ହ୍ବାଇଟ୍ ହାଉସ୍‌ଠାରୁ ବି ଆହୁରି ସୁରକ୍ଷିତ ଏହି କୋଠା; ଲାଗିଛି ୨୨ ଟନ୍ ର କବାଟ, ଜଗିଛନ୍ତି ୩୦ ହଜାର ସୈନ୍ୟ

The Sakala Picture
Published On

ବିଶ୍ବସ୍ତରରେ ଆମେରିକାର ରାଷ୍ଟ୍ରପତିଙ୍କ ପ୍ରାସାଦ ହ୍ବାଇଟ୍ ହାଉସ୍‌କୁ ସବୁଠାରୁ ସୁରକ୍ଷିତ କୋଠା ବୋଲି ବିବେଚନା କରାଯାଉଛି। ହ୍ବାଇଟ୍ ହାଉସ୍‌ରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ୨୫ ହଜାର ସୈନିକ ଏହାର ସୁରକ୍ଷା ଦାୟିତ୍ବରେ ଥାଆନ୍ତି। କିନ୍ତୁ ଆମେରିକାରେ ଆଉ ଏକ କୋଠା ରହିଛି, ଯାହାକୁ ୩୦ ହଜାର ସୈନିକ ଜଗି ରହିଛନ୍ତି। ୧୯୩୨ ମସିହାରେ ନିର୍ମିତ ଏହି କୋଠାର ଚତୁର୍ଦ୍ଦିଗ ସୁଉଚ୍ଚ ପାଚେରି ଦ୍ବାରା ଆବଦ୍ଧ କରାଯାଇଛି, ଯାହାକି ମୋଟା ଶକ୍ତିଶାଳୀ ଗ୍ରାନାଇଟ୍ ଦ୍ବାରା ନିର୍ମିତ । […]

ବିଶ୍ବସ୍ତରରେ ଆମେରିକାର ରାଷ୍ଟ୍ରପତିଙ୍କ ପ୍ରାସାଦ ହ୍ବାଇଟ୍ ହାଉସ୍‌କୁ ସବୁଠାରୁ ସୁରକ୍ଷିତ କୋଠା ବୋଲି ବିବେଚନା କରାଯାଉଛି। ହ୍ବାଇଟ୍ ହାଉସ୍‌ରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ୨୫ ହଜାର ସୈନିକ ଏହାର ସୁରକ୍ଷା ଦାୟିତ୍ବରେ ଥାଆନ୍ତି। କିନ୍ତୁ ଆମେରିକାରେ ଆଉ ଏକ କୋଠା ରହିଛି, ଯାହାକୁ ୩୦ ହଜାର ସୈନିକ ଜଗି ରହିଛନ୍ତି। ୧୯୩୨ ମସିହାରେ ନିର୍ମିତ ଏହି କୋଠାର ଚତୁର୍ଦ୍ଦିଗ ସୁଉଚ୍ଚ ପାଚେରି ଦ୍ବାରା ଆବଦ୍ଧ କରାଯାଇଛି, ଯାହାକି ମୋଟା ଶକ୍ତିଶାଳୀ ଗ୍ରାନାଇଟ୍ ଦ୍ବାରା ନିର୍ମିତ । ଏହି କୋଠାର ସମ୍ପୂର୍ଣ୍ଣ ଛାତକୁ କୌଣସି ପ୍ରକାରର ବୋମା କ୍ଷତି କରିପାରିବ ନାହିଁ । ଏହା ସହିତ କୋଠାର ଚାରିପଟେ ଅନେକ ଆଲାର୍ମ ସିଷ୍ଟମ୍ ରହିଛି | କୋଠାର ସୁରକ୍ଷା ଦାୟିତ୍ବରେ ଆପାଚେ ହେଲିକେପ୍ଟର ମଧ୍ୟ ନିୟୋଜିତ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି କୋଠାରେ ଲାଗିଥିବା କବାଟର ଓଜନ ହେଉଛି ୨୨ ଟନ୍ । ଏହି କବାଟକୁ ଖୋଲିବା ପାଇଁ ଏକ ସ୍ବତନ୍ତ୍ର କୋଡ୍ ଅଛି। ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ କୋଡ୍ ଭିନ୍ନ। କିନ୍ତୁ କୌଣସି ଜଣକ ପାଖରେ ଥିବା କୋଡ୍ ଦ୍ବାରା କବାଟ ଖୋଲି ହେବ ନାହିଁ । ତେବେ ପୋର୍ଟ ନକ୍ସ ନାମକ ଏହି କୋଠାକୁ ଏତେ ସୁରକ୍ଷା ଦେବା ପଛର କାରଣ ହେଉଛି – ଏହା ଏକ ଗୋଲଡ୍ ରିଜର୍ଭ। ଏହି କୋଠାରେ ୪୨ ଲକ୍ଷ କିଲୋ ସୁନା ରଖାଯାଇଥିବା ସହ ଆମେରିକା ସ୍ବତନ୍ତ୍ରତାର ଅସଲପ୍ରମାଣପତ୍ରକୁ ଏଠାରେ ସୁରକ୍ଷିତ ଭାବେ ରଖାଯାଇଛି । ଏହା ସହିତ ଗୁଟେନ୍‌ଗର୍ବଙ୍କ ବାଇବେଲ୍‌ ଓ ଆମେରିକା ସମ୍ବିଧାନର ମୂଳ କପି ମଧ୍ୟ ଏହି କୋଠାରେ ଅଛି।

ଆହୁରି ପଢ଼ନ୍ତୁ: ଡାର୍କ ପ୍ୟାଟର୍ଣ୍ଣ ବିରୋଧରେ ସିସିପିଏ (CCPA)ର କଡ଼ା କାର୍ଯ୍ୟାନୁଷ୍ଠାନ: ଫିଜିକ୍ସୱାଲା ଏବଂ ମ୍ୟାକାଫି ଉପରେ ଲାଗିଲା ଜୋରିମାନା

22 Oct 2021 By The Sakala

ହ୍ବାଇଟ୍ ହାଉସ୍‌ଠାରୁ ବି ଆହୁରି ସୁରକ୍ଷିତ ଏହି କୋଠା; ଲାଗିଛି ୨୨ ଟନ୍ ର କବାଟ, ଜଗିଛନ୍ତି ୩୦ ହଜାର ସୈନ୍ୟ

ବିଶ୍ବସ୍ତରରେ ଆମେରିକାର ରାଷ୍ଟ୍ରପତିଙ୍କ ପ୍ରାସାଦ ହ୍ବାଇଟ୍ ହାଉସ୍‌କୁ ସବୁଠାରୁ ସୁରକ୍ଷିତ କୋଠା ବୋଲି ବିବେଚନା କରାଯାଉଛି। ହ୍ବାଇଟ୍ ହାଉସ୍‌ରେ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ୨୫ ହଜାର ସୈନିକ ଏହାର ସୁରକ୍ଷା ଦାୟିତ୍ବରେ ଥାଆନ୍ତି। କିନ୍ତୁ ଆମେରିକାରେ ଆଉ ଏକ କୋଠା ରହିଛି, ଯାହାକୁ ୩୦ ହଜାର ସୈନିକ ଜଗି ରହିଛନ୍ତି। ୧୯୩୨ ମସିହାରେ ନିର୍ମିତ ଏହି କୋଠାର ଚତୁର୍ଦ୍ଦିଗ ସୁଉଚ୍ଚ ପାଚେରି ଦ୍ବାରା ଆବଦ୍ଧ କରାଯାଇଛି, ଯାହାକି ମୋଟା ଶକ୍ତିଶାଳୀ ଗ୍ରାନାଇଟ୍ ଦ୍ବାରା ନିର୍ମିତ । ଏହି କୋଠାର ସମ୍ପୂର୍ଣ୍ଣ ଛାତକୁ କୌଣସି ପ୍ରକାରର ବୋମା କ୍ଷତି କରିପାରିବ ନାହିଁ । ଏହା ସହିତ କୋଠାର ଚାରିପଟେ ଅନେକ ଆଲାର୍ମ ସିଷ୍ଟମ୍ ରହିଛି | କୋଠାର ସୁରକ୍ଷା ଦାୟିତ୍ବରେ ଆପାଚେ ହେଲିକେପ୍ଟର ମଧ୍ୟ ନିୟୋଜିତ କରାଯାଇଛି। ସବୁଠାରୁ ବଡ଼ କଥା ହେଉଛି କୋଠାରେ ଲାଗିଥିବା କବାଟର ଓଜନ ହେଉଛି ୨୨ ଟନ୍ । ଏହି କବାଟକୁ ଖୋଲିବା ପାଇଁ ଏକ ସ୍ବତନ୍ତ୍ର କୋଡ୍ ଅଛି। ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ କୋଡ୍ ଭିନ୍ନ। କିନ୍ତୁ କୌଣସି ଜଣକ ପାଖରେ ଥିବା କୋଡ୍ ଦ୍ବାରା କବାଟ ଖୋଲି ହେବ ନାହିଁ । ତେବେ ପୋର୍ଟ ନକ୍ସ ନାମକ ଏହି କୋଠାକୁ ଏତେ ସୁରକ୍ଷା ଦେବା ପଛର କାରଣ ହେଉଛି – ଏହା ଏକ ଗୋଲଡ୍ ରିଜର୍ଭ। ଏହି କୋଠାରେ ୪୨ ଲକ୍ଷ କିଲୋ ସୁନା ରଖାଯାଇଥିବା ସହ ଆମେରିକା ସ୍ବତନ୍ତ୍ରତାର ଅସଲପ୍ରମାଣପତ୍ରକୁ ଏଠାରେ ସୁରକ୍ଷିତ ଭାବେ ରଖାଯାଇଛି । ଏହା ସହିତ ଗୁଟେନ୍‌ଗର୍ବଙ୍କ ବାଇବେଲ୍‌ ଓ ଆମେରିକା ସମ୍ବିଧାନର ମୂଳ କପି ମଧ୍ୟ ଏହି କୋଠାରେ ଅଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp