ଆଇପିଏଲ ୨୦୨୨: ମୁମ୍ବାଇ ଇଣ୍ଡିଆନ୍ସକୁ ୧୬୬ରନର ଟାର୍ଗେଟ ଦେଲା କୋଲକାତା ନାଇଟ୍‌ ରାଇଡର୍ସ

The Sakala Picture
Published On

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ୫୬ତମ ଲିଗ୍‌ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ  ମୁହାଁମୁହିଁ ହୋଇଛନ୍ତି। ଆଜିର ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ କୋଲକାତା ନାଇଟ୍‌ ରାଇଡର୍ସ ବ୍ଯାଟିଂ କରି ୧୬୫ ରନ କରିଛି। ଏହ ମ୍ଯାଚକୁ ଜିତିବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସ  ୧୬୬ରନର ଆବଶ୍ଯକତା ରହିଛି। କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଭେଙ୍କଟେଶ ଆୟର ୨୪ ବଲରେ ୪୩ ରନ କରି ଆଉଟ […]

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ୫୬ତମ ଲିଗ୍‌ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ  ମୁହାଁମୁହିଁ ହୋଇଛନ୍ତି। ଆଜିର ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମେ କୋଲକାତା ନାଇଟ୍‌ ରାଇଡର୍ସ ବ୍ଯାଟିଂ କରି ୧୬୫ ରନ କରିଛି। ଏହ ମ୍ଯାଚକୁ ଜିତିବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସ  ୧୬୬ରନର ଆବଶ୍ଯକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଭେଙ୍କଟେଶ ଆୟର ୨୪ ବଲରେ ୪୩ ରନ କରି ଆଉଟ ହୋଇଥିବା ବେଳେ ଆଜିଙ୍କ୍ୟ ରାହାଣେ ୨୪ ବଲରେ ୨୫ ରନ କରି ଆଉଟ ହୋଇଥିଲେ।  ଅଧିନାୟକ ଶ୍ରେୟସ ଆୟର ମଧ୍ଯ ନିରାଶ କରିଥିଲେ। ଶ୍ରେୟସ ଆୟର ୮ ବଲରେ ମାତ୍ର ୬ରନ କରି ଆଉଟ ହୋଇଥିଲେ। ନୀତୀଶ ରାଣା ୨୬ ବଲରେ ୪୩ ରନ କରି ଆଉଟ ହୋଇଥିଲେ। ଆନ୍ଦ୍ରେ ରସେଲ ୫ ବଲରେ ୯ ରନ କରି ଆଉଟ ହୋଇଥିବା ବେଳେ ଶେଲଡନ ଜ୍ୟାକସନ ୭ ବଲରେ ୫ରନ କରି ଆଉଟ ହୋଇଥିଲେ। ପ୍ୟାଟ କମିନ୍ସ ଓ ସୁନୀଲ ନାରିନ ଖାତା ଖୋଲି ପାରି ନ ଥିଲେ। ରିଙ୍କୁ ସିଂହ ୧୯ ବଲରେ ୨୩ ରନ କରି ରନଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୫ଟି ୱିକେଟ ନେଇଥିଲେ। କୁମାର କାର୍ତ୍ତିକେୟ ୨ଟି ୱିକେଟ ନେଇଥିବା ବେଳେ ମୁରୁଗାନ ଅଶ୍ୱିନ ଓ ଡାନିଏଲ ସାମ୍ସ, ଗୋଟିଏ ଲୋଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp