଟି ମ୍ୟାଚ୍‍ରେ ଭଲ ଖେଳିଛି। ଦଳର ବୋଲିଂ ଚମତ୍କାର ଥିଲାବେଳେ ବ୍ୟାଟିଂ କ୍ଲିକ୍‍ କରିବାକୁ ତାରକା ଖେଳାଳିଙ୍କର ଆବଶ୍ୟକତା ପଡ଼ି ନାହିଁ। ପ୍ରଥମ ମ୍ୟାଚ୍‍ରେ ରାସି ଭାନ ଡର ଡୁସେନ ଓ ଦ୍ୱିତୀୟ ମ୍ୟାଚ୍‍ରେ ହେନରିକ୍‍ କ୍ଲାସେନ କ୍ଲିକ୍‍ କରିବା ଫଳରେ ଦଳ ସହଜରେ ମ୍ୟାଚ୍‍ ଜିତିଛି। ଡେଭିଡ୍‍ ମିଲର ଯିଏକି ତାଙ୍କ ଜୀବନର ଶ୍ରେଷ୍ଠ ଫର୍ମରେ ଅଛନ୍ତି ଶେଷ ଭାଗରେ ବ୍ୟାଟିଂ କରୁଥିବାରୁ ଶୀର୍ଷ ବ୍ୟାଟରମାନେ ନିର୍ଭୟରେ ଖେଳୁଛନ୍ତି। ଏବେ ସୁଦ୍ଧା ଦକ୍ଷିଣ ଆଫ୍ରିକାର କୌଣସି ଅସୁବିଧା ହୋଇନାହିଁ। ଦଳ ଦୃଢ଼ ଆତ୍ମବିଶ୍ୱାସ ପାଇଥିବାରୁ ତୃତୀୟ ମ୍ୟାଚ୍‍ରେ ଭଲ ଖେଳିବ ବୋଲି ଆଶା କରିବା ସ୍ୱାଭାବିକ୍‍।

https://www.thesakala.in/sports/india-vs-south-africa-3rd-t20i/article-12428
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର