ଆଇପିଏଲ୍‌ରେ ସର୍ବକନିଷ୍ଠ ଶତକଧାରୀ ବୈଭବ ସୂର୍ଯ୍ୟବଂଶୀ, ମାତ୍ର ୧୪ ବର୍ଷ ବୟସରେ କଲେ ରେକର୍ଡ…

The Sakala Picture
Published On

ଜୟପୁର: ଟିନ୍‌ଏଜ୍‌ ଓପନର ବୈଭବ ସୂର୍ଯ୍ୟବଂଶୀ (୩୮ବଲ୍‌ରେ ୧୦୧ରନ୍‌)ଙ୍କ ବିସ୍ଫୋରକ ଶତକ ବଳରେ ଘରୋଇ ମାଟିରେ ଖେଳୁଥିବା ରାଜସ୍ଥାନ ରୟାଲ୍ସ ୮ ୱିକେଟରେ ଗୁଜରାଟ ଜାଏଣ୍ଟ୍‌ସକୁ ପରାସ୍ତ କରିଛି। ଏହା ଫଳରେ ୧୦ମ ମ୍ୟାଚ୍‌ରୁ ୩ୟ ବିଜୟ ହାସଲ କରିଥିଲେ ମଧ୍ୟ ରାଜସ୍ଥାନ ପ୍ଲେ ଅଫ୍‌ ଦୌଡ଼ରେ ତିଷ୍ଠି ରହିଛି। ଏଠାରେ ଗୁଜରାଟ ପ୍ରଦତ୍ତ ୨୧୦ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ସୂର୍ଯ୍ୟବଂଶୀ ଆଇପିଏଲ୍‌ରେ ସର୍ବକନିଷ୍ଠ ଖେଳାଳି ଓ ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିଥିଲେ। […]

ଜୟପୁର: ଟିନ୍‌ଏଜ୍‌ ଓପନର ବୈଭବ ସୂର୍ଯ୍ୟବଂଶୀ (୩୮ବଲ୍‌ରେ ୧୦୧ରନ୍‌)ଙ୍କ ବିସ୍ଫୋରକ ଶତକ ବଳରେ ଘରୋଇ ମାଟିରେ ଖେଳୁଥିବା ରାଜସ୍ଥାନ ରୟାଲ୍ସ ୮ ୱିକେଟରେ ଗୁଜରାଟ ଜାଏଣ୍ଟ୍‌ସକୁ ପରାସ୍ତ କରିଛି। ଏହା ଫଳରେ ୧୦ମ ମ୍ୟାଚ୍‌ରୁ ୩ୟ ବିଜୟ ହାସଲ କରିଥିଲେ ମଧ୍ୟ ରାଜସ୍ଥାନ ପ୍ଲେ ଅଫ୍‌ ଦୌଡ଼ରେ ତିଷ୍ଠି ରହିଛି। ଏଠାରେ ଗୁଜରାଟ ପ୍ରଦତ୍ତ ୨୧୦ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ସୂର୍ଯ୍ୟବଂଶୀ ଆଇପିଏଲ୍‌ରେ ସର୍ବକନିଷ୍ଠ ଖେଳାଳି ଓ ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିଥିଲେ। ଏହା ଫଳରେ ରାଜସ୍ଥାନ ୧୫.୫ ଓଭରରେ ମାତ୍ର ୨ ୱିକେଟ ହରାଇ ବିଜୟ ଲାଗି ଆବଶ୍ୟକ ରନ୍‌ ସଂଗ୍ରହ କରିନେଇଥିଲେ। ଏହି ବିଜୟରେ ହିରୋ ସାଜିଥିବା ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ ବର୍ଷ ୩୨ ଦିନରେ ଶତକ ହାସଲ କରି ସର୍ବକନିଷ୍ଠ ଖେଳାଳି ଭାବେ ରେକର୍ଡ କରିଥିଲେ ବିହାରର ଏହି ଓପନର। ଏହା ଛଡ଼ା ସେ ମାତ୍ର ୩୫ ବଲ୍‌ରେ ୧୦୦ ରନ୍‌ ପୂରଣ କରି ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିବାରେ ସମର୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ହ୍ୟାଟ୍ରିକ୍ ପରାଜୟ ପରେ ସିଏସକେ ପାଇଁ ଖୁସି ଖବର, ଦଳକୁ ଫେରିବେ ଏମଏସ୍ ଧୋନି ଓ ଡେୱାଲ୍ଡ ବ୍ରେଭିସ୍

ପୂର୍ବରୁ କ୍ରିସ୍‌ ଗେଲ ୩୦ ବଲ୍‌ରେ ୧୦୦ ରନ୍‌ କରି ଆଇପିଏଲ୍‌ ଇତିହାସରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ କରିଥିଲେ। ବୈଭବ ୩୫ ବଲ୍‌ରେ ୭ ଚୌକା ଓ ୧୧ ଛକା ସହ ଶତକ ପୂରଣ କରିଥିଲେ ମଧ୍ୟ ଆଉ ୩ଟି ବଲ୍‌ ଖେଳି ସମାନ ସ୍କୋରରେ ଆଉଟ ହୋଇଯାଇଥିଲେ। ସେ ଆଉଟ ହେବା ପୂର୍ବରୁ ପ୍ରଥମ ୱିକେଟରେ ଯଶସ୍ୱୀ ଜୟସ୍ୱାଲଙ୍କ ସହ ୭୧ ବଲ୍‌ରୁ ୧୬୬ ରନ୍‌ ଉଠାଇ ଦଳର ବିଜୟ ରାସ୍ତା ପରିଷ୍କାର କରିଦେଇଥିଲେ। ଅନ୍ୟତମ ଓପନର ଯଶସ୍ୱୀ ଜୟସ୍ୱାଲ ୪୦ ବଲ୍‌ରୁ ୯ ଚୌକା ଓ ୨ ଛକା ସହ ୭୦ ଏବଂ କାମଚଳା ଅଧିନାୟକ ରିୟାନ ପରାଗ ୧୫ ବଲ୍‌ରୁ ୨ଟି ଲେଖାଏଁ ଚୌକା ଓ ଛକା ସହ ୩୨ ରନ୍‌ରେ ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ବୁମରାଙ୍କୁ ଆଶ୍ଚର୍ଯ୍ୟ କଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ: ୧୪ ବଲରେ ଖେଳିଲେ ବିସ୍ଫୋରକ ଇନିଂସ, ରୋହିତ ଶର୍ମା ବି ନିରାଶ

ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ୨୦୯ ରନ୍‌ ସଂଗ୍ରହ କରିଥିଲେ। ଏହି ବିଜୟ ପରେ ରାଜସ୍ଥାନ ରୟାଲ୍ସ ୧୦ଟି ମ୍ୟାଚ୍‌ ଖେଳି ୩ ବିଜୟ ଓ ୭ ପରାଜୟ ସହ ୬ ପଏଣ୍ଟ ପାଇ ୮ମ ସ୍ଥାନକୁ ଉନ୍ନୀତ ହୋଇଛି। କିନ୍ତୁ ୪.୧ ଓଭର ବାକିଥାଇ ଏହି ମ୍ୟାଚ୍‌ ହାରିବା ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପଛକୁ ପଏଣ୍ଟ ଟେବଲରେ ତୃତୀୟ ସ୍ଥାନକୁ ଖସି ଆସିଛି।

ଆହୁରି ପଢ଼ନ୍ତୁ: ଆରସିବି ବୋଲରଙ୍କୁ ଧୂଳି ଚଟାଇଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ମାତ୍ର ୨୬ ବଲରେ ଖେଳିଲେ ୭୮ ରନର ବିସ୍ଫୋରକ ପାଳି

ଆଇପିଏଲ୍‌ରେ ବିସ୍ମୟ ବାଳକ; ବୈଭବ ସୂର୍ଯ୍ୟବଂଶୀ

ଯେଉଁ ବୟସରେ ପିଲାମାନେ ବିଦ୍ୟାଳୟରେ ପାଠ ପଢ଼ି କ୍ୟାରିୟର ଗଢ଼ିବାରେ ବ୍ୟସ୍ତ ରହିଥାନ୍ତି, ସେ ସମୟରେ ବିଶ୍ୱର ସବୁଠୁ ବ୍ୟୟବହୁଳ ଟି-୨୦ ଲିଗ୍‌ ଆଇପିଏଲ୍‌ରେ ଶତକ ଅର୍ଜନ କରି ରାତାରାତି ଚର୍ଚ୍ଚାକୁ ଆସିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ବୟସ ମାତ୍ର ୧୪। ସର୍ବକନିଷ୍ଠ ଖେଳାଳି ଭାବେ ଆଇପିଏଲ୍‌ରେ ଦ୍ରୁତତମ ଶତକ ହାସଲ କରି ବିସ୍ମୟ ବାଳକ ସାଜିଛନ୍ତି। ସୋମବାର ସେ ତାଙ୍କର ୩ୟ ଆଇପିଏଲ୍‌ ମ୍ୟାଚ୍‌ରେ ବିଧ୍ୱଂସୀ ଶତକୀୟ ପାଳି ଖେଳି ଶୀର୍ଷ ତାଲିକାରେ ଦ୍ବିତୀୟ ସ୍ଥାନରେ ଥିବା ଗୁଜରାଟ ଜାଏଣ୍ଟ୍‌ସକୁ ଧୂଳି ଚଟାଇବା ସହ ତୃତୀୟ ସ୍ଥାନକୁ ଖସାଇ ଦେଇଛନ୍ତି। ଗୁଜରାଟ ଜାଏଣ୍ଟ୍‌ସର ୨୧୦ ରନ୍‌ର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ପାଇଁ ଇନିଂସ ଓପନ୍‌ କରିଥିଲେ ବାମହାତୀ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ସେ ୧୭ ବଲ୍‌ରେ ଅର୍ଦ୍ଧଶତକ ଓ ୩୫ ବଲ୍‌ରେ ଶତକ ହାସଲ କରିଥିଲେ। ଏହି ଇନିଂସରେ ସେ ଗୁଜରାଟ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରି ୭ ଚୌକା ଓ ୧୧ ବିଶାଳ ଛକା ମାରି ଏକାଧିକ ବିଶ୍ୱ ରେକର୍ଡକୁ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ଆଇପିଏଲ୍‌ରେ ପ୍ରଥମ ଭାରତୀୟ ଭାବେ ୨୦୧୦ରେ ଦ୍ରୁତତମ ଶତକ ହାସଲ କରି ୟୁସୁଫ୍‌ ପଠାନ (୩୭/୧୦୦)ରଚିଥିବା ରେକର୍ଡକୁ ଭାଙ୍ଗି ବୈଭବ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ପିତା ହିଁ ଆଦ୍ୟଗୁରୁ
ଭାରତ ଦ୍ୱିତୀୟଥର ଲାଗି ୨୦୧୧ରେ ବିଶ୍ୱକପ୍‌ ଜିତିବାର ଠିକ୍‌ ୫ ଦିନ ପୂର୍ବରୁ ଅର୍ଥାତ୍‌ ୨୭ ମାର୍ଚ୍ଚ ୨୦୧୧ରେ ବିହାରର ସମସ୍ତିପୁର ଜିଲ୍ଲାର ତାଜପୁରରେ ବୈଭବ ଜନ୍ମଗ୍ରହଣ କରିଥିଲେ। ମାତ୍ର ୯ ବର୍ଷ ବୟସରେ ସେ ଏକ କ୍ରିକେଟ୍‌ ଏକାଡେମୀରେ ଯୋଗଦେଇଥିଲେ। କିନ୍ତୁ ଏଥିପୂର୍ବରୁ ବୈଭବଙ୍କ ପିତା ତାଙ୍କୁ ପ୍ରାରମ୍ଭିକ ଭାବେ କ୍ରିକେଟ୍‌ ଖେଳିବା ଶିଖାଇଥିଲେ।

29 Apr 2025 By The Sakala

ଆଇପିଏଲ୍‌ରେ ସର୍ବକନିଷ୍ଠ ଶତକଧାରୀ ବୈଭବ ସୂର୍ଯ୍ୟବଂଶୀ, ମାତ୍ର ୧୪ ବର୍ଷ ବୟସରେ କଲେ ରେକର୍ଡ…

ଜୟପୁର: ଟିନ୍‌ଏଜ୍‌ ଓପନର ବୈଭବ ସୂର୍ଯ୍ୟବଂଶୀ (୩୮ବଲ୍‌ରେ ୧୦୧ରନ୍‌)ଙ୍କ ବିସ୍ଫୋରକ ଶତକ ବଳରେ ଘରୋଇ ମାଟିରେ ଖେଳୁଥିବା ରାଜସ୍ଥାନ ରୟାଲ୍ସ ୮ ୱିକେଟରେ ଗୁଜରାଟ ଜାଏଣ୍ଟ୍‌ସକୁ ପରାସ୍ତ କରିଛି। ଏହା ଫଳରେ ୧୦ମ ମ୍ୟାଚ୍‌ରୁ ୩ୟ ବିଜୟ ହାସଲ କରିଥିଲେ ମଧ୍ୟ ରାଜସ୍ଥାନ ପ୍ଲେ ଅଫ୍‌ ଦୌଡ଼ରେ ତିଷ୍ଠି ରହିଛି। ଏଠାରେ ଗୁଜରାଟ ପ୍ରଦତ୍ତ ୨୧୦ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ସୂର୍ଯ୍ୟବଂଶୀ ଆଇପିଏଲ୍‌ରେ ସର୍ବକନିଷ୍ଠ ଖେଳାଳି ଓ ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିଥିଲେ। ଏହା ଫଳରେ ରାଜସ୍ଥାନ ୧୫.୫ ଓଭରରେ ମାତ୍ର ୨ ୱିକେଟ ହରାଇ ବିଜୟ ଲାଗି ଆବଶ୍ୟକ ରନ୍‌ ସଂଗ୍ରହ କରିନେଇଥିଲେ। ଏହି ବିଜୟରେ ହିରୋ ସାଜିଥିବା ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ ବର୍ଷ ୩୨ ଦିନରେ ଶତକ ହାସଲ କରି ସର୍ବକନିଷ୍ଠ ଖେଳାଳି ଭାବେ ରେକର୍ଡ କରିଥିଲେ ବିହାରର ଏହି ଓପନର। ଏହା ଛଡ଼ା ସେ ମାତ୍ର ୩୫ ବଲ୍‌ରେ ୧୦୦ ରନ୍‌ ପୂରଣ କରି ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରିବାରେ ସମର୍ଥ ହୋଇଥିଲେ।

ପୂର୍ବରୁ କ୍ରିସ୍‌ ଗେଲ ୩୦ ବଲ୍‌ରେ ୧୦୦ ରନ୍‌ କରି ଆଇପିଏଲ୍‌ ଇତିହାସରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ କରିଥିଲେ। ବୈଭବ ୩୫ ବଲ୍‌ରେ ୭ ଚୌକା ଓ ୧୧ ଛକା ସହ ଶତକ ପୂରଣ କରିଥିଲେ ମଧ୍ୟ ଆଉ ୩ଟି ବଲ୍‌ ଖେଳି ସମାନ ସ୍କୋରରେ ଆଉଟ ହୋଇଯାଇଥିଲେ। ସେ ଆଉଟ ହେବା ପୂର୍ବରୁ ପ୍ରଥମ ୱିକେଟରେ ଯଶସ୍ୱୀ ଜୟସ୍ୱାଲଙ୍କ ସହ ୭୧ ବଲ୍‌ରୁ ୧୬୬ ରନ୍‌ ଉଠାଇ ଦଳର ବିଜୟ ରାସ୍ତା ପରିଷ୍କାର କରିଦେଇଥିଲେ। ଅନ୍ୟତମ ଓପନର ଯଶସ୍ୱୀ ଜୟସ୍ୱାଲ ୪୦ ବଲ୍‌ରୁ ୯ ଚୌକା ଓ ୨ ଛକା ସହ ୭୦ ଏବଂ କାମଚଳା ଅଧିନାୟକ ରିୟାନ ପରାଗ ୧୫ ବଲ୍‌ରୁ ୨ଟି ଲେଖାଏଁ ଚୌକା ଓ ଛକା ସହ ୩୨ ରନ୍‌ରେ ଅପରାଜିତ ରହିଥିଲେ।

ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ୨୦୯ ରନ୍‌ ସଂଗ୍ରହ କରିଥିଲେ। ଏହି ବିଜୟ ପରେ ରାଜସ୍ଥାନ ରୟାଲ୍ସ ୧୦ଟି ମ୍ୟାଚ୍‌ ଖେଳି ୩ ବିଜୟ ଓ ୭ ପରାଜୟ ସହ ୬ ପଏଣ୍ଟ ପାଇ ୮ମ ସ୍ଥାନକୁ ଉନ୍ନୀତ ହୋଇଛି। କିନ୍ତୁ ୪.୧ ଓଭର ବାକିଥାଇ ଏହି ମ୍ୟାଚ୍‌ ହାରିବା ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପଛକୁ ପଏଣ୍ଟ ଟେବଲରେ ତୃତୀୟ ସ୍ଥାନକୁ ଖସି ଆସିଛି।

ଆଇପିଏଲ୍‌ରେ ବିସ୍ମୟ ବାଳକ; ବୈଭବ ସୂର୍ଯ୍ୟବଂଶୀ

ଯେଉଁ ବୟସରେ ପିଲାମାନେ ବିଦ୍ୟାଳୟରେ ପାଠ ପଢ଼ି କ୍ୟାରିୟର ଗଢ଼ିବାରେ ବ୍ୟସ୍ତ ରହିଥାନ୍ତି, ସେ ସମୟରେ ବିଶ୍ୱର ସବୁଠୁ ବ୍ୟୟବହୁଳ ଟି-୨୦ ଲିଗ୍‌ ଆଇପିଏଲ୍‌ରେ ଶତକ ଅର୍ଜନ କରି ରାତାରାତି ଚର୍ଚ୍ଚାକୁ ଆସିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ବୟସ ମାତ୍ର ୧୪। ସର୍ବକନିଷ୍ଠ ଖେଳାଳି ଭାବେ ଆଇପିଏଲ୍‌ରେ ଦ୍ରୁତତମ ଶତକ ହାସଲ କରି ବିସ୍ମୟ ବାଳକ ସାଜିଛନ୍ତି। ସୋମବାର ସେ ତାଙ୍କର ୩ୟ ଆଇପିଏଲ୍‌ ମ୍ୟାଚ୍‌ରେ ବିଧ୍ୱଂସୀ ଶତକୀୟ ପାଳି ଖେଳି ଶୀର୍ଷ ତାଲିକାରେ ଦ୍ବିତୀୟ ସ୍ଥାନରେ ଥିବା ଗୁଜରାଟ ଜାଏଣ୍ଟ୍‌ସକୁ ଧୂଳି ଚଟାଇବା ସହ ତୃତୀୟ ସ୍ଥାନକୁ ଖସାଇ ଦେଇଛନ୍ତି। ଗୁଜରାଟ ଜାଏଣ୍ଟ୍‌ସର ୨୧୦ ରନ୍‌ର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ପାଇଁ ଇନିଂସ ଓପନ୍‌ କରିଥିଲେ ବାମହାତୀ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ସେ ୧୭ ବଲ୍‌ରେ ଅର୍ଦ୍ଧଶତକ ଓ ୩୫ ବଲ୍‌ରେ ଶତକ ହାସଲ କରିଥିଲେ। ଏହି ଇନିଂସରେ ସେ ଗୁଜରାଟ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରି ୭ ଚୌକା ଓ ୧୧ ବିଶାଳ ଛକା ମାରି ଏକାଧିକ ବିଶ୍ୱ ରେକର୍ଡକୁ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ଆଇପିଏଲ୍‌ରେ ପ୍ରଥମ ଭାରତୀୟ ଭାବେ ୨୦୧୦ରେ ଦ୍ରୁତତମ ଶତକ ହାସଲ କରି ୟୁସୁଫ୍‌ ପଠାନ (୩୭/୧୦୦)ରଚିଥିବା ରେକର୍ଡକୁ ଭାଙ୍ଗି ବୈଭବ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ପିତା ହିଁ ଆଦ୍ୟଗୁରୁ
ଭାରତ ଦ୍ୱିତୀୟଥର ଲାଗି ୨୦୧୧ରେ ବିଶ୍ୱକପ୍‌ ଜିତିବାର ଠିକ୍‌ ୫ ଦିନ ପୂର୍ବରୁ ଅର୍ଥାତ୍‌ ୨୭ ମାର୍ଚ୍ଚ ୨୦୧୧ରେ ବିହାରର ସମସ୍ତିପୁର ଜିଲ୍ଲାର ତାଜପୁରରେ ବୈଭବ ଜନ୍ମଗ୍ରହଣ କରିଥିଲେ। ମାତ୍ର ୯ ବର୍ଷ ବୟସରେ ସେ ଏକ କ୍ରିକେଟ୍‌ ଏକାଡେମୀରେ ଯୋଗଦେଇଥିଲେ। କିନ୍ତୁ ଏଥିପୂର୍ବରୁ ବୈଭବଙ୍କ ପିତା ତାଙ୍କୁ ପ୍ରାରମ୍ଭିକ ଭାବେ କ୍ରିକେଟ୍‌ ଖେଳିବା ଶିଖାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର