ଗୁଗୁଲ୍‌ ମ୍ୟାପ୍‌ସ ସେବାରେ ହେବ ବଡ଼ ପରିବର୍ତ୍ତନ

The Sakala Picture
Published On

ଖୁବ୍‌ଶୀଘ୍ର ଗୁଗୁଲ ଏହାର ଏକ ସେବାରେ ବଡ଼ଧରଣର ପରିବର୍ତ୍ତନ ଆଣିବାକୁ ଯାଉଛି। ଏଥିପାଇଁ ୟୁଜର୍ସଙ୍କୁ ଡିସେମ୍ବର ୧ ସୁଦ୍ଧା ନିଜ ଡାଟା ଡାଉନ୍‌ଲୋଡ୍ କରିବା ପାଇଁ କମ୍ପାନୀ ଶେଷ ସମୟସୀମା ଦେଇଛି। ତେବେ ଏହି ପରିବର୍ତ୍ତନ ଦ୍ୱାରା ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ଆହୁରି ସୁରକ୍ଷିତ ରହିପାରିବ। ଏକ ରିପୋର୍ଟରୁ ପ୍ରକାଶ ଯେ ଗୁଗୁଲ ଏହାର ଗୁଗୁଲ୍‌ ମ୍ୟାପ୍‌ସ ସେବାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଏହି ପରିବର୍ତ୍ତନ ୟୁଜରମାନଙ୍କର ଲୋକେସନ୍ ଡାଟାକୁ ନେଇ କରାଯିବ। ଏହା ପରେ […]

ଖୁବ୍‌ଶୀଘ୍ର ଗୁଗୁଲ ଏହାର ଏକ ସେବାରେ ବଡ଼ଧରଣର ପରିବର୍ତ୍ତନ ଆଣିବାକୁ ଯାଉଛି। ଏଥିପାଇଁ ୟୁଜର୍ସଙ୍କୁ ଡିସେମ୍ବର ୧ ସୁଦ୍ଧା ନିଜ ଡାଟା ଡାଉନ୍‌ଲୋଡ୍ କରିବା ପାଇଁ କମ୍ପାନୀ ଶେଷ ସମୟସୀମା ଦେଇଛି। ତେବେ ଏହି ପରିବର୍ତ୍ତନ ଦ୍ୱାରା ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ଆହୁରି ସୁରକ୍ଷିତ ରହିପାରିବ। ଏକ ରିପୋର୍ଟରୁ ପ୍ରକାଶ ଯେ ଗୁଗୁଲ ଏହାର ଗୁଗୁଲ୍‌ ମ୍ୟାପ୍‌ସ ସେବାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଏହି ପରିବର୍ତ୍ତନ ୟୁଜରମାନଙ୍କର ଲୋକେସନ୍ ଡାଟାକୁ ନେଇ କରାଯିବ। ଏହା ପରେ ୟୁଜର ନିଜ ଲୋକେସନ ଡାଟାକୁ ଅନ୍ ଡିଭାଇସ୍ ଅର୍ଥାତ୍‌ ଲୋକାଲି ଷ୍ଟୋର୍ କରିପାରିବେ।

ଆହୁରି ପଢ଼ନ୍ତୁ: ୧୯୯୧ ମସିହାର ଆଜିର ଦିନରେ ବଦଳିଥିଲା ଭାରତର ଅର୍ଥନୈତିକ ଦିଗ: ମନମୋହନ ସିଂହଙ୍କ ସେହି ଐତିହାସିକ ବଜେଟକୁ ୩୫ ବର୍ଷ ପୂର୍ତ୍ତି

ଗୁଗୁଲ ଖୁବ ଶୀଘ୍ର ଏଥିପାଇଁ ଅଟୋ ଡିଲିଟ୍ ଫିଚର ବ୍ୟବସ୍ଥା ଆଣିବାକୁ ଯାଉଛି। ଏହାପରେ ୟୁଜରମାନେ ଲୋକେସନ୍ ଡାଟା କ୍ଲାଉଡ୍ ସର୍ଭରରେ ଷ୍ଟୋର ହେବନାହିଁ। ଏହାବ୍ୟତୀତ ଲୋକେସନ ହିଷ୍ଟ୍ରିର ନାମ ପରିବର୍ତ୍ତନ କରି ଟାଇମ୍‌ଲାଇନ୍ କରିଦିଆଯାଇଛି। ଅପର ପକ୍ଷେ ୟୁଜରମାନଙ୍କର ଡାଟାର ଗୋପନୀୟତାକୁ ଅପଗ୍ରେଡ୍ କରିବା ପାଇଁ ଗୁଗୁଲ ଏଭଳି ନିଷ୍ପତ୍ତି ନେଇଥÒବା ଜଣାପଡିଛି। ତେଣୁ ଯେଉଁ ୟୁଜର ନିଜର ଲୋକେସନ ହିଷ୍ଟ୍ରିକୁ ଷ୍ଟୋର କରିବାକୁ ଚାହୁଁଛନ୍ତି ସେମାନେ ୨୦୨୪ ଡିସେମ୍ବର ୧ ସୁଦ୍ଧା ଏହାକୁ ଡାଉନଲୋଡ୍ କରିପାରିବେ। ଗୁଗୁଲ ମ୍ୟାପ୍ ବ୍ୟବହାର କରିବା ପାଇଁ ୟୁଜର ସବୁବେଳେ ନିଜ ସ୍ମାର୍ଟଫୋନରେ ଲୋକେସନକୁ ଅନ୍ ରଖିବାକୁ ପଡ଼ିଥାଏ। କହିରଖୁଛୁ ଗୁଗୁଲ ମ୍ୟାପ୍ସରେ ଟାଇମଲାଇନ୍ ଫିଚରକୁ କେବଳ ଆପରେ ଯୋଡ଼ାଯାଇଛି ଅର୍ଥାତ କେବଳ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀ ଏହି ଫିଚର ବ୍ୟବହାର କରିପାରିବେ। ଅପରପକ୍ଷରେ ୱେବ୍ ୟୁଜର୍ସଙ୍କ ପାଇଁ ଗୁଗୁଲ ମ୍ୟାପ୍ସର ଟାଇମଲାଇନ୍ ଫିଚରର ସୁବିଧା ଉପଲବ୍ଧ ହେବନାହିଁ ।

ଆହୁରି ପଢ଼ନ୍ତୁ: ଆଜି ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି

16 Jun 2024 By The Sakala

ଗୁଗୁଲ୍‌ ମ୍ୟାପ୍‌ସ ସେବାରେ ହେବ ବଡ଼ ପରିବର୍ତ୍ତନ

ଖୁବ୍‌ଶୀଘ୍ର ଗୁଗୁଲ ଏହାର ଏକ ସେବାରେ ବଡ଼ଧରଣର ପରିବର୍ତ୍ତନ ଆଣିବାକୁ ଯାଉଛି। ଏଥିପାଇଁ ୟୁଜର୍ସଙ୍କୁ ଡିସେମ୍ବର ୧ ସୁଦ୍ଧା ନିଜ ଡାଟା ଡାଉନ୍‌ଲୋଡ୍ କରିବା ପାଇଁ କମ୍ପାନୀ ଶେଷ ସମୟସୀମା ଦେଇଛି। ତେବେ ଏହି ପରିବର୍ତ୍ତନ ଦ୍ୱାରା ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ଆହୁରି ସୁରକ୍ଷିତ ରହିପାରିବ। ଏକ ରିପୋର୍ଟରୁ ପ୍ରକାଶ ଯେ ଗୁଗୁଲ ଏହାର ଗୁଗୁଲ୍‌ ମ୍ୟାପ୍‌ସ ସେବାରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ଏହି ପରିବର୍ତ୍ତନ ୟୁଜରମାନଙ୍କର ଲୋକେସନ୍ ଡାଟାକୁ ନେଇ କରାଯିବ। ଏହା ପରେ ୟୁଜର ନିଜ ଲୋକେସନ ଡାଟାକୁ ଅନ୍ ଡିଭାଇସ୍ ଅର୍ଥାତ୍‌ ଲୋକାଲି ଷ୍ଟୋର୍ କରିପାରିବେ।

ଗୁଗୁଲ ଖୁବ ଶୀଘ୍ର ଏଥିପାଇଁ ଅଟୋ ଡିଲିଟ୍ ଫିଚର ବ୍ୟବସ୍ଥା ଆଣିବାକୁ ଯାଉଛି। ଏହାପରେ ୟୁଜରମାନେ ଲୋକେସନ୍ ଡାଟା କ୍ଲାଉଡ୍ ସର୍ଭରରେ ଷ୍ଟୋର ହେବନାହିଁ। ଏହାବ୍ୟତୀତ ଲୋକେସନ ହିଷ୍ଟ୍ରିର ନାମ ପରିବର୍ତ୍ତନ କରି ଟାଇମ୍‌ଲାଇନ୍ କରିଦିଆଯାଇଛି। ଅପର ପକ୍ଷେ ୟୁଜରମାନଙ୍କର ଡାଟାର ଗୋପନୀୟତାକୁ ଅପଗ୍ରେଡ୍ କରିବା ପାଇଁ ଗୁଗୁଲ ଏଭଳି ନିଷ୍ପତ୍ତି ନେଇଥÒବା ଜଣାପଡିଛି। ତେଣୁ ଯେଉଁ ୟୁଜର ନିଜର ଲୋକେସନ ହିଷ୍ଟ୍ରିକୁ ଷ୍ଟୋର କରିବାକୁ ଚାହୁଁଛନ୍ତି ସେମାନେ ୨୦୨୪ ଡିସେମ୍ବର ୧ ସୁଦ୍ଧା ଏହାକୁ ଡାଉନଲୋଡ୍ କରିପାରିବେ। ଗୁଗୁଲ ମ୍ୟାପ୍ ବ୍ୟବହାର କରିବା ପାଇଁ ୟୁଜର ସବୁବେଳେ ନିଜ ସ୍ମାର୍ଟଫୋନରେ ଲୋକେସନକୁ ଅନ୍ ରଖିବାକୁ ପଡ଼ିଥାଏ। କହିରଖୁଛୁ ଗୁଗୁଲ ମ୍ୟାପ୍ସରେ ଟାଇମଲାଇନ୍ ଫିଚରକୁ କେବଳ ଆପରେ ଯୋଡ଼ାଯାଇଛି ଅର୍ଥାତ କେବଳ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀ ଏହି ଫିଚର ବ୍ୟବହାର କରିପାରିବେ। ଅପରପକ୍ଷରେ ୱେବ୍ ୟୁଜର୍ସଙ୍କ ପାଇଁ ଗୁଗୁଲ ମ୍ୟାପ୍ସର ଟାଇମଲାଇନ୍ ଫିଚରର ସୁବିଧା ଉପଲବ୍ଧ ହେବନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp