ପାନୀୟ ଜଳ ବ୍ୟବସାୟ ଜନସ୍ୱାସ୍ଥ୍ୟ ବିରୋଧୀ

The Sakala Picture
Published On

୨୦୧୫ରେ ମିଳିତ ଜାତିସଂଘ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ସ୍ଥାୟୀ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌‌ଡିଜି) ମଧ୍ୟରୁ ଗୋଟିଏ ହେଲା ସମସ୍ତଙ୍କୁ ନିରାପଦ ପାନୀୟଜଳ ଯୋଗାଣ। ଏକ ଜଳକ୍ଳିଷ୍ଟ ପୃଥିବୀରେ ସବୁ ମଣିଷକୁ ନିରାପଦ ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବା ଏକ ବିରାଟ ଆହ୍ୱାନ। ଏଥିପାଇଁ ପ୍ରଚୁର ଅର୍ଥ, ଟେକ୍‌‌ନୋଲୋଜି ଓ ରାଜନୈତିକ ସଦିଚ୍ଛାର ଆବଶ୍ୟକତା ଯେତିକି ରହିଛି, ତା’ଠାରୁ ଅଧିକ ହେଲା ଜଳର ଉପଲବ୍ଧତା। ତେବେ ସେ ଯା’ହେଉ ୨୦୨୦ର ଏକ ହିସାବ ଅନୁସାରେ ସମଗ୍ର […]

୨୦୧୫ରେ ମିଳିତ ଜାତିସଂଘ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ସ୍ଥାୟୀ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌‌ଡିଜି) ମଧ୍ୟରୁ ଗୋଟିଏ ହେଲା ସମସ୍ତଙ୍କୁ ନିରାପଦ ପାନୀୟଜଳ ଯୋଗାଣ। ଏକ ଜଳକ୍ଳିଷ୍ଟ ପୃଥିବୀରେ ସବୁ ମଣିଷକୁ ନିରାପଦ ପାନୀୟଜଳ ଯୋଗାଣ ସୁନିଶ୍ଚିତ କରିବା ଏକ ବିରାଟ ଆହ୍ୱାନ। ଏଥିପାଇଁ ପ୍ରଚୁର ଅର୍ଥ, ଟେକ୍‌‌ନୋଲୋଜି ଓ ରାଜନୈତିକ ସଦିଚ୍ଛାର ଆବଶ୍ୟକତା ଯେତିକି ରହିଛି, ତା’ଠାରୁ ଅଧିକ ହେଲା ଜଳର ଉପଲବ୍ଧତା। ତେବେ ସେ ଯା’ହେଉ ୨୦୨୦ର ଏକ ହିସାବ ଅନୁସାରେ ସମଗ୍ର ବିଶ୍ୱର ୨୦୦ କୋଟି ଲୋକଙ୍କ ପାଖରେ ନିରାପଦ ପାନୀୟଜଳ ପାଇବାର ସୁବିଧା ନାହିଁ। ଏଥିରେ ଅଧିକାଂଶ ଅବିକଶିତ ତଥା ବିକାଶଶୀଳ ଦେଶ ଅଛନ୍ତି ଏବଂ ଏହା ସ୍ୱାଭାବିକ ମଧ୍ୟ।

ଏବେ ଭାରତ ସମେତ ବିଭିନ୍ନ ଦେଶରେ ବଜାରରେ ବିକ୍ରି ହେଉଥିବା ପାଣି (ବଟଲ୍‌‌ ୱାଟର)ର ଚାହିଦା ଅଧିକ। ଏହାକୁ ଅନେକ ଖଣିଜ ପାନୀୟ ବା ମିନେରାଲ ୱାଟର କହିଥା’ନ୍ତି ଏବଂ ଏହା ସାଧାରଣତଃ ସବୁଠାରୁ ନିରାପଦ ପାନୀୟଜଳ ଭାବେ ବିବେଚିତ ହୋଇଥାଏ। ଅନେକ ବହୁଦେଶୀୟ କମ୍ପାନୀ ଓ ବଡ଼ ବଡ଼ ଉଦ୍ୟୋଗ ବିଶ୍ୱବ୍ୟାପୀ ଏହି ପାଣି ବ୍ୟବସାୟରେ ସମ୍ପୃକ୍ତ। ବିଶ୍ୱର ପାନୀୟ ଜଳ ଉଦ୍ୟୋଗର ଆକାର ଏବେ ୨୭୦ ବିଲିୟନ ଡଲାର। ଏହି ଉଦ୍ୟୋଗର ଅଭିବୃଦ୍ଧି ଯେଉଁ ଗତିରେ ହେଉଛି, ତାହା ସମସ୍ତଙ୍କୁ ନିରାପଦ ଜଳ ଯୋଗାଣ କ୍ଷେତ୍ରରେ ଏକ ଅନ୍ତରାୟ ସୃଷ୍ଟି କରିଛି ବୋଲି ନିକଟରେ ହୋଇଥିବା ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଅଧ୍ୟୟନର ରିପୋର୍ଟ କେବଳ ବିସ୍ମୟକର ନୁହେଁ, ଚିନ୍ତାଜନକ ମଧ୍ୟ। ଜାତିସଂଘର ବିଷୟ ବିଶେଷଜ୍ଞଙ୍କ ମତ ଅନୁସାରେ ଏହା ସ୍ଥାୟୀ ନିରନ୍ତର ବିକାଶ ଲକ୍ଷ୍ୟ ପୂରଣରେ ଏକ ବଡ଼ ପ୍ରତିବନ୍ଧକ ପାଲଟିଛି।

ଏହି ରିପୋର୍ଟ ଅନୁସାରେ ବିଶ୍ୱର ୧୦୯ ଦେଶର ପାନୀୟ ଜଳ ଉଦ୍ୟୋଗ ୨୦୧୦ ରୁ ୨୦୨୦ ମଧ୍ୟରେ ୭୩% ବୃଦ୍ଧି ପାଇଥିଲା। ଏହି ଅଭିବୃଦ୍ଧି ଧାରା ଦ୍ୱିଗୁଣିତ ହୋଇ ୨୦୩୦ ସୁଦ୍ଧା ଏହି ଉଦ୍ୟୋଗର ମୋଟ କାରବାର ୫୦୦ ବିଲିୟନ(୧ ବିଲିୟନ୍‌‌=୧୦୦ କୋଟି) ଡଲାରରେ ପହଞ୍ଚିବ। ସରଳ ଭାବରେ କହିଲେ ପାଣି ବେପାର ଏବେ ସବୁଠୁ ଲାଭଜନକ ଧନ୍ଦାରେ ପରିଣତ ହୋଇଛି। ବିଶେଷଜ୍ଞଙ୍କ କହିବା କଥା ହେଲା ପାନୀୟ ଜଳ ଉଦ୍ୟୋଗର ବିକାଶ ଫଳରେ ସମସ୍ତଙ୍କୁ ନିରାପଦ ପାନୀୟଜଳ ଯୋଗାଣ ଲକ୍ଷ୍ୟ ସଂକ୍ରାନ୍ତ ଉଦ୍ୟମ ବିଘ୍ନିତ ଏବଂ ମନ୍ଥର ହେଉଛି। ବଜାରରେ ‘ରେଡିମେଡ୍‌‌’ ପାନୀୟଜଳ ମିଳୁଥିବାରୁ କର୍ତ୍ତୃପକ୍ଷ ବା ସରକାରମାନେ ନିରାପଦ ପାନୀୟଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ ଓ ଭରସାଯୋଗ୍ୟ କରିବାକୁ ବିଶେଷ ଗୁରୁତ୍ୱ ଦେଉନାହାନ୍ତି। ଏଥିରେ ମଧ୍ୟ କେତେକାଂଶରେ ସମ୍ବଳର ଦୁରୁପଯୋଗ ହେଉଛି।

ଆମେ ବଜାରରେ ବିକ୍ରି ହେଉଥିବା ପାଣିକୁ ଯେତେ ନିରାପଦ ଭାବୁ, ପ୍ରକୃତରେ ତାହା ସେତେ ନିରାପଦ ତଥା ବିଶ୍ୱାସଯୋଗ୍ୟ ନୁହେଁ। ଏହି ଉଦ୍ୟୋଗରେ ମାନ ନିୟନ୍ତ୍ରଣ, ନିର୍ଦ୍ଧାରଣ, ତଦାରଖ ବ୍ୟବସ୍ଥା ଅତ୍ୟନ୍ତ କୋହଳ ଏବଂ ତ୍ରୁଟିପୂର୍ଣ୍ଣ। ପାଣିର ନମୁନା ପରୀକ୍ଷା ଠିକ୍‌‌ ଭାବେ ହୁଏ ନାହିଁ। ସମୟ ଅତିକ୍ରାନ୍ତ ପାଣିକୁ କେବଳ ବୋତଲ୍‌‌ର ତାରିଖ ବଦଳାଇ ବିକ୍ରି କରାଯାଏ। ଆହୁରି ମଧ୍ୟ ସାଧାରଣ ଜଳ ଉତ୍ସରୁ ଅନେକ ସମୟରେ କମ୍ପାନୀମାନେ ପାଣି ସଂଗ୍ରହ କରି କାମଚଳା ବିଶୋଧନ ବ୍ୟବସ୍ଥା କରି ତାହାକୁ ବୋତଲରେ ଭର୍ତ୍ତି କରି ବଜାରକୁ ଛାଡ଼ନ୍ତି। ଏପରିକି ଅନେକ ସମୟରେ ପୌରସଂସ୍ଥା ବା ନଗରନିଗମ ଯୋଗାଇ ଦେଉଥିବା ପାନୀୟଜଳର ମାନଠାରୁ ଏହା ଆହୁରି ନିମ୍ନମାନର। ବିଭିନ୍ନ ଉତ୍ସରୁ ଜଳ ସଂଗ୍ରହ କରିବାରେ କମ୍ପାନୀମାନେ ସ୍ୱଚ୍ଛତା ଅବଲମ୍ବନ କରି ନଥା’ନ୍ତି କିମ୍ବା ସରକାର ଏହା ଉପରେ ବିଶେଷ ନଜର ରଖନ୍ତି ନାହିଁ। ଶେଷକଥା ହେଉଛି ବଜାରରେ ବିକ୍ରି ହେଉଥିବା ପାଣି ଯୋଗାଣରେ ପ୍ଲାଷ୍ଟିକ ପାତ୍ରର ବହୁଳ ବ୍ୟବହାର। ଏହା କେବଳ ପାନୀୟଜଳକୁ ପ୍ଲାଷ୍ଟିକ ପ୍ରଦୂଷିତ କରିନଥାଏ, ପରିତ୍ୟକ୍ତ ବୋତଲ ଏକ ବଡ଼ ଆବର୍ଜନା ବୋଝରେ ପରିଣତ ହୁଏ। ବିଶ୍ୱ ଏବେ ସମ୍ମୁଖୀନ ହେଉଥିବା ପ୍ଲାଷ୍ଟିକ୍‌‌ ପ୍ରଦୂଷଣରେ ପରିତ୍ୟକ୍ତ ପ୍ଲାଷ୍ଟିକ୍‌‌ ବୋତଲର ପରିମାଣ ବେଶ୍‌‌ ଅଧିକ। ହିସାବ ଅନୁସାରେ ୨୦୨୧ରେ ବର୍ଜ୍ୟ ପ୍ଲାଷ୍ଟିକ୍‌‌ ବୋତଲ୍‌‌ର ପରିମାଣ ଥିଲା ବିଶ୍ୱବ୍ୟାପୀ ୬୦୦ ବିଲିୟନ। ଏହାର ଓଜନ ଥିଲା ୨୫ ନିୟୁତ ଟନ୍‌‌। ଏଥିରୁ ବଜାରରେ ବିକ୍ରି ହେଉଥÒବା ପାନୀୟ ଜଳର ଅପକାରିତା ସହଜରେ ଅନୁମେୟ।

‘ଏବେ ଡ୍ରିଙ୍କ୍‌‌ ଫ୍ରମ ଟ୍ୟାପ୍‌‌’ ଯୋଜନାରେ ବିଭିନ୍ନ ସରକାର ସିଧାସଳଖ ପାନୀୟ ଉପଯୁକ୍ତ ଟ୍ୟାପ୍‌‌ଜଳ ଲୋକଙ୍କୁ ଯୋଗାଇ ଦେଉଛନ୍ତି। ଏହାର ମାନ ପରୀକ୍ଷିତ ଏବଂ ଆବଶ୍ୟକ ବିଶୋଧନ ବ୍ୟବସ୍ଥା ପରେ ଏହା ଲୋକଙ୍କୁ ଯୋଗାଇ ଦିଆଯାଉଛି। ସେ ପାଣିକୁ ଆବଶ୍ୟକ ପଡ଼ିଲେ ଆହୁରି ନିରାପଦ କରିବାକୁ ଘରେ ଥିବା ଫିଲ୍‌‌ଟର ଯନ୍ତ୍ରରେ ଉପଯୋଗ କରାଯାଇପାରିବ। ତେବେ ସରକାର ‘ଡ୍ରିଙ୍କ୍‌‌ ଫ୍ରମ ଟ୍ୟାପ୍‌‌’ ଯୋଜନାରେ ଜଳର ମାନ ଓ ନିରାପତ୍ତାକୁ ସୁରକ୍ଷିତ କରିଥିବାରୁ ଫିଲଟରର ଆବଶ୍ୟକତା ନାହିଁ। ଏହାଦ୍ୱାରା ଆଉ ଏକ ଲାଭଜନକ ଓ ଲୋକଙ୍କୁ ଶୋଷଣକାରୀ ଫିଲଟ୍‌ର ଯନ୍ତ୍ର ବ୍ୟବସାୟରୁ ରକ୍ଷା କରାଯାଇ ପାରୁଛି। ସୁଖର କଥା ଆମ ଓଡ଼ିଶାରେ ପୁରୀ ଓ ଭୁବନେଶ୍ୱରର କେତେକ ସ୍ଥାନରେ ଏହି ‘ଡ୍ରିଙ୍କ୍‌‌ ଫ୍ରମ ଟ୍ୟାପ୍‌‌’ ବ୍ୟବସ୍ଥା ଆରମ୍ଭ ହୋଇଛି ଓ ଅନ୍ୟାନ୍ୟ ଗ୍ରାମ ଓ ସହରରେ ‘ସ୍ୱଜଳ ଧାରା’ ଯୋଜନାରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ସମସ୍ତଙ୍କୁ ନିରାପଦ ପାନୀୟଜଳ ଯୋଗାଣ ଏକ ନିରନ୍ତର ବିକାଶ ଲକ୍ଷ୍ୟ। ଏହାର ସଫଳ କାର୍ଯ୍ୟକାରିତା ଦ୍ୱାରା ମଣିଷ ଓ ପରିବେଶ ଉଭୟ ନିରାପଦ ରହିପାରିବେ। ନୂଆ ଟେକ୍‌‌ନୋଲୋଜିର ପ୍ରୟୋଗ ଆମ ଜୀବନକୁ ଅଧିକ ସରଳ ଓ ନିରାପଦ କରୁଛି। ତେଣୁ ପାଣି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆମେ ସବୁଠୁ ବିଶ୍ୱସନୀୟ ମାର୍ଗ ଅନୁସରଣ କରିବା ଉଚିତ।

30 Mar 2023 By The Sakala

https://www.thesakala.in/sakala-editorial/sakala-editorial-30-03-2023/article-20258
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର