ଆଇପିଏଲ ୨୦୨୨: ଗୁଜରାଟକୁ ୧୫୯ ରନର ଟାର୍ଗେଟ ଦେଲା ଲକ୍ଷ୍ନୌ

The Sakala Picture
Published On

ମୁମ୍ବାଇ: ଚଳିତ ସିଜିନରେ ଆଇପିଏଲରେ ନୂଆ କରି ପାଦ ଥାପିଥିବା ଦୁଇ ଦଳ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ମୁହାଁମୁହିଁ ହୋଇଛନ୍ତି। ମୁକାବିଲାରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥେମ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାୟଣ୍ଟସ ୬ ୱିକେଟ ହରାଇ ନିର୍ଦ୍ଧାରିତ ଓଭରରେ ୧୫୮ ରନ କରିଥିଲା । ଗୁଜରାଟ ଟାଇଟନ୍ସକୁ  ଏହି ମ୍ଯାଚ ଜିତିବାକୁ ହଲେ ୧୫୯ ରନର ଆବଶ୍ଯକତା […]

ମୁମ୍ବାଇ: ଚଳିତ ସିଜିନରେ ଆଇପିଏଲରେ ନୂଆ କରି ପାଦ ଥାପିଥିବା ଦୁଇ ଦଳ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ମୁହାଁମୁହିଁ ହୋଇଛନ୍ତି। ମୁକାବିଲାରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥେମ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାୟଣ୍ଟସ ୬ ୱିକେଟ ହରାଇ ନିର୍ଦ୍ଧାରିତ ଓଭରରେ ୧୫୮ ରନ କରିଥିଲା । ଗୁଜରାଟ ଟାଇଟନ୍ସକୁ  ଏହି ମ୍ଯାଚ ଜିତିବାକୁ ହଲେ ୧୫୯ ରନର ଆବଶ୍ଯକତା ରହିଛି ।

ଆହୁରି ପଢ଼ନ୍ତୁ: ବିସିସିଆଇର ବଡ଼ ନିଷ୍ପତ୍ତି: ପ୍ରଜ୍ଞାନ ଓଝା ହେଲେ ନୂଆ ମୁଖ୍ୟ ଚୟନକର୍ତ୍ତା

ଲକ୍ଷ୍ନୌ ସୁପର ଜାୟଣ୍ଟସର ଅଧିନାୟକ କେଏଲ ରାହୁଲ ଓପନିଂ କରିବାକୁ ଆସି ଖାତା ଖୋଲି ପାରି ନ ଥିବାବେଳେ କ୍ଵିଣ୍ଟନ ଡି କକ୍‌ (୭), ଏଭିନ ଲୁଇସ୍ (୧୦), ମନିଷ ପାଣ୍ଡେ (୫) ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଦୀପକ ହୁଡ୍ଡା, ଓ ଆୟୁଷ ବାଦୋନି ସମ୍ଭାଳିଥିଲେ। ଦୀପକ ହୁଡ୍ଡା ୫୫ ରନ କରି ଆଉଟ ହେଇଥିଲେ। ପରେ କୃଣାଲ ପାଣ୍ଡ୍ୟା ଆସି ପାରିକୁ ସମ୍ଭାଳିଥିଲେ । ଆୟୁଷ ବାଦୋନି ଏକ ଜବରଦନ୍ତ ପାରି ଖେଳି ୫୪ ରନ କରି ଆଉଟ ହୋଇଥିଲେ। କୃଣାଲ ପାଣ୍ଡ୍ୟା ୨୦ ଓ ଚାମିରା ୧ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

ଗୁଜରାଟ ଟାଇଟନ୍ସ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ବରୁଣ ଆରୋନ ୨ଟି  ଓ ରସିଦ ଖାନ ଗୋଟିଏ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20ରେ ୪ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ, ସିରିଜରେ ୨-୦ରେ ଆଗୁଆ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର