ଆଜି ବିଶ୍ବ ଫଟୋଗ୍ରାଫି ଦିବସ
ଅତୀତ ହେଉ କି ବର୍ତ୍ତମାନ, ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଭବିଷ୍ୟତ ପାଇଁ ସାଇତି କରି ରଖୀଥାଏ ଫଟୋ। ପ୍ରତିବର୍ଷ ଅଗଷ୍ଟ ମାସର ୧୯ ତାରିଖକୁ ‘ବିଶ୍ବ ଫଟୋଗ୍ରାଫି ଦିବସ’ ଭାବରେ ପାଳନ କରାଯାଉଛି ଯୁଦ୍ଧର ଭୟାବହତା ହେଉ କି ଦାଦନ ଶ୍ରମିକଙ୍କ ନିର୍ଯାତନାର ଦୁଃଖ, ଆମାଜନ୍ ଜଙ୍ଗଲର ଆଦିମ ଅଧିବାସୀଙ୍କ ଜୀବନଧାରା ହେଉ କି ହିମାଳୟର ବରଫାଚ୍ଛନ୍ନ ଅଞ୍ଚଳକୁ କ୍ୟାମେରାରେ କଏଦ କରିଥିବା ଫଟୋଗ୍ରାଫରମାନଙ୍କୁ ଏହି ଦିବସ ସମର୍ପିତ। ପୂର୍ବରୁ ଲୋକେ ଷ୍ଟୁଡିଓ ଯାଇ ଫଟୋ ଉଠାଉଥିଲେ। […]
ଅତୀତ ହେଉ କି ବର୍ତ୍ତମାନ, ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଭବିଷ୍ୟତ ପାଇଁ ସାଇତି କରି ରଖୀଥାଏ ଫଟୋ। ପ୍ରତିବର୍ଷ ଅଗଷ୍ଟ ମାସର ୧୯ ତାରିଖକୁ ‘ବିଶ୍ବ ଫଟୋଗ୍ରାଫି ଦିବସ’ ଭାବରେ ପାଳନ କରାଯାଉଛି ଯୁଦ୍ଧର ଭୟାବହତା ହେଉ କି ଦାଦନ ଶ୍ରମିକଙ୍କ ନିର୍ଯାତନାର ଦୁଃଖ, ଆମାଜନ୍ ଜଙ୍ଗଲର ଆଦିମ ଅଧିବାସୀଙ୍କ ଜୀବନଧାରା ହେଉ କି ହିମାଳୟର ବରଫାଚ୍ଛନ୍ନ ଅଞ୍ଚଳକୁ କ୍ୟାମେରାରେ କଏଦ କରିଥିବା ଫଟୋଗ୍ରାଫରମାନଙ୍କୁ ଏହି ଦିବସ ସମର୍ପିତ। ପୂର୍ବରୁ ଲୋକେ ଷ୍ଟୁଡିଓ ଯାଇ ଫଟୋ ଉଠାଉଥିଲେ। ସ୍ମାର୍ଟଫୋନ୍ର ଜମାନାରେ ଏବେ ପ୍ରତି ଲୋକଙ୍କ ହାତରେ କ୍ୟାମେରା। ଫଟୋ ଉଠାଇବା ପାଇଁ ଆଉ ଷ୍ଟୁଡିଓ ଯିବାର ଆବଶ୍ୟକତା ନାହିଁ କି କୁଆଡ଼େ ବୁଲି ଗଲାବେଳେ ସାଙ୍ଗରେ କ୍ୟାମେରା ନେଇ ଯିବାର ଲୋଡ଼ା ନାହିଁ।
ବର୍ତ୍ତମାନ ଯିଏ ଯୋଉଠି ଚାହୁଁଛି ଫଟୋ ଉଠାଇ ପାରୁଛି ଓ ସେଲ୍ଫି ନେଇପାରୁଛି। ୧୮୩୯, ଜାନୁଆରୀ ୯ ତାରିଖରେ ବିଶ୍ବରେ ପ୍ରଥମ କରି ଫଟୋଗ୍ରାଫି ଆରମ୍ଭ ହୋଇଥିଲା। ଜୋସେଫ୍ ନାଇସଫୋର୍ ଓ ଲୁଇସ୍ ଡାଗେର୍ ନାମରେ ଦୁଇ ଜଣ ବୈଜ୍ଞାନିକ ‘ଡେଗୁଏରୋଟାଇପ୍ ପ୍ରକ୍ରିୟା’ର ଆରମ୍ଭ କରିଥିଲେ। ‘ଡେଗୁଏରୋଟାଇପ୍ ପ୍ରକ୍ରିୟା’ ହେଉଛି ଫଟୋଗ୍ରାଫିର ପ୍ରଥମ ପ୍ରକ୍ରିୟା। ଏହି ଉଦ୍ଭାବନର ଘୋଷଣା ଫ୍ରାନ୍ସ ସରକାର ୧୯ ଅଗଷ୍ଟ ୧୮୩୯ ମସିହାରେ କରିଥିଲେ। ଏହାକୁ ମନେ ପକାଇବା ପାଇଁ ପ୍ରତିବର୍ଷ ୧୯ ଅଗଷ୍ଟ ଦିନ ‘ୱାର୍ଲଡ୍ ଫଟୋଗ୍ରାଫି ଡେ’ ପାଳନ କରାଯାଇଥାଏ। ତେବେ ଏହି ଦିନର ଲୋକପ୍ରିୟତା ୨୦୧୦ ମସିହାରୁ ବଢ଼ିବା ଆରମ୍ଭ ହୋଇଥିଲା।
୨୦୧୦ ମସିହାରେ ଅଷ୍ଟ୍ରେଲିଆର ଫଟୋଗ୍ରାଫର୍ କୋର୍ସ୍କେ ଆରା ଏହି ଦିନ ବିଷୟରେ ସଚେତନତା ସୃଷ୍ଟି ଅଭିଯାନ ଆରମ୍ଭ କରିଥିଲେ। ସେ ତାଙ୍କର ୨୭୦ ଫଟୋଗ୍ରାଫର୍ ବନ୍ଧୁଙ୍କ ସାଥିରେ ମିଶି ଅନଲାଇନ୍ ଫଟୋ ଗ୍ୟାଲେରୀରେ ଲୋକଙ୍କ ସମ୍ମୁଖରେ ସେମାନଙ୍କ ଶ୍ରେଷ୍ଠ ଫଟୋ ପ୍ରଦର୍ଶନ କରିଥିଲେ। ଏହି ଅନ୍ଲାଇନ୍ ଫଟୋ ଗ୍ୟାଲେରୀ ଏକ ଟ୍ରେଣ୍ଡ ହୋଇଯାଇଥିଲା ଏବଂ ପ୍ରତିବର୍ଷ ୱାର୍ଲଡ୍ ଫଟୋଗ୍ରାଫି ଡେ’ ଦିନ ଏହିପରି ଅନଲାଇନ୍ ଗ୍ୟାଲେରୀର ପ୍ରଦର୍ଶନ ହୋଇଆସୁଛି। ଏହି ଦିବସ ପାଳନ ଅବସରରେ ବିଭିନ୍ନ ସଂସ୍ଥା ପକ୍ଷରୁ ଅନ୍ଲାଇନ୍ ଓ ଅଫ୍ଲାଇନ୍ ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ଚଳିବର୍ଷ ବିଶ୍ବ ଫଟୋଗ୍ରାଫି ଦିବସର ବିଷୟବସ୍ତୁ ରହିଛି ‘ଲ୍ୟାଣ୍ଡସ୍କେପ୍ସ’।





