ଏମିତି ଏକ ଦେଶ ଯେଉଁଠି ବ୍ୟବହାର ହୁଏନି ଇଣ୍ଟରନେଟ୍

The Sakala Picture
Published On

ସମ୍ପ୍ରତି ଇଣ୍ଟରନେଟ୍‌ର ଯୁଗ। ଇଣ୍ଟରନେଟ୍‌ ବିନା ଜୀବନ କଳ୍ପନା କରିବା ଅସମ୍ଭବ। ଯାତାୟାତ, ଖାଦ୍ୟପେୟ କିମ୍ବା କୌଣସି ସ୍ଥାନର ସୂଚନା ଜାଣିବାକୁ ହେଲେ, ପ୍ରଥମେ ଇଣ୍ଟରନେଟ୍ ଖୋଜା ପଡ଼ିଥାଏ। କିନ୍ତୁ ବିଶ୍ବରେ ଏଭଳି ଏକ ଦେଶ ରହିଛି, ଯେଉଁଠି ଇଣ୍ଟରନେଟ୍ ବ୍ୟବହାର କରାଯାଏ ନାହିଁ। ତେବେ ଇରିଟ୍ରିଆ ନାମରେ ପରିଚିତ ଏହି ଦେଶରେ ଲୋକେ ମୋବାଇଲରେ ଇଣ୍ଟରନେଟ୍ ଡାଟା ବ୍ୟବହାର କରନ୍ତିନି। ଏପରିକି ଏଠାକାର ଲୋକଙ୍କୁ ମୋବାଇଲ ସିମ୍‌ କାର୍ଡ ପାଇଁ ମଧ୍ୟ ସରକାରଙ୍କ ଅନୁମତି ନେବାକୁ […]

ସମ୍ପ୍ରତି ଇଣ୍ଟରନେଟ୍‌ର ଯୁଗ। ଇଣ୍ଟରନେଟ୍‌ ବିନା ଜୀବନ କଳ୍ପନା କରିବା ଅସମ୍ଭବ। ଯାତାୟାତ, ଖାଦ୍ୟପେୟ କିମ୍ବା କୌଣସି ସ୍ଥାନର ସୂଚନା ଜାଣିବାକୁ ହେଲେ, ପ୍ରଥମେ ଇଣ୍ଟରନେଟ୍ ଖୋଜା ପଡ଼ିଥାଏ। କିନ୍ତୁ ବିଶ୍ବରେ ଏଭଳି ଏକ ଦେଶ ରହିଛି, ଯେଉଁଠି ଇଣ୍ଟରନେଟ୍ ବ୍ୟବହାର କରାଯାଏ ନାହିଁ। ତେବେ ଇରିଟ୍ରିଆ ନାମରେ ପରିଚିତ ଏହି ଦେଶରେ ଲୋକେ ମୋବାଇଲରେ ଇଣ୍ଟରନେଟ୍ ଡାଟା ବ୍ୟବହାର କରନ୍ତିନି। ଏପରିକି ଏଠାକାର ଲୋକଙ୍କୁ ମୋବାଇଲ ସିମ୍‌ କାର୍ଡ ପାଇଁ ମଧ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିଥାଏ।

ସ୍ଥାନୀୟ ପ୍ରଶାସନର ମଞ୍ଜୁରୀ ପରେ ସିମ୍‌କାର୍ଡ ମିଳିଥାଏ। ଅଲଗା ଦେଶର ଲୋକେ ପହଞ୍ଚିଲେ ସେମାନଙ୍କୁ ଏହି ଦେଶର ଅସ୍ଥାୟୀ ସିମ୍‌କାର୍ଡ ନେବା ପାଇଁ ଆବେଦନ କରିବାକୁ ପଡ଼େ। ଦେଶ ଛାଡ଼ିଲେ ସିମ୍‌ କାର୍ଡ ଫେରାଇବାକୁ ପଡ଼େ। ଏହା ବିଶ୍ବର ସବୁଠୁ ଲୁକ୍କାୟିତ ଦେଶ ଭାବେ ଜଣାଯାଏ। ଏହାକୁ ଆଫ୍ରିକାର ‘ଉତ୍ତର କୋରିଆ’ ବୋଲି କୁହାଯାଏ। ୧.୧୭ ଲକ୍ଷ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଦେଶର ସମୁଦାୟ ଜନସଂଖ୍ୟା ୩୫ ଲକ୍ଷ । ସେହିପରି ଏହି ଦେଶର କୌଣସି ନିର୍ଦ୍ଦିଷ୍ଟ ସରକାରୀ ଭାଷା ନାହିଁ। ଏଠାକାର ଲୋକେ ଗ୍ରୀନ୍ୟା, ଆରବୀ ତଥା ଇଂରାଜୀ ଭାଷାରେ କଥାବାର୍ତ୍ତା କରିଥାନ୍ତି। ଏଠାରେ ସମୁଦାୟ ଜନସଂଖ୍ୟାର ମାତ୍ର ଏକ ପ୍ରତିଶତ ଲୋକ ଇଣ୍ଟରନେଟ୍ ବ୍ୟବହାର କରନ୍ତି। ତେବେ ଲୋକେ ଘରେ ବସି ଇଣ୍ଟରନେଟ୍ ଚଳାଇ ପାରିବେ ନାହିଁ।

ଇଣ୍ଟରନେଟ୍ ବ୍ୟବହାର କରିବାକୁ ଇରିଟ୍ରିଆର ସହରାଞ୍ଚଳରେ ହାତଗଣତି କେତୋଟି କାଫେ ରହିଛି। ସେଠାକୁ ଯାଇ ଲୋକମାନେ ୱାଇଫାଇ ମାଧ୍ୟମରେ ମୋବାଇଲ ଫୋନ୍‌ରେ ଇଣ୍ଟରନେଟ୍ ବ୍ୟବହାର କରିଥାନ୍ତି। ଏହାର ସ୍ପିଡ୍ ୨ ଜିବିରୁ କମ୍। ଏହି କାଫେରେ ଘଣ୍ଟାଏ ଇଣ୍ଟରନେଟ୍ ବ୍ୟବହାର କରିବା ପାଇଁ ୧୦୦ ଟଙ୍କା ଦେବାକୁ ପଡ଼ିଥାଏ। ଏଥିପାଇଁ ଖୁବ୍‌ କମ୍ ସଂଖ୍ୟକ ଲୋକ ଏଠାରେ ଇଣ୍ଟରେନଟ୍ ବ୍ୟବହାର କରନ୍ତି। ଏଠାରେ ଲୋକେ ସରକାରଙ୍କ ବିନା ଅନୁମତିରେ ଦେଶ ଛାଡ଼ି ପାରିବେ ନାହିଁ। ଯଦି ଏପରି କରୁଥିବାର କେହି ଧରାପଡ଼ିଲେ ତାଙ୍କୁ ଗୁଳି ମାରି ଦିଆଯାଏ। ଏଠାରେ ପର୍ଯ୍ୟଟକମାନେ ଯିବା ଆସିବା ଉପରେ ମଧ୍ୟ ଅନେକ କଟକଣା ରହିଛି। ସେଥ଄ପାଇଁ ଏଠାକୁ ବହୁତ କମ୍‌ ସଂଖ୍ୟାରେ ପର୍ଯ୍ୟଟକ ଆସନ୍ତି।

Join Us @ WhatsApp

About The Author

Google News
Join Us @ WhatsApp

ରାଶିଫଳ