ଆଜି ବିଶ୍ବ ଜଳ ଦିବସ : ଜଳ ହିଁ ଜୀବନ

The Sakala Picture
Published On

ଜଳ ପାଇଁ ଜୀବନ । ଜୀବନର ପ୍ରତିଟି ମୁହୂର୍ତ୍ତ ପାଇଁ ଜଳ ଲୋଡ଼ା। ଜୀବନଧାରଣ ପାଇଁ ଅମ୍ଳଜାନ ପରେ ଜଳର ସ୍ଥାନ। ଆମ ଶରୀରରେ ଯେତିକି ଜଳ ଅଛି, ତା’ର ପାଞ୍ଚଭାଗରୁ ମାତ୍ର ଏକଭାଗ ବା ୨୦ ପ୍ରତିଶତ ହ୍ରାସ ପାଇଗଲେ ସଂକଟାପନ୍ନ ହୋଇପଡ଼େ ଜୀବନ। ତେବେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସାରା ବିଶ୍ବରେ ଏବେ ଜଳ ସଙ୍କଟ ଦେଖାଦେଲାଣି। ପାନୀୟ ଜଳର ଚାହିଦାକୁ ଦେଖିଲେ ୨୦୫୦ ବେଳକୁ ସାରା ବିଶ୍ବରେ ଜଳ ସଙ୍କଟ ଏକ ପ୍ରମୁଖ […]

ଜଳ ପାଇଁ ଜୀବନ । ଜୀବନର ପ୍ରତିଟି ମୁହୂର୍ତ୍ତ ପାଇଁ ଜଳ ଲୋଡ଼ା। ଜୀବନଧାରଣ ପାଇଁ ଅମ୍ଳଜାନ ପରେ ଜଳର ସ୍ଥାନ। ଆମ ଶରୀରରେ ଯେତିକି ଜଳ ଅଛି, ତା’ର ପାଞ୍ଚଭାଗରୁ ମାତ୍ର ଏକଭାଗ ବା ୨୦ ପ୍ରତିଶତ ହ୍ରାସ ପାଇଗଲେ ସଂକଟାପନ୍ନ ହୋଇପଡ଼େ ଜୀବନ। ତେବେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସାରା ବିଶ୍ବରେ ଏବେ ଜଳ ସଙ୍କଟ ଦେଖାଦେଲାଣି। ପାନୀୟ ଜଳର ଚାହିଦାକୁ ଦେଖିଲେ ୨୦୫୦ ବେଳକୁ ସାରା ବିଶ୍ବରେ ଜଳ ସଙ୍କଟ ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଯିବ। କଥାରେ ଅଛି ‘ଜଳ ବିହୁନେ ସୃଷ୍ଟି ନାଶ। ଜଳ ବହୁଳେ ସୃଷ୍ଟି ନାଶ।’ ଏହାର ମୂଳ ଉଦ୍ଦେଶ୍ୟ ହେଉଛି- ସାରା ବିଶ୍ୱ ପାଇଁ ଜଳ ସଂରକ୍ଷଣ କେତେ ଜରୁରୀ ସେନେଇ ସଚେତନ କରାଇବା।

ଆହୁରି ପଢ଼ନ୍ତୁ: ୧୯୯୧ ମସିହାର ଆଜିର ଦିନରେ ବଦଳିଥିଲା ଭାରତର ଅର୍ଥନୈତିକ ଦିଗ: ମନମୋହନ ସିଂହଙ୍କ ସେହି ଐତିହାସିକ ବଜେଟକୁ ୩୫ ବର୍ଷ ପୂର୍ତ୍ତି

ବିଶ୍ୱରେ ଜଳ ଅଭାବର ପଶ୍ଚାତରେ ରହିଥିବା ପ୍ରଧାନ କାରଣ ହେଉଛି ଜଳ ପ୍ରଦୂଷଣ। ଜଳ ପ୍ରଦୂଷଣ ଓ ଅପଚୟକୁ ନ ରୋକିଲେ ଜଳର ଅଭାବ ଦୂର ହେବାର କୌଣସି ଆଶା ନାହିଁ। ଜଳ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସମସ୍ୟାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ୧୯୯୩ ମସିହାଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ପାଳିତ ହୋଇଆସୁଛି ‘ବିଶ୍ୱ ଜଳ ଦିବସ’।  ବିଶ୍ୱର କୋଣ ଅନୁକୋଣରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ଗୁରୁତ୍ବ ତଥା ଆବଶ୍ୟକତା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ । ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବ୍ରାଜିଲସ୍ଥିତ ରିଓ ଡି ଜେନେରିଓ ଠାରେ ମିଳିତ ଜାତିସଂଘ ଦ୍ବାରା ଆୟୋଜିତ ଜଳବାୟୁ ଓ ବିକାଶ ସମ୍ମିଳନୀରେ ବିଶ୍ୱ ଜଳ ଦିବସ ପାଳନ କରାଯିବା ନିଷ୍ପତ୍ତି ନିଆଯାଇଥିଲା। ଏହି ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳର ଉପାଦେୟତା ସଂପର୍କିତ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶିବିର, ଶୋଭାଯାତ୍ରା, ଆଲୋଚନାଚକ୍ର ଇତ୍ୟାଦିର ଆୟୋଜନ କରାଯାଏ । ’

ଆହୁରି ପଢ଼ନ୍ତୁ: ଆଜି ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି

22 Mar 2024 By The Sakala

ଆଜି ବିଶ୍ବ ଜଳ ଦିବସ : ଜଳ ହିଁ ଜୀବନ

ଜଳ ପାଇଁ ଜୀବନ । ଜୀବନର ପ୍ରତିଟି ମୁହୂର୍ତ୍ତ ପାଇଁ ଜଳ ଲୋଡ଼ା। ଜୀବନଧାରଣ ପାଇଁ ଅମ୍ଳଜାନ ପରେ ଜଳର ସ୍ଥାନ। ଆମ ଶରୀରରେ ଯେତିକି ଜଳ ଅଛି, ତା’ର ପାଞ୍ଚଭାଗରୁ ମାତ୍ର ଏକଭାଗ ବା ୨୦ ପ୍ରତିଶତ ହ୍ରାସ ପାଇଗଲେ ସଂକଟାପନ୍ନ ହୋଇପଡ଼େ ଜୀବନ। ତେବେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ସାରା ବିଶ୍ବରେ ଏବେ ଜଳ ସଙ୍କଟ ଦେଖାଦେଲାଣି। ପାନୀୟ ଜଳର ଚାହିଦାକୁ ଦେଖିଲେ ୨୦୫୦ ବେଳକୁ ସାରା ବିଶ୍ବରେ ଜଳ ସଙ୍କଟ ଏକ ପ୍ରମୁଖ ସମସ୍ୟା ଭାବେ ଦେଖାଯିବ। କଥାରେ ଅଛି ‘ଜଳ ବିହୁନେ ସୃଷ୍ଟି ନାଶ। ଜଳ ବହୁଳେ ସୃଷ୍ଟି ନାଶ।’ ଏହାର ମୂଳ ଉଦ୍ଦେଶ୍ୟ ହେଉଛି- ସାରା ବିଶ୍ୱ ପାଇଁ ଜଳ ସଂରକ୍ଷଣ କେତେ ଜରୁରୀ ସେନେଇ ସଚେତନ କରାଇବା।

ବିଶ୍ୱରେ ଜଳ ଅଭାବର ପଶ୍ଚାତରେ ରହିଥିବା ପ୍ରଧାନ କାରଣ ହେଉଛି ଜଳ ପ୍ରଦୂଷଣ। ଜଳ ପ୍ରଦୂଷଣ ଓ ଅପଚୟକୁ ନ ରୋକିଲେ ଜଳର ଅଭାବ ଦୂର ହେବାର କୌଣସି ଆଶା ନାହିଁ। ଜଳ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସମସ୍ୟାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ୧୯୯୩ ମସିହାଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ପାଳିତ ହୋଇଆସୁଛି ‘ବିଶ୍ୱ ଜଳ ଦିବସ’।  ବିଶ୍ୱର କୋଣ ଅନୁକୋଣରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ଗୁରୁତ୍ବ ତଥା ଆବଶ୍ୟକତା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏହାର ମୂଳ ଲକ୍ଷ୍ୟ । ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବ୍ରାଜିଲସ୍ଥିତ ରିଓ ଡି ଜେନେରିଓ ଠାରେ ମିଳିତ ଜାତିସଂଘ ଦ୍ବାରା ଆୟୋଜିତ ଜଳବାୟୁ ଓ ବିକାଶ ସମ୍ମିଳନୀରେ ବିଶ୍ୱ ଜଳ ଦିବସ ପାଳନ କରାଯିବା ନିଷ୍ପତ୍ତି ନିଆଯାଇଥିଲା। ଏହି ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳର ଉପାଦେୟତା ସଂପର୍କିତ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶିବିର, ଶୋଭାଯାତ୍ରା, ଆଲୋଚନାଚକ୍ର ଇତ୍ୟାଦିର ଆୟୋଜନ କରାଯାଏ । ’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp