ଜାଣନ୍ତୁ….ପିତୃପକ୍ଷରେ ପଞ୍ଚତତ୍ତ୍ବର କ’ଣ ରହିଛି ମହତ୍ତ୍ବ

The Sakala Picture
Published On

୧୫ ଦିନ ବିଶିଷ୍ଟ ପିତୃପକ୍ଷ ବା ଶ୍ରାଦ୍ଧପକ୍ଷରେ ପିତୃପୁରୁଷଙ୍କୁ ପିଣ୍ଡ ଦିଆଯାଏ। ପ୍ରତିଦିନ ତର୍ପଣ ଆଦି କରି ରନ୍ଧାଖାଦ୍ୟକୁ ପ୍ରଥମେ ୪ଜଣ ପ୍ରାଣୀ ଓ ଦେବତାଙ୍କୁ ଅର୍ପଣ କରାଯାଏ। ପିତୃପକ୍ଷରେ ଏହି ଅନ୍ନଦାନ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ସହିତ ପଞ୍ଚତତ୍ତ୍ବର ପୂଜାର୍ଚ୍ଚନା ପାଇଁ ଉଦ୍ଦିଷ୍ଟ। ପିତୃପକ୍ଷରେ ରନ୍ଧା ଯାଇଥିବା ଅନ୍ନରୁ ଅଳ୍ପ ବାହାର କରି ୫ଟି ଭାଗରେ ବିଭକ୍ତ କରାଯାଏ, ଯାହାକୁ ପଞ୍ଚବଳି ମଧ୍ୟ କୁହାଯାଏ। ପଞ୍ଚବଳିକୁ ଗ୍ରହଣ କରୁଥିବା ପଞ୍ଚତତ୍ତ୍ବର ମହତ୍ତ୍ବ ସମ୍ପର୍କରେ ଆସନ୍ତୁ ଜାଣିବା। […]

୧୫ ଦିନ ବିଶିଷ୍ଟ ପିତୃପକ୍ଷ ବା ଶ୍ରାଦ୍ଧପକ୍ଷରେ ପିତୃପୁରୁଷଙ୍କୁ ପିଣ୍ଡ ଦିଆଯାଏ। ପ୍ରତିଦିନ ତର୍ପଣ ଆଦି କରି ରନ୍ଧାଖାଦ୍ୟକୁ ପ୍ରଥମେ ୪ଜଣ ପ୍ରାଣୀ ଓ ଦେବତାଙ୍କୁ ଅର୍ପଣ କରାଯାଏ। ପିତୃପକ୍ଷରେ ଏହି ଅନ୍ନଦାନ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ସହିତ ପଞ୍ଚତତ୍ତ୍ବର ପୂଜାର୍ଚ୍ଚନା ପାଇଁ ଉଦ୍ଦିଷ୍ଟ। ପିତୃପକ୍ଷରେ ରନ୍ଧା ଯାଇଥିବା ଅନ୍ନରୁ ଅଳ୍ପ ବାହାର କରି ୫ଟି ଭାଗରେ ବିଭକ୍ତ କରାଯାଏ, ଯାହାକୁ ପଞ୍ଚବଳି ମଧ୍ୟ କୁହାଯାଏ। ପଞ୍ଚବଳିକୁ ଗ୍ରହଣ କରୁଥିବା ପଞ୍ଚତତ୍ତ୍ବର ମହତ୍ତ୍ବ ସମ୍ପର୍କରେ ଆସନ୍ତୁ ଜାଣିବା।

ଆହୁରି ପଢ଼ନ୍ତୁ: ୨୦୨୬ ଫେବୃଆରୀରୁ ବଦଳିବ ଏହି ୪ ରାଶିର ଭାଗ୍ୟ: ମିଳିବ ପ୍ରଚୁର ଧନ ଓ ସଫଳତା

ଗାଈ
ପଞ୍ଚତତ୍ତ୍ବ ମଧ୍ୟରୁ ଗୋମାତା ହେଉଛନ୍ତି ପୃଥିବୀ ବା ଭୂମି ତତ୍ତ୍ବର ପ୍ରତୀକ। ସନାତନ ଧର୍ମରେ ମଧ୍ୟ ଗୋମାତା ପୂଜନୀୟା ଓ ପବିତ୍ର। ତେଣୁ ପିତୃପକ୍ଷରେ ରନ୍ଧାଖାଦ୍ୟର ଗୋଟିଏ ଅଂଶ ଗୋମାତାଙ୍କୁ ଦିଆଯାଏ। ଗାଈକୁ ଖାଦ୍ୟ ଦେବା ଦ୍ବାରା ପିତୃପୁରୁଷ ପ୍ରସନ୍ନ ହେବା ସହିତ ଘରର ସୁଖ ସମୃଦ୍ଧି, ଧନ ସମ୍ପତ୍ତି ଆଦି ବୃଦ୍ଧି ହୋଇଥାଏ।

ପିମ୍ପୁଡ଼ି

ଆହୁରି ପଢ଼ନ୍ତୁ: ପ୍ରତି ୫ ବର୍ଷରେ ନୂଆ ସ୍ତ୍ରୀ! ବିନା ଛାଡ଼ପତ୍ରରେ ଚତୁର୍ଥ ବିବାହ ପାଇଁ ସ୍ୱାମୀଙ୍କ ପ୍ରସ୍ତୁତି, ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

ପିମ୍ପୁଡ଼ି ହେଉଛନ୍ତି ଅଗ୍ନି ତତ୍ତ୍ବର ପ୍ରତୀକ। ତେଣୁ ପିତୃପକ୍ଷରେ ଅନ୍ନର ଏକ େଛାଟ ଅଂଶ ପିମ୍ପୁଡ଼ିକୁ ମଧ୍ୟ ଦିଆଯାଏ। କେବଳ ଏହି ପକ୍ଷରେ ନୁହେଁ, ବରଂ ପ୍ରତିଦିନ ପିମ୍ପୁଡ଼ିକୁ ଖାଦ୍ୟ ଦେଲେ ଅନେକ ସମସ୍ୟା ଦୂର ହେବା ସହିତ ସଫଳତା ମିଳିଥାଏ ବୋଲି ମାନ୍ୟତା ରହିଛି।

ଦେବତା

ଉପରୋକ୍ତ ୪ଟି ପ୍ରାଣୀଙ୍କ ସହିତ ରନ୍ଧାଖାଦ୍ୟର ଏକ ଅଂଶ ଦେବତାଙ୍କୁ ଅର୍ପଣ କରାଯାଏ। ଦେବତାଙ୍କୁ ଆକାଶ ତତ୍ତ୍ବର ପ୍ରତୀକ ଭାବେ ବିବେଚନା କରି ଖାଦ୍ୟ ଅର୍ପଣ କରାଯାଏ। ଦେବତାଙ୍କୁ ଅନ୍ନ ଭୋଗ କଲେ ଦେବଦେବୀଙ୍କ ସହିତ ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ସନ୍ତାନମାନେ ସଫଳ ଜୀବନ ସହିତ ଦୀର୍ଘାୟୁ ହୋଇଥାନ୍ତି।
କାଉ

କାଉ ହେଉଛି ବାୟୁ ତତ୍ତ୍ବର ପ୍ରତୀକ। ପିତୃପକ୍ଷରେ କାଉକୁ ଖାଦ୍ୟ ଦିଆଯାଏ। ଏହାକୁ କାକବଳି କୁହାଯାଏ। ଏହାର ଅନେକ ମହତ୍ତ୍ବ ରହିଛି। ଯଦି କାଉ ଅନ୍ନ ଖାଉଛନ୍ତି, ତାହେଲେ ପିତୃପୁରୁଷ ଆମ ଉପରେ ପ୍ରସନ୍ନ ଅଛନ୍ତି ବୋଲି କୁହାଯାଏ। କାଉ ଖାଦ୍ୟ ଖାଇବାର ଅର୍ଥ ହେଉଛି, ପିତୃପୁରୁଷ ମଧ୍ୟ ଅନ୍ନକୁ ଗ୍ରହଣ କରିଛନ୍ତି।

କୁକୁର

କୁକୁରକୁ ଜଳ ତତ୍ତ୍ବର ପ୍ରତୀକ ବୋଲି କୁହାଯାଏ। ତେଣୁ ପଞ୍ଚତତ୍ତ୍ବ ଭିତରୁ ଜଳ ତତ୍ତ୍ବକୁ ପୂଜାର୍ଚ୍ଚନା କରିବା ସହିତ ପିତୃ ପୁରୁଷଙ୍କ ଅାଶୀର୍ବାଦ ପ୍ରାପ୍ତ କରିବା ପାଇଁ ଶ୍ରାଦ୍ଧ ପକ୍ଷରେ କୁକୁରଙ୍କୁ ଖାଦ୍ୟ ଦିଆଯାଏ, ଯାହାକୁ ଶ୍ବାନବଳି କୁହାଯାଏ। ତେଣୁ ପିତୃପକ୍ଷରେ କୁକୁରଙ୍କୁ ଖାଇବାକୁ ଦେବାର ଅନେକ ମହତ୍ତ୍ବ ରହିଛି।

02 Oct 2023 By The Sakala

ଜାଣନ୍ତୁ….ପିତୃପକ୍ଷରେ ପଞ୍ଚତତ୍ତ୍ବର କ’ଣ ରହିଛି ମହତ୍ତ୍ବ

୧୫ ଦିନ ବିଶିଷ୍ଟ ପିତୃପକ୍ଷ ବା ଶ୍ରାଦ୍ଧପକ୍ଷରେ ପିତୃପୁରୁଷଙ୍କୁ ପିଣ୍ଡ ଦିଆଯାଏ। ପ୍ରତିଦିନ ତର୍ପଣ ଆଦି କରି ରନ୍ଧାଖାଦ୍ୟକୁ ପ୍ରଥମେ ୪ଜଣ ପ୍ରାଣୀ ଓ ଦେବତାଙ୍କୁ ଅର୍ପଣ କରାଯାଏ। ପିତୃପକ୍ଷରେ ଏହି ଅନ୍ନଦାନ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ସହିତ ପଞ୍ଚତତ୍ତ୍ବର ପୂଜାର୍ଚ୍ଚନା ପାଇଁ ଉଦ୍ଦିଷ୍ଟ। ପିତୃପକ୍ଷରେ ରନ୍ଧା ଯାଇଥିବା ଅନ୍ନରୁ ଅଳ୍ପ ବାହାର କରି ୫ଟି ଭାଗରେ ବିଭକ୍ତ କରାଯାଏ, ଯାହାକୁ ପଞ୍ଚବଳି ମଧ୍ୟ କୁହାଯାଏ। ପଞ୍ଚବଳିକୁ ଗ୍ରହଣ କରୁଥିବା ପଞ୍ଚତତ୍ତ୍ବର ମହତ୍ତ୍ବ ସମ୍ପର୍କରେ ଆସନ୍ତୁ ଜାଣିବା।

ଗାଈ
ପଞ୍ଚତତ୍ତ୍ବ ମଧ୍ୟରୁ ଗୋମାତା ହେଉଛନ୍ତି ପୃଥିବୀ ବା ଭୂମି ତତ୍ତ୍ବର ପ୍ରତୀକ। ସନାତନ ଧର୍ମରେ ମଧ୍ୟ ଗୋମାତା ପୂଜନୀୟା ଓ ପବିତ୍ର। ତେଣୁ ପିତୃପକ୍ଷରେ ରନ୍ଧାଖାଦ୍ୟର ଗୋଟିଏ ଅଂଶ ଗୋମାତାଙ୍କୁ ଦିଆଯାଏ। ଗାଈକୁ ଖାଦ୍ୟ ଦେବା ଦ୍ବାରା ପିତୃପୁରୁଷ ପ୍ରସନ୍ନ ହେବା ସହିତ ଘରର ସୁଖ ସମୃଦ୍ଧି, ଧନ ସମ୍ପତ୍ତି ଆଦି ବୃଦ୍ଧି ହୋଇଥାଏ।

ପିମ୍ପୁଡ଼ି

ପିମ୍ପୁଡ଼ି ହେଉଛନ୍ତି ଅଗ୍ନି ତତ୍ତ୍ବର ପ୍ରତୀକ। ତେଣୁ ପିତୃପକ୍ଷରେ ଅନ୍ନର ଏକ େଛାଟ ଅଂଶ ପିମ୍ପୁଡ଼ିକୁ ମଧ୍ୟ ଦିଆଯାଏ। କେବଳ ଏହି ପକ୍ଷରେ ନୁହେଁ, ବରଂ ପ୍ରତିଦିନ ପିମ୍ପୁଡ଼ିକୁ ଖାଦ୍ୟ ଦେଲେ ଅନେକ ସମସ୍ୟା ଦୂର ହେବା ସହିତ ସଫଳତା ମିଳିଥାଏ ବୋଲି ମାନ୍ୟତା ରହିଛି।

ଦେବତା

ଉପରୋକ୍ତ ୪ଟି ପ୍ରାଣୀଙ୍କ ସହିତ ରନ୍ଧାଖାଦ୍ୟର ଏକ ଅଂଶ ଦେବତାଙ୍କୁ ଅର୍ପଣ କରାଯାଏ। ଦେବତାଙ୍କୁ ଆକାଶ ତତ୍ତ୍ବର ପ୍ରତୀକ ଭାବେ ବିବେଚନା କରି ଖାଦ୍ୟ ଅର୍ପଣ କରାଯାଏ। ଦେବତାଙ୍କୁ ଅନ୍ନ ଭୋଗ କଲେ ଦେବଦେବୀଙ୍କ ସହିତ ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ସନ୍ତାନମାନେ ସଫଳ ଜୀବନ ସହିତ ଦୀର୍ଘାୟୁ ହୋଇଥାନ୍ତି।
କାଉ

କାଉ ହେଉଛି ବାୟୁ ତତ୍ତ୍ବର ପ୍ରତୀକ। ପିତୃପକ୍ଷରେ କାଉକୁ ଖାଦ୍ୟ ଦିଆଯାଏ। ଏହାକୁ କାକବଳି କୁହାଯାଏ। ଏହାର ଅନେକ ମହତ୍ତ୍ବ ରହିଛି। ଯଦି କାଉ ଅନ୍ନ ଖାଉଛନ୍ତି, ତାହେଲେ ପିତୃପୁରୁଷ ଆମ ଉପରେ ପ୍ରସନ୍ନ ଅଛନ୍ତି ବୋଲି କୁହାଯାଏ। କାଉ ଖାଦ୍ୟ ଖାଇବାର ଅର୍ଥ ହେଉଛି, ପିତୃପୁରୁଷ ମଧ୍ୟ ଅନ୍ନକୁ ଗ୍ରହଣ କରିଛନ୍ତି।

କୁକୁର

କୁକୁରକୁ ଜଳ ତତ୍ତ୍ବର ପ୍ରତୀକ ବୋଲି କୁହାଯାଏ। ତେଣୁ ପଞ୍ଚତତ୍ତ୍ବ ଭିତରୁ ଜଳ ତତ୍ତ୍ବକୁ ପୂଜାର୍ଚ୍ଚନା କରିବା ସହିତ ପିତୃ ପୁରୁଷଙ୍କ ଅାଶୀର୍ବାଦ ପ୍ରାପ୍ତ କରିବା ପାଇଁ ଶ୍ରାଦ୍ଧ ପକ୍ଷରେ କୁକୁରଙ୍କୁ ଖାଦ୍ୟ ଦିଆଯାଏ, ଯାହାକୁ ଶ୍ବାନବଳି କୁହାଯାଏ। ତେଣୁ ପିତୃପକ୍ଷରେ କୁକୁରଙ୍କୁ ଖାଇବାକୁ ଦେବାର ଅନେକ ମହତ୍ତ୍ବ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର