ରାଜସ୍ଥାନକୁ ହରାଇ ଆଇପିଏଲ ଫାଇନାଲକୁ ଏଣ୍ଟ୍ରି ମାରିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟାନ୍ସ

The Sakala Picture
Published On

କୋଲକାତା :ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି ନବାଗତ ଗୁଜରାଟ ଟାଇଟାନ୍ସ। କୋଲକାତା ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା  ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୭ ଓ୍ଵିକେଟ୍‌ରେ ହରାଇଛି ଗୁଜରାଟ ଟାଇଟନ୍ସ। ଡେଭିଡ୍ ମିଲରଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ(୬୮) ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ଵ ଇନିଂସ(୪୦) ଦମରେ ଗୁଜରାଟ ୧୯.୩ ଓଭରରେ ୩ ଓ୍ଵିକେଟ୍ ହରାଇ ଏହି ବିଜୟ ହାସଲ କରିଛି। ଆଜିର ମ୍ୟାଚ୍‌ରେ ଗୁଜରାଟ […]

କୋଲକାତା :ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି ନବାଗତ ଗୁଜରାଟ ଟାଇଟାନ୍ସ। କୋଲକାତା ଇଡେନ ଗାର୍ଡେନ୍ସରେ ଖେଳାଯାଉଥିବା  ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୭ ଓ୍ଵିକେଟ୍‌ରେ ହରାଇଛି ଗୁଜରାଟ ଟାଇଟନ୍ସ। ଡେଭିଡ୍ ମିଲରଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ(୬୮) ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ଵ ଇନିଂସ(୪୦) ଦମରେ ଗୁଜରାଟ ୧୯.୩ ଓଭରରେ ୩ ଓ୍ଵିକେଟ୍ ହରାଇ ଏହି ବିଜୟ ହାସଲ କରିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଆଜିର ମ୍ୟାଚ୍‌ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଯାହା ଫଳରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିଥିଲା। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରର ଖେଳ ଖେଳି ୪ ୱିକେଟ ବିନିମୟରେ ୧୮୮ ରନ୍‌ ସଂଗ୍ରହ କରିଥିଲା।ରାଜସ୍ଥାନ ରୟାଲ୍ସ ପକ୍ଷରୁ ଦମଦାର ବ୍ୟାଟିଂ କରିଥିଲେ  ନିର୍ଭରଯୋଗ୍ୟ ବ୍ୟାଟର ଜସ ବଟଲର। ସେ ମାତ୍ର ୫୬ ବଲ ଖେଳି ୮୯ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୨ଟି ଛକା ଓ ୧୨ଟି ଚୌକା ମାରିଥିଲେ । ଅଧିନାୟକ ସଞ୍ଜୁ ସାମସନ ୪୭ ରନ କରିଥିଲେ । ସେହିପରି ଦେବୀଦତ୍ତ ପଡ଼ିକଲ୍ଲ ୨୮ ରନ କରିଥିଲେ । ତେବେ ସିମରନ ହେଟମେୟର ଓ ରିୟାନ ପରାଗ ମାତ୍ର ୪ ରନ ଲେଖାଏଁ କରିଥିଲେ । ଗୁଜୁରାଟ ପକ୍ଷରୁ ମହମ୍ମଦ ସମି, ସାଇ କିଶୋର, ହାର୍ଦିକ ପାଣ୍ଡ୍ୟା ଓ ୟଶ ଦୟାଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଏହାପରେ ଦ୍ବିତୀୟ ଇନିଂସରେ ୧୮୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିଲା ଆଇପିଏଲ ୨୦୨୨ର ନବାଗତ ଟିମ୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟାନ୍ସ। ବ୍ୟାଟିଂ କରିବାକୁ ଆସିବା ପରେ ପ୍ରଥମ ଓଭର ଦିତ୍ବୀୟ ବଲରେ ବିନା କୌଣସି ରନ୍‌ରେ ପ୍ରଥମ ୱିକେଟ ହରାଇଥିଲା। ରିଦ୍ଧିମାନ ଶାହା ବୋଲ୍ଟଙ୍କ ଶିକାର ହୋଇଥିଲେ । ଏହାପରେ କିନ୍ତୁ ଭଲ ବ୍ୟାଟିଂ କରିଥିଲା ଗୁଜରାଟ୍‌। ଶୁଭମାନ ଗିଲ୍ ଏବଂ ମାଥ୍ୟୁ ଓ୍ଵେଦ ପ୍ରତ୍ୟେକ ୩୫ ରନ ଲେଖାଏଁ କରିଥିଲେ । ଏଥିସହ  ଗୁଜରାଟ ଡେଭିଡ୍ ମିଲରଙ୍କ ଅପରାଜିତ ୬୮ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୪୦ ରନ ବଳରେ ୧୯.୩ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

ନିଜର ପଦାର୍ପଣ ସିଜିନରେ ଗୁଜରାଟ ଫାଇନାଲ୍‌ରେ ପହଞ୍ଚି ଥିବା ବେଳେ ରାଜସ୍ଥାନ ନିକଟରେ ଆଉ ଏକ ସୁଯୋଗ ରହିଛି। ଏଲିମିନେଟରର ବିଜେତା ଦଳ ସହ ଦ୍ଵିତୀୟ କ୍ଵାଲିଫାୟରରେ ଭେଟିବ ରାଜସ୍ଥାନ ରୟାଲ୍ସ। ଉକ୍ତ ମ୍ୟାଚର ବିଜେତା ଦଳ ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଭେଟିବ।ଆସନ୍ତା କାଲି ଅର୍ଥାତ ବୁଧବାରଦିନ ଏଲିମିନେଟର ମ୍ୟାଚରେ ବାଙ୍ଗାଲୋରକୁ ଭେଟିବ ଲକ୍ଷ୍ନୌ । ଏହି ମ୍ୟାଚ ମଧ୍ୟ କୋଲକାତାରେ ଖେଳାଯିବ । ଆସନ୍ତା ୨୭ ତାରିଖ ଦିନ ୨ୟ କ୍ବାଲିଫାୟର ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଆସନ୍ତା ୨୯ ତାରିଖରେ ଫାଇନାଲ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର