ମୁମ୍ଵାଇ ଇଣ୍ଡିଆନ୍ସକୁ ୨୩ ରନରେ ହରାଇ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କଲା ରାଜସ୍ଥାନ ରୟାଲ୍ସ

The Sakala Picture
Published On

ମୁମ୍ବାଇ : ଡିଓ୍ବାଇ ପାଟିଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୯ମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବଡ ବିଜୟ ହାସଲ କରିଛି। ୫ ଥରର ଚାମ୍ପିଅନ ମୁମ୍ଵାଇ ଇଣ୍ଡିଆନ୍ସକୁ ୨୩ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ରାଜସ୍ଥାନ ଦ୍ବାରା ରଖାଯାଇଥିବା ୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ମୁମ୍ବାଇ ୧୭୦ ରନ କରିପାରିଥିଲା। ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ରାଜସ୍ଥାନ ବ୍ୟାଟିଂ […]

ମୁମ୍ବାଇ : ଡିଓ୍ବାଇ ପାଟିଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୯ମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବଡ ବିଜୟ ହାସଲ କରିଛି। ୫ ଥରର ଚାମ୍ପିଅନ ମୁମ୍ଵାଇ ଇଣ୍ଡିଆନ୍ସକୁ ୨୩ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ। ରାଜସ୍ଥାନ ଦ୍ବାରା ରଖାଯାଇଥିବା ୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ମୁମ୍ବାଇ ୧୭୦ ରନ କରିପାରିଥିଲା।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ରାଜସ୍ଥାନ ବ୍ୟାଟିଂ କରିବାକୁ ପଡିଆକୁ ଆସିଥିଲା। ତେବେ ମୁମ୍ବାଇ ଅଧିନାୟକ ରୋହିତଙ୍କ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତିକୁ ସଠିକ ସାବ୍ୟସ୍ତ କରି ଯଶପ୍ରୀତ ବୁମ୍ରା ଦଳୀୟ ସ୍କୋର ୧୩ ଥିବା ବେଳେ ଯଶ୍ୱସୀ ଜୈସୱାଲ(୧)ଙ୍କୁ ଆଉଟ କରି ଦେଇଥିଲେ। ଦେବଦତ୍ତ ପାଡିକ୍କଲ(୭) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଟି ପାରି ନଥିଲେ। ତାଙ୍କ ୱିକେଟ ଟାୟମଲ ମିଲ୍ସ ନେଇଥିଲେ।ରାଜସ୍ଥାନ ୪୮ ରନ୍‌ରେ ଦୁଇ ୱିକେଟ ହରାଇ ସାମାନ୍ୟ ସଙ୍କଟରେ ପଡ଼ିଥିଲା। ହେଲେ ଜୋସ୍ ବଟଲର କାଉଣ୍ଟର ଆଟାକ ଆରମ୍ଭ କରିଥିଲେ। ଅଧିନାୟକ ସଞ୍ଜୁ ସାମସନ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। ମୁମ୍ବାଇ ବୋଲର ବିଶାଲ ଥାମ୍ପିଙ୍କ ଗୋଟିଏ ଓଭର୍‌ରୁ ରାଜସ୍ଥାନ ୨୬ ରନ୍‌ ଆଦାୟ କରି ନିଜର ବିସ୍ଫୋରକ ରୂପ ଦେଖାଇଥିଲା।ବଟଲର ଓ ସାମସନ ୩ୟ ୱିକେଟ ପାଇଁ ୮୨ ରନ୍‌ ଯୋଡ଼ି ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇ ଯାଇଥିଲେ। ସାମସନ ଆଉଟ ହେବାପରେ କ୍ରିଜ୍‌କୁ ଆସିଥିବା ହେଟମେୟର ମଧ୍ୟ ବଡ଼ବଡ଼ ଶଟ ଖେଳିଥିଲେ। ହେଟମେୟର ମାତ୍ର ୧୪ ବଲରେ ୩୫ ରନ୍‌ର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୩ଟି ଛକା ଓ ୩ଟି ଚୌକା ମାରିଛନ୍ତି। ବଟଲର ମଧ୍ୟ ବଡ଼ବଡ଼ ଶଟ ଖେଳି ୬୫ ବଲ୍‌ରେ ନିଜର ଶତକ ହାସଲ କରିଥିଲେ।ସେ ମାତ୍ର ୬୮ଟି ବଲରୁ ୫ ଛକା ୧୧ ଚୌକା ସହ ୧୦୦ ରନ କରି ରାଜସ୍ଥାନ ପାଇଁ ଏକ ବଡ ସ୍କୋର କରିବାକୁ ସହାୟତା କରିଥିଲେ ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ରାଜସ୍ଥାନ ଦ୍ବାରା ରଖାଯାଇଥିବା ୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ମୁମ୍ବାଇ ୧୭୦ ରନ କରିପାରିଥିଲା । ମୁମ୍ବାଇ ପକ୍ଷରୁ ଇଶାନ କିଷନ ୫୪ ରନ ଓ ତିଲକ ବର୍ମା ୬୪ ରନ କରିଥିଲେ । ଶେଷ ବେଳକୁ କିରେନ ପୋଲାର୍ଡ ୨୨ ରନ କରିଥିଲେ ମଧ୍ୟ ତାହା ଯଥେଷ୍ଟ ହୋଇନଥିଲା ।ମୁମ୍ବାଇ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୭୦ ରନ କରି ପାରିଥିଲା । ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଫଳରେ ରାଜସ୍ଥାନ ବିଜୟ ହାସଲ କରିଛି। ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ୨୬ ରନ ଦେଇ ୨ଟି ଏବଂ ନବଦୀପ ସାଇନି ୩୬ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ରାଜସ୍ଥାନ ଏପର୍ଯ୍ୟନ୍ତ ୨ଟି ମ୍ୟାଚ ଖେଳି ୨ଟି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ମାତ୍ର ମୁମ୍ବାଇ ୨ଟି ମ୍ୟାଚ ଖେଳି ୨ଟି ଯାକରେ ପରାଜୟ ବରଣ କରି ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି ।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର