ଆଇପିଏଲ୍‌ର ରୋମାଞ୍ଚକ ଫିନିଶ, ଶେଷ ଓଭରରେ ସଫଳ ରନ୍‍ ଚେଜ୍‍ କରି ବିଜୟୀ ହୋଇଛି ଟିମ୍‌

The Sakala Picture
Published On

ନୂଆଦିଲ୍ଲୀ : ବର୍ଷ ବର୍ଷ ଧରି କ୍ରିକେଟ୍‍ର ଛୋଟିଆ ଫର୍ମାଟ୍‍ ଟି-୨୦ ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଛି। ରୋମାଞ୍ଚକ ଫିନିଶ ଓ ତୀବ୍ର ସଂଘର୍ଷପୂର୍ଣ୍ଣ ମୁହୂର୍ତ୍ତ ଲାଗି ଏହା ଅନ୍ୟ ଫର୍ମାଟ୍‍ ତୁଳନାରେ ଅଧିକ ଆକର୍ଷିତ ଓ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚି ପାରିଛି। ଏହି ଫର୍ମାଟ୍‍ରେ ଅନେକ ମ୍ୟାଚର ଫଳାଫଳା ଇନିଂସର ଅନ୍ତିମ ତଥା ୨୦ତମ ଓଭରର ଶେଷ ବଲ୍‌ରେ  ବାହାରିବାର ନଜିର ରହିଛି। ଆଇପିଏଲ୍‍ର ଚଳିତ ସଂସ୍କରଣରେ ମଧ୍ୟ ଏହିଭଳି କେତୋଟି ମ୍ୟାଚ୍‍ ଦେଖିବାକୁ […]

ନୂଆଦିଲ୍ଲୀ : ବର୍ଷ ବର୍ଷ ଧରି କ୍ରିକେଟ୍‍ର ଛୋଟିଆ ଫର୍ମାଟ୍‍ ଟି-୨୦ ଅଧିକ ଦର୍ଶକଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇଛି। ରୋମାଞ୍ଚକ ଫିନିଶ ଓ ତୀବ୍ର ସଂଘର୍ଷପୂର୍ଣ୍ଣ ମୁହୂର୍ତ୍ତ ଲାଗି ଏହା ଅନ୍ୟ ଫର୍ମାଟ୍‍ ତୁଳନାରେ ଅଧିକ ଆକର୍ଷିତ ଓ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚି ପାରିଛି। ଏହି ଫର୍ମାଟ୍‍ରେ ଅନେକ ମ୍ୟାଚର ଫଳାଫଳା ଇନିଂସର ଅନ୍ତିମ ତଥା ୨୦ତମ ଓଭରର ଶେଷ ବଲ୍‌ରେ  ବାହାରିବାର ନଜିର ରହିଛି। ଆଇପିଏଲ୍‍ର ଚଳିତ ସଂସ୍କରଣରେ ମଧ୍ୟ ଏହିଭଳି କେତୋଟି ମ୍ୟାଚ୍‍ ଦେଖିବାକୁ ମିଳିଛି ଯେଉଁଥିରେ ପଶ୍ଚାତଧାବନ କରୁଥିବା ଦଳ ଶେଷ ବଲରେ ବିଜୟୀ ହୋଇଛି। ଆଇପିଏଲ୍‌ର ଶେଷ ଓଭରରେ ୨୦ରୁ ଊର୍ଦ୍ଧ୍ବ ରନ୍‍କୁ ସଫଳତାର ସହ ଚେଜ୍‍ କରିଥିବା ମ୍ୟାଚ୍‍ ଉପରେ ନଜର ପକାଇବା।

ଆହୁରି ପଢ଼ନ୍ତୁ: ସଞ୍ଜୁ ସାମସନଙ୍କ ପାଇଁ ବିରାଟ କୋହଲିଙ୍କ ସ୍ୱତନ୍ତ୍ର ପୋଷ୍ଟ, କହିଲେ 'ରିଅଲି ହ୍ୟାପି ଫର ୟୁ ଚେଟ୍ଟା'

୨୧ ରନ ବାଙ୍ଗାଲୋର ବନାମ ପୁଣେ (୨୦୧୨)

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ଆଇପିଏଲ୍‍ର ୨୦୧୨ ସଂସ୍କରଣରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ପୁଣେ ୱାରିଅର୍ସ ଇଣ୍ଡିଆ ଓ ରୟାଲ୍‍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‍ ରୋମାଞ୍ଚକ ଭାବେ ଶେଷ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ପୁଣେ ରବିନ ଉଥ୍‍ପ୍ପାଙ୍କ ୬୯ ଓ ଜେସି ରାଇଡର୍‍ଙ୍କ ୩୪ ରନ ବଳରେ ୨୦ ଓଭରରେ ୧୮୨ ରନ ସଂଗ୍ରହ କରିଥିଲା। ଜବାବରେ ଏହି ଚ୍ୟାଲେଞ୍ଜପୂର୍ଣ୍ଣ ଲକ୍ଷ୍ୟକୁ ପଶ୍ଚାତଧାବନ କରି ବାଙ୍ଗାଲୋର ପ୍ରାରମ୍ଭରୁ ତିଳକରତ୍ନେ ଦିଲସାନ ଓ ମୟଙ୍କ ଅଗ୍ରୱାଲଙ୍କ ୱିକେଟ୍‍ ହରାଇଥିଲା। ଏହାପରେ କ୍ରିସ୍‍ ଗେଲ୍‍ଙ୍କ ସହ ମଧ୍ୟକ୍ରମରେ ବିରାଟ କୋହଲି ଓ ସୌରଭ ତିୱାରୀଙ୍କ ଉପଯୋଗୀ ଇନିଂସ ଯୋଗୁ ମ୍ୟାଚ୍‍ ରୋମାଞ୍ଚକ ସ୍ଥିତିରେ ପହଞ୍ଚିଥିଲା। ଏପରିକି ଅନ୍ତିମ ଓଭରରେ ବିଜୟ ଲାଗି ବାଙ୍ଗାଲୋରକୁ ୨୧ ରନ ଆବଶ୍ୟକ ହେଉଥିଲା। ବୋଲିଂ କରିବାକୁ ଆସିଥିବା ଆଶିଷ ନେହରାଙ୍କ ପ୍ରଥମ ବଲକୁ ତିୱାରୀ ସିଙ୍ଗଲ୍ସ ନେଇଥିଲେ। ଏହାପରେ ଏବି ଡି ଭିଲର୍ସ ପରବର୍ତ୍ତୀ ୪ଟି ବଲରୁ ଯଥାକ୍ରମେ ୪, ୬, ୬ ଓ ୧ ରନ ସଂଗ୍ରହ କରିଥିଲେ। ଫଳରେ ଅନ୍ତିମ ବଲରେ ୩ ରନ ଆବଶ୍ୟକ ହେଉଥିବାବେଳେ ତିୱାରୀ ଛକା ମାରି ଦଳକୁ ରୋମାଞ୍ଚକ ବିଜୟ ଭେଟି ଦେଇଥିଲେ। ତିୱାରୀ ୩୬ ଓ ଡି ଭିଲର୍ସ ୩୩ (୧୪ ବଲ୍‍) ରନ କରି ଅପରାଜିତ ରହିଥିଲେ। ସେହିଭଳି ଗେଲ୍‍ ୪୮ ବଲରୁ ୮୧ ରନର ମାରାଥନ ଇନିଂସ ଖେଳିଥିଲେ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

୨୧ ରନ ମୁମ୍ବାଇ ବନାମ କୋଲକାତା (୨୦୧୧)

ଆଇପିଏଲ୍‍ ଇତିହାସର ଅନ୍ୟତମ ରୋମାଞ୍ଚକ ମ୍ୟାଚ୍‍ ୨୦୧୧ରେ କୋଲକାତା ନାଇଟ୍‍ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ୭୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଘରୋଇ କୋଲକାତା ଜ୍ୟାକ୍‍ କାଲିସ (୫୯ ରନ), ୟୁସୁଫ ପଠାନ (୩୬ ରନ) ଓ ମନୋଜ ତିୱାରୀ (୩୫ ରନ)ଙ୍କ ଉପଯୋଗୀ ଇନିଂସ ବଳରେ ୭ ୱିକେଟ୍‍ରେ ୧୭୫ ରନ କରିଥିଲା। ଜବାବରେ ମୁମ୍ବାଇ ୧୯ ଓଭରରେ ୫ ୱିକେଟ୍‍ ହରାଇ ୧୫୫ ରନ କରିଥିଲା। ଅନ୍ତିମ ଓଭରରେ ଜିତିବା ଲାଗି ମୁମ୍ବାଇକୁ ୨୧ ରନ ଆବଶ୍ୟକ ହେଉଥିଲା। ଲକ୍ଷ୍ମୀପତି ବାଲାଜୀଙ୍କ ଓଭରର ପ୍ରଥମ ୪ଟି ବଲରୁ ୪ଟି ଚୌକା ମାରି ଜେମ୍ସ ଫ୍ରାଙ୍କଲିନ ୧୬ ରନ ସଂଗ୍ରହ କରିଥିଲେ। ଏହାପରେ ୫ମ ବଲ୍‍କୁ ଫ୍ରାଙ୍କଲିନ ସିଙ୍ଗଲ୍‍ ନେଇଥିଲେ। ଫଳରେ ଅନ୍ତିମ ବଲରେ ବିଜୟ ଲାଗି ୫ ରନ ଆବଶ୍ୟକ ହେଉଥିଲା। ଇନିଂସର ଏହି ଅନ୍ତିମ ବଲକୁ ଛକା ମାରି ଅମ୍ବାତି ରାୟୁଡୁ ମୁମ୍ବାଇକୁ ଚମତ୍କାର ବିଜୟ ଭେଟି ଦେଇଥିଲେ। ଫ୍ରାଙ୍କଲିନ ୨୩ ବଲରୁ ୪୫ ଓ ରାୟୁଡୁ ୬ ବଲରେ ୧୭ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

୨୧ ରନ ଡେକାନ ଚାର୍ଜସ ବନାମ କୋଲକାତା (୨୦୦୯)

ଆଇପିଏଲ୍‍ରେ ଅନ୍ତିମ ଓଭରରେ ୨୦ ରନର ଊର୍ଦ୍ଧ୍ବ ଲକ୍ଷ୍ୟକୁ ଶେଷ ବଲ୍‍ରେ ହାସଲ କରି ଜିତିବାର ଆଉ ଏକ ମ୍ୟାଚ୍‍ ୨୦୦୯ରେ ଦେଖିବାକୁ ମିଳିଥିଲା। ଆଦାମ ଗିଲ୍‍ଖ୍ରୀଷ୍ଟଙ୍କ ନେତୃତ୍ୱାଧୀନ ଡେକାନ ଚାର୍ଜସ ଓ କୋଲକାତା ନାଇଟ୍‍ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‍ ରୋମାଞ୍ଚକ ଭାବେ ଫିନିଶ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ବ୍ରାଡ୍‍ ହଜ୍‍ (୪୮ ରନ) ଓ ଡେଭିଡ୍‍ ହସି (୪୩)ଙ୍କ ଉପଯୋଗୀ ଇନିଂସ ବଳରେ ୫ ୱିକେଟ୍‍ରେ ୧୬୦ ରନ କରିଥିଲା। ଜବାବରେ ଡେକାନ ପାଇଁ ହର୍ଶେଲ ଗିବ୍ସ (୨୮ ରନ) ଓ ଗିଲ୍‍ଖ୍ରୀଷ୍ଟ (୪୩ ରନ) ଓପନିଂ ଯୋଡ଼ିରେ ୬୮ ରନ ଭାଗୀଦାରି କରି ଭଲ ପ୍ରାରମ୍ଭ ଦେଇଥିଲେ। ୧୯ ଓଭର ସୁଦ୍ଧା ଦଳ ୪ ୱିକେଟ୍‍ରେ ୧୪୦ ରନ କରିଥିଲା। ଫଳରେ ଶେଷ ୬ ବଲ୍‍ରେ ଦଳକୁ ବିଜୟ ଲାଗି ୨୧ ରନ ଆବଶ୍ୟକ ହେଉଥିଲା। ଯୁବ ତାରକା ରୋହିତ୍‍ ଶର୍ମା ଏହି ଓଭରରେ ୨୩ ରନ ତଥା ଶେଷ ବଲ୍‍ରେ ୬ ମାରି ଜିତାଇଥିଲେ। ମାର୍ଶାଫି ମୋର୍ତାଜାଙ୍କ ଏହି ଓଭରରେ ରୋହିତ୍‍ ୨ଟି ଲେଖାଏ ଛକା ଓ ଚୌକା ମାରିଥିଲେ।

୨୨ ରନ ଗୁଜରାଟ ବନାମ ହାଇଦ୍ରାବାଦ୍‍ (୨୦୨୨)

ଆଇପିଏଲ୍‍ର ଚଳିତ ୧୫ତମ ସଂସ୍କରଣର ୪୦ତମ ମ୍ୟାଚ୍‍ ବେଶ୍‍ ରୋମାଞ୍ଚକ ଭାବେ ଫିନିଶ ହୋଇଥିଲା। ହାଇଦ୍ରାବାଦ୍‍ ବିପକ୍ଷ ଏହି ମ୍ୟାଚରେ ଗୁଜରାଟ ଅନ୍ତିମ ଓଭରରେ ୨୨ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ହାଇସ୍କୋରିଂ ମ୍ୟାଚରେ ହାଇଦ୍ରାବାଦ୍‍ ଓପନର୍‍ ଅଭିଶେକ ଶର୍ମା (୬୫ ରନ) ଓ ଆଇଡେନ ମାର୍କରାମ (୫୬)ଙ୍କ ଅର୍ଦ୍ଧଶତକ ବଳରେ ୬ ୱିକେଟ୍‍ରେ ୧୯୫ ରନ କରିଥିଲା। ଜବାବରେ ରିଦ୍ଧିମାନ ଶାହ ୩୮ ବଲରୁ ୬୮ ରନର ଦ୍ରୁତ ଇନିଂସ ଖେଳି ଦଳ ପାଇଁ ଭଲ ଆରମ୍ଭ କରିଥିଲେ। ଏହାପରେ ମଧ୍ୟକ୍ରମରେ ରାହୁଲ ତେୱାତିଆ ୪୦ (୨୧ ବଲ) ଓ ରଶିଦ୍‍ ଖାନ ୩୧ (୧୧ ବଲ୍‍) ରନର ଅପରାଜିତ ବିସ୍ଫୋରକ ବ୍ୟାଟିଂ କରି ଗୁଜରାଟକୁ ୨୦ତମ ଓଭରର ଶେଷ ବଲ୍‍ରେ ଜିତାଇଥିଲେ। ଅନ୍ତିମ ଓଭରରେ ଜିତିବା ଲାଗି ଗୁଜରାଟକୁ ୨୨ ରନ ଆବଶ୍ୟକ ହେଉଥିଲା। ମାର୍କୋ ଜନସେନଙ୍କ ଏହି ଓଭରର ପ୍ରଥମ ବଲକୁ ତେୱାତିଆ ୬ ଓ ଦ୍ୱିତୀୟ ବଲ୍‍କୁ ୧ ରନ ନେଇ ରଶିଦ୍‍ଙ୍କୁ ଷ୍ଟ୍ରାଇକ ଦେଇଥିଲେ। ଆଫଗାନ ଅଲ୍‍ରାଉଣ୍ଡର ରଶିଦ୍‍ ପରବର୍ତ୍ତୀ ୪ଟି ବଲରୁ ଯଥାକ୍ରମେ ୬, ୦, ୬, ୬ ରନ ସଂଗ୍ରହ କରିଥିଲେ।

୨୩ ରନ ପୁଣେ ବନାମ ପଞ୍ଜାବ (୨୦୧୬)

ରାଇଜିଂ ପୁଣେ ସୁପର୍‍ ଜ୍ୟାଣ୍ଟସ୍‍ ୨୦୧୬ରେ ପ୍ରଥମଥର ଲାଗି ଆଇପିଏଲ୍‍ରେ ପଦାର୍ପଣ କରିଥିଲା। ‘କ୍ୟାପ୍‍ଟେନ କୁଲ୍‍’ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ପୁଣେ ଏହି ସଂସ୍କରଣରେ ଖେଳିଥିଲା। ଏହି ସଂସ୍କରଣର ୫୩ତମ ମ୍ୟାଚରେ କିଙ୍ଗ୍‍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚରେ ପୁଣେ ଦମ୍‍ଦାର ରନ ଚେଜ୍‍ କରି ବିଜୟୀ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୭ ୱିକେଟ୍‍ରେ ୧୭୨ ରନ କରିଥିଲା। ଅଧିନାୟକ ମୂରଲୀ ବିଜୟ ୫୯ ଓ ଗୁର୍‍କୀରଟ୍‍ ସିଂ ମନ୍ନ ୫୧ ରନ କରିଥିଲେ। ଜବାବରେ ଅଧିନାୟକ ଧୋନି (୩୨ ବଲ୍‍, ୬୪ ରନ)ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ପୁଣେ ଅନ୍ତିମ ବଲରେ ଲକ୍ଷ୍ୟ ହାସଲ କରିନେଇଥିଲା। ଅନ୍ତିମ ଓଭରରେ ବିଜୟ ଲାଗି ପୁଣେକୁ ୨୩ ରନ ଆବଶ୍ୟକ ହେଉଥିଲା। ଅକ୍ଷର ପଟେଲଙ୍କ ଏହି ଓଭରର ୬ଟି ଯାକ ବଲ୍‍ ଧୋନି ସାମ୍ନା କରି ଯଥାକ୍ରମେ ୦, ୱାଇଡ୍‍, ୬, ୦, ୪, ୬, ୬ ରନ ସଂଗ୍ରହ କରିଥିଲେ।

04 May 2022 By The Sakala

https://www.thesakala.in/sports/successful-run-chase-in-the-last-over-of-the-ipl/article-11280
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp