ସ୍ତ୍ରୀଙ୍କ ସହ ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ପଦୁଟିଏ ବି କଥା ହୋଇନାହାନ୍ତି ଜାପାନର ଏହି ବ୍ୟକ୍ତି…

The Sakala Picture
Published On

ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଲେ ଦୁହେଁ କିଛି ଘଣ୍ଟା ତଥା କିଛି ଦିନ ପାଇଁ ରାଗିକି ପରସ୍ପର ସହ କଥାବାର୍ତ୍ତା ହୋଇ ନ ଥାନ୍ତି। ତେବେ ଜାପାନର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ମାସେ, ଦୁଇମାସ କି ବର୍ଷେ ନୁହେଁ, ବରଂ ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ପଦୁଟିଏ ବି କଥା ହୋଇ ନ ଥିଲେ। ଏଭଳି ଏକ ଘଟଣା ଏବେ ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛି। ଓତଉ କତାୟାମା ଓ ୟୁମିଙ୍କର ତିନିଜଣ ସନ୍ତାନ। ଏହାପରେ […]

ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଲେ ଦୁହେଁ କିଛି ଘଣ୍ଟା ତଥା କିଛି ଦିନ ପାଇଁ ରାଗିକି ପରସ୍ପର ସହ କଥାବାର୍ତ୍ତା ହୋଇ ନ ଥାନ୍ତି। ତେବେ ଜାପାନର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ମାସେ, ଦୁଇମାସ କି ବର୍ଷେ ନୁହେଁ, ବରଂ ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ପଦୁଟିଏ ବି କଥା ହୋଇ ନ ଥିଲେ। ଏଭଳି ଏକ ଘଟଣା ଏବେ ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛି।

ଆହୁରି ପଢ଼ନ୍ତୁ: ଡାର୍କ ପ୍ୟାଟର୍ଣ୍ଣ ବିରୋଧରେ ସିସିପିଏ (CCPA)ର କଡ଼ା କାର୍ଯ୍ୟାନୁଷ୍ଠାନ: ଫିଜିକ୍ସୱାଲା ଏବଂ ମ୍ୟାକାଫି ଉପରେ ଲାଗିଲା ଜୋରିମାନା

ଓତଉ କତାୟାମା ଓ ୟୁମିଙ୍କର ତିନିଜଣ ସନ୍ତାନ। ଏହାପରେ ବି ଓତଉ ତାଙ୍କ ସ୍ତ୍ରୀ ୟୁମିଙ୍କ ସହ ୨୦ ବର୍ଷ ପର୍ଯ୍ୟନ୍ତ ନିରବତା ଅବଲମ୍ବନ କରିଥିଲେ। ତେବେ ଓତଉ ତାଙ୍କ ସ୍ତ୍ରୀଙ୍କୁ ମୁଣ୍ଡ ହଲାଇ ପ୍ରଶ୍ନର ଉତ୍ତର ରଖୁଥିବାବେଳେ ପାଟିରୁ କିନ୍ତୁ ଗୋଟିଏ ଶବ୍ଦ ବାହାର କରନ୍ତି ନାହିଁ। ସେ ତାଙ୍କ ସ୍ତ୍ରୀଙ୍କ ସହ କଥାବର୍ତ୍ତା ନ କଲେ ବି ପିଲାମାନଙ୍କ ସହ ଭଲ ସମ୍ପର୍କ ରକ୍ଷା କରିଥାନ୍ତି। ସେହିପରି ସେମାନଙ୍କର ଏହି ନିରବତା ତିନି ପିଲାଙ୍କୁ ଦ୍ବନ୍ଦ୍ବରେ ପକାଇଥାଏ। ମା’ଙ୍କ ସହ ବାପା କଥା ନ ହେବାର କାରଣ କ’ଣ ପିଲାମାନେ ଜାଣିବାକୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ନ ଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ତେବେ ୨୦୧୬ରେ ତାଙ୍କର ୧୮ ବର୍ଷୀୟ ପୁଅ ଏକ ଟିଭି ଶୋ’କୁ ଏହି ଘଟଣା ବାବଦରେ ଜଣାଇଥିଲେ। ଏହାପରେ ଏହି ଟିଭି ଶୋ’ର ସଦସ୍ୟମାନେ ଓତଉଙ୍କୁ କଥାବାର୍ତ୍ତା ନ କରିବାର କାରଣ ସମ୍ପର୍କରେ ପଚାରି ଥିଲେ। ଏହାର ଉତ୍ତରରେ ଓତଉ ରୁଷିଥିବା କହିଥିଲେ। କାରଣ ୟୁମି ପିଲାଙ୍କ ଅଧିକ ଯତ୍ନ ନେବାରୁ ତାଙ୍କ ପ୍ରତି କୋଉଠି ନା କୋଉଠି ସେ ଅବହେଳା କରୁଥିବା କଥା ଅନୁଭବ କରିଥିଲେ । ଶେଷରେ ୟୁମି ସ୍ବାମୀଙ୍କ ଉଦ୍ଦେଶ୍ୟରେ କହିଥିବା ଗୋଟିଏ ଭିଡିଓକୁ ସେମାନେ ଓତଉଙ୍କୁ ଦେଖାଇଥିଲେ। ଯେଉଁଥିରେ ୟୁମି ନାରା ପାର୍କରେ ତାଙ୍କୁ ଅପେକ୍ଷା କରିଥିବା କହିଥିଲେ। ଏହାପରେ ଦୁହେଁ ପରସ୍ପରକୁ ପାର୍କରେ ଭେଟି କଥାବାର୍ତ୍ତା ହୋଇ ଭୁଲବୁଝାମଣା ଦୂର କରିଥିଲେ। ଅନ୍ୟପଟେ ଦୀର୍ଘବର୍ଷ ପରେ ପିତାମାତା ପରସ୍ପର ସହ କଥା ହେବାର ଦୃଶ୍ୟ ସେମାନଙ୍କର ତିନି ପିଲା ଦୂରରେ ଥାଇ ଦେଖି ଭାବବିହ୍ବଳ ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

18 Dec 2023 By The Sakala

ସ୍ତ୍ରୀଙ୍କ ସହ ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ପଦୁଟିଏ ବି କଥା ହୋଇନାହାନ୍ତି ଜାପାନର ଏହି ବ୍ୟକ୍ତି…

ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଲେ ଦୁହେଁ କିଛି ଘଣ୍ଟା ତଥା କିଛି ଦିନ ପାଇଁ ରାଗିକି ପରସ୍ପର ସହ କଥାବାର୍ତ୍ତା ହୋଇ ନ ଥାନ୍ତି। ତେବେ ଜାପାନର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ମାସେ, ଦୁଇମାସ କି ବର୍ଷେ ନୁହେଁ, ବରଂ ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ପଦୁଟିଏ ବି କଥା ହୋଇ ନ ଥିଲେ। ଏଭଳି ଏକ ଘଟଣା ଏବେ ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛି।

ଓତଉ କତାୟାମା ଓ ୟୁମିଙ୍କର ତିନିଜଣ ସନ୍ତାନ। ଏହାପରେ ବି ଓତଉ ତାଙ୍କ ସ୍ତ୍ରୀ ୟୁମିଙ୍କ ସହ ୨୦ ବର୍ଷ ପର୍ଯ୍ୟନ୍ତ ନିରବତା ଅବଲମ୍ବନ କରିଥିଲେ। ତେବେ ଓତଉ ତାଙ୍କ ସ୍ତ୍ରୀଙ୍କୁ ମୁଣ୍ଡ ହଲାଇ ପ୍ରଶ୍ନର ଉତ୍ତର ରଖୁଥିବାବେଳେ ପାଟିରୁ କିନ୍ତୁ ଗୋଟିଏ ଶବ୍ଦ ବାହାର କରନ୍ତି ନାହିଁ। ସେ ତାଙ୍କ ସ୍ତ୍ରୀଙ୍କ ସହ କଥାବର୍ତ୍ତା ନ କଲେ ବି ପିଲାମାନଙ୍କ ସହ ଭଲ ସମ୍ପର୍କ ରକ୍ଷା କରିଥାନ୍ତି। ସେହିପରି ସେମାନଙ୍କର ଏହି ନିରବତା ତିନି ପିଲାଙ୍କୁ ଦ୍ବନ୍ଦ୍ବରେ ପକାଇଥାଏ। ମା’ଙ୍କ ସହ ବାପା କଥା ନ ହେବାର କାରଣ କ’ଣ ପିଲାମାନେ ଜାଣିବାକୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ନ ଥିଲେ।

ତେବେ ୨୦୧୬ରେ ତାଙ୍କର ୧୮ ବର୍ଷୀୟ ପୁଅ ଏକ ଟିଭି ଶୋ’କୁ ଏହି ଘଟଣା ବାବଦରେ ଜଣାଇଥିଲେ। ଏହାପରେ ଏହି ଟିଭି ଶୋ’ର ସଦସ୍ୟମାନେ ଓତଉଙ୍କୁ କଥାବାର୍ତ୍ତା ନ କରିବାର କାରଣ ସମ୍ପର୍କରେ ପଚାରି ଥିଲେ। ଏହାର ଉତ୍ତରରେ ଓତଉ ରୁଷିଥିବା କହିଥିଲେ। କାରଣ ୟୁମି ପିଲାଙ୍କ ଅଧିକ ଯତ୍ନ ନେବାରୁ ତାଙ୍କ ପ୍ରତି କୋଉଠି ନା କୋଉଠି ସେ ଅବହେଳା କରୁଥିବା କଥା ଅନୁଭବ କରିଥିଲେ । ଶେଷରେ ୟୁମି ସ୍ବାମୀଙ୍କ ଉଦ୍ଦେଶ୍ୟରେ କହିଥିବା ଗୋଟିଏ ଭିଡିଓକୁ ସେମାନେ ଓତଉଙ୍କୁ ଦେଖାଇଥିଲେ। ଯେଉଁଥିରେ ୟୁମି ନାରା ପାର୍କରେ ତାଙ୍କୁ ଅପେକ୍ଷା କରିଥିବା କହିଥିଲେ। ଏହାପରେ ଦୁହେଁ ପରସ୍ପରକୁ ପାର୍କରେ ଭେଟି କଥାବାର୍ତ୍ତା ହୋଇ ଭୁଲବୁଝାମଣା ଦୂର କରିଥିଲେ। ଅନ୍ୟପଟେ ଦୀର୍ଘବର୍ଷ ପରେ ପିତାମାତା ପରସ୍ପର ସହ କଥା ହେବାର ଦୃଶ୍ୟ ସେମାନଙ୍କର ତିନି ପିଲା ଦୂରରେ ଥାଇ ଦେଖି ଭାବବିହ୍ବଳ ହୋଇଯାଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp