ମନୋରଞ୍ଜନ
ଓଡ଼ିଶା
ବିଶ୍ବ ଅଙ୍ଗଦାନ ଦିବସ

କଥାରେ ଅଛି ଅଙ୍ଗଦାନ, ମହତ ଦାନ। କାହାର ଆଖି ଆଉ କାହାକୁ ଦେଖାଇପାରେ ଦୁନିଆ। କାହାର ଅଙ୍ଗ ଆଉ କାହାର ଜୀବନ ବଞ୍ଚାଇପାରେ। ଅଙ୍ଗଦାନ ସମ୍ପର୍କରେ ସଚେତନା ସୃଷ୍ଟି କରିବା ଏବଂ ଅଙ୍ଗଦାନ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରି ଅନ୍ୟର ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖକୁ ‘ବିଶ୍ବ ଅଙ୍ଗଦାନ ଦିବସ’ ଭାବେ ପାଳନ କରାଯାଉଛି। ରକ୍ତ ଦାନ ପରେ ଅଙ୍ଗ ଦାନ ସବୁଠାରୁ ବଡ଼ ଦାନ ଭାବରେ ବିବେଚନା କରାଯାଏ। ତେବେ […]
କଥାରେ ଅଛି ଅଙ୍ଗଦାନ, ମହତ ଦାନ। କାହାର ଆଖି ଆଉ କାହାକୁ ଦେଖାଇପାରେ ଦୁନିଆ। କାହାର ଅଙ୍ଗ ଆଉ କାହାର ଜୀବନ ବଞ୍ଚାଇପାରେ। ଅଙ୍ଗଦାନ ସମ୍ପର୍କରେ ସଚେତନା ସୃଷ୍ଟି କରିବା ଏବଂ ଅଙ୍ଗଦାନ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରି ଅନ୍ୟର ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖକୁ ‘ବିଶ୍ବ ଅଙ୍ଗଦାନ ଦିବସ’ ଭାବେ ପାଳନ କରାଯାଉଛି।
ରକ୍ତ ଦାନ ପରେ ଅଙ୍ଗ ଦାନ ସବୁଠାରୁ ବଡ଼ ଦାନ ଭାବରେ ବିବେଚନା କରାଯାଏ। ତେବେ ଅଙ୍ଗଦାନକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଭ୍ରାନ୍ତଧାରଣାକୁ ଦୂର କରିବା ହେଉଛି ଏହି ଦିବସର ଲକ୍ଷ୍ୟ। ଦାନ କରାଯାଇଥିବା ଅଙ୍ଗ ଜଣକ ଜୀବନ ବଞ୍ଚାଇଥାଏ। ଯଦିଓ ୧୮ରୁ ୬୫ ବର୍ଷ ବୟସ୍କ ସ୍ବଇଚ୍ଛାରେ ଅଙ୍ଗଦାନ କରିପାରିବେ, ତଥାପି ଅଙ୍ଗଦାନ କରୁଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଆବଶ୍ୟକ। ସେହିପରି କ୍ୟାନସର୍, ଏଚ୍ଆଇଭି ଏବଂ ହୃଦ୍ରୋଗରେ ପୀଡ଼ିତ ଲୋକ ଅଙ୍ଗଦାନ କରିପାରିବେ ନାହିଁ।
ଅଙ୍ଗଦାନ ଦୁଇ ପ୍ରକାରର । ଗୋଟିଏ ଅଙ୍ଗଦାନ ଏବଂ ଦ୍ବିତୀୟରେ ଟିସୁ ଦାନ । ତେବେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ହିଁ ଅଙ୍ଗଦାନ କରାଯାଇଥାଏ । କିନ୍ତୁ କିଛି ଅଙ୍ଗଦାନ ଏବଂ ଟିସୁଦାନ ଜୀବିତ ରହି ମଧ୍ୟ କରାଯାଇଥାଏ । ଯକୃତ, ଅଗ୍ନାଶୟ, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ ଭଳି ଆଦି ଅଙ୍ଗ ଦାନ କରାଯାଇଥାଏ । ସେହିଭଳି ଆଖି, ତ୍ୱଚା ହାଡ଼, ମସ୍ତିଷ୍କ, କାନ ପରଦା, କାନ ହାଡ଼ ଆଦିର ଟିସୁ ଦାନ କରାଯାଏ। ପ୍ରଥମେ ଏହି ଦିବସକୁ ୨୦୦୫ ମସିହାରେ ପାଳନ କରାଯାଇଥିଲା। ସେହିଭଳି ପ୍ରଥମଥର ପାଇଁ ୧୯୫୪ ମସିହାରେ ଆମେରିକାର ସଫଳ ଅଙ୍ଗ ପ୍ରତ୍ୟାରୋପଣ ହୋଇଥିଲା। ରୋନାଲ୍ଡ ଲି ହେରିକ୍ ନାମକ ଜଣେ ବ୍ୟକ୍ତି ତାଙ୍କର ଯାଆଁଳା ଭାଇକୁ ତାଙ୍କ ବୃକ୍କ ଦାନ କରିଥିଲେ। ଏହି କାର୍ଯ୍ୟକୁ ସଫଳ କରିଥିବା ଫିଜିଓଲୋଜି ଏବଂ ମେଡିସିନ ବିଭାଗର ଡାକ୍ତର ଜୋସେଫ ମୁରେଙ୍କୁ ୧୯୯୦ ମସିହାରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।