ୱେଡିଂ ୱେୟାର ବ୍ୟାଙ୍କ; ଯେଉଁଠି ମାଗଣାରେ ମିଳେ ବିବାହ ପୋଷାକ ଓ ଅଳଙ୍କାର

The Sakala Picture
Published On

ବାହାଘର ଦିନ ସବୁଠୁ ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଇଁ ସବୁ ଯୁବତୀଙ୍କର ସ୍ବପ୍ନ ଥାଏ। ବାହାଘର ଦିନ ସେମାନଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଦିଏ ସେମାନେ ପିନ୍ଧିଥିବା ଲେହେଙ୍ଗା, ଶାଢ଼ି ତଥା ମହଙ୍ଗା ଅଳଙ୍କାର। ଏହାକୁ ସାଧାରଣତଃ ‘ୱେଡିଂ ୱେୟାର’ ବୋଲି କୁହାଯାଇଥାଏ। କିନ୍ତୁ ସମସ୍ତଙ୍କ ପକ୍ଷେ ଏହା ସମ୍ଭବ ହୋଇନଥାଏ। ଆର୍ଥିକ ସ୍ତରରେ ଦୁର୍ବଳ ମହିଳା ଓ ପୁରୁଷମାନଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ନୋଏଡାର ସମାଜସେବୀ ତଥା ‘ଦାଦି କି ରଷେଇ’ର […]

ବାହାଘର ଦିନ ସବୁଠୁ ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଇଁ ସବୁ ଯୁବତୀଙ୍କର ସ୍ବପ୍ନ ଥାଏ। ବାହାଘର ଦିନ ସେମାନଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଦିଏ ସେମାନେ ପିନ୍ଧିଥିବା ଲେହେଙ୍ଗା, ଶାଢ଼ି ତଥା ମହଙ୍ଗା ଅଳଙ୍କାର। ଏହାକୁ ସାଧାରଣତଃ ‘ୱେଡିଂ ୱେୟାର’ ବୋଲି କୁହାଯାଇଥାଏ। କିନ୍ତୁ ସମସ୍ତଙ୍କ ପକ୍ଷେ ଏହା ସମ୍ଭବ ହୋଇନଥାଏ। ଆର୍ଥିକ ସ୍ତରରେ ଦୁର୍ବଳ ମହିଳା ଓ ପୁରୁଷମାନଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ନୋଏଡାର ସମାଜସେବୀ ତଥା ‘ଦାଦି କି ରଷେଇ’ର ସଞ୍ଚାଳକ ଅନୁପ ଖନ୍ନା। ମାଗଣାରେ ବିବାହ ପୋଷାକ ଓ ଅଳଙ୍କାର ଯୋଗାଇ ଦେବାକୁ ସେ ୨୦୧୭ରେ ଆରମ୍ଭ କରିଥିଲେ ‘ୱେଡିଂ ୱେୟାର ବ୍ୟାଙ୍କ’ । ଏହି ବ୍ୟାଙ୍କରେ ଯେକୌଣସି ବ୍ୟକ୍ତି ତାଙ୍କ ନିଜ ବିବାହର ପୋଷାକ ଦାନ କରିପାରିବେ । କାରଣ ବିବାହ ଦିନରେ ପିନ୍ଧାଯାଇଥିବା ପୋଷାକ ପ୍ରାୟତଃ ଜୀବନସାରା ବ୍ୟବହାର କରାଯାଇ ନଥାଏ | ତେଣୁ ଆଲମାରୀରେ ପଡ଼ିରହୁଥିବା ବିବାହ ପୋଷାକ ବା ଅଳଙ୍କାର କିପରି ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବ ସେଥିପ୍ରତି ଅନୁପ ଚିନ୍ତା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଟ୍ରମ୍ପ୍‌ଙ୍କ ନୂଆ ଶୁଳ୍କ ବୋମା: ଜେନେରିକ୍ ଔଷଧ ଉପରେ ୨୦୦% ଟାରିଫ୍‌

ଏହି ବ୍ୟାଙ୍କରେ ପ୍ରାୟ ୨୦ହଜାର ଟଙ୍କାରୁ ୧ଲକ୍ଷ ଟଙ୍କା ଯାଏଁ ଲେହେଙ୍ଗା ଉପଲବ୍ଧ। ଯେଉଁ ବ୍ୟକ୍ତି ପୋଷାକ ଚାହାଁନ୍ତି ସେମାନେ ବ୍ୟାଙ୍କର ସ୍ଵତନ୍ତ୍ର ନିୟମକୁ ମାନି ନିଜ ମନମୁତାବକ ପୋଷାକ ବାଛି ନେଇ ପାରିବେ । ହେଲେ ବ୍ୟାଙ୍କକୁ ପୋଷାକ ଫେରାଇବା ସମୟରେ ଡ୍ରାଏକ୍ଲିନ କରି ଦେବାକୁ ପଡୁଥିବାରୁ ଏଥିପାଇଁ ଭୋଟର ପରିଚୟପତ୍ର ରଖାଯାଏ। ଲେହେଙ୍ଗା, ସେରୱାନୀ ଓ ଗାଉନ ସହିତ ଅଳଙ୍କାର, ଚପଲ, ଜୋତା ତଥା ଆବଶ୍ୟକୀୟ ସାମଗ୍ରୀ ଏଠାରେ ମିଳିଥାଏ। ବର୍ତ୍ତମାନ ଏହି ବ୍ୟାଙ୍କରେ ୨୫ରୁ ଉର୍ଦ୍ଧ୍ବ ବ୍ରାଇଡାଲ ଲେହେଙ୍ଗା ଏବଂ ୨୦ଟି ସେରୱାନୀ ରହିଛି। ଏହି ବ୍ୟାଙ୍କକୁ ଦେଶର ଭିନ୍ନ ଭିନ୍ନ ରାଜ୍ୟରୁ ମଧ୍ୟ ଲୋକେ ପୋଷାକ ଦାନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ମଣିଷ-କୁମ୍ଭୀର ସମ୍ପର୍କର ବିରଳ ଚିତ୍ର: ୧୩୦ ବର୍ଷର 'ଗଙ୍ଗାରାମ'ର ମୃତ୍ୟୁରେ କାନ୍ଦିଥିଲା ପୂରା ଗାଁ

କେବଳ ବରକନ୍ୟା ନୁହଁନ୍ତି ଯେକୌଣସି ବ୍ୟକ୍ତି ପାର୍ଟି ବା ଫଙ୍କସନ ଲାଗି ଏଠାରୁ ମନ ମୁତାବକ ପୋଷାକ ନେଇ ବ୍ୟବହାର କରିପାରିବେ । ବର୍ତ୍ତମାନ ଦିଲ୍ଲୀ- ଏନସିଆରରେ ୱେଡିଂ ୱେୟାର ବ୍ୟାଙ୍କ ଲୋକପ୍ରିୟ ହୋଇଛି। କିଛିଦିନ ହେବ କରୋନା ମହାମାରୀ ଯୋଗୁ ବ୍ୟାଙ୍କ ବନ୍ଦ ଥିବା ବେଳେ ବର୍ତ୍ତମାନ ବାହାଘର ଋତୁରେ ପୁଣି ପୂର୍ବପରି ଚଳଚଞ୍ଚଳ ହୋଇ ଉଠିଛି ଏହି ବ୍ୟାଙ୍କ । ଅନୁପ ମାତ୍ର ୫ଟଙ୍କାରେ ଗରିବ ଲୋକଙ୍କୁ ପେଟପୂରା ଖାଦ୍ୟ ଯୋଗାଇ ବେଶ୍ ନାଁ କମାଇଛନ୍ତି। କେବଳ ଦିଲ୍ଲୀ ଏନ୍‌ସିଆର୍‌ରେ ନୁହେଁ ତାଙ୍କ ଦ୍ବାରା ପ୍ରତିଷ୍ଠିତ ‘ଦାଦି କି ରଷୋଇ’ ଦେଶ ବିଦେଶରେ ବେଶ୍ ଲୋକପ୍ରିୟ ହୋଇପାରିଛି। ଅନୁପ ‘କୌନ ବନେଗା କରୋଡ଼ପତି’ର କର୍ମବୀର ଅଧ୍ୟାୟର ହଟ୍ ସିଟରେ ନଜର ଆସିଥିଲେ।

ଆହୁରି ପଢ଼ନ୍ତୁ: ୧୯୯୧ ମସିହାର ଆଜିର ଦିନରେ ବଦଳିଥିଲା ଭାରତର ଅର୍ଥନୈତିକ ଦିଗ: ମନମୋହନ ସିଂହଙ୍କ ସେହି ଐତିହାସିକ ବଜେଟକୁ ୩୫ ବର୍ଷ ପୂର୍ତ୍ତି

25 Nov 2021 By The Sakala

ୱେଡିଂ ୱେୟାର ବ୍ୟାଙ୍କ; ଯେଉଁଠି ମାଗଣାରେ ମିଳେ ବିବାହ ପୋଷାକ ଓ ଅଳଙ୍କାର

ବାହାଘର ଦିନ ସବୁଠୁ ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ପାଇଁ ସବୁ ଯୁବତୀଙ୍କର ସ୍ବପ୍ନ ଥାଏ। ବାହାଘର ଦିନ ସେମାନଙ୍କ ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଦିଏ ସେମାନେ ପିନ୍ଧିଥିବା ଲେହେଙ୍ଗା, ଶାଢ଼ି ତଥା ମହଙ୍ଗା ଅଳଙ୍କାର। ଏହାକୁ ସାଧାରଣତଃ ‘ୱେଡିଂ ୱେୟାର’ ବୋଲି କୁହାଯାଇଥାଏ। କିନ୍ତୁ ସମସ୍ତଙ୍କ ପକ୍ଷେ ଏହା ସମ୍ଭବ ହୋଇନଥାଏ। ଆର୍ଥିକ ସ୍ତରରେ ଦୁର୍ବଳ ମହିଳା ଓ ପୁରୁଷମାନଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ନୋଏଡାର ସମାଜସେବୀ ତଥା ‘ଦାଦି କି ରଷେଇ’ର ସଞ୍ଚାଳକ ଅନୁପ ଖନ୍ନା। ମାଗଣାରେ ବିବାହ ପୋଷାକ ଓ ଅଳଙ୍କାର ଯୋଗାଇ ଦେବାକୁ ସେ ୨୦୧୭ରେ ଆରମ୍ଭ କରିଥିଲେ ‘ୱେଡିଂ ୱେୟାର ବ୍ୟାଙ୍କ’ । ଏହି ବ୍ୟାଙ୍କରେ ଯେକୌଣସି ବ୍ୟକ୍ତି ତାଙ୍କ ନିଜ ବିବାହର ପୋଷାକ ଦାନ କରିପାରିବେ । କାରଣ ବିବାହ ଦିନରେ ପିନ୍ଧାଯାଇଥିବା ପୋଷାକ ପ୍ରାୟତଃ ଜୀବନସାରା ବ୍ୟବହାର କରାଯାଇ ନଥାଏ | ତେଣୁ ଆଲମାରୀରେ ପଡ଼ିରହୁଥିବା ବିବାହ ପୋଷାକ ବା ଅଳଙ୍କାର କିପରି ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବ ସେଥିପ୍ରତି ଅନୁପ ଚିନ୍ତା କରିଛନ୍ତି ।

ଏହି ବ୍ୟାଙ୍କରେ ପ୍ରାୟ ୨୦ହଜାର ଟଙ୍କାରୁ ୧ଲକ୍ଷ ଟଙ୍କା ଯାଏଁ ଲେହେଙ୍ଗା ଉପଲବ୍ଧ। ଯେଉଁ ବ୍ୟକ୍ତି ପୋଷାକ ଚାହାଁନ୍ତି ସେମାନେ ବ୍ୟାଙ୍କର ସ୍ଵତନ୍ତ୍ର ନିୟମକୁ ମାନି ନିଜ ମନମୁତାବକ ପୋଷାକ ବାଛି ନେଇ ପାରିବେ । ହେଲେ ବ୍ୟାଙ୍କକୁ ପୋଷାକ ଫେରାଇବା ସମୟରେ ଡ୍ରାଏକ୍ଲିନ କରି ଦେବାକୁ ପଡୁଥିବାରୁ ଏଥିପାଇଁ ଭୋଟର ପରିଚୟପତ୍ର ରଖାଯାଏ। ଲେହେଙ୍ଗା, ସେରୱାନୀ ଓ ଗାଉନ ସହିତ ଅଳଙ୍କାର, ଚପଲ, ଜୋତା ତଥା ଆବଶ୍ୟକୀୟ ସାମଗ୍ରୀ ଏଠାରେ ମିଳିଥାଏ। ବର୍ତ୍ତମାନ ଏହି ବ୍ୟାଙ୍କରେ ୨୫ରୁ ଉର୍ଦ୍ଧ୍ବ ବ୍ରାଇଡାଲ ଲେହେଙ୍ଗା ଏବଂ ୨୦ଟି ସେରୱାନୀ ରହିଛି। ଏହି ବ୍ୟାଙ୍କକୁ ଦେଶର ଭିନ୍ନ ଭିନ୍ନ ରାଜ୍ୟରୁ ମଧ୍ୟ ଲୋକେ ପୋଷାକ ଦାନ କରୁଛନ୍ତି।

କେବଳ ବରକନ୍ୟା ନୁହଁନ୍ତି ଯେକୌଣସି ବ୍ୟକ୍ତି ପାର୍ଟି ବା ଫଙ୍କସନ ଲାଗି ଏଠାରୁ ମନ ମୁତାବକ ପୋଷାକ ନେଇ ବ୍ୟବହାର କରିପାରିବେ । ବର୍ତ୍ତମାନ ଦିଲ୍ଲୀ- ଏନସିଆରରେ ୱେଡିଂ ୱେୟାର ବ୍ୟାଙ୍କ ଲୋକପ୍ରିୟ ହୋଇଛି। କିଛିଦିନ ହେବ କରୋନା ମହାମାରୀ ଯୋଗୁ ବ୍ୟାଙ୍କ ବନ୍ଦ ଥିବା ବେଳେ ବର୍ତ୍ତମାନ ବାହାଘର ଋତୁରେ ପୁଣି ପୂର୍ବପରି ଚଳଚଞ୍ଚଳ ହୋଇ ଉଠିଛି ଏହି ବ୍ୟାଙ୍କ । ଅନୁପ ମାତ୍ର ୫ଟଙ୍କାରେ ଗରିବ ଲୋକଙ୍କୁ ପେଟପୂରା ଖାଦ୍ୟ ଯୋଗାଇ ବେଶ୍ ନାଁ କମାଇଛନ୍ତି। କେବଳ ଦିଲ୍ଲୀ ଏନ୍‌ସିଆର୍‌ରେ ନୁହେଁ ତାଙ୍କ ଦ୍ବାରା ପ୍ରତିଷ୍ଠିତ ‘ଦାଦି କି ରଷୋଇ’ ଦେଶ ବିଦେଶରେ ବେଶ୍ ଲୋକପ୍ରିୟ ହୋଇପାରିଛି। ଅନୁପ ‘କୌନ ବନେଗା କରୋଡ଼ପତି’ର କର୍ମବୀର ଅଧ୍ୟାୟର ହଟ୍ ସିଟରେ ନଜର ଆସିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp