କ୍ରିକେଟ ପରେ ରାଜନୀତି ମଇଦାନକୁ ଓହ୍ଲାଇବେ କି ଦାଦା ? ଟୁଇଟ୍ କରି ଦେଲେ ସଙ୍କେତ

The Sakala Picture
Published On

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ । ବିସିସିଆଇ ସଭାପତି ଦପରୁ ଇସ୍ତଫା ଦେଇ ସୌରଭ ଗାଙ୍ଗୁଲି ରାଜନୀତି କ୍ୟାରିୟର ଆରମ୍ଭ କରିବାକୁ ଯାଉଥିବା ନେଇ ଜାତୀୟ ସ୍ତରର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆଉ ଏସବୁ ଭିତରେ ଦାଦାଙ୍କ ଏକ ରହସ୍ୟମୟ ଟୁଇଟ୍ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଗାଙ୍ଗୁଲି ଟୁଇଟ୍ କରି ଏକ ଭାବୁକ ପୋଷ୍ଟ […]

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବେ । ବିସିସିଆଇ ସଭାପତି ଦପରୁ ଇସ୍ତଫା ଦେଇ ସୌରଭ ଗାଙ୍ଗୁଲି ରାଜନୀତି କ୍ୟାରିୟର ଆରମ୍ଭ କରିବାକୁ ଯାଉଥିବା ନେଇ ଜାତୀୟ ସ୍ତରର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆଉ ଏସବୁ ଭିତରେ ଦାଦାଙ୍କ ଏକ ରହସ୍ୟମୟ ଟୁଇଟ୍ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଗାଙ୍ଗୁଲି ଟୁଇଟ୍ କରି ଏକ ଭାବୁକ ପୋଷ୍ଟ କରିଛନ୍ତି। ସେ ଏ ପର୍ଯ୍ୟନ୍ତ ଜାରି ଯାତ୍ରା ପାଇଁ ନିଜ ପ୍ରଶଂସକ ଏବଂ ସାଥୀ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ସୌରଭ ଲେଖିଛନ୍ତି ମୁଁ ଆଜି କିଛି ଆରମ୍ଭ କରିବା ପାଇଁ ଯୋଜନା ରଖିଛି । ମୋତେ ଏହା ଲାଗୁଛି ଏହା ଅନେକ ଲୋକଙ୍କୁ ସାହାର୍ଯ୍ୟ କରିପାରିବ । ମୋତେ ଆଶା ରହିଛି ମୋର ଏହି ଜୀବନରେ ପ୍ରବେଶରେ ଆପଣ ମୋତେ ସମର୍ଥନ ଜାରିରଖିବେ । ଦାଦାଙ୍କ ଏହି ଟ୍ବିଟ ପରେ ସେ ବିସିସିଆଇ ସଭାପତି ପଦଛାଡି ରାଜନୀତିରେ ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଛି। ଏହାରି ମଧ୍ୟ କେତେକ ଜାତୀୟ ଗଣମାଧ୍ୟମ ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇ ସାରିଥିବା ନେଇ ଖବର ପ୍ରସାରଣ କରୁଛନ୍ତି। ହେଲେ ବିସିସିଆଇ ସଂପାଦକ ଜୟ ଶାହ ସମାଚାର ଏଜେନ୍ସ ଏଏନଆଇକୁ ସ୍ପଷ୍ଟ କରିଛନ୍ତି ଯେ, ଗାଙ୍ଗୁଲି ନିଜ ପଦରୁ ଇସ୍ତଫା ଦେଇ ନାହାନ୍ତି। ତେବେ ଗାଙ୍ଗୁଲିଙ୍କ ଟୁଇଟ୍ ପରେ ତାଙ୍କ ଇସ୍ତଫା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଏ ସଂପର୍କରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ


ଅନ୍ୟପଟେ ଦାଦା ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। କାରଣ କିଛି ଦିନ ତଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କୋଲକାତା ଗସ୍ତରେ ଥିବା ବେଳେ ଦାଦାଙ୍କ ଘରେ ରାତ୍ରୀଭୋଜନ କରିବା ସହ ବହୁ ସୟମ ଆଲୋଚନା କରିଥିଲେ। ସେବେଠାରୁ ସେ ରାଜନୀତିରେ ପାଦ ଥାପିବେ ବୋଲି ଚର୍ଚ୍ଚା ଲାଗି ରହିଛି। କିନ୍ତୁ ଗାଙ୍ଗୁଲି ଏଯାଏ ରାଜନୀତିରେ ପାଦ ଦେଉ ନଥିବା କହି ଆସିଛନ୍ତି। ହେଲେ ଆଜି ତାଙ୍କ ଟ୍ୱିଟ ନୂଆ ସମୀକରଣ ସୃଷ୍ଟି କରିଛି।

କିଛି ସମୟ ଆଗକରୁ ଦାଦା ଟ୍ୱିଟ କରି କହିଛନ୍ତି, “୧୯୯୨ରେ ମୁଁ ଆରମ୍ଭ କରିଥିବା କ୍ରିକେଟ କ୍ୟାରିୟରକୁ ୨୦୨୨ରେ ୩୦ ବର୍ଷ ପୂରିଛି। ଆରମ୍ଭରୁ କ୍ରିକେଟ ମୋତେ ବହୁତ କିଛି ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ରିକେଟ ଯୋଗୁ ଆପଣମାନଙ୍କ ସମର୍ଥନ ମିଳିଛି। ଏହି ଯାତ୍ରାରେ ସାମିଲ ଥିବା ପ୍ରତିଟି ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆଜି ମୁଁ ଯେଉଁଠି ବି ପହଞ୍ଚିଛି, ସବୁ କିଛି ଆପଣମାନଙ୍କ ସମର୍ଥନ ଓ ସହଯୋଗ ପାଇଁ ସମ୍ଭବ ହୋଇ ପାରିଛି। ଆଜି ମୁଁ କିଛି ଅଲଗା ଯୋଜନା ଆରମ୍ଭ କରିବାକୁ ଯାଉଛି, ଯେଉଁଠି ବହୁତ ଲୋକଙ୍କ ସମର୍ଥନ ଜରୁରୀ। ମୁଁ ମୋ ଜୀବନର ନୂଆ ଅଧ୍ୟାୟରେ ପ୍ରବେଶ କରିବା ପରେ ଆପଣମାନଙ୍କ ସମର୍ଥନ ଜାରି ରହିବ ବୋଲି ମୋର ଆଶା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର