ଆଇପିଏଲ ୨୦୨୨: ଗୁଜରାଟକୁ ୧୭୦ ରନର ଟାର୍ଗେଟ ଦେଲା ଚେନ୍ନାଇ

The Sakala Picture
Published On

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୨୯ତମ ଲିଗ୍‌ ମ୍ୟାଚରେ ମୁହାଁମୁହିଁ  ହୋଇଛନ୍ତି ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଗୁଜରାଟ ଟାଇଟନ୍ସ । ମୁକାବିଲାରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଚେନ୍ନାଇ ପ୍ରଥମେ ବ୍ଯାଟି କରି ୧୬୯ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ଗୁଜରାଟ ଟାଇଟନ୍ସକୁ  ୧୭୦ ରନର ଆବଶ୍ଯକତା ରହିଛି। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ରବିନ୍ ଉଥାପ୍ପା ୩ରନ କରି ଆଉଟ ହୋଇଥିବା ବେଳେ ମୋଇନ ଅଲ୍ଲୀ […]

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୨୯ତମ ଲିଗ୍‌ ମ୍ୟାଚରେ ମୁହାଁମୁହିଁ  ହୋଇଛନ୍ତି ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଗୁଜରାଟ ଟାଇଟନ୍ସ । ମୁକାବିଲାରେ ଟସ୍ ଜିତି ଗୁଜରାଟ ଟାଇଟନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଚେନ୍ନାଇ ପ୍ରଥମେ ବ୍ଯାଟି କରି ୧୬୯ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ଗୁଜରାଟ ଟାଇଟନ୍ସକୁ  ୧୭୦ ରନର ଆବଶ୍ଯକତା ରହିଛି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ରବିନ୍ ଉଥାପ୍ପା ୩ରନ କରି ଆଉଟ ହୋଇଥିବା ବେଳେ ମୋଇନ ଅଲ୍ଲୀ ୧ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରୁତୁରାଜ ଗାଏକୱାଡ ଓ ଅମ୍ବାତି ରାୟୁଡୁ ସମ୍ଭାଳିଥିଲେ। ରୁତୁରାଜ ଗାଏକୱାଡ ୪୮ ବଲରେ ୭୩ ରନ କରି ଆଉଟ ହୋଇଥିଲେ। ଅମ୍ବାତି ରାୟୁଡୁ ୩୧ ବଲରେ ୪୧ ରନ କରି ଆଉଟ ହୋଇଥିଲେ।  ଶିବମ ଦୁବେଙ୍କ ସହ ମିଶି ରବିନ୍ଦ୍ର ଜାଡେଜା ପୁଣିଥରେ ପାରିକୁ ସମ୍ଭାଳିଥିଲେ। ଶିବମ ଦୁବେ ୧୭ ବଲରେ ୧୯ ରନ କରି ରନ ଆଉଟ ହୋଇଥିଲେ। ରବିନ୍ଦ୍ର ଜାଡେଜା ୧୨ ବଲରେ ୨୨ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

ଗୁଜୁରାଟ ଟାଇଟାନ୍ସ ପକ୍ଷରୁ ଅଲଜାରି ଜୋସେଫ ୨ଟି ୱିକେଟ ନେଇଥିବା ବେଳେ ୟଶ ଦୟାଲ ଓ ମହମ୍ମଦ ଶାମି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୭ରେ ଖେଳିବେ କି ଏମ୍.ଏସ୍ ଧୋନି? ପୂର୍ବତନ ସାଥୀ ଖେଳାଳି କଲେ ବଡ଼ ଖୁଲାସା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp