ସ୍କୁଲ ପାଇଁ ଦାନ କଲେ ପୈତୃକ ଘର
ପାଠପଢ଼ାରୁ ବଞ୍ଚିତ ଥିବା ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରୁଛନ୍ତି ବିହାରର ନୀଲେଶ ସିଂହ । ସେ ଜଣେ ଇଞ୍ଜିନିୟର ଓ ଲଣ୍ଡନରେ ଚାକିରି କରିଛନ୍ତି। ସେ ଚାହାନ୍ତି ତାଙ୍କ ଗାଁର ପିଲାମାନେ ପାଠପଢ଼ି ଜୀବନରେ ଆଗକୁ ବଢ଼ନ୍ତୁ। ଏହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ପାଠପଢା ପାଇଁ ସାଧନ ଯୋଗାଇ ଦେଉଛନ୍ତି ନୀଲେଶ। ଏପରିକି ସେ ନିଜ ପୈତୃକ ଘରକୁ ଏକ ଶିଶୁଷ୍ଠାନରେ ରୂପାନ୍ତରିତ କରିଛନ୍ତି। ଏହି ଶିକ୍ଷାନୁଷ୍ଠାନର ନାମ ‘ସଂକଳ୍ପ ଫାଉଣ୍ଡେସନ’। ସେ ପ୍ରତି ମାସରେ […]
ପାଠପଢ଼ାରୁ ବଞ୍ଚିତ ଥିବା ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରୁଛନ୍ତି ବିହାରର ନୀଲେଶ ସିଂହ । ସେ ଜଣେ ଇଞ୍ଜିନିୟର ଓ ଲଣ୍ଡନରେ ଚାକିରି କରିଛନ୍ତି। ସେ ଚାହାନ୍ତି ତାଙ୍କ ଗାଁର ପିଲାମାନେ ପାଠପଢ଼ି ଜୀବନରେ ଆଗକୁ ବଢ଼ନ୍ତୁ। ଏହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ପାଠପଢା ପାଇଁ ସାଧନ ଯୋଗାଇ ଦେଉଛନ୍ତି ନୀଲେଶ। ଏପରିକି ସେ ନିଜ ପୈତୃକ ଘରକୁ ଏକ ଶିଶୁଷ୍ଠାନରେ ରୂପାନ୍ତରିତ କରିଛନ୍ତି। ଏହି ଶିକ୍ଷାନୁଷ୍ଠାନର ନାମ ‘ସଂକଳ୍ପ ଫାଉଣ୍ଡେସନ’। ସେ ପ୍ରତି ମାସରେ ନିଜ ଦରମାର ଅଧା ଅଂଶ ପିଲାମାନଙ୍କ ପାଠପଢା ପାଇଁ ଖର୍ଚ୍ଚ କରନ୍ତି। ଉକ୍ତ ସଂସ୍ଥାନର ବିଶେଷତ୍ଵ ହେଉଛି ଏଠାରେ ପିଲାମାନଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯାଏ ।
ତା’ ସହ ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ବି ପ୍ରଦାନ କରାଯାଏ। ଏହା ଦ୍ବାରା ପିଲାଙ୍କୁ ଆର୍ଥିକ ସହାୟତା ମିଳିବ ଓ ସେମାନେ ପାଠପଢ଼ା ଜାରି ରଖିପାରିବେ ବୋଲି କହନ୍ତି ନୀଲେଶ। ନୀଲେଶଙ୍କୁ ଏହି କାମରେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି କିଛି ଆଇଆଇଟି ଛାତ୍ରଛାତ୍ରୀ। ସେମାନେ ପିଲାଙ୍କୁ ପାଠପଢ଼ା ପାଇଁ ପ୍ରୋତ୍ସାହିତ କରୁଛନ୍ତି। ସେହିପରି ସଂକଳ୍ପର ଛାତ୍ରଛାତ୍ରୀ ବର୍ତ୍ତମାନ ଦେଶର ପ୍ରତିଷ୍ଠିତ ସଂସ୍ଥାରେ ପାଠ ପଢୁଥିବାର ଦେଖାଯାଇଛି। ତେବେ ନୀଲେଶଙ୍କର ନିଃସ୍ବାର୍ଥ କାମକୁ ଦେଖି ଅନେକ ବଦାନ୍ୟ ବ୍ୟକ୍ତି ଏ କ୍ଷେତ୍ରରେ ତାଙ୍କୁ ସାହାଯ୍ୟ ଓ ସହଯୋଗର ହାତ ବଢ଼ାଉଛନ୍ତି।