ଜେଲେନ୍ସିଙ୍କ ଘୋଡ଼ା

The Sakala Picture
Published On

ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସିଙ୍କ ଉପଦେଷ୍ଟାମାନେ ଯଦି ତାଙ୍କୁ ବିଶ୍ୱଗ୍ରନ୍ଥ ଭଗବତ୍‌‌ ଗୀତାର ଅନୁବାଦ ପୁସ୍ତକଟିଏ ପଢ଼଼ିବାକୁ ଉପଦେଶ ଦେଇଥା’ନ୍ତେ ତେବେ ଆମେରିକା ନେତୃତ୍ୱାଧୀନ ‘ନାଟୋ’ର ଉସୁକାଣରେ ପଡ଼ୋଶୀ ରୁଷ୍‌‌ ସହିତ ସମ୍ମୁଖ ଯୁଦ୍ଧକୁ ଡେଇଁବା ପୂର୍ବରୁ ଅନ୍ତତଃ ‘ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାଭହଃ’ ପରି ଉପଦେଶ-ଶ୍ଲୋକଟି ତାଙ୍କ ସ୍ମରଣକୁ ଆସିଥା’ନ୍ତା। ହୁଏତ ତା’ଦ୍ୱାରା ୟୁକ୍ରେନ୍‌‌ ଆଜି ଧ୍ୱଂସସ୍ତୂପ ହେବାରୁ ବର୍ତ୍ତି ଯାଇଥା’ନ୍ତା। ପାଶ୍ଚାତ୍ୟ ଦାର୍ଶନିକମାନେ କହିଛନ୍ତି ଇତିହାସ ବଡ଼ ନିର୍ଦ୍ଦୟ ଭାବରେ ପାର୍ଶ୍ବ ପରିବର୍ତ୍ତନ […]

ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନ୍ସିଙ୍କ ଉପଦେଷ୍ଟାମାନେ ଯଦି ତାଙ୍କୁ ବିଶ୍ୱଗ୍ରନ୍ଥ ଭଗବତ୍‌‌ ଗୀତାର ଅନୁବାଦ ପୁସ୍ତକଟିଏ ପଢ଼଼ିବାକୁ ଉପଦେଶ ଦେଇଥା’ନ୍ତେ ତେବେ ଆମେରିକା ନେତୃତ୍ୱାଧୀନ ‘ନାଟୋ’ର ଉସୁକାଣରେ ପଡ଼ୋଶୀ ରୁଷ୍‌‌ ସହିତ ସମ୍ମୁଖ ଯୁଦ୍ଧକୁ ଡେଇଁବା ପୂର୍ବରୁ ଅନ୍ତତଃ ‘ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାଭହଃ’ ପରି ଉପଦେଶ-ଶ୍ଲୋକଟି ତାଙ୍କ ସ୍ମରଣକୁ ଆସିଥା’ନ୍ତା। ହୁଏତ ତା’ଦ୍ୱାରା ୟୁକ୍ରେନ୍‌‌ ଆଜି ଧ୍ୱଂସସ୍ତୂପ ହେବାରୁ ବର୍ତ୍ତି ଯାଇଥା’ନ୍ତା। ପାଶ୍ଚାତ୍ୟ ଦାର୍ଶନିକମାନେ କହିଛନ୍ତି ଇତିହାସ ବଡ଼ ନିର୍ଦ୍ଦୟ ଭାବରେ ପାର୍ଶ୍ବ ପରିବର୍ତ୍ତନ କରେ। ତାହାର ଉଦାହରଣ ମଧ୍ୟ ଏବେ ରୁଷ-ୟୁକ୍ରେନ୍‌‌ ଯୁଦ୍ଧରେ ଦେଖିବାକୁ ମିଳିଛି। ଯେଉଁ ଆମେରିକାର ଉସୁକାଣରେ ଏବଂ ନାଟୋର ଆର୍ଥିକ ଓ ସାମରିକ ସହାୟତାରେ ୟୁକ୍ରେନ୍‌‌ ରୁଷ ସହିତ ସାମ୍ନାସାମ୍ନି ହେବାକୁ ଆସ୍ପର୍ଦ୍ଧା ଦେଖାଇଥିଲା ସେହି ଆମେରିକା ହିଁ ଏବେ ୟୁକ୍ରେନ୍‌‌କୁ ଅତି ଅସହାୟ ଅବସ୍ଥାରେ ହାତ ଛାଡ଼ି ଦେଇଛି। ଆମେରିକା ସମ୍ବଳରେ ବଳୀୟାନ୍‌‌ ନାଟୋକୁ ଆଉ ଆର୍ଥିକ ସହାୟତା ଦେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମନା କରିଦେଇଥିବାରୁ ନାଟୋ ମଧ୍ୟ ୟୁକ୍ରେନ୍‌‌କୁ ସାମରିକ କିମ୍ବା ଆର୍ଥିକ ସହାୟତା ଦେବା ସ୍ଥିତିରେ ନାହିଁ। ତେଣୁ ୟୁକ୍ରେନ ଏବେ ନା ତ ମୂଳ ରୁଷିଆର ହେବ ନା ନାଟୋ ସଦସ୍ୟତାର ଅତ୍ୟାଗ୍ରହ ତା’ ପାଇଁ ଲାଭପ୍ରଦ ହେବ।

ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ଭାବେ କ୍ଷମତାକୁ ଆସିବା ପରେ ରୁଷ-ୟୁକ୍ରେନ୍‌‌ ଯୁଦ୍ଧ ସମାପ୍ତି ପାଇଁ ପ୍ରଶଂସନୀୟ ଉଦ୍ୟମ ଆରମ୍ଭ କରିଛନ୍ତି। କିନ୍ତୁ ବିଡ଼ମ୍ବନା ହେଲା ଏହି ଉଦ୍ୟମରେ ସେ ଆଲୋଚନାର ପରିସରକୁ କେବଳ ରୁଷ୍‌‌ ସହିତ ସୀମିତ ରଖିଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ମୂଳ ପକ୍ଷ ୟୁକ୍ରେନ୍‌‌କୁ ବାଦ୍‌‌ ଦେଇଛନ୍ତି। ଏଥିରୁ ତାଙ୍କ ଦୃଷ୍ଟିରେ ୟୁକ୍ରେନ୍‌ର ମୂଲ୍ୟ କ’ଣ ତାହା ଅବଶିଷ୍ଟ ବିଶ୍ୱକୁ ବୁଝିବାକୁ ବାକି ନାହଁ। ଜେଲେନ୍ସିଙ୍କୁ ଏତିକି ହଟହଟା କରି ଟ୍ରମ୍ପ ବୋଧହୁଏ ଶାନ୍ତ ନଥିଲେ, ତେଣୁ ହ୍ୱାଇଟ୍‌‌ ହାଉସରେ ଦୁଇ ପ୍ରତିପକ୍ଷଙ୍କ ଆଲୋଚନା କାଳରେ ସେ ଯେଭଳି ଜେଲେନ୍ସିଙ୍କୁ ଅତି ଦୟନୀୟ ଭାବେ ଅପମାନିତ, ହତାଦର ଓ ଅପ୍ରୟୋଜନୀୟ ବସ୍ତୁ ଭଳି ବ୍ୟବହାର କଲେ, ତାହା ସମଗ୍ର ବିଶ୍ୱ ଦେଖିଲା। ହ୍ୱାଇଟ୍‌‌ହାଉସର ଏହା ସବୁଠାରୁ ବଡ଼ କୂଟନୈତିକ ବିଡ଼ମ୍ବନା ଓ ବିଫଳତା ଭାବେ ଅବଶିଷ୍ଟ ବିଶ୍ୱ ଅଭିହିତ କରୁଥିଲେ ମଧ୍ୟ ଟ୍ରମ୍ପଙ୍କ ଦୃଷ୍ଟିରେ ତୃତୀୟ-ବିଶ୍ୱର ସ୍ଥିତି ଓ ମୂଲ୍ୟ କ’ଣ ଏବଂ ଆମେରକାର ସ୍ୱାର୍ଥ ପାଇଁ ସେ କେଉଁସ୍ତରକୁ ଯାଇପାରନ୍ତି ତାହା ବିଶ୍ୱକୁ ଦେଖାଇବାକୁ ଚାହୁଁଥିଲେ। ଇତିମଧ୍ୟରେ ୟୁକ୍ରେନ୍‌‌କୁ ଆମେରିକା ଦେଉଥିବା ସମସ୍ତ ସହାୟତା ବନ୍ଦ କରିବା ସହିତ ସେହି ଦେଶ ସହିତ ଦ୍ୱିପାକ୍ଷିକ ବାଣିଜ୍ୟ କାରବାରର ପୁନର୍ବିଚାର କରାଯିବ ବୋଲି ଆମେରିକା ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

ବିଶ୍ୱ ଭୂରାଜନୀତିରେ ଆରମ୍ଭ ହୋଇସାରିଥିବା ‘ଟ୍ରମ୍ପିଜିମ୍‌‌’ ୟୁରୋପ ଓ ନାଟୋରେ ନୂଆ ସମୀକରଣ ଲେଖିବାକୁ ଯାଉଛି। ବିଶେଷକରି ଟ୍ରମ୍ପ-ଜେଲେନ୍ସି ଘଟଣା ୟୁରୋପୀୟ ସଂଘକୁ ଆମେରିକା ବିମୁଖ କରିଛି। ଜେଲେନ୍ସି ତୃତୀୟ ବିଶ୍ବଯୁଦ୍ଧ ପାଇଁ ଖେଳୁଛନ୍ତି ବୋଲି ଟ୍ରମ୍ପ ଅଭିଯୋଗ କରିଥÒବା ବେଳେ ଏଥÒପାଇଁ ପୁଟିନ୍‌ଙ୍କୁ ଦାୟୀ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ। କେତେକ ବୈଦେଶିକବ୍ୟାପାର ବିଶେଷଜ୍ଞ ‘ଟ୍ରମ୍ପିଜିମ୍‌‌’ ଆମେରିକାକୁ ଏକଘରିକିଆ କରିଦେବ ବୋଲି ମତ ଦେଉଥିବା ବେଳେ ଆଉ କେତେକ ଡୋନାଲ୍ଡ ଟ୍ରମ୍ପଙ୍କଠାରେ ଆଲେକଜେଣ୍ଡାର ସୁଲଭ ବିଶ୍ୱବିଜୟୀ ଆଭିମୁଖ୍ୟ ଦେଖୁଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଟ୍ରମ୍ପଙ୍କ ଏହି ବିସ୍ତାରବାଦୀ ଆଭିମୁଖ୍ୟ ଗାଜା ଷ୍ଟ୍ରିପ୍‌‌ ଓ ୟୁକ୍ରେନ୍‌‌ର ଦୁର୍ମୂଲ୍ୟ ଖଣିଜ ସମ୍ପଦ ଉପରେ ନିବଦ୍ଧ ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆଇଏମ୍‌‌ଇଇସି(ଇଣ୍ଡିଆ ମିଡିଲ୍‌‌ ଇଷ୍ଟ ୟୁରୋପ ଇକୋନୋମିକ୍‌‌ କରିଡର) ଜରିଆରେ ଭାରତ ପର୍ଯ୍ୟନ୍ତ ଲମ୍ବିପାରେ। ତେଣୁ ଭାରତ ଏଥିପ୍ରତି ସଜାଗ ରହିବା ଏବଂ ବୈଦେଶିକ-କୂଟନୀତିକୁ ସମୟୋପଯୋଗୀ ପରିବର୍ତ୍ତନଶୀଳ କରିବା ଆବଶ୍ୟକ ବୋଲି କୂଟନୀତିଜ୍ଞମାନେ ଚେତାଇ ଦେଇଛନ୍ତି।

ଏବେ କିନ୍ତୁ ବିଶ୍ୱବାସୀ ଦେଖୁଛନ୍ତି ୟୁକ୍ରେନ୍‌‌ କିଭଳି ଇରାକ୍‌‌, ଆଫଗାନିସ୍ତାନର ଦଶା ଭୋଗିବାକୁ ଯାଉଛି। ତତ୍କାଳୀନ ଶୀତଳଯୁଦ୍ଧ ସମୟରେ ସୋଭିଏତ୍‌‌ ରୁଷ୍‌‌ ଓ ଆମେରିକାର ଶକ୍ତି ପ୍ରଦର୍ଶନର ପ୍ରୟୋଗସ୍ଥଳ ପାଲଟିଥିଲା ଆଫ୍‌‌ଗାନିସ୍ତାନ। ସୋଭିଏତ୍‌‌ ରୁଷ୍‌‌ର ବିଘଟନ ସହିତ ଶୀତଳଯୁଦ୍ଧର ପରିସମାପ୍ତି ପରେ ଆଶା କରାଯାଉଥିଲା ଯେ ଆଫ୍‌‌ଗାନିସ୍ତାନ ଯୁଦ୍ଧବିଗ୍ରହର କବଳରୁ ମୁକ୍ତ ହେଲା। କିନ୍ତୁ ସେହି ଯୁଦ୍ଧବିଗ୍ରହ କୋଳରୁ ସେତେବେଳେ ‘ତାଲିବାନ୍‌‌’ ରୂପକ ଆତଙ୍କର ନୂଆ ଅବତାରଟିଏ ଜନ୍ମ ନେଇସାରିଥିଲା ଏବଂ ଅଲ୍‌‌କାଏଦା ଭଳି ଅନେକ କୁଖ୍ୟାତ ଆତଙ୍କବାଦୀ ସଂଗଠନକୁ ଛାୟା ପ୍ରଦାନ କରି ପରିପୁଷ୍ଟ କରିଚାଲିଥିଲା। ପରବର୍ତ୍ତୀ ସମୟରେ ଆଫ୍‌‌ଗାନିସ୍ତାନକୁ ଭସ୍ମାସୁର ତାଲିବାନୀଶାସନ ମୁକ୍ତ କରି ଗଣତନ୍ତ୍ର ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଆମେରିକା ଯେଉଁ ସାମରିକ କାର୍ଯ୍ୟାନୁଷ୍ଠାନ ନେଲା ତାହା ତ ସାକାର ହେଲା ନାହିଁ, ବରଂ ସେହିଦେଶର ଭିତ୍ତିଭୂମି ଓ ଅର୍ଥନୀତିର ପୁନରୁଦ୍ଧାର ପ୍ରକ୍ରିୟା ଏବେ ସୁଦ୍ଧା ଜାରି ରହିଛି। ଅନୁରୂପ ଘଟଣା ଘଟିଥିଲା ଇରାକ୍‌‌ରେ, ଯାହାର ପରାଭବ ଏବେ ସେହି ଦେଶବାସୀଙ୍କୁ ଭୋଗିବାକୁ ପଡ଼ୁଛି। ୨୦୨୨ ଫେବୃଆରୀ ୨୪ ତାରିଖରୁ ରୁଷ୍‌‌ ବନାମ ‘ନାଟୋ’ ଶକ୍ତି ପ୍ରଦର୍ଶନର ନୂଆ ପ୍ରୟୋଗ କ୍ଷେତ୍ର ରୂପେ ଉଭା ହୋଇଥିବା ୟୁକ୍ରେନ୍‌‌ର ଏ ପର୍ଯ୍ୟନ୍ତ ଯେଉଁ କ୍ଷତି ହୋଇଛି ଓ ହୋଇଚାଲିଛି ତାହାର ପୁନଭରଣା ପାଇଁ ଅତିକମ୍‌‌ରେ ୨୦ ବର୍ଷ ଲାଗିପାରେ। ତେବେ ଏହି କାମ ହାତକୁ ନେବ କିଏ? ସାରା ବିଶ୍ୱ ଏକାଠି ହେଲେ ଯାଇ ଏ କାର୍ଯ୍ୟ ସମ୍ଭବ ହୋଇପାରିବ, ଯାହାର ସମ୍ଭାବନା ଆଦୌ ଦିଶୁନାହିଁ।

ଏବେ କିନ୍ତୁ ଯେଉଁ ସମ୍ବେଦନଶୀଳ ପ୍ରଶ୍ନଟିଏ ୟୁକ୍ରେନ୍‌‌ ଅଧିବାସୀଙ୍କ ସମେତ ଅବଶିଷ୍ଟ ବିଶ୍ୱବାସୀଙ୍କ ମନକୁ ବ୍ୟଥିତ କରୁଛି, ତାହା ହେଲା – ରାଷ୍ଟ୍ର ଓ ଶାସନ ମୁଖ୍ୟମାନଙ୍କର ଅହଂ, ଅପରିଣାମଦର୍ଶିତା ଓ ଅଦୂରଦର୍ଶିତାର ପରାଭବ ଦେଶବାସୀ ଭୋଗିବେ କାହିଁକି? ଏହା ତ ସ୍ୱଧୀନତା ସଂଗ୍ରାମ କିମ୍ବା ଦେଶପ୍ରୀତିର ପ୍ରସଙ୍ଗ ନୁହେଁ। ପ୍ରତିବେଶୀ ପ୍ରତି ଅସୂୟା, ଈର୍ଷା ପରାୟଣତା ଓ ‘ନାଟୋ’ର ସଙ୍ଗ ଲାଭ ପାଇଁ ଜେଲେନ୍ସିଙ୍କ ଅଦୂରଦର୍ଶୀ ଓ ଅନାବଶ୍ୟକ ଲାଳସାର ପରାଭବ ଏବେ ସେ ନିଜେ ଭୋଗିବା ସହିତ ୟୁକ୍ରେନବାସୀଙ୍କୁ ସହଭାଗୀ କରିଛନ୍ତି। ଏହା ନିଃସନ୍ଦେହ ଯେ ଜେଲେନ୍ସି ଓ ୟୁକ୍ରେନ୍‌‌ର ଦୁର୍ଦ୍ଦଶା ତୃତୀୟ-ବିଶ୍ୱର ଶାସନ ଓ ରାଷ୍ଟ୍ରମୁଖ୍ୟମାନଙ୍କ ପାଇଁ ଜାଗରଣ ଓ ଆତ୍ମସମୀକ୍ଷାର ଉଦାହରଣଟିଏ ସୃଷ୍ଟି କରିଦେଇଛି। ଆମେରିକା ଓ ପାଶ୍ଚାତ୍ୟ ଜଗତ କାହାର ନୁହେଁ ଏହି ଶିକ୍ଷା ମଧ୍ୟ ଦେଇଛି।
ଜଗତୀକରଣ ପରବର୍ତ୍ତୀ ବିଶ୍ୱାୟନ ପ୍ରତିଯୋଗିତାରେ ଆକାଶକୁ ଛୁଇଁବାର ଉଚ୍ଚାକାଂକ୍ଷା ବଢ଼଼ିବା ସ୍ୱାଭାବିକ। କିନ୍ତୁ ଆକାଶକୁ ଲମ୍ଫ ଦେବା ପୂର୍ବରୁ ନିଜ ଡେଣାର ସାମର୍ଥ୍ୟ ବିଷୟରେ ଆକଳନ କରିବା ଆବଶ୍ୟକ। ବର୍ତ୍ତମାନ ବେଳ ଆସିଛି ତୃତୀୟ-ବିଶ୍ୱ ଏଭଳି ଏକ ଜୀବନମନ୍ତ୍ରକୁ ବ୍ରତ କରିବା ଆବଶ୍ୟକ, ଯାହା ବାରମ୍ବାର ଚେତାଇ ଦେଉଥିବ – ‘ନିଜ ବୁଦ୍ଧିରେ ଘାସ କାଟିବ ପଛେ ପର ବୁଦ୍ଧିରେ ଘୋଡ଼ା ଚଢ଼ିବ ନାହିଁ।’ ନହେଲେ ଆମେରିକା ରୂପକ ଘୋଡ଼ାରେ ଚଢ଼ି ଜେଲେନ୍ସିଙ୍କ ଦଶା ଭୋଗିବାକୁ ପଡ଼ିବ।

03 Mar 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର