ଆଇପିଏଲ୍ ମହାମୁକାବିଲା: ଟସ୍ ଜିତି ରାଜସ୍ଥାନର ବ୍ଯାଟିଂ ନିଷ୍ପତ୍ତି

The Sakala Picture
Published On

ଅହମ୍ମଦାବାଦ୍‍: ଆଜି ଆଇପିଏଲ୍ ମହାମୁକାବିଲା। ଫାଇନାଲ ମ୍ଯାଚରେ ନବାଗତ ଗୁଜରାଟ ଟାଇଟନ୍ସ  ଓ ରାଜସ୍ଥାନ ରୟାଲ୍ସ  ମୁହାଁମୁହିଁ ହୋଇଛନ୍ତି। ରାଜସ୍ଥାନ ଟସ ଜିତି ପ୍ରଥମେ ବ୍ଯାଟିଂ ନିଷ୍ପତ୍ତି ନେଇଛି। ଫଳରେ ଗୁଜରାଟ ଟାଇଟନ୍ସ  ପ୍ରଥମେ ବୋଲିଂ କରିବ। ଲିଗ୍‍ ପର୍ଯ୍ୟାୟରେ ଏହି ଦୁଇ ଦଳ ପଏଣ୍ଟ ଟେବଲ୍‍ର ପ୍ରଥମ ୨ଟି ସ୍ଥାନରେ ରହିଥିଲେ। ପଦାର୍ପଣ ଆଇପିଏଲ୍‍ ଖେଳୁଥିବା ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଲିଗ୍‍ ପର୍ଯ୍ୟାୟରେ ୧୪ ମ୍ୟାଚ୍‍ରୁ ୧୦ ବିଜୟ ଓ ୪ ପରାଜୟ ସହ […]

ଅହମ୍ମଦାବାଦ୍‍: ଆଜି ଆଇପିଏଲ୍ ମହାମୁକାବିଲା। ଫାଇନାଲ ମ୍ଯାଚରେ ନବାଗତ ଗୁଜରାଟ ଟାଇଟନ୍ସ  ଓ ରାଜସ୍ଥାନ ରୟାଲ୍ସ  ମୁହାଁମୁହିଁ ହୋଇଛନ୍ତି। ରାଜସ୍ଥାନ ଟସ ଜିତି ପ୍ରଥମେ ବ୍ଯାଟିଂ ନିଷ୍ପତ୍ତି ନେଇଛି। ଫଳରେ ଗୁଜରାଟ ଟାଇଟନ୍ସ  ପ୍ରଥମେ ବୋଲିଂ କରିବ।

ଆହୁରି ପଢ଼ନ୍ତୁ: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଅଧିନାୟକ ଶ୍ରେୟସ ଆୟରଙ୍କ ବଡ଼ ବୟାନ, ଦଳକୁ ଦେଲେ 'ନିର୍ଭୀକ' ମନ୍ତ୍ର

ଲିଗ୍‍ ପର୍ଯ୍ୟାୟରେ ଏହି ଦୁଇ ଦଳ ପଏଣ୍ଟ ଟେବଲ୍‍ର ପ୍ରଥମ ୨ଟି ସ୍ଥାନରେ ରହିଥିଲେ। ପଦାର୍ପଣ ଆଇପିଏଲ୍‍ ଖେଳୁଥିବା ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଲିଗ୍‍ ପର୍ଯ୍ୟାୟରେ ୧୪ ମ୍ୟାଚ୍‍ରୁ ୧୦ ବିଜୟ ଓ ୪ ପରାଜୟ ସହ ୨୦ ପଏଣ୍ଟ ପାଇ ଟେବଲ୍‍ ଟପ୍ପର ରହିଥିଲା। ସେହିଭଳି ସଞ୍ଜୁ ସାମସନ୍‍ଙ୍କ ରାଜସ୍ଥାନ ସମାନ ସଂଖ୍ୟକ ମ୍ୟାଚ୍‍ ଖେଳି ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ଲିଗ୍‍ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହାପରେ ପ୍ଲେ-ଅଫ୍‍ ପର୍ଯ୍ୟାୟର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଗୁଜରାଟ ୭ ୱିକେଟ୍‍ରେ ରାଜସ୍ଥାନକୁ ମାତ୍‍ ଦେଇ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା। ଅପରପକ୍ଷରେ ରାଜସ୍ଥାନ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟରରେ ଫାଫ୍‍ ଡୁ ପ୍ଲେସିସ୍‍ଙ୍କ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ୭ ୱିକେଟ୍‍ରେ ପରାସ୍ତ କରି ରାଜସ୍ଥାନ ୨୦୦୮ ପରେ ପ୍ରଥମଥର ଲାଗି ଟାଇଟଲ୍‍ ଲଢ଼େଇକୁ ଅବତୀର୍ଣ୍ଣ ହୋଇଛି।

ଆହୁରି ପଢ଼ନ୍ତୁ: ସେପ୍ଟେମ୍ବରରେ ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍‌: ଦିଲ୍ଲୀରେ ଖେଳାଯିବ ମ୍ୟାଚ୍‌, ଆୟୋଜକ ସାଜିବ ଆଫଗାନିସ୍ତାନ

ଗୁଜରାଟ ଟାଇଟନ୍ସ: ରିଦ୍ଧିମାନ ସାହ, ଶୁଭମନ ଗିଲ୍, ମାଥ୍ୟୁ ୱେଡ୍, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ୍ ମିଲର, ରାହୁଲ ତିୱାତିଆ, ରସିଦ ଖାନ୍, ରବି ସାଇକିଶୋର, ଆଲେଜେରି ଯୋଶେଫ୍, ୟଶ୍ ଦୟାଲ, ମହମ୍ମଦ ସାମି।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସ ପାଇଁ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୁମରା-ଶ୍ରେୟସଙ୍କ ସମେତ ୮ ଷ୍ଟାର୍ ଖେଳାଳି

ରାଜସ୍ଥାନ ରୟାଲ୍ସ: ଜସସ୍ବୀ ଜୟସ୍ବାଲ, ଜୋସ୍ ବଟଲର, ସଞ୍ଜୁ ସାମସନ୍ (ଅଧିନାୟକ), ଦେବଦତ୍ତ ପଡ଼ିକଲ୍, ସିମରନ୍ ‌ହେଟମେୟର, ରିୟାନ ପରାଗ, ରବିଚନ୍ଦ୍ରନ୍ ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ, ପ୍ରସିଦ୍ଧ କୃଷ୍ଣା, ଓବେଦ ମ୍ୟାକୟ।

29 May 2022 By The Sakala

ଆଇପିଏଲ୍ ମହାମୁକାବିଲା: ଟସ୍ ଜିତି ରାଜସ୍ଥାନର ବ୍ଯାଟିଂ ନିଷ୍ପତ୍ତି

ଅହମ୍ମଦାବାଦ୍‍: ଆଜି ଆଇପିଏଲ୍ ମହାମୁକାବିଲା। ଫାଇନାଲ ମ୍ଯାଚରେ ନବାଗତ ଗୁଜରାଟ ଟାଇଟନ୍ସ  ଓ ରାଜସ୍ଥାନ ରୟାଲ୍ସ  ମୁହାଁମୁହିଁ ହୋଇଛନ୍ତି। ରାଜସ୍ଥାନ ଟସ ଜିତି ପ୍ରଥମେ ବ୍ଯାଟିଂ ନିଷ୍ପତ୍ତି ନେଇଛି। ଫଳରେ ଗୁଜରାଟ ଟାଇଟନ୍ସ  ପ୍ରଥମେ ବୋଲିଂ କରିବ।

ଲିଗ୍‍ ପର୍ଯ୍ୟାୟରେ ଏହି ଦୁଇ ଦଳ ପଏଣ୍ଟ ଟେବଲ୍‍ର ପ୍ରଥମ ୨ଟି ସ୍ଥାନରେ ରହିଥିଲେ। ପଦାର୍ପଣ ଆଇପିଏଲ୍‍ ଖେଳୁଥିବା ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଲିଗ୍‍ ପର୍ଯ୍ୟାୟରେ ୧୪ ମ୍ୟାଚ୍‍ରୁ ୧୦ ବିଜୟ ଓ ୪ ପରାଜୟ ସହ ୨୦ ପଏଣ୍ଟ ପାଇ ଟେବଲ୍‍ ଟପ୍ପର ରହିଥିଲା। ସେହିଭଳି ସଞ୍ଜୁ ସାମସନ୍‍ଙ୍କ ରାଜସ୍ଥାନ ସମାନ ସଂଖ୍ୟକ ମ୍ୟାଚ୍‍ ଖେଳି ୯ ବିଜୟ ଓ ୫ ପରାଜୟ ସହ ୧୮ ପଏଣ୍ଟ ପାଇ ଲିଗ୍‍ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହାପରେ ପ୍ଲେ-ଅଫ୍‍ ପର୍ଯ୍ୟାୟର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଗୁଜରାଟ ୭ ୱିକେଟ୍‍ରେ ରାଜସ୍ଥାନକୁ ମାତ୍‍ ଦେଇ ସିଧାସଳଖ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲା। ଅପରପକ୍ଷରେ ରାଜସ୍ଥାନ ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ କ୍ୱାଲିଫାୟରରେ ଫାଫ୍‍ ଡୁ ପ୍ଲେସିସ୍‍ଙ୍କ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ୭ ୱିକେଟ୍‍ରେ ପରାସ୍ତ କରି ରାଜସ୍ଥାନ ୨୦୦୮ ପରେ ପ୍ରଥମଥର ଲାଗି ଟାଇଟଲ୍‍ ଲଢ଼େଇକୁ ଅବତୀର୍ଣ୍ଣ ହୋଇଛି।

ଗୁଜରାଟ ଟାଇଟନ୍ସ: ରିଦ୍ଧିମାନ ସାହ, ଶୁଭମନ ଗିଲ୍, ମାଥ୍ୟୁ ୱେଡ୍, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ୍ ମିଲର, ରାହୁଲ ତିୱାତିଆ, ରସିଦ ଖାନ୍, ରବି ସାଇକିଶୋର, ଆଲେଜେରି ଯୋଶେଫ୍, ୟଶ୍ ଦୟାଲ, ମହମ୍ମଦ ସାମି।

ରାଜସ୍ଥାନ ରୟାଲ୍ସ: ଜସସ୍ବୀ ଜୟସ୍ବାଲ, ଜୋସ୍ ବଟଲର, ସଞ୍ଜୁ ସାମସନ୍ (ଅଧିନାୟକ), ଦେବଦତ୍ତ ପଡ଼ିକଲ୍, ସିମରନ୍ ‌ହେଟମେୟର, ରିୟାନ ପରାଗ, ରବିଚନ୍ଦ୍ରନ୍ ଅଶ୍ବିନ, ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ, ପ୍ରସିଦ୍ଧ କୃଷ୍ଣା, ଓବେଦ ମ୍ୟାକୟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର