ଆସନ୍ତାକାଲି ଭାରତ- ଇଂଲଣ୍ଡ ପ୍ରଥମ ଟି-ଟ୍ବେଣ୍ଟି, ୭୨ ରନ୍ କଲେ ବିରାଟ ରଚିବେ ଇତିହାସ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି। ଦୀର୍ଘ ସମୟ ପରେ ଉଭୟ ଦଳ ଟି -୨୦ରେ ମୁହାଁମୁହିଁ ହେବେ। ସିରିଜ୍ ସମୟରେ ଉଭୟ ଦଳ ଯଥାସମ୍ଭବ ନିଜର ବିଜୟର ସ୍ୱାଦ ଚାଖିବାକୁ ଚାହିଁବେ। କ୍ୟାପଟେନ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ନଜର ରହିବ। ବିରାଟ କୋହଲି ଅନ୍ତରାଷ୍ଟ୍ରୀୟ ଟି -୨୦ କ୍ରିକେଟ୍ରେ ସର୍ବାଧିକ ରନ୍ ସ୍କୋରର ଅଟନ୍ତି। ବିରାଟଙ୍କ ସବୁ ଫର୍ମାଟରେ ଆଭରେଜ […]
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି। ଦୀର୍ଘ ସମୟ ପରେ ଉଭୟ ଦଳ ଟି -୨୦ରେ ମୁହାଁମୁହିଁ ହେବେ। ସିରିଜ୍ ସମୟରେ ଉଭୟ ଦଳ ଯଥାସମ୍ଭବ ନିଜର ବିଜୟର ସ୍ୱାଦ ଚାଖିବାକୁ ଚାହିଁବେ। କ୍ୟାପଟେନ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ନଜର ରହିବ।

ବିରାଟ କୋହଲି ଅନ୍ତରାଷ୍ଟ୍ରୀୟ ଟି -୨୦ କ୍ରିକେଟ୍ରେ ସର୍ବାଧିକ ରନ୍ ସ୍କୋରର ଅଟନ୍ତି। ବିରାଟଙ୍କ ସବୁ ଫର୍ମାଟରେ ଆଭରେଜ ୫୦ରୁ ଅଧିକ। ଯାହା ସବୁ ଖେଳାଳୀଙ୍କ ପାଖରେ ଦେଖାଯାଏ ନାହିଁ।

ଭାରତୀୟ ଅଧିନାୟକ ଏବେ ଆଉ ଏକ ରେକର୍ଡ କରିବାର ସୁଯୋଗ ପାଇଛନ୍ତି। କିଙ୍ଗ କୋହଲି ଅନ୍ତରାଷ୍ଟ୍ରୀୟ ଟି -୨୦ରେ ବର୍ତ୍ତମାନ ୨୯୨୮ ରନ୍ କରିଛନ୍ତି। ଯଦି ସେ ଏହି ଟି-ଟ୍ବେଣ୍ଟି ମ୍ୟାଚରେ ୭୨ ରନ୍ କରନ୍ତି, ତେବେ ତାଙ୍କ ନାମ ୩ହଜାର ରନ୍ କ୍ଲବରେ ଯୋଡିହେବ। ଏହା ସହ ବିରାଟ ଟି -୨୦ ଫର୍ମାଟରେ ୩୦୦୦ ରନ୍ ସ୍କୋର କରିବାରେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହେବେ।

ବିରାଟ ଏପର୍ଯ୍ଯନ୍ତ ଅନ୍ତରାଷ୍ଟ୍ରୀୟ ସ୍ତରରେ ଖେଳିଥିବା ଟି -୨୦ମ୍ୟାଚରେ ୨୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଖେଳିଥିବା ଟି -୨୦ ମ୍ୟାଚରେ ଶତକ ହାସଲ କରନାହାନ୍ତି। ସେ ଶତକ ଆଶାରେ ଅଛନ୍ତି। ବିରାଟ କୋହଲି ଦିନିକିଆରେ ୫୯.୩୧ ହାରାରେ ୧୨୦୪୦ ରନ୍ ସଂଗ୍ରହ କରିଥିବାବେଳେ ଟେଷ୍ଟରେ ୫୨.୩୭ ହାରରେ ୭୪୯୦ ରନ୍ ଏବଂ ଅନ୍ତରାଷ୍ଟ୍ରୀୟ ଟି -୨୦ରେ ୫୦.୪୮ ହାରରେ ୨୯୨୮ ରନ ସଂଗ୍ରହ କରିଛନ୍ତ।