ଉତ୍ତପ୍ରଦେଶର ଆରୋଗ୍ୟ ମନ୍ଦିର, ଯେଉଁଠି ଔଷଧ ନୁହେଁ, କେବଳ ପ୍ରାକୃତିକ ଉପାଦାନରେ ରୋଗୀମାନଙ୍କର କରାଯାଏ ଚିକିତ୍ସା

The Sakala Picture
Published On

ଉତ୍ତପ୍ରଦେଶ ଗୋରଖପୁରରେ ଆରୋଗ୍ୟ ମନ୍ଦିରରେ କୌଣସି ଦେବୀ ଦେବତା ପୂଜା ପାଆନ୍ତି ନାହିଁ, ଏଠାରେ ପାଣି, ପବନ, ମାଟି, ଆଲୋକ ଭଳି ପ୍ରାକୃତିକ ଉପାଦାନରେ ରୋଗୀମାନଙ୍କର ଚିକିତ୍ସା କରାଯାଏ। ଏହା ଏକ ପ୍ରାକୃତିକ ଚିକିତ୍ସାଳୟ। କେବଳ ଦେଶରୁ ନୁହେଁ, ବିଦେଶରୁ ମଧ୍ୟ ଏଠାକୁ ଶହ ଶହ ସଂଖ୍ୟାରେ ଲୋକେ ଚିକିତ୍ସା ପାଇଁ ଆସିଥା’ନ୍ତି। ଏଠାରେ ରୋଗ ଦୂର କରିବା ପାଇଁ ପ୍ରାକୃତିକ ଜିନିଷ ସହ ଯୋଗ ଏବଂ ଖାଦ୍ୟର ସାହାଯ୍ୟ ମଧ୍ୟ ନିଆଯାଏ। ତେବେ ଆରୋଗ୍ୟ ମନ୍ଦିର […]

ଉତ୍ତପ୍ରଦେଶ ଗୋରଖପୁରରେ ଆରୋଗ୍ୟ ମନ୍ଦିରରେ କୌଣସି ଦେବୀ ଦେବତା ପୂଜା ପାଆନ୍ତି ନାହିଁ, ଏଠାରେ ପାଣି, ପବନ, ମାଟି, ଆଲୋକ ଭଳି ପ୍ରାକୃତିକ ଉପାଦାନରେ ରୋଗୀମାନଙ୍କର ଚିକିତ୍ସା କରାଯାଏ। ଏହା ଏକ ପ୍ରାକୃତିକ ଚିକିତ୍ସାଳୟ। କେବଳ ଦେଶରୁ ନୁହେଁ, ବିଦେଶରୁ ମଧ୍ୟ ଏଠାକୁ ଶହ ଶହ ସଂଖ୍ୟାରେ ଲୋକେ ଚିକିତ୍ସା ପାଇଁ ଆସିଥା’ନ୍ତି। ଏଠାରେ ରୋଗ ଦୂର କରିବା ପାଇଁ ପ୍ରାକୃତିକ ଜିନିଷ ସହ ଯୋଗ ଏବଂ ଖାଦ୍ୟର ସାହାଯ୍ୟ ମଧ୍ୟ ନିଆଯାଏ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ମଣିଷ-କୁମ୍ଭୀର ସମ୍ପର୍କର ବିରଳ ଚିତ୍ର: ୧୩୦ ବର୍ଷର 'ଗଙ୍ଗାରାମ'ର ମୃତ୍ୟୁରେ କାନ୍ଦିଥିଲା ପୂରା ଗାଁ

ତେବେ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କାହାଣୀ ଅତ୍ୟନ୍ତ ରୋଚକପୂର୍ଣ୍ଣ। ଏହାକୁ ଭାରତର ପ୍ରସିଦ୍ଧ ନାଚୁରୋପାଥି ଡାକ୍ତର ବିଠଲଦାସ ମୋଦି ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ୧୯୪୦ ମସିହାରେ ପ୍ରତିଷ୍ଠା କରିଥିଲେ। ସ୍ନାତକ ପଢ଼ିବା ସମୟରେ ବିଠଲଦାସ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ। ତିନିବର୍ଷ ପର୍ଯ୍ୟନ୍ତ ଅନେକ ଔଷଧ ଖାଇଥିଲେ ,କିନ୍ତୁ କିଛି ସୁଫଳ ନ ମିଳିବାରୁ ସେ ପ୍ରାକୃତିକ ଚିକିତ୍ସା କରାଇଥିଲେ। ଶେଷର ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ ଏବଂ ପ୍ରାକୃତିକ ଚିକିତ୍ସା ଉପରେ ତାଙ୍କର ବିଶ୍ବାସ ବଢ଼ିଲା। ତେବେ ଆରୋଗ୍ୟ ମନ୍ଦିରରେ ପ୍ରଥମେ ଚିକିତ୍ସା ଏକ ଭଡ଼ାଘରେ କରାଯାଉଥିଲା, ପରବର୍ତ୍ତୀ ସମୟରେ ୧୯୬୦ ମସିହାରେ ଛଅ ଏକର ଜମିରେ ଏହା ପ୍ରତିଷ୍ଠା କରାଗଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ଲକ୍ଷ ଲକ୍ଷ ଲୋକ ପ୍ରକୃତିର କୋଳରେ ଆସି ରୋଗମୁକ୍ତ ହେଉଛନ୍ତି। ଶ୍ବାସ, କୋଷ୍ଠକାଠିନ୍ୟ, ମଧୁମେହ, ମୁଣ୍ଡବିନ୍ଧା, ପିଠି ଯନ୍ତ୍ରଣା, ମୁଣ୍ଡ ବୁଲାଇବା, ଅଲସର୍, ରକ୍ତଚାପ, ଆଣ୍ଠୁଗଣ୍ଠିବାତ,ମେଦବୃଦ୍ଧି ଏବଂ ଆଲର୍ଜି ଭଳି ରୋଗର ଚିକିତ୍ସା ପାଇଁ ଲୋକେ ଏଠାକୁ ଆସନ୍ତି। ଚିକିତ୍ସାପାଇଁ ଆହାର ନିୟନ୍ତ୍ରଣ,ମାଲିସ୍‌, ମାଟିପଟି, କଟିସ୍ନାନ, ବାମ୍ପ ସ୍ନାନ, ରସାହାର, ଫଳାହାର, ଉପବାସ, କସରତ ଆଦିର ସାହାଯ୍ୟ ନିଆଯାଏ।

ଆହୁରି ପଢ଼ନ୍ତୁ: ୧୯୯୧ ମସିହାର ଆଜିର ଦିନରେ ବଦଳିଥିଲା ଭାରତର ଅର୍ଥନୈତିକ ଦିଗ: ମନମୋହନ ସିଂହଙ୍କ ସେହି ଐତିହାସିକ ବଜେଟକୁ ୩୫ ବର୍ଷ ପୂର୍ତ୍ତି

ଏଠାରେ ଚିକିତ୍ସିତ ହେବାକୁ ହେଲେ ମାସେ କିମ୍ବା ଦୁଇମାସ ରହିବାକୁ ପଡ଼ିଥାଏ। ଏଠାରେ ସମୁଦାୟ ୧୦୬ଟି ଶଯ୍ୟା ଅଛି। ତେବେ ଆରୋଗ୍ୟ ମନ୍ଦିରରେ ରୋଗୀ କେବଳ ରୋଗରୁ ଆରୋଗ୍ୟ ଲାଭ କରେ ତା’ନୁହେଁ, ବରଂ ତାଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଜିଇଁବା ପାଇଁ ଶିକ୍ଷା ଦିଆଯାଏ। ମୋଟ ଉପରେ, ଏହି ମନ୍ଦିର ଲୋକଙ୍କୁ ପ୍ରକୃତି ସହିତ ଯୋଡ଼ିଥାଏ। ରୋଗର ଚିକିତ୍ସା ବ୍ୟତୀତ ଆରୋଗ୍ୟ ମନ୍ଦିରରେ ନାଚୁରୋପାଥି ଶିକ୍ଷା ମଧ୍ୟ ପ୍ରଦାନ କରାଯାଏ।

ଆହୁରି ପଢ଼ନ୍ତୁ: ଆଜି ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ: ସୁବର୍ଣ୍ଣ ଅଳଙ୍କାରରେ ଝଟକିବେ ଚତୁର୍ଦ୍ଧାମୂର୍ତ୍ତି

22 Jul 2022 By The Sakala

ଉତ୍ତପ୍ରଦେଶର ଆରୋଗ୍ୟ ମନ୍ଦିର, ଯେଉଁଠି ଔଷଧ ନୁହେଁ, କେବଳ ପ୍ରାକୃତିକ ଉପାଦାନରେ ରୋଗୀମାନଙ୍କର କରାଯାଏ ଚିକିତ୍ସା

ଉତ୍ତପ୍ରଦେଶ ଗୋରଖପୁରରେ ଆରୋଗ୍ୟ ମନ୍ଦିରରେ କୌଣସି ଦେବୀ ଦେବତା ପୂଜା ପାଆନ୍ତି ନାହିଁ, ଏଠାରେ ପାଣି, ପବନ, ମାଟି, ଆଲୋକ ଭଳି ପ୍ରାକୃତିକ ଉପାଦାନରେ ରୋଗୀମାନଙ୍କର ଚିକିତ୍ସା କରାଯାଏ। ଏହା ଏକ ପ୍ରାକୃତିକ ଚିକିତ୍ସାଳୟ। କେବଳ ଦେଶରୁ ନୁହେଁ, ବିଦେଶରୁ ମଧ୍ୟ ଏଠାକୁ ଶହ ଶହ ସଂଖ୍ୟାରେ ଲୋକେ ଚିକିତ୍ସା ପାଇଁ ଆସିଥା’ନ୍ତି। ଏଠାରେ ରୋଗ ଦୂର କରିବା ପାଇଁ ପ୍ରାକୃତିକ ଜିନିଷ ସହ ଯୋଗ ଏବଂ ଖାଦ୍ୟର ସାହାଯ୍ୟ ମଧ୍ୟ ନିଆଯାଏ।

ତେବେ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କାହାଣୀ ଅତ୍ୟନ୍ତ ରୋଚକପୂର୍ଣ୍ଣ। ଏହାକୁ ଭାରତର ପ୍ରସିଦ୍ଧ ନାଚୁରୋପାଥି ଡାକ୍ତର ବିଠଲଦାସ ମୋଦି ମହାତ୍ମା ଗାନ୍ଧୀଙ୍କ ପ୍ରେରଣାରେ ୧୯୪୦ ମସିହାରେ ପ୍ରତିଷ୍ଠା କରିଥିଲେ। ସ୍ନାତକ ପଢ଼ିବା ସମୟରେ ବିଠଲଦାସ ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ। ତିନିବର୍ଷ ପର୍ଯ୍ୟନ୍ତ ଅନେକ ଔଷଧ ଖାଇଥିଲେ ,କିନ୍ତୁ କିଛି ସୁଫଳ ନ ମିଳିବାରୁ ସେ ପ୍ରାକୃତିକ ଚିକିତ୍ସା କରାଇଥିଲେ। ଶେଷର ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ ଏବଂ ପ୍ରାକୃତିକ ଚିକିତ୍ସା ଉପରେ ତାଙ୍କର ବିଶ୍ବାସ ବଢ଼ିଲା। ତେବେ ଆରୋଗ୍ୟ ମନ୍ଦିରରେ ପ୍ରଥମେ ଚିକିତ୍ସା ଏକ ଭଡ଼ାଘରେ କରାଯାଉଥିଲା, ପରବର୍ତ୍ତୀ ସମୟରେ ୧୯୬୦ ମସିହାରେ ଛଅ ଏକର ଜମିରେ ଏହା ପ୍ରତିଷ୍ଠା କରାଗଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ଲକ୍ଷ ଲକ୍ଷ ଲୋକ ପ୍ରକୃତିର କୋଳରେ ଆସି ରୋଗମୁକ୍ତ ହେଉଛନ୍ତି। ଶ୍ବାସ, କୋଷ୍ଠକାଠିନ୍ୟ, ମଧୁମେହ, ମୁଣ୍ଡବିନ୍ଧା, ପିଠି ଯନ୍ତ୍ରଣା, ମୁଣ୍ଡ ବୁଲାଇବା, ଅଲସର୍, ରକ୍ତଚାପ, ଆଣ୍ଠୁଗଣ୍ଠିବାତ,ମେଦବୃଦ୍ଧି ଏବଂ ଆଲର୍ଜି ଭଳି ରୋଗର ଚିକିତ୍ସା ପାଇଁ ଲୋକେ ଏଠାକୁ ଆସନ୍ତି। ଚିକିତ୍ସାପାଇଁ ଆହାର ନିୟନ୍ତ୍ରଣ,ମାଲିସ୍‌, ମାଟିପଟି, କଟିସ୍ନାନ, ବାମ୍ପ ସ୍ନାନ, ରସାହାର, ଫଳାହାର, ଉପବାସ, କସରତ ଆଦିର ସାହାଯ୍ୟ ନିଆଯାଏ।

ଏଠାରେ ଚିକିତ୍ସିତ ହେବାକୁ ହେଲେ ମାସେ କିମ୍ବା ଦୁଇମାସ ରହିବାକୁ ପଡ଼ିଥାଏ। ଏଠାରେ ସମୁଦାୟ ୧୦୬ଟି ଶଯ୍ୟା ଅଛି। ତେବେ ଆରୋଗ୍ୟ ମନ୍ଦିରରେ ରୋଗୀ କେବଳ ରୋଗରୁ ଆରୋଗ୍ୟ ଲାଭ କରେ ତା’ନୁହେଁ, ବରଂ ତାଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଜିଇଁବା ପାଇଁ ଶିକ୍ଷା ଦିଆଯାଏ। ମୋଟ ଉପରେ, ଏହି ମନ୍ଦିର ଲୋକଙ୍କୁ ପ୍ରକୃତି ସହିତ ଯୋଡ଼ିଥାଏ। ରୋଗର ଚିକିତ୍ସା ବ୍ୟତୀତ ଆରୋଗ୍ୟ ମନ୍ଦିରରେ ନାଚୁରୋପାଥି ଶିକ୍ଷା ମଧ୍ୟ ପ୍ରଦାନ କରାଯାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp