ଆମ୍ ଆଦମୀ ପାର୍ଟି ଟିକେଟରୁ ରାଜ୍ୟସଭା ପ୍ରାର୍ଥୀ ହେବେ ହରଭଜନ ସିଂହ

The Sakala Picture
Published On

ଚଣ୍ଡିଗଡ : ରାଜ୍ୟସଭା ଯିବେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂହ । ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭା ଯାଇପାରନ୍ତି ହରଭଜନ ସିଂ । ଏହା ସହ ତାଙ୍କୁ କ୍ରୀଡା ବିଶ୍ୱବିଦ୍ୟାଳୟର ଦାୟିତ୍ୱ ମଧ୍ୟ ଦିଆଯାଇପାରେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଭଗଓ୍ୱନ୍ତ ମାନ୍ ଶପଥ ନେବା ପରେ ଏହି ଖବର ଏବେ ସାମ୍ନାକୁ ଆସିଛି । ନିର୍ବାଚନ ପ୍ରଚାର ସମୟରେ ହିଁ ଭଗଓ୍ୱନ୍ତ ମାନ୍ ଘୋଷଣା କରିଥିଲେ କି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପଞ୍ଜାବରେ […]

ଚଣ୍ଡିଗଡ : ରାଜ୍ୟସଭା ଯିବେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂହ । ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭା ଯାଇପାରନ୍ତି ହରଭଜନ ସିଂ । ଏହା ସହ ତାଙ୍କୁ କ୍ରୀଡା ବିଶ୍ୱବିଦ୍ୟାଳୟର ଦାୟିତ୍ୱ ମଧ୍ୟ ଦିଆଯାଇପାରେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଭଗଓ୍ୱନ୍ତ ମାନ୍ ଶପଥ ନେବା ପରେ ଏହି ଖବର ଏବେ ସାମ୍ନାକୁ ଆସିଛି । ନିର୍ବାଚନ ପ୍ରଚାର ସମୟରେ ହିଁ ଭଗଓ୍ୱନ୍ତ ମାନ୍ ଘୋଷଣା କରିଥିଲେ କି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପଞ୍ଜାବରେ କ୍ରୀଡାକୁ ଏକ ବଡ଼ ଉତ୍ସାହ ଦିଆଯିବ । ଏହା ସହ ଜଲନ୍ଧରରେ ମଧ୍ୟ ଏକ କ୍ରୀଡା ବିଶ୍ୱବିଦ୍ୟାଳୟ ନିର୍ମାଣ ହେବ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ସୂଚନା ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟସଭା ପାଇଁ ଆମ୍ ଆଦମୀ ପାର୍ଟିକୁ ୫ଟି ଆସନ ମିଳିବ । ତେବେ ଏହି ୫ଟି ଆସନ ମଧ୍ୟରୁ ପ୍ରଥମ ନାମ ହରଭଜନ ସିଂ ଅଟେ । ଏନେଇ ଖୁବଶୀଘ୍ର ଅରବିନ୍ଦ କେଜ୍ରୀଓ୍ୱାଲ ତାଙ୍କ ନାମ ଘୋଷଣା କରିପାରନ୍ତି । ଭଗଓ୍ୱନ୍ତ ମାନ୍ ଓ ହରଭଜନ ସିଂହ ଭଲ ବନ୍ଧୁ ଅଟନ୍ତି । ପଞ୍ଜାବରେ ଆପର ପ୍ରଚଣ୍ଡ ବିଜୟ ପରେ ହରଭଜନ ସିଂ ଟ୍ୱିଟ କରି ଭଗଓ୍ୱନ୍ତ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ବିଜୟ ପରେ ହରଭଜନ ଟ୍ୱିଟ କରି କହିଥିଲେ କି ଆମ୍ ଆଦମୀ ପାର୍ଟିକୁ ଶୁଭେଚ୍ଛା ଏବଂ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ମୋର ବନ୍ଧୁ ଭଗଓ୍ୱନ୍ତ ମାନଙ୍କୁ ମଧ୍ୟ ଶୁଭେଚ୍ଛା ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ହରଭଜନ ସିଂ ଗତବର୍ଷ ରାଜନୀତିରେ ପ୍ରବେଶ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ୨୦୨୧ ଡିସେମ୍ବର ମାସରେ ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜ୍ୟେତସିଂ ସିଦ୍ଧୁଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।କେବଳ କଂଗ୍ରେସ ନୁହେଁ ତା ପୂର୍ବରୁ ହରଭଜନ ବିଜେପିରେ ଯୋଗ ଦେଉଥିବା ନେଇ ବି ଚର୍ଚ୍ଚା ହେଉଥିଲା ।ଏପରି କି କିଛି ବିଜେପି ନେତା ମଧ୍ୟ ଏହି ଖବରରେ ସତ୍ୟତା ଥିବା କହିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ଭଜି ଏହାକୁ ଖଣ୍ଡନ କରିଥିଲେ।

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ଏହି ଚର୍ଚ୍ଚା ଭିତରେ ପଞ୍ଜାବ ବିଧାନସଭା ନିର୍ବାଚନ ଶେଷ ହେବା ସହ ରେଜଲ୍ଟ ପ୍ରକାଶ ପାଇ ସାରିଛି। ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏକ ଐତିହାସିକ ବିଜୟ ଲାଭ କରିଛି। ପ୍ରଥମ ଥର ପାଇଁ ପଞ୍ଜାବରେ ଆପ୍ ସରକାର ଗଢ଼ିଛି । ପଞ୍ଜାବରେ ମୋଟ ୧୧୭ ଆସନରୁ ୯୨ଟି ଆସନରେ ବିଜୟ ଲାଭ କରିଥିଲା ଆପ୍।  ଏବେ ଆପ୍‌ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣି ଭଜିଙ୍କୁ ନିଜ କ୍ୟାମ୍ପକୁ ଆଣିଛି। ଏଥିସହ ଦଳ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବ ବୋଲି ଘୋଷଣା କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର