ସଂଗଠିତ ବାଘ ଶିକାରର ଦମନ ଲୋଡ଼ା
ଓଡ଼ିଶାରେ ବିଗତ କିଛିଦିନ ଧରି ବିଭିନ୍ନ ସ୍ଥାନରୁ କଲରାପତରିଆ ବାଘଛାଲ ବହୁ ପରିମାଣରେ ଜବତ ହେବାର ଖବର ଗଣମାଧ୍ୟମ ରିପୋର୍ଟରୁ ଜଣାପଡୁଛି। ଏହାକୁ ନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି ଏବଂ ପାଇବା ସ୍ୱାଭାବିକ ମଧ୍ୟ। ଏହା ଆମ ରାଜ୍ୟରେ ମଣିଷ-ବନ୍ୟପ୍ରାଣୀ ସଂଘର୍ଷର ଆଉ ଏକ କରାଳ ରୂପ। ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଆଇନଗତ ବ୍ୟବସ୍ଥା ରହିଛି ଏବଂ ବାଘ, ହାତୀ ଆଦିଙ୍କ ଶିକାର ତଦନୁସାରେ ଦଣ୍ଡନୀୟ। ଏହାସତ୍ତ୍ବେ ପେସାଦାର ଶିକାରୀ ଏବଂ ଚୋରା […]
ଓଡ଼ିଶାରେ ବିଗତ କିଛିଦିନ ଧରି ବିଭିନ୍ନ ସ୍ଥାନରୁ କଲରାପତରିଆ ବାଘଛାଲ ବହୁ ପରିମାଣରେ ଜବତ ହେବାର ଖବର ଗଣମାଧ୍ୟମ ରିପୋର୍ଟରୁ ଜଣାପଡୁଛି। ଏହାକୁ ନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି ଏବଂ ପାଇବା ସ୍ୱାଭାବିକ ମଧ୍ୟ। ଏହା ଆମ ରାଜ୍ୟରେ ମଣିଷ-ବନ୍ୟପ୍ରାଣୀ ସଂଘର୍ଷର ଆଉ ଏକ କରାଳ ରୂପ। ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଆଇନଗତ ବ୍ୟବସ୍ଥା ରହିଛି ଏବଂ ବାଘ, ହାତୀ ଆଦିଙ୍କ ଶିକାର ତଦନୁସାରେ ଦଣ୍ଡନୀୟ। ଏହାସତ୍ତ୍ବେ ପେସାଦାର ଶିକାରୀ ଏବଂ ଚୋରା ବେପାରୀଙ୍କ ଦ୍ୱାରା ସଂଗଠିତ ଭାବେ ବାଘ ଶିକାର କରାଯିବା ନିଶ୍ଚିତ ଚିନ୍ତାର ବିଷୟ।
ଓଡ଼ିଶାରେ ପ୍ରାୟ ୩୩ ଶତାଂଶ ଅଞ୍ଚଳରେ ଜଙ୍ଗଲ ରହିଛି। ଏସବୁ ଜଙ୍ଗଲରେ କଲରାପତରିଆ ବାଘଙ୍କ ସଂଖ୍ୟା ଆନୁପାତିକ ଭାବେ ଅଧିକ। ସେମାନେ ଅନେକ ସମୟରେ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ପଶି ଆସି ଗୃହପାଳିତ ପଶୁଙ୍କୁ ଶିକାର କରିଥା’ନ୍ତି। ନିକଟରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) ଓ ଜଙ୍ଗଲ ବିଭାଗ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନେକ କଲରାପତରିଆ ବାଘଛାଲ ଓ ହାଡ଼ ଆଦି ଜବତ କରିଛନ୍ତି। ଗୁଇନ୍ଦା ସୂତ୍ରରୁ ତଥ୍ୟ ପାଇ ଏହି ମିଳିତ ଚଢ଼ାଉ କରାଯିବା ସହ ବାଘଛାଲ ଜବତ ହୋଇଛି।
ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା ହେଲା ଯେ ରାଜ୍ୟରେ ଅବାଧ ବାଘ ଶିକାର ଚାଲିଛି ଏବଂ ଏହାପଛରେ ଏକ ସଂଗଠିତ ର୍ୟାକେଟ୍୍ କାମ କରୁଛି। ଅନେକ ବାଘ ମୃତ୍ୟୁ ଘଟଣା ଲୋକଲୋଚନକୁ ଆସୁନାହିଁ କିମ୍ବା ଏବାବଦରେ ଆନୁଷ୍ଠାନିକ ରିପୋର୍ଟ ବା ଏତଲା ଦିଆଯାଉନାହିଁ। ଏହି ବାଘ ଶିକାର ପଛରେ ରାଜ୍ୟ ବାହାର ଗୋଷ୍ଠୀଙ୍କର ହାତଥିବା ସେମାନେ ଅଭିଯୋଗ କରିଛନ୍ତି। ଜଙ୍ଗଲ ବିଭାଗ ଓ କ୍ରାଇମବ୍ରାଞ୍ଚର ଏସ୍ଟିଆଇ କିନ୍ତୁ ଏହି ଅଭିଯୋଗକୁ ଗ୍ରହଣ କରୁନାହାନ୍ତି। ସେମାନେ କଲରାପତରିଆ ବାଘଙ୍କ ସଂଘବଦ୍ଧ ବେଆଇନ ଶିକାର ଏବଂ ଏହାର ଚମଡ଼ା ରପ୍ତାନୀ ର୍ୟାକେଟ୍୍କୁ ଅସ୍ୱୀକାର କରୁଛନ୍ତି। ତେବେ ଏହି ଆରୋପ ପ୍ରତ୍ୟାରୋପ ମଧ୍ୟରେ ବାଘଙ୍କୁ ହତ୍ୟା ଜାରି ରହିଛି ଓ ବିଭିନ୍ନ ସ୍ଥାନରୁ ବାଘଛାଲ ଜବତ ହେଉଛି।
ଭାରତରେ କଲରାପତରିଆ ବାଘଛାଲର ମୂଲ୍ୟ ୨୦ ରୁ ୨୫ ହଜାର ଟଙ୍କା ମଧ୍ୟରେ। ଯଦି ଏହା ଭାରତ ବାହାରକୁ କୌଣସି ପ୍ରକାର ଯାଏ, ତେବେ ବିଦେଶରେ ଏହା ଗୋଟା ପିଛା ୧ ଲକ୍ଷ ଟଙ୍କାରେ ବିକ୍ରି ହୁଏ। ତେଣୁ ଚମଡ଼ା ପାଇଁ ଯେ ଏହି ବାଘଙ୍କୁ ହତ୍ୟା କରାଯାଉ ନାହିଁ, ଏକଥା ଜୋର୍ ଦେଇ କହିହେବ ନାହିଁ। ଦ୍ୱିତୀୟ କଥା ହେଲା ଏହି ବାଘଙ୍କୁ ସୁରକ୍ଷା ଦେବା ଏକ ସହଜ କାମ ନୁହେଁ। ଏଥିପାଇଁ ଜଙ୍ଗଲ ବିଭାଗ ଆବଶ୍ୟକ ଲୋକବଳ ଯୋଗାଡ଼ କରିବା ପ୍ରାୟତଃ ଅସମ୍ଭବ। ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ବିନା ଏମାନଙ୍କ ସୁରକ୍ଷା ସମ୍ଭବ ନୁହେଁ।
କଲରାପତରିଆ ଲୁଚିଛପି ଶିକାର କରିଥାଏ। ଗାଁ ଗଣ୍ଡାରେ ପଶି ଗୃହପାଳିତ ପଶୁ ଶିକାର କରିବାରେ ଏହା ଓସ୍ତାଦ। ଏହା ଗୋଟିଏ ସ୍ଥାନକୁ ଶିକାର ଉଦ୍ଦେଶ୍ୟରେ ଏକାଧିକବାର ଆସୁଥିବାରୁ ତାହାକୁ ଯନ୍ତା ବସାଇ କିମ୍ବା ଗୁଳି କରି ଶିକାରୀ ହତ୍ୟା କରନ୍ତି। ଆଉ ମଧ୍ୟ ଗ୍ରାମବାସୀ ନିଜ ପୋଷା ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଉତ୍ପାତ କରୁଥିବା କଲରାପତରିଆ ବାଘଙ୍କୁ ବିଭିନ୍ନ ଉପାୟରେ ହତ୍ୟା କରିଥା’ନ୍ତି। ବନ ବିଭାଗ କହୁଛି ଯେ କଲରାପତରିଆ ହତ୍ୟା ପଛରେ ଲୋକଙ୍କର ହାତ ଅଧିକ। ସେମାନେ ପ୍ରତିଶୋଧ ପରାୟଣ ହୋଇ ସଂଗଠିତ କିମ୍ବା ବ୍ୟକ୍ତିଗତ ଭାବେ ଏହି ବାଘଙ୍କୁ ହତ୍ୟା କରିଥା’ନ୍ତି। କଥାଟି ସତ ହୋଇପାରେ। ତେବେ ପ୍ରଶ୍ନ ଉଠୁଛି ଯେ ପ୍ରତିଶୋଧ ନେବାକୁ ହତ୍ୟା କରାଯାଇଥିବା କଲରାପତରିଆ ବାଘର ଚମଡ଼ା ଉତାରି ତା’କୁ ଗ୍ରାମବାସୀ ବିକିବେ କାହିଁକି? ଏହା ପଛରେ ନିଶ୍ଚିତ ବାଘ ଛାଲ ର୍ୟାକେଟ୍୍ର ପ୍ରଭାବ ରହୁଛି। ବାଘଛାଲ ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀ ଅଙ୍ଗପ୍ରତ୍ୟଙ୍ଗର ଯେ ଏକ କଳାବଜାର ଓଡ଼ିଶାରେ ରହିଛି, ତାହାକୁ ସ୍ୱୀକାର କରିବାକୁ ପଡ଼ିବ।
ହାତୀଙ୍କ ଭଳି ଏହି ପ୍ରଜାତିର ବାଘ କଟକ, ଭୁବନେଶ୍ୱର ସହର ତଳି ଅଞ୍ଚଳକୁ ମଝିରେ ମଝିରେ ପଶି ଆସୁଛନ୍ତି। ତେଣୁ ସେମାନେ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗଣ୍ଡାରେ ଉତ୍ପାତ କରିବା ସ୍ୱାଭାବିକ କଥା। କଲରାପତରିଆ ବାଘଙ୍କ ଗତିବିଧି ଶିକାରୀମାନେ ଭଲ ଭାବେ ଠାବ କରିପାରନ୍ତି। ସେମାନେ କେଉଁ ଅଞ୍ଚଳରେ କେଉଁ ସମୟରେ ଅଧିକ ବିଚରଣ କରନ୍ତି, ସେ ଖବର ଶିକାରୀଙ୍କ ପାଖରେ ଥାଏ। ତେଣୁ ସେମାନେ ସୁବିଧା ଉଣ୍ଡି ଏହି ଜୀବଙ୍କୁ ଶିକାର କରନ୍ତି। ଓଡ଼ିଶାରେ ବାଘଛାଲ ବେପାର ସୁବିଧା ନାହିଁ ବୋଲି କୁହାଯାଉଥିଲେ ହେଁ ଲୁଚାଛପାରେ ଏହା ଚାଲିଛି। ସ୍ଥାନୀୟ ଲୋକଙ୍କ ସହଯୋଗ ବିନା ଏହି କାମ ଚାଲିପାରିବ ନାହିଁ। ତା’ ନହେଲେ ଏତେ ଛାଲ ଜବତ ହେଉଛି କିପରି?
ଆମ ରାଜ୍ୟରେ ବନ୍ୟଜନ୍ତୁ ଶିକାରୀଙ୍କୁ ଠାବ କରି ଗିରଫ କରିବା ଏବଂ ସେମାନେ ଦୋଷୀ ସାବ୍ୟସ୍ତ ହେବା ହାର ଯଥେଷ୍ଟ କମ୍। ତେଣୁ ବାରମ୍ବାର ଜନ୍ତୁ ଶିକାର ଅବାଧରେ ଘଟୁଛି। ଅନେକ ପୋଖତ ପେସାଦାର ଶିକାରୀ ଅସ୍ତ୍ରଶସ୍ତ୍ର ସହ ଅଭୟାରଣ୍ୟ ଓ ଜଙ୍ଗଲରେ ନିର୍ଭୟରେ ବୁଲୁଛନ୍ତି। କର୍ମଚାରୀ ଅଭାବ ଏବଂ ବନକର୍ମଚାରୀଙ୍କ ପାଖରେ ଆଗ୍ନେୟାସ୍ତ୍ର ପ୍ରୟୋଗର ଅଧିକାର ପୂର୍ବରୁ ନଥିବାରୁ ଶିକାରୀମାନେ ଅଧିକ ସକ୍ରିୟ ହୋଇଆସୁଛନ୍ତି। ସର୍ବୋପରି ଏହି ଜନ୍ତୁ ଶିକାରର ଗତିବିଧି ଓ ସ୍ୱରୂପ କ’ଣ ତାହା ଜାଣିବା ପାଇଁ ଏଯାଏଁ ବିଧିବଦ୍ଧ ଗବେଷଣା ଓ ଅନୁଧ୍ୟାନ ଜଙ୍ଗଲ ବିଭାଗ କିମ୍ବା କୌଣସି ସଂସ୍ଥା ଦ୍ୱାରା କରାଯାଇନାହିଁ। ତେଣୁ ଏହା ଏକ ଅବହେଳିତ କ୍ଷେତ୍ର ହୋଇ ରହିଛି।
ଜଙ୍ଗଲ ବିଭାଗ ସତର୍କ ରହି ଲୋକଙ୍କ ସହିତ ଉତ୍ତମ ଯୋଗାଯୋଗ ରକ୍ଷା କଲେ କଲରାପତରିଆ ବାଘ ଶିକାର ସଂଖ୍ୟା କମି ପାରିବ। ଆହୁରି ମଧ୍ୟ ବାଘ ହତ୍ୟା ପାଇଁ କଠୋର ପଦକ୍ଷେପ ନେଇ ଅଭିଯୁକ୍ତଙ୍କୁ ଧରି ଦଣ୍ଡବିଧାନ କଲେ ଏହାର ପ୍ରଭାବ ଅନ୍ୟ ଶିକାରୀମାନଙ୍କ ଉପରେ ପଡ଼ିବ। ଅବଶ୍ୟ ଦୂରଦୂରାନ୍ତ ଅଞ୍ଚଳରେ ଯେଉଁଠି ଲୋକେ ବାଘ ଆକ୍ରମଣରୁ ରକ୍ଷା ପାଇବାକୁ ସରକାରୀ ପ୍ରତିକାର ନ ପାଆନ୍ତି, ସେମାନେ ଏହି ବାଘଙ୍କୁ ହତ୍ୟା କରିବାକୁ ବାଧ୍ୟ ହୋଇଥା’ନ୍ତି। ତାହା କେତେକାଂଶରେ ଗ୍ରହଣୀୟ; କିନ୍ତୁ ସଂଗଠିତ ଭାବେ ବାଘଙ୍କୁ ଶିକାର କରି ତାହାର ଚମଡ଼ା ବିକିବା ଏକ ଜଘନ୍ୟ ଅପରାଧ। ଜଙ୍ଗଲ ବିଭାଗ ଓ ଉଚ୍ଚ ପ୍ରଶାସନ ସ୍ତରରେ ଅଧିକ ତତ୍ପରତା ସହ କାର୍ଯ୍ୟ କରିବା ସହିତ ଜଙ୍ଗଲ ସୁରକ୍ଷା କର୍ମଚାରୀଙ୍କୁ ଆଗ୍ନେୟାସ୍ତ୍ର ଯୋଗାଣ ଓ ସେଥିପାଇଁ ପ୍ରଶିକ୍ଷଣ ତଥା ସ୍ଥାନୀୟ ଅଧିବାସୀମାନଙ୍କ ପାଇଁ ସଚେତନତା ଓ ସୂଚନା ଅଭିଯାନ ଅତିଶୀଘ୍ର ଆରମ୍ଭ କରିବା ଆବଶ୍ୟକ।