ମନୋରଞ୍ଜନ
ଓଡ଼ିଶା
ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡକୁ ବଡ ଝଟକା : ଅଚାନକ ଅବସର ନେଲେ ଏହି ଷ୍ଟାର ବ୍ୟାଟ୍ସମ୍ୟାନ୍
ଲଣ୍ଡନ: ୨୦୨୩ ଦିନିକିଆ ବିଶ୍ବକପ୍ ପୂର୍ବରୁ ଇଂଲଣ୍ଡ ଟିମ୍କୁ ଲାଗିଛି ବଡ଼ ଝଟକା। ଅଚାନକ ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ ଶୁକ୍ରବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଦିନିକିଆ ବିଶ୍ୱକପ ଆଉ ୨ ମାସ ଥିବା ବେଳେ ସେ ହଠାତ ଏହି ନିଷ୍ପତି ନେଇଛନ୍ତି । ଇନଷ୍ଟାଗ୍ରାମ ପୋଷ୍ଟରେ ଇଂଲଣ୍ଡ ଦଳର ଏହି ଷ୍ଟାର ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।ଆଲେକ୍ସ ହେଲ୍ସ ଲେଖିଛନ୍ତି ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ […]
ଲଣ୍ଡନ: ୨୦୨୩ ଦିନିକିଆ ବିଶ୍ବକପ୍ ପୂର୍ବରୁ ଇଂଲଣ୍ଡ ଟିମ୍କୁ ଲାଗିଛି ବଡ଼ ଝଟକା। ଅଚାନକ ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ ଶୁକ୍ରବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଦିନିକିଆ ବିଶ୍ୱକପ ଆଉ ୨ ମାସ ଥିବା ବେଳେ ସେ ହଠାତ ଏହି ନିଷ୍ପତି ନେଇଛନ୍ତି ।
ଇନଷ୍ଟାଗ୍ରାମ ପୋଷ୍ଟରେ ଇଂଲଣ୍ଡ ଦଳର ଏହି ଷ୍ଟାର ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।ଆଲେକ୍ସ ହେଲ୍ସ ଲେଖିଛନ୍ତି ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛି । ତିନୋଟି ଫର୍ମାଟକୁ ମିଶାଇ ଦେଶ ପାଇଁ ୧୫୬ଟି ମ୍ୟାଚରେ ପ୍ରତିନିଧିତ୍ୱ କରିବା ମୋର ସୌଭାଗ୍ୟ ଅଟେ । ସାରା ଜୀବନ ପାଇଁ ମୁଁ କିଛି ସ୍ମୃତି ବନେଇଛି , ଯାହାକି ମୋତେ ଆଗକୁ ବଢିବାକୁ ସାହାଯ୍ୟ କରିବ ।

ଗତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପରେ ସେ ଇଂଲଣ୍ଡକୁ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୨୦୧୧ ହେଲ୍ସ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ୩ଟି ଯାକ ଫର୍ମାଟରେ ୧୫୬ ମ୍ୟାଚ ଖେଳିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ସେ ୭ ଶତକ ସହ ୫୦୦୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି । ଇଂଲଣ୍ଡର ପ୍ରଥମ ଟି୨୦ ଖେଳାଳି ଭାବେ ସେ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ବିଭିନ୍ନ ପ୍ରଫେଶନାଲ ଲିଗରେ ଖେଳିବା ପାଇଁ ଏହି ନିଷ୍ପତି ନେଇଥିବା ଅନୁମାନ କରାଯାଉଛି । ଇଂଲଣ୍ଡ ପକ୍ଷରୁ ୧୫୬ ମ୍ୟାଚରେ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି । ଇଂଲଣ୍ଡ ପକ୍ଷରୁ ଟି୨୦ ବିଶ୍ୱକପ ଫାଇନାଲ ଖେଳିବା ଓ ଜିତିବା ମୋ ପାଇଁ ଅଭୁଲା କ୍ଷଣ ହୋଇ ରହିବ ବୋଲି ସେ କହିଛନ୍ତି ।





