ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିର ଶୁଭାରମ୍ଭ; ବିକଶିତ ଭାରତର ନୂତନ ପ୍ରାଣକେନ୍ଦ୍ର

The Sakala Picture
Published On

ତୀବ୍ର ବାଦାନୁବାଦ ଓ ରାଜନୈତିକ ଧ୍ରୁବୀକରଣ ମଧ୍ୟରେ ବିଶ୍ୱର ସର୍ବବୃହତ୍‌‌ ଗଣତନ୍ତ୍ର ଭାରତର ନୂତନ ସଂସଦ ଭବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଉଦ୍‌‌ଘାଟିତ ହୋଇଯାଇଛି। ଆମ ସାମ୍ପ୍ରତିକ ରାଜନୈତିକ ବାତାବରଣରେ କୌଣସି ଗୋଟିଏ ଜାତୀୟ କାର୍ଯ୍ୟରେ ରାଜନୈତିକ ଏକତା ଓ ସହଯୋଗ ପାଇବା ସହଜ ନୁହେଁ। ତେଣୁ ୨୪ ଦଳଙ୍କ ବର୍ଜନ ଭିତରେ ନୂଆ ସଂସଦ ଭବନର ଉଦ୍‌‌ଘାଟନ ଭାରତୀୟ ରାଜନୈତିକ ମାନଦଣ୍ଡ ଅନୁସାରେ ଏତେଟା ଅସ୍ୱାଭାବିକ ମଧ୍ୟ ନୁହେଁ। ଏଥିରେ […]

ତୀବ୍ର ବାଦାନୁବାଦ ଓ ରାଜନୈତିକ ଧ୍ରୁବୀକରଣ ମଧ୍ୟରେ ବିଶ୍ୱର ସର୍ବବୃହତ୍‌‌ ଗଣତନ୍ତ୍ର ଭାରତର ନୂତନ ସଂସଦ ଭବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଉଦ୍‌‌ଘାଟିତ ହୋଇଯାଇଛି। ଆମ ସାମ୍ପ୍ରତିକ ରାଜନୈତିକ ବାତାବରଣରେ କୌଣସି ଗୋଟିଏ ଜାତୀୟ କାର୍ଯ୍ୟରେ ରାଜନୈତିକ ଏକତା ଓ ସହଯୋଗ ପାଇବା ସହଜ ନୁହେଁ। ତେଣୁ ୨୪ ଦଳଙ୍କ ବର୍ଜନ ଭିତରେ ନୂଆ ସଂସଦ ଭବନର ଉଦ୍‌‌ଘାଟନ ଭାରତୀୟ ରାଜନୈତିକ ମାନଦଣ୍ଡ ଅନୁସାରେ ଏତେଟା ଅସ୍ୱାଭାବିକ ମଧ୍ୟ ନୁହେଁ। ଏଥିରେ ରାଜନୈତିକ ଏକତା ଥିଲେ ଏହି ଐତିହାସିକ କ୍ଷଣଟି ଅଧିକ ସୁନ୍ଦର ଓ ଶୋଭନୀୟ ହୋଇଥା’ନ୍ତା। ଆହୁରି ମଧ୍ୟ ଦେଶର ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତିଙ୍କ କରକମଳରେ ଏହା ଉଦ୍‌‌ଘାଟିତ ହୋଇଥିଲେ ଓ ଏହି ଉତ୍ସବରେ ରାଜ୍ୟସଭାର ସ୍ଥାୟୀ ଅଧ୍ୟକ୍ଷ ଉପରାଷ୍ଟ୍ରପତି ଉପସ୍ଥିତ ଥିଲେ ସମଗ୍ର ପ୍ରକ୍ରିୟାଟି ଆହୁରି ସମ୍ଭ୍ରାନ୍ତ, ରୁଚିକର ଏବଂ ନୈତିକ ମୂଲ୍ୟବୋଧ ଭିତ୍ତିକ ହୋଇଥା’ନ୍ତା। ଗତସ୍ୟ ଶୋଚନା ନାସ୍ତି; ଯାହା ହୋଇଗଲା ତା’କୁ ନେଇ ଶୋଚନା ନ କରି ଆମେ ଯାହା ପାଇଲେ ତାହାକୁ ନେଇ ଖୁସି ହେବା ଆବଶ୍ୟକ। ଦେଶର କାର୍ଯ୍ୟନିର୍ବାହୀ ମୁଖ୍ୟ ଏବଂ ପ୍ରତ୍ୟକ୍ଷ ନିର୍ବାଚନରେ ଜନତାଙ୍କ ପ୍ରତିନିଧିତ୍ୱ କରୁଥିବା ସରକାରର ମୁଖିଆ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଉଦ୍‌‌ଘାଟନକୁ ନେଇ ସନ୍ତୁଷ୍ଟ ହେବାରେ ଏମିତି କିଛି ଅପ୍ରାସଙ୍ଗିକତା ମଧ୍ୟ ନାହିଁ। ଏଠାରେ ଉଲ୍ଲେଖନୀୟ ଯେ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ମଧ୍ୟରାତ୍ରିରେ ସଂସଦର କେନ୍ଦ୍ରୀୟ କକ୍ଷରେ ଯେଉଁ କ୍ଷମତା ହସ୍ତାନ୍ତରଣ ସଭା ହୋଇଥିଲା ସେଥିରେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ଜାତି ଉଦ୍ଦେଶ୍ୟରେ ଐତିହାସିକ ଭାଷଣ ଦେଇଥିଲେ। ଏବେ ଯେତେବେଳେ ସ୍ୱାଧୀନ ଭାରତରେ ନିର୍ମିତ ପ୍ରଥମ ସଂସଦ ଭବନର ଉଦ୍‌‌ଘାଟନ ଉତ୍ସବ ହେଲା ସେଥିରେ ସାମ୍ପ୍ରତିକ ପ୍ରଧାନମନ୍ତ୍ରୀଙ୍କର ପୌରୋହିତ୍ୟ ସେହି ପରମ୍ପରା ଅନୁକୂଳ ଥିଲା।

ଭାରତ ପାଇଁ ଏକ ନୂଆ ସଂସଦ ଭବନର ଆବଶ୍ୟକତା ବହୁବର୍ଷରୁ ଅନୁଭୂତ ହେଉଥିଲା ଏବଂ ବିଭିନ୍ନ ପ୍ରସ୍ତାବମାନ ଆଲୋଚନାକୁ ଆସିଥିଲା। ବ୍ରିଟିଶ ଅମଳରେ ତିଆରି ସଂସଦ ଭବନରେ କେବଳ ସ୍ଥାନାଭାବ ନୁହେଁ, ଏହା ଅତ୍ୟାଧୁନିକ ପ୍ରଯୁକ୍ତି ଅନୁକୂଳ ମଧ୍ୟ ନଥିଲା। ଆହୁରି ମଧ୍ୟ ଭାରତର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ନୂଆ ଭବନରେ ଅଧିକ ଲୋକ ପ୍ରତିନିଧିଙ୍କ ପାଇଁ ସ୍ଥାନର ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିଲା। ଏହାଛଡ଼ା ନୂତନ ସଂସଦ ଭବନରେ ଉଭୟ ଲୋକ ପ୍ରତିନିଧି, ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ଓ ଅତ୍ୟାବଶ୍ୟକ ଆଧୁନିକ ସୁବିଧା ସୁଯୋଗ ରହିଛି। ଏହି ଭବନରେ ଆଧୁନିକତମ ଟେକ୍‌‌ନୋଲୋଜିର ସୁବିଧା ଉପଲବ୍ଧ ଅଛି। ଏହା ଯେଉଁ ଡିଜାଇନ୍‌‌ରେ ତିଆରି ହୋଇଛି ଏଥିରେ ଆଧୁନିକତା ସହିତ ଆମର ପାରମ୍ପରିକତା, ସଂସ୍କୃତି ଓ ଐତିହ୍ୟର ସ୍ପର୍ଶ ମଧ୍ୟ ରହିଛି। ଭାରତର ଅଗ୍ରଣୀ ଶାସନାନୁଷ୍ଠାନରେ ଆଧୁନିକତା ଓ ପାରମ୍ପରିକତାର ଏହା ଏକ ଅନନ୍ୟ ସମ୍ମିଶ୍ରିତ ଭାସ୍କର୍ଯ୍ୟ। ଭାରତର ପ୍ରାଚୀନ ଇତିହାସରୁ ଚୋଳ ରାଜବଂଶର ପାରମ୍ପରିକ ‘ରାଜଦଣ୍ଡ’(ସେଙ୍ଘୋଲ) ନୂତନ ଲୋକସଭା ଭବନରେ ସ୍ଥାପନ ମଧ୍ୟ ଏକ ଐତିହାସିକ ଓ ପ୍ରତୀକଧର୍ମୀ ଘଟଣା। ସେହିପରି ସଂସଦ ଭବନର ବିଭିନ୍ନ ପ୍ରକୋଷ୍ଠରେ, କାନ୍ଥରେ ତଥା ମୁଖ୍ୟ ଦ୍ୱାରଗୁଡ଼ିକରେ ଓଡ଼ିଶାର ବିଖ୍ୟାତ କୋଣାର୍କ ଚକ(ଧାତୁନିର୍ମିତ), ଆଦି କାରୁକାର୍ଯ୍ୟପୂର୍ଣ୍ଣ ଐତିହ୍ୟର ସ୍ମାରକୀର ସ୍ଥାପନ ଭାରତର ସାଂସ୍କୃତିକ ଆତ୍ମାକୁ ଯୋଡ଼ିବାର ଏକ ପ୍ରଶଂସନୀୟ ପ୍ରୟାସ ବୋଲି ମନେ ହୁଏ।

‘ନୂଆ ଭାରତ’ ନିର୍ମାଣର ‘ଅମୃତ କାଳ’ ଚାଲିଛି। ଆଉ ପ୍ରାୟ ୨୫ ବର୍ଷ ପରେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ନୂତନ ତଥା ବିକଶିତ ଭାରତର ରୂପରେଖ ଏକ ଅତ୍ୟାଧୁନିକ ସଂସଦ ଭବନରେ ବିଚାର ଆଲୋଚନା ହୋଇ ସ୍ଥିରୀକୃତ ହେବା ନିଶ୍ଚିତ ଏକ ଶୁଭାରମ୍ଭ। ବିଶ୍ୱର ସର୍ବବୃହତ୍‌‌ ଗଣତନ୍ତ୍ର ଗୋଲାମୀର ସ୍ମୃତିବହନ କରୁଥିବା ପୁରୁଣା ବ୍ରିଟିଶ ଅମଳର ସଂସଦ ଭବନରେ ଚାଲିବା ଉଚିତ ନୁହେଁ। ଆମେ ଆଫଗାନିସ୍ଥାନକୁ ଏକ ନୂଆ ପାର୍ଲାମେଣ୍ଟ ତିଆରି କରି ଉପହାର ଆକାରରେ ଦେଇଛୁ। ନାଇଜିରିଆର ରାଷ୍ଟ୍ରପତି ଭବନ ଭାରତ ତିଆରି କରି ହସ୍ତାନ୍ତର କରିଛି। ତେଣୁ ନିଜର ନୂଆ ସଂସଦ ଭବନ ନିର୍ମାଣ କରିବା ସମୟର ଆହ୍ୱାନ ଏବଂ ଏକ ଐତିହାସିକ ଉପଲବ୍ଧି ମଧ୍ୟ।

ତେବେ ଏହି ଶୁଭ ମୁହୂର୍ତ୍ତରେ ମନକୁ ଗୋଟିଏ ପ୍ରଶ୍ନ ଆସେ ଓ ତାହା ହେଲା ନୂଆ ସଂସଦ ଭବନ ସାଂସଦମାନଙ୍କ ଆଚରଣ, ଗୃହରେ ଆଲୋଚନାର ଗୁଣାତ୍ମକ ମାନ, ଲୋକ ପ୍ରତିନିଧି ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଆଣିପାରିବ କି? ପୁରୁଣା ଭବନରେ ଆମ ମାନ୍ୟବରମାନଙ୍କର ଆଚରଣ ଓ ଉଚ୍ଚାରଣ ଆମେ ବେଶ୍‌‌ ଭଲ ଭାବେ ଦେଖିଆସିଛୁ। ବିରୋଧ, ହଟ୍ଟଗୋଳ, କକ୍ଷତ୍ୟାଗ ଓ ବର୍ଜନ ଭଳି ସଂସଦୀୟ ଅପସଂସ୍କୃତି ଆଉ ନ ହେଉ ଏହା ଆମେ ଆଶା କରୁ। ଲୋକପ୍ରତିନିଧିମାନେ ଏଭଳି ଆଚରଣ ପ୍ରଦର୍ଶନ କରି ସଂସଦର ବହୁମୂଲ୍ୟ ସମୟ ଅପଚୟ କରିବା ସହ ଜନତାଙ୍କ କଷ୍ଟଲବ୍ଧ ଅର୍ଥକୁ ବରବାଦ କରୁଛନ୍ତି। କେତେକ ସ୍ଥଳେ ସଂସଦର ନିଷ୍ପତ୍ତିକୁ ରାସ୍ତାରେ ଦଳେ ବସି ଅକାମୀ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସଫଳ ମଧ୍ୟ ହେଉଛନ୍ତି। ବିରୋଧ ନାମରେ ସରକାରଙ୍କୁ ବିରୋଧ କରିବା ଏବଂ ବହୁମତ ଯୋଗୁଁ ବିରୋଧୀଙ୍କୁ ବିଶ୍ୱାସକୁ ନ ନେଇ ଶାସକଦଳ ସବୁକଥା ବାଧ୍ୟ ହୋଇ ଏକା କରିଦେବା ଏକ ଖରାପ ସଂସଦୀୟ ପରମ୍ପରା ସୃଷ୍ଟି କରିସାରିଛି।

ଆଶା କରିବା ନୂଆ ଗୃହରେ ଉଭୟ ଶାସକ ଓ ବିରୋଧୀ ସ୍ୱାଧୀନତାର ଏହି ଅମୃତକାଳରେ ପ୍ରସଙ୍ଗର ଆଲୋଚନା ଓ ସଂସଦୀୟ କାର୍ଯ୍ୟ ନିର୍ବାହନରେ ନୂଆ ମାର୍ଗ ମିଳିମିଶି ବାହାର କରିବେ। ପରସ୍ପରକୁ ସାହାଯ୍ୟ ସହଯୋଗ କରି ଉତ୍ତମ ପରିବେଶରେ ଗଠନମୂଳକ ବିତର୍କ ମାଧ୍ୟମରେ ଆଇନ ପ୍ରଣୟନ ସହିତ ଦେଶ ଶାସନରେ ନିର୍ଣ୍ଣାୟକ ନିଷ୍ପତ୍ତି ନେବେ। ସାମୟିକ ରାଜନୈତିକ ପ୍ରତିବାଦ ସତ୍ତ୍ବେ ଆମର ଏହି ଆଧୁନିକ ଗଣତନ୍ତ୍ର ମନ୍ଦିର ଏକ ଜୀବନ୍ତ ଜାତୀୟ ସ୍ମାରକୀ। କେତେକ ବିରୋଧୀ ଦଳଙ୍କ ଦ୍ୱାରା ଉଦ୍‌‌ଘାଟନୀ ଉତ୍ସବ ବର୍ଜନ ଭାରତୀୟ ଗଣତନ୍ତ୍ରର ମୂଳଦୁଆକୁ ଯେ ଦୋହଲାଇ ପାରିବ ନାହିଁ ଏହା ନିଶ୍ଚିତ। ଭାରତୀୟ ସଂସଦୀୟ ଗଣତନ୍ତ୍ରର ଜୟ ହେଉ। ଜୟ ହିନ୍ଦ।

30 May 2023 By The Sakala

https://www.thesakala.in/sakala-editorial/sakala-editorial-30-05-2023/article-22117
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର