ଆଇପିଏଲ ୨୦୨୨: କୋଲକାତାକୁ ୨୧୮ ରନର ଟାର୍ଗେଟ ଦେଲା ରାଜସ୍ଥାନ

The Sakala Picture
Published On

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୨ର ୩୦ତମ ମୁକାବିଲାରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟାଚ୍‌ରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମେ ରାଜସ୍ଥାନ ରୟାଲ୍ସ  ବ୍ଯାଟିଂ କରି ୨୧୭ ରନ କରିଥବା ବେଳେ ଏହି ମ୍ଯାଚକୁ ଜିତିବାକୁ ହେଲେ କୋଲକାତା ନାଇଟ୍ ରାଇଡର୍ସକୁ ୨୧୮ ରନର ଆବଶ୍ଯକତା ରହିଛି। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଦେବଦତ୍ତ ପାଡିକଲ ୨୪ ରନ କରି ଆଉଟ […]

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୨ର ୩୦ତମ ମୁକାବିଲାରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟାଚ୍‌ରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ବୋଲିଂ ନିଷ୍ପତ୍ତି ନେଇଛି। ପ୍ରଥମେ ରାଜସ୍ଥାନ ରୟାଲ୍ସ  ବ୍ଯାଟିଂ କରି ୨୧୭ ରନ କରିଥବା ବେଳେ ଏହି ମ୍ଯାଚକୁ ଜିତିବାକୁ ହେଲେ କୋଲକାତା ନାଇଟ୍ ରାଇଡର୍ସକୁ ୨୧୮ ରନର ଆବଶ୍ଯକତା ରହିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଦେବଦତ୍ତ ପାଡିକଲ ୨୪ ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ସଞ୍ଜୁ ସାମସନ ଏକ ଧୂଆଁଦାର ପାରି ଖେଳିଥିଲେ। ୧୯ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ପାରିକୁ ସମ୍ଭାଳିଥିବା ଜୋସ୍ ବଟଲର ଶତକୀୟ ଇଂନିସ ଖେଳିଥିଲେ। ଜୋସ୍ ବଟଲର ୬୧ ବଲରେ ୧୦୩ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସିମରନ ହେଟମାୟର ଓ ରିୟାନ ପରାଗ ସମ୍ଭାଳିଥିଲେ।  ରିୟାନ ପରାଗ ୫ ରନ କରି ଆଉଟ ହୋଇଥିବା ବେଳ କରୁଣ ନାୟର ୩ ରନ କରି ଆଉଟ ହୋଇଥିଲେ। ସିମରନ ହେଟମାୟର ୧୩ ବଲରେ ୨୬ ରନ କରି ଅପରାଜିତ ରହିଥିବା ବେଳେ ଆର ଅଶ୍ଵିନ ୨ ରନ କରି ଅପରାଜିତ ଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ସୁନିଲ ନାରିନ ୨ଟି ୱିକେଟ ନେଇଥିବା ବେଳେ ପାଟ୍ କମିନ୍ସ , ଶିଭମ ମାଭି ଓ ଆନ୍ଦ୍ରେ ରସେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp