ବିଲେଇଙ୍କୁ ହତ୍ୟାକରୁଥିବା ସିରିଏଲ୍‌ କିଲର୍‌

The Sakala Picture
Published On

ଅନେକ କୁଖ୍ୟାତ ସିରିଏଲ୍‌ କିଲର୍‌ ବିଭିନ୍ନ ଉପାୟରେ ମଣିଷଙ୍କୁ ହତ୍ୟା କରିଥିବା ନଜିର ରହିଛି। କିନ୍ତୁ ବ୍ରିଟେନରେ ଏପରି ଜଣେ ସିରିଏଲ୍‌ କିଲର୍‌ ଥିଲା ଯିଏ କି ମଣିଷ ପରିବର୍ତ୍ତେ ବିଲେଇମାନଙ୍କୁ ଅତି ନିର୍ଦ୍ଦୟଭାବେ ହତ୍ୟା କରୁଥିଲା। କିଛି ବର୍ଷ ପୂର୍ବେ ବ୍ରିଟେନ୍‌ର ବିଭିନ୍ନ ଅଞ୍ଚଳରେ ଏପରି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଥିଲା, ​​ଯାହା ସେତେବେଳେ ସମସ୍ତଙ୍କୁ ଭୟଭୀତ କରିଦେଇଥିଲା। ଏହି ସିରିଏଲ୍‌ କିଲର କେବଳ ପଶୁମାନଙ୍କୁ ଶିକାର କରୁଥିଲା। ଠେକୁଆ, ପେଚାଙ୍କୁ ହତ୍ୟା କରିବା […]

ଅନେକ କୁଖ୍ୟାତ ସିରିଏଲ୍‌ କିଲର୍‌ ବିଭିନ୍ନ ଉପାୟରେ ମଣିଷଙ୍କୁ ହତ୍ୟା କରିଥିବା ନଜିର ରହିଛି। କିନ୍ତୁ ବ୍ରିଟେନରେ ଏପରି ଜଣେ ସିରିଏଲ୍‌ କିଲର୍‌ ଥିଲା ଯିଏ କି ମଣିଷ ପରିବର୍ତ୍ତେ ବିଲେଇମାନଙ୍କୁ ଅତି ନିର୍ଦ୍ଦୟଭାବେ ହତ୍ୟା କରୁଥିଲା। କିଛି ବର୍ଷ ପୂର୍ବେ ବ୍ରିଟେନ୍‌ର ବିଭିନ୍ନ ଅଞ୍ଚଳରେ ଏପରି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଥିଲା, ​​ଯାହା ସେତେବେଳେ ସମସ୍ତଙ୍କୁ ଭୟଭୀତ କରିଦେଇଥିଲା। ଏହି ସିରିଏଲ୍‌ କିଲର କେବଳ ପଶୁମାନଙ୍କୁ ଶିକାର କରୁଥିଲା। ଠେକୁଆ, ପେଚାଙ୍କୁ ହତ୍ୟା କରିବା ସହ ସବୁଠାରୁ ଅଧିକ ବିଲେଇମାନଙ୍କୁ ମାରୁଥିଲା। ଏହି ଅପରାଧୀ ଜଣକ ବ୍ରିଟେନରେ ୪୦୦ ରୁ ଅଧିକ ବିଲେଇ ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲା। ଏହି ଘଟଣାର ଆରମ୍ଭ ୨୦୧୪ ମସିହାରେ ଦକ୍ଷିଣ ଲଣ୍ଡନର କ୍ରୟଡନ୍ ସହରରୁ ହୋଇଥିଲା। ତେଣୁ ଏହି ଅପରାଧୀକୁ ‘କ୍ରୟଡନ୍ କ୍ୟାଟ୍ ସିରିୟଲ୍ କିଲର୍’ ମଧ୍ୟ କୁହାଯାଏ। । କ୍ରୟଡନ୍‌ ସହରରୁ ଆରମ୍ଭ ହୋଇଥିବା ଏହି ପଶୁ ହତ୍ୟା ଧୀେରଧୀରେ ଲଣ୍ଡନକୁ ବ୍ୟାପିଥିଲା। ଦେଖୁ ଦେଖୁ ଏହି ସିରିଏଲ୍‌ କିଲର୍‌ର ଆତଙ୍କ ସମଗ୍ର ବ୍ରିଟେନରେ ବ୍ୟାପିବାରେ ଲାଗିଲା। ଏହି ସିରିଏଲ୍‌ କିଲର୍‌ ଗୃହପାଳିତ ପଶୁମାନଙ୍କୁ ଖାଦ୍ୟ ଦେଖାଇ ପ୍ରଲୋଭିତ କରି ପାଖକୁ ଡାକି ଧାରୁଆ ଅସ୍ତ୍ରରେ ସେମାନଙ୍କ ଉପରେ ବାରମ୍ବାର ଆକ୍ରମଣ କରି ମାରି ଦେଉଥିଲା। ପ୍ରମାଣକୁ ନଷ୍ଟ କରିବା ପାଇଁ ପଶୁଗୁଡ଼ିକର ଶରୀରକୁ ଏପରି କ୍ଷତବିକ୍ଷତ କରିଦେଉଥିଲା ଯେ, ସେଗୁଡ଼ିକୁ ଦେଖି କେହି ଯେପରି ଚିହ୍ନିପାରିବେ ନାହିଁ।

ଆହୁରି ପଢ଼ନ୍ତୁ: 'ମୁଁ ଭଲ ବାପା ନୁହେଁ, ସେଥିପାଇଁ ବୋହୂ ତଡ଼ିଦେଲା'; ଜାପୁ ଆରବ ପେଟ୍ ଭ୍ଲଗର ନୂଆ ଭିଡିଓ ଭାଇରାଲ

ଏହି ପଶୁ ହତ୍ୟାକାରୀକୁ ଧରିବା ପାଇଁ ଡିସେମ୍ବର ୨୦୧୫ରେ ଏକ ପୁଲିସ ଟିମ୍ ଗଠନ କରାଯାଇଥିଲା ଏବଂ ଏକ ସ୍ୱତନ୍ତ୍ର ଅପରେସନ୍ ମଧ୍ୟ ଆରମ୍ଭ କରାଯାଇଥିଲା, ଯାହାର ନାମ ଥିଲା ‘ତାକାହେ’। କେବଳ ସେତିକି ନୁହେଁ, ସିରିଏଲ୍‌ କିଲର୍‌ ବିରୋଧରେ ପ୍ରମାଣ ସଂଗ୍ରହ କରିବା ପାଇଁ ପୁଲିସ ହତ୍ୟା କରାଯାଇଥିବା ବିଲେଇମାନଙ୍କର ପୋଷ୍ଟମର୍ଟମ ମଧ୍ୟ କରିଥିଲା। କୁହାଯାଏ ଯେ, କେବଳ ୧୦ଟି ବିଲେଇଙ୍କ ପୋଷ୍ଟମର୍ଟମରେ ୭୫୦୦ ପାଉଣ୍ଡ ଅର୍ଥାତ୍‌ ପ୍ରାୟ ସାତ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ତେବେ ୨୦୧୭ ମସିହାରେ ଅଗଷ୍ଟ-ନଭେମ୍ବର ମାସ ମଧ୍ୟରେ ହୋଇଥିବା ପାଞ୍ଚୋଟି ବିଲେଇଙ୍କ ହତ୍ୟା ସହ ଉକ୍ତ ସିରିଏଲ୍‌ କିଲର୍‌ ସହ ଯୋଡ଼ା ଯାଇଥିଲା। କିନ୍ତୁ ଏବାବଦରେ ପୁଲିସକୁ କିଛି ବଳିଷ୍ଠ ପ୍ରମାଣ ମିଳି ନ ଥିଲା। ଏହି ମାମଲାରେ ପୁଲିସ୍‌ ଜଣେ ୩୧ ବର୍ଷ ବୟସ୍କ ବ୍ୟକ୍ତିକୁ ଗିରଫ କରିଥିଲା। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରମାଣ ଅଭାବରୁ ପୁଲିସ୍‌ ଛାଡ଼ି ଦେଇଥିଲା। ପ୍ରାୟ ତିନି ବର୍ଷର ତଦନ୍ତ ପରେ ଏଭଳି ଘଟଣା, ଦୁର୍ଘଟଣା ଯୋଗୁଁ କିମ୍ବା ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣ ଯୋଗୁଁ ଘଟିଥିବା କହି ପୁଲିସ ଏହି ମାମଲାକୁ ବନ୍ଦ କରିଦେଇଥିଲା।

ଆହୁରି ପଢ଼ନ୍ତୁ: ପ୍ରତି ୫ ବର୍ଷରେ ନୂଆ ସ୍ତ୍ରୀ! ବିନା ଛାଡ଼ପତ୍ରରେ ଚତୁର୍ଥ ବିବାହ ପାଇଁ ସ୍ୱାମୀଙ୍କ ପ୍ରସ୍ତୁତି, ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

31 Aug 2021 By The Sakala

ବିଲେଇଙ୍କୁ ହତ୍ୟାକରୁଥିବା ସିରିଏଲ୍‌ କିଲର୍‌

ଅନେକ କୁଖ୍ୟାତ ସିରିଏଲ୍‌ କିଲର୍‌ ବିଭିନ୍ନ ଉପାୟରେ ମଣିଷଙ୍କୁ ହତ୍ୟା କରିଥିବା ନଜିର ରହିଛି। କିନ୍ତୁ ବ୍ରିଟେନରେ ଏପରି ଜଣେ ସିରିଏଲ୍‌ କିଲର୍‌ ଥିଲା ଯିଏ କି ମଣିଷ ପରିବର୍ତ୍ତେ ବିଲେଇମାନଙ୍କୁ ଅତି ନିର୍ଦ୍ଦୟଭାବେ ହତ୍ୟା କରୁଥିଲା। କିଛି ବର୍ଷ ପୂର୍ବେ ବ୍ରିଟେନ୍‌ର ବିଭିନ୍ନ ଅଞ୍ଚଳରେ ଏପରି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଥିଲା, ​​ଯାହା ସେତେବେଳେ ସମସ୍ତଙ୍କୁ ଭୟଭୀତ କରିଦେଇଥିଲା। ଏହି ସିରିଏଲ୍‌ କିଲର କେବଳ ପଶୁମାନଙ୍କୁ ଶିକାର କରୁଥିଲା। ଠେକୁଆ, ପେଚାଙ୍କୁ ହତ୍ୟା କରିବା ସହ ସବୁଠାରୁ ଅଧିକ ବିଲେଇମାନଙ୍କୁ ମାରୁଥିଲା। ଏହି ଅପରାଧୀ ଜଣକ ବ୍ରିଟେନରେ ୪୦୦ ରୁ ଅଧିକ ବିଲେଇ ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲା। ଏହି ଘଟଣାର ଆରମ୍ଭ ୨୦୧୪ ମସିହାରେ ଦକ୍ଷିଣ ଲଣ୍ଡନର କ୍ରୟଡନ୍ ସହରରୁ ହୋଇଥିଲା। ତେଣୁ ଏହି ଅପରାଧୀକୁ ‘କ୍ରୟଡନ୍ କ୍ୟାଟ୍ ସିରିୟଲ୍ କିଲର୍’ ମଧ୍ୟ କୁହାଯାଏ। । କ୍ରୟଡନ୍‌ ସହରରୁ ଆରମ୍ଭ ହୋଇଥିବା ଏହି ପଶୁ ହତ୍ୟା ଧୀେରଧୀରେ ଲଣ୍ଡନକୁ ବ୍ୟାପିଥିଲା। ଦେଖୁ ଦେଖୁ ଏହି ସିରିଏଲ୍‌ କିଲର୍‌ର ଆତଙ୍କ ସମଗ୍ର ବ୍ରିଟେନରେ ବ୍ୟାପିବାରେ ଲାଗିଲା। ଏହି ସିରିଏଲ୍‌ କିଲର୍‌ ଗୃହପାଳିତ ପଶୁମାନଙ୍କୁ ଖାଦ୍ୟ ଦେଖାଇ ପ୍ରଲୋଭିତ କରି ପାଖକୁ ଡାକି ଧାରୁଆ ଅସ୍ତ୍ରରେ ସେମାନଙ୍କ ଉପରେ ବାରମ୍ବାର ଆକ୍ରମଣ କରି ମାରି ଦେଉଥିଲା। ପ୍ରମାଣକୁ ନଷ୍ଟ କରିବା ପାଇଁ ପଶୁଗୁଡ଼ିକର ଶରୀରକୁ ଏପରି କ୍ଷତବିକ୍ଷତ କରିଦେଉଥିଲା ଯେ, ସେଗୁଡ଼ିକୁ ଦେଖି କେହି ଯେପରି ଚିହ୍ନିପାରିବେ ନାହିଁ।

ଏହି ପଶୁ ହତ୍ୟାକାରୀକୁ ଧରିବା ପାଇଁ ଡିସେମ୍ବର ୨୦୧୫ରେ ଏକ ପୁଲିସ ଟିମ୍ ଗଠନ କରାଯାଇଥିଲା ଏବଂ ଏକ ସ୍ୱତନ୍ତ୍ର ଅପରେସନ୍ ମଧ୍ୟ ଆରମ୍ଭ କରାଯାଇଥିଲା, ଯାହାର ନାମ ଥିଲା ‘ତାକାହେ’। କେବଳ ସେତିକି ନୁହେଁ, ସିରିଏଲ୍‌ କିଲର୍‌ ବିରୋଧରେ ପ୍ରମାଣ ସଂଗ୍ରହ କରିବା ପାଇଁ ପୁଲିସ ହତ୍ୟା କରାଯାଇଥିବା ବିଲେଇମାନଙ୍କର ପୋଷ୍ଟମର୍ଟମ ମଧ୍ୟ କରିଥିଲା। କୁହାଯାଏ ଯେ, କେବଳ ୧୦ଟି ବିଲେଇଙ୍କ ପୋଷ୍ଟମର୍ଟମରେ ୭୫୦୦ ପାଉଣ୍ଡ ଅର୍ଥାତ୍‌ ପ୍ରାୟ ସାତ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ତେବେ ୨୦୧୭ ମସିହାରେ ଅଗଷ୍ଟ-ନଭେମ୍ବର ମାସ ମଧ୍ୟରେ ହୋଇଥିବା ପାଞ୍ଚୋଟି ବିଲେଇଙ୍କ ହତ୍ୟା ସହ ଉକ୍ତ ସିରିଏଲ୍‌ କିଲର୍‌ ସହ ଯୋଡ଼ା ଯାଇଥିଲା। କିନ୍ତୁ ଏବାବଦରେ ପୁଲିସକୁ କିଛି ବଳିଷ୍ଠ ପ୍ରମାଣ ମିଳି ନ ଥିଲା। ଏହି ମାମଲାରେ ପୁଲିସ୍‌ ଜଣେ ୩୧ ବର୍ଷ ବୟସ୍କ ବ୍ୟକ୍ତିକୁ ଗିରଫ କରିଥିଲା। ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରମାଣ ଅଭାବରୁ ପୁଲିସ୍‌ ଛାଡ଼ି ଦେଇଥିଲା। ପ୍ରାୟ ତିନି ବର୍ଷର ତଦନ୍ତ ପରେ ଏଭଳି ଘଟଣା, ଦୁର୍ଘଟଣା ଯୋଗୁଁ କିମ୍ବା ଜଙ୍ଗଲୀ ଜନ୍ତୁଙ୍କ ଆକ୍ରମଣ ଯୋଗୁଁ ଘଟିଥିବା କହି ପୁଲିସ ଏହି ମାମଲାକୁ ବନ୍ଦ କରିଦେଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର