ବିଶ୍ୱକପ୍‍ର ପ୍ରଥମ ମ୍ୟାଚ୍‍, ସୁନୀଲ ଗାଭାସ୍କରଙ୍କ ଅପରାଜିତ ୩୬

The Sakala Picture
Published On

ଜୁନ୍‍ ୭, ୧୯୭୫। ଅନ୍ତର୍ଜାତୀୟ କ୍ରିକେଟ୍‍ରେ ବିଶ୍ୱକପ୍‍ର ଜନ୍ମ ହୋଇଥିଲା। ସେହି ସମୟରେ ଟେଷ୍ଟ କ୍ରିକେଟ୍‍ର ରାଜୁତି ଚାଲୁଥିଲା। ଏକଦିବସୀୟ କ୍ରିକେଟ୍‍ରେ କେହି ଖାପଖୁଆଇ ପାରି ନ ଥିଲେ। ତେଣୁ କ୍ରିକେଟ୍‍ ବିଶ୍ୱକପ୍‍ର ଏହି ପ୍ରଥମ ସଂସ୍କରଣରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନିଲ ଗାଭାସ୍କର ଏକଦିବସୀୟ କ୍ରିକେଟ୍‍ର ଅନ୍ୟତମ ଅଲୋଡ଼ା ଧୀମା ଇନିଂସ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‍ରେ ସେ ଇନିଂସ ଓପନ୍‍ କରିବାକୁ ଆସି ସମ୍ପୂର୍ଣ୍ଣ ୬୦ ଓଭର ଖେଳି ଅପରାଜିତ ରହି ପ୍ୟାଭିଲିୟନ ଫେରିଥିଲେ। ଏଥିରେ […]

ଜୁନ୍‍ ୭, ୧୯୭୫। ଅନ୍ତର୍ଜାତୀୟ କ୍ରିକେଟ୍‍ରେ ବିଶ୍ୱକପ୍‍ର ଜନ୍ମ ହୋଇଥିଲା। ସେହି ସମୟରେ ଟେଷ୍ଟ କ୍ରିକେଟ୍‍ର ରାଜୁତି ଚାଲୁଥିଲା। ଏକଦିବସୀୟ କ୍ରିକେଟ୍‍ରେ କେହି ଖାପଖୁଆଇ ପାରି ନ ଥିଲେ। ତେଣୁ କ୍ରିକେଟ୍‍ ବିଶ୍ୱକପ୍‍ର ଏହି ପ୍ରଥମ ସଂସ୍କରଣରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନିଲ ଗାଭାସ୍କର ଏକଦିବସୀୟ କ୍ରିକେଟ୍‍ର ଅନ୍ୟତମ ଅଲୋଡ଼ା ଧୀମା ଇନିଂସ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‍ରେ ସେ ଇନିଂସ ଓପନ୍‍ କରିବାକୁ ଆସି ସମ୍ପୂର୍ଣ୍ଣ ୬୦ ଓଭର ଖେଳି ଅପରାଜିତ ରହି ପ୍ୟାଭିଲିୟନ ଫେରିଥିଲେ। ଏଥିରେ ସେ ୧୭୪ ବଲ୍‍ ସାମ୍ନା କରି ୩୬ ରନରେ ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ବିଶ୍ୱକପ୍‍ର ଉଦ୍‍ଘାଟନୀ ମ୍ୟାଚ୍‍:
ଏକଦିବସୀୟ ବିଶ୍ୱକପ୍‍ର ପ୍ରଥମ ସଂସ୍କରଣ ୧୯୭୫ରେ ଅନୁଷ୍ଠିତ ହୋଇଥିଲା। ଉଦ୍‍ଘାଟନୀ ମ୍ୟାଚ୍‍ ଜୁନ୍‍ ୭ରେ ଆୟୋଜକ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିଲା। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‍ରେ ଟସ୍‍ ଜିତି ଘରୋଇ ଇଂଲଣ୍ଡ ଅଧିନାୟକ ମାଇକ୍‍ ଡେନିସ୍‍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ଏକଦିବସୀୟ ମ୍ୟାଚ୍‍ ୬୦ ଓଭରବିଶିଷ୍ଟ ଥିଲା। ଓପନର୍‍ ଡେନିସ୍‍ ଆମିସ୍‍ଙ୍କ ଶତକ ବଳରେ ଇଂଲଣ୍ଡ ୬୦ ଓଭରରେ ୪ ୱିକେଟ୍‍ ହରାଇ ୩୩୪ ରନ୍‍ କରିଥିଲା। ଆମିସ୍‍ ୧୪୭ ବଲରୁ ୧୮ ଚୌକା ସହାୟତାରେ ୧୩୭ ରନ୍‍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଇଥ୍‍ ଫ୍ଲେଚର ୬୮, କ୍ରିସ୍‍ ଓଲ୍ଡ ୫୧ ଓ ଅଧିନାୟକ ମାଇକ୍‍ ୩୭ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ବୋଲିଂରେ ସୟଦ୍‍ ଆବିଦ୍‍ ଅଲ୍ଲୀ ୨ ଏବଂ ମଦନ ଲାଲ୍‍ ଓ ମହିନ୍ଦର ଅମରନାଥ ଗୋଟିଏ ଲେଖାଏ ୱିକେଟ୍‍ ନେଇଥିଲେ।

ଜବାବରେ ଭାରତ ବେଶ୍‍ ଧିମା ବ୍ୟାଟିଂ କରିଥିଲା। ଯେତେବେଳେ ପରିସ୍ଥିତି ଆକ୍ରମଣାତ୍କ ଖେଳ ପାଇଁ ଆହ୍ୱାନ କରୁଥିଲା ସେତେବେଳେ ଭାରତ ରକ୍ଷଣାତ୍ମକ କ୍ରିକେଟ୍‍ ଖେଳିଥିଲା। ସମ୍ପୂର୍ଣ୍ଣ ୬୦ ଓଭର ବ୍ୟାଟିଂ କରି ଭାରତ ୩ ୱିକେଟ୍‍ରେ ୧୩୨ ରନ୍‍ କରିଥିଲା। ଏକନାଥ ସୋଲକର ୩୪ ବଲରୁ ୮, ଅଂଶୁମାନ ଗାଏକ୍ୱାଡ ୪୬ ବଲରୁ ୨୨, ଗୁଣ୍ଡାପ୍ପା ବିଶ୍ୱନାଥ ୫୯ ବଲରୁ ୩୭, ବ୍ରିଜେଶ ପଟେଲ ୫୭ ବଲରୁ ୧୬ ରନ କରିଥିଲେ। ତେବେ ଗାଭାସ୍କରଙ୍କ ଇନିଂସ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଓପନିଂ କରିବାକୁ ଆସିଥିବା ସୁନୀଲ କିନ୍ତୁ ଖେଳିଥିଲେ ଏକଦିବସୀୟ କ୍ରିକେଟ୍‍ର ଅନ୍ୟତମ ଧିମା ଇନିଂସ। ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୭୪ ବଲ୍‍ ସାମ୍ନା କରି ମାତ୍ର ୩୬ ରନ କରିଥିଲେ। ଯେଉଁଥିରେ ମାତ୍ର ଗୋଟିଏ ଚୌକା ସାମିଲ ଥିଲା। ତାଙ୍କ ଷ୍ଟ୍ରାଇକରେଟ୍‍ ମାତ୍ର ୨୦.୬୯ ଥିଲା। ଗାଭାସ୍କରଙ୍କ ଏହି ଇନିଂସକୁ ସେତେବେଳେ ବହୁ ସମାଲୋଚନା କରାଯାଇଥିଲା। ଏହି ପିଚ୍‍ରେ ବ୍ୟାଟିଂ କରିବା କଷ୍ଟସାଧ୍ୟ ଥିଲା ବୋଲି ଗାଭାସ୍କର କହିଥିଲେ। କିନ୍ତୁ ଆଲୋଚକଙ୍କ ଦାବି ଥିଲା ଯେ, ଇଂଲଣ୍ଡ ଖେଳାଳିମାନେ କିପରି ୩୦୦ରୁ ଊର୍ଦ୍ଧ୍ବ ସ୍କୋର ସେହି ପିଚ୍‍ରେ ସଂଗ୍ରହ କରିପାରିଲେ। ତେବେ ସେ ଯାହା ହେଉନା କାହିଁକି, ଭାରତୀୟ କ୍ରିକେଟ୍‍ ପ୍ରେମୀଙ୍କ ଲାଗି ଏହା ଏକ ଭଲ ଦିନ ନ ଥିଲା। ବିନା କୌଣସି ଲଢ଼େଇ ନ କରି ଭାରତ ଏହି ମ୍ୟାଚ୍‍ରେ ଆତ୍ମସମର୍ପଣ କରିନେଇଥିଲା।

ଆହୁରି ପଢ଼ନ୍ତୁ: ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା; ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗରେ ଥାନାରେ ଏତଲା

27 Mar 2021 By The Sakala

ବିଶ୍ୱକପ୍‍ର ପ୍ରଥମ ମ୍ୟାଚ୍‍, ସୁନୀଲ ଗାଭାସ୍କରଙ୍କ ଅପରାଜିତ ୩୬

ଜୁନ୍‍ ୭, ୧୯୭୫। ଅନ୍ତର୍ଜାତୀୟ କ୍ରିକେଟ୍‍ରେ ବିଶ୍ୱକପ୍‍ର ଜନ୍ମ ହୋଇଥିଲା। ସେହି ସମୟରେ ଟେଷ୍ଟ କ୍ରିକେଟ୍‍ର ରାଜୁତି ଚାଲୁଥିଲା। ଏକଦିବସୀୟ କ୍ରିକେଟ୍‍ରେ କେହି ଖାପଖୁଆଇ ପାରି ନ ଥିଲେ। ତେଣୁ କ୍ରିକେଟ୍‍ ବିଶ୍ୱକପ୍‍ର ଏହି ପ୍ରଥମ ସଂସ୍କରଣରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନିଲ ଗାଭାସ୍କର ଏକଦିବସୀୟ କ୍ରିକେଟ୍‍ର ଅନ୍ୟତମ ଅଲୋଡ଼ା ଧୀମା ଇନିଂସ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‍ରେ ସେ ଇନିଂସ ଓପନ୍‍ କରିବାକୁ ଆସି ସମ୍ପୂର୍ଣ୍ଣ ୬୦ ଓଭର ଖେଳି ଅପରାଜିତ ରହି ପ୍ୟାଭିଲିୟନ ଫେରିଥିଲେ। ଏଥିରେ ସେ ୧୭୪ ବଲ୍‍ ସାମ୍ନା କରି ୩୬ ରନରେ ଅପରାଜିତ ରହିଥିଲେ।

ବିଶ୍ୱକପ୍‍ର ଉଦ୍‍ଘାଟନୀ ମ୍ୟାଚ୍‍:
ଏକଦିବସୀୟ ବିଶ୍ୱକପ୍‍ର ପ୍ରଥମ ସଂସ୍କରଣ ୧୯୭୫ରେ ଅନୁଷ୍ଠିତ ହୋଇଥିଲା। ଉଦ୍‍ଘାଟନୀ ମ୍ୟାଚ୍‍ ଜୁନ୍‍ ୭ରେ ଆୟୋଜକ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିଲା। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‍ରେ ଟସ୍‍ ଜିତି ଘରୋଇ ଇଂଲଣ୍ଡ ଅଧିନାୟକ ମାଇକ୍‍ ଡେନିସ୍‍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ଏକଦିବସୀୟ ମ୍ୟାଚ୍‍ ୬୦ ଓଭରବିଶିଷ୍ଟ ଥିଲା। ଓପନର୍‍ ଡେନିସ୍‍ ଆମିସ୍‍ଙ୍କ ଶତକ ବଳରେ ଇଂଲଣ୍ଡ ୬୦ ଓଭରରେ ୪ ୱିକେଟ୍‍ ହରାଇ ୩୩୪ ରନ୍‍ କରିଥିଲା। ଆମିସ୍‍ ୧୪୭ ବଲରୁ ୧୮ ଚୌକା ସହାୟତାରେ ୧୩୭ ରନ୍‍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଇଥ୍‍ ଫ୍ଲେଚର ୬୮, କ୍ରିସ୍‍ ଓଲ୍ଡ ୫୧ ଓ ଅଧିନାୟକ ମାଇକ୍‍ ୩୭ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ବୋଲିଂରେ ସୟଦ୍‍ ଆବିଦ୍‍ ଅଲ୍ଲୀ ୨ ଏବଂ ମଦନ ଲାଲ୍‍ ଓ ମହିନ୍ଦର ଅମରନାଥ ଗୋଟିଏ ଲେଖାଏ ୱିକେଟ୍‍ ନେଇଥିଲେ।

ଜବାବରେ ଭାରତ ବେଶ୍‍ ଧିମା ବ୍ୟାଟିଂ କରିଥିଲା। ଯେତେବେଳେ ପରିସ୍ଥିତି ଆକ୍ରମଣାତ୍କ ଖେଳ ପାଇଁ ଆହ୍ୱାନ କରୁଥିଲା ସେତେବେଳେ ଭାରତ ରକ୍ଷଣାତ୍ମକ କ୍ରିକେଟ୍‍ ଖେଳିଥିଲା। ସମ୍ପୂର୍ଣ୍ଣ ୬୦ ଓଭର ବ୍ୟାଟିଂ କରି ଭାରତ ୩ ୱିକେଟ୍‍ରେ ୧୩୨ ରନ୍‍ କରିଥିଲା। ଏକନାଥ ସୋଲକର ୩୪ ବଲରୁ ୮, ଅଂଶୁମାନ ଗାଏକ୍ୱାଡ ୪୬ ବଲରୁ ୨୨, ଗୁଣ୍ଡାପ୍ପା ବିଶ୍ୱନାଥ ୫୯ ବଲରୁ ୩୭, ବ୍ରିଜେଶ ପଟେଲ ୫୭ ବଲରୁ ୧୬ ରନ କରିଥିଲେ। ତେବେ ଗାଭାସ୍କରଙ୍କ ଇନିଂସ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଓପନିଂ କରିବାକୁ ଆସିଥିବା ସୁନୀଲ କିନ୍ତୁ ଖେଳିଥିଲେ ଏକଦିବସୀୟ କ୍ରିକେଟ୍‍ର ଅନ୍ୟତମ ଧିମା ଇନିଂସ। ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୭୪ ବଲ୍‍ ସାମ୍ନା କରି ମାତ୍ର ୩୬ ରନ କରିଥିଲେ। ଯେଉଁଥିରେ ମାତ୍ର ଗୋଟିଏ ଚୌକା ସାମିଲ ଥିଲା। ତାଙ୍କ ଷ୍ଟ୍ରାଇକରେଟ୍‍ ମାତ୍ର ୨୦.୬୯ ଥିଲା। ଗାଭାସ୍କରଙ୍କ ଏହି ଇନିଂସକୁ ସେତେବେଳେ ବହୁ ସମାଲୋଚନା କରାଯାଇଥିଲା। ଏହି ପିଚ୍‍ରେ ବ୍ୟାଟିଂ କରିବା କଷ୍ଟସାଧ୍ୟ ଥିଲା ବୋଲି ଗାଭାସ୍କର କହିଥିଲେ। କିନ୍ତୁ ଆଲୋଚକଙ୍କ ଦାବି ଥିଲା ଯେ, ଇଂଲଣ୍ଡ ଖେଳାଳିମାନେ କିପରି ୩୦୦ରୁ ଊର୍ଦ୍ଧ୍ବ ସ୍କୋର ସେହି ପିଚ୍‍ରେ ସଂଗ୍ରହ କରିପାରିଲେ। ତେବେ ସେ ଯାହା ହେଉନା କାହିଁକି, ଭାରତୀୟ କ୍ରିକେଟ୍‍ ପ୍ରେମୀଙ୍କ ଲାଗି ଏହା ଏକ ଭଲ ଦିନ ନ ଥିଲା। ବିନା କୌଣସି ଲଢ଼େଇ ନ କରି ଭାରତ ଏହି ମ୍ୟାଚ୍‍ରେ ଆତ୍ମସମର୍ପଣ କରିନେଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp