ଆଇପିଏଲ ୨୦୨୨: ଦିଲ୍ଲୀ କ୍ୟାପିଟାଲ୍ସକୁ ୧୪୭ ରନର ଟାର୍ଗେଟ ଦେଲା କୋଲକାତା ନାଇଟ ରାଇଡର୍ସ

The Sakala Picture
Published On

ମୁମ୍ବାଇ: ଚଳିତ ଆଇପିଏଲର ୪୧ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ। ଏହି ମ୍ୟାଚ୍‌ରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ କେକେଆର ପ୍ରଥମେ ବ୍ୟାଟିଂ କରି ୧୪୬ ରନ କରିଛି। ଏହି ମ୍ଯାଚକୁ ଜିତବାକୁ ହେଲେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୪୭ ରନର ଆବଶ୍ଯକତା ରହିଛି। କେକେଆର ପକ୍ଷରୁ ଆରୋନ ଫିଞ୍ଚ୍ ୩ ରନ୍ , ଭେଙ୍କଟେଶ ଆୟର ୬ରନ୍, ବାବା ଇନ୍ଦ୍ରଜିତ […]

ମୁମ୍ବାଇ: ଚଳିତ ଆଇପିଏଲର ୪୧ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ। ଏହି ମ୍ୟାଚ୍‌ରେ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ କେକେଆର ପ୍ରଥମେ ବ୍ୟାଟିଂ କରି ୧୪୬ ରନ କରିଛି। ଏହି ମ୍ଯାଚକୁ ଜିତବାକୁ ହେଲେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୪୭ ରନର ଆବଶ୍ଯକତା ରହିଛି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

କେକେଆର ପକ୍ଷରୁ ଆରୋନ ଫିଞ୍ଚ୍ ୩ ରନ୍ , ଭେଙ୍କଟେଶ ଆୟର ୬ରନ୍, ବାବା ଇନ୍ଦ୍ରଜିତ ୬ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ପାରିକୁ ଅଧିନାୟକ ଶ୍ରେୟସ ଆୟର ସମ୍ଭାଳିଥିଲେ। ହେଲେ ସେ ୩୭ ବଲରେ ୪୨ ରନ କରି ଆଉଟ ହୋଇଥିଲେ। ଆଜିର ମ୍ଯାଚରେ କୋଲକାତା ନାଇଟ ରାଇଡର୍ସ ଷ୍ଟାର ଖେଳାଳୀ ଫେଲ ମାରିଥିଲେ। ଆନ୍ଦ୍ରେ ରସେଲ ଓ ସୁନୀନ ନାରିନ ରନ କରିବାକୁ ସକ୍ଷମ ହୋଇ ନ ଥିଲେ। ପରେ ପାରିକୁ ନୀତିଶ ରାଣା ଓ ରିଙ୍କୁ ସିଂହ ସମ୍ଭାଳିଥିଲେ। ରିଙ୍କୁ ସିଂହ ୧୬ ବଲରେ ୨୩ ରନ କରି ଆଉଟ ହୋଇଥିଲେ। ପରେ ନୀତିଶ ରାଣା ୩୪ ବଲରେ ୫୪ ରନ କରି ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସର୍ବାଧିକ କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ ନେଇଥିଲେ। ମୁସ୍ତାଫିଜୁର ରହମାନ ୩ଟି ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ଓ ଚେତନ ସକାରିୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp