ଅପ୍ରସ୍ତୁତ ଭାରତ

The Sakala Picture
Published On

ଓଡ଼ିଶାର ବିଭିନ୍ନ ସହରର ତାପମାତ୍ରା ବଢ଼଼ିବାରେ ଲାଗିଛି। ଏପରିକି ଅବିଶ୍ୱସନୀୟ ଭାବେ ବଣପାହାଡ଼ ଘେରା କେତେକ ସହରରେ ତାପମାତ୍ରା ଜାତୀୟ ରେକର୍ଡ ସ୍ଥାପନା କରିଛି। ଗତ କିଛିବର୍ଷ ହେଲା ଆମ ରାଜ୍ୟର କେତେକ ସହରର ତାପମାତ୍ରା ଧାରାବାହିକ ଭାବେ ପୂର୍ବବର୍ଷମାନଙ୍କର ରେକର୍ଡ ଭାଙ୍ଗି ଚାଲିଛି। ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ସହିତ ଦୂରଦୃଷ୍ଟିହୀନ ବିକାଶ ଯୋଜନା ଏବଂ ସର୍ବୋପରି ଜନସାଧାରଣଙ୍କ ଅପରିଣାମଦର୍ଶୀ ଜୀବନଶୈଳୀ ଏଥିପାଇଁ ଅନେକାଂଶରେ ଦାୟୀ। ବିଶେଷକରି ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ଏହି […]

ଓଡ଼ିଶାର ବିଭିନ୍ନ ସହରର ତାପମାତ୍ରା ବଢ଼଼ିବାରେ ଲାଗିଛି। ଏପରିକି ଅବିଶ୍ୱସନୀୟ ଭାବେ ବଣପାହାଡ଼ ଘେରା କେତେକ ସହରରେ ତାପମାତ୍ରା ଜାତୀୟ ରେକର୍ଡ ସ୍ଥାପନା କରିଛି। ଗତ କିଛିବର୍ଷ ହେଲା ଆମ ରାଜ୍ୟର କେତେକ ସହରର ତାପମାତ୍ରା ଧାରାବାହିକ ଭାବେ ପୂର୍ବବର୍ଷମାନଙ୍କର ରେକର୍ଡ ଭାଙ୍ଗି ଚାଲିଛି। ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ସହିତ ଦୂରଦୃଷ୍ଟିହୀନ ବିକାଶ ଯୋଜନା ଏବଂ ସର୍ବୋପରି ଜନସାଧାରଣଙ୍କ ଅପରିଣାମଦର୍ଶୀ ଜୀବନଶୈଳୀ ଏଥିପାଇଁ ଅନେକାଂଶରେ ଦାୟୀ। ବିଶେଷକରି ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ଏହି ସମସ୍ୟା ଅଧିକ ଗମ୍ଭୀର। ଗତ ସରକାର ଅମଳରେ ଏଭଳି ସମସ୍ୟାର ନିରାକରଣ ଦିଗରେ ବହୁ ଉଦାହରଣୀୟ ପ୍ରଭାବୀ ପଦକ୍ଷେପ ନିଆଯାଇଥିଲେ ହେଁ କେନ୍ଦ୍ର ସରକାରଙ୍କ ଉପେକ୍ଷା କାରଣରୁ ଦୀର୍ଘମିଆଦୀ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ଭବ ହୋଇପାରୁନାହିଁ। ଅଂଶୁଘାତ, ବନ୍ୟା, ବାତ୍ୟା ଆଦିକୁ କେବଳ ପ୍ରାକୃତିକ ବିପର୍ଯ୍ୟୟ ଓ ଦୈବୀ ଦୁର୍ବିପାକ କହି ସରକାର ନିଜ ଦାୟିତ୍ୱରୁ ଓହରି ପାରିବେ ନାହିଁ। ଏ ଦିଗରେ ତତ୍ପରତାର ଅଭାବ ପ୍ରତି ଅତୀତରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ସରକାରଙ୍କୁ ସଚେତନ କରିଛନ୍ତି।

ନୂଆଦିଲ୍ଲୀସ୍ଥିତ ସଷ୍ଟେନେବଲ୍‌‌ ଫିଚରସ୍‌‌ କୋଲାବରେସନ୍‌‌ ନାମକ ଏକ ଘରୋଇ ସଂସ୍ଥା ଦ୍ୱାରା ନିକଟରେ ସେଭଳି ଏକ ସର୍ବେକ୍ଷଣ କରାଯାଇଛି, ଯେଉଁଥିରେ ଭାରତରେ କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ଜନିତ କୁପ୍ରଭାବକୁ ପ୍ରତିହତ କରିବାରେ ଦୀର୍ଘମିଆଦୀ ଯୋଜନା କରାଯାଉନାହିଁ କି ଯେଉଁ ଯୋଜନାମାନ ହେଉଛି ତାହାକୁ ଆନ୍ତରିକତାର ସହିତ ପାଳନ କରାଯାଉ ନ ଥିବା ଦର୍ଶାଯାଇଛି। ଲଣ୍ଡନର କିଙ୍ଗସ୍‌‌ କଲେଜ୍‌‌, ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ, କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଭଳି ଉଚ୍ଚଶିକ୍ଷା-ଗବେଷଣା ଅନୁଷ୍ଠାନମାନଙ୍କର ମିଳିତ ସହଯୋଗରେ ‘ଉତ୍ତପ୍ତ ବିଶ୍ୱର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ତ?’ ଶୀର୍ଷକରେ ହୋଇଥିବା ଏହି ସର୍ବେକ୍ଷଣ ରିପୋର୍ଟର ତଥ୍ୟ ଓ ନିଷ୍କର୍ଷ ଭାରତ ପାଇଁ ଏକ ସତର୍କ ଘଣ୍ଟି। ଜଳବାୟୁ ପରିବର୍ତ୍ତନର ପରିଣତି ବିଷୟରେ ସଚେତନ ଥାଇ ମଧ୍ୟ ତାହାର ନିରାକରଣ ଦିଗରେ ଆଗ୍ରହହୀନତା ଏବଂ ଯୋଜନା-ରୂପାୟନ ମଧ୍ୟରେ ବଢ଼଼ୁଥିବା ଦୂରତ୍ୱ ଆଗାମୀ ଦିନରେ ଅଂଶୁଘାତ ଭଳି ସମସ୍ୟାକୁ ଆହୁରି ଉତ୍କଟ କରିବ ବୋଲି ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ତେଣୁ ଏ ଦିଗରେ ବେଳ ହୁଁ ପଦକ୍ଷେପ ନେବା କେବଳ ଆବଶ୍ୟକତା ନୁହେଁ, ଅପରିହାର୍ଯ୍ୟତା ମଧ୍ୟ।

୨୦୨୪ ଜୁଲାଇରେ, ଲୋକସଭାରେ କେନ୍ଦ୍ର ବିଜ୍ଞାନ, ବୈଷୟିକ ଓ ଭୂବିଜ୍ଞାନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶର ୨୩ଟି ଅଂଶୁଘାତ ପ୍ରବଣ ଓ ଉତ୍ତାପ ସମ୍ବେଦନଶୀଳ ସହରରେ କେନ୍ଦ୍ର ସରକାର ଦୀର୍ଘମିଆଦୀ ଯୋଜନା ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହଯୋଗରେ କାର୍ଯ୍ୟକାରୀ କରାଯାଉଛି। ଏହାସତ୍ତ୍ବେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ବର୍ଷକୁ ବର୍ଷ ବଢ଼଼ିବାରେ ଲାଗିଛି। କିନ୍ତୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ପରିସଂଖ୍ୟାନ କିଛି ଭିନ୍ନ ଦର୍ଶାଉଛି। ଅଂଶୁଘାତ ଜନିତ ଅଘଟଣ ଜନିିତ ସରକାରୀ ତଥ୍ୟ ସହିତ କ୍ଷତିପୂରଣ ରାଶି ଜଡ଼ିତ ଥିବାରୁ ସରକାରୀ ପରିସଂଖ୍ୟାନ କମ୍‌‌ କରି ପ୍ରକାଶିତ ହେବା ସ୍ୱାଭାବିକ। ଉଦାହରଣ ସ୍ୱରୂପ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ସୂଚନାରେ ୨୦୨୪ରେ ମୋଟ ଅଂଶୁଘାତ ଜନିତ ଜୀବନହାନି ସଂଖ୍ୟା ୧୬୧ ଦର୍ଶାଯାଇଥିବା ବେଳେ ‘ହିଟ୍‌‌ ୱାଚ୍‌‌’ ନାମକ ଏକ ବେସରକାରୀ ସଂସ୍ଥାର ତଥ୍ୟ ଅନୁଯାୟୀ ୧୭ଟି ରାଜ୍ୟର ଏହି ସଂଖ୍ୟା ୭୩୩।

କେନ୍ଦ୍ର ସରକାର ବିପର୍ଯ୍ୟୟ ପ୍ରଶମନ(ସଂ) ବିଧେୟକ-୨୦୨୪ ପାରିତ କରିଛନ୍ତି। ଏଥିରେ ଅନ୍ୟାନ୍ୟ କେତେକ ପ୍ରାବଧାନ ସହିତ ସହରାଞ୍ଚଳ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ୱତନ୍ତ୍ର କର୍ତ୍ତୃପକ୍ଷ ଗଠନ ବ୍ୟବସ୍ଥା ରହିଛି। ଅଂଶୁଘାତ ଜନିତ ବିପର୍ଯ୍ୟୟ ମୁଖ୍ୟତଃ ସହରାଞ୍ଚଳରେ ଅଧିକ ଦେଖାଯାଉଥିବାରୁ ଏଭଳି ସ୍ୱତନ୍ତ୍ର କର୍ତ୍ତୃପକ୍ଷ ଗଠନ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ହେଲେ ମଧ୍ୟ ଏ ଦିଗରେ ଥିବା ମୁଖ୍ୟ ସମସ୍ୟାଟି ହେଉଛି ଉପର ବର୍ଣ୍ଣିତ ଯୋଜନା ଓ କାର୍ଯ୍ୟାନ୍ୱୟନ ମଧ୍ୟରେ ସମନ୍ୱୟର ଅଭାବ। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ସ୍ଥାନରେ ପ୍ରଣୀତ ହୋଇଥିବା ଏହି ନୂଆଇ ଆଇନରେ ପାଣ୍ଠି ପରିଚାଳନା ଓ କ୍ଷତିପୂରଣ ଭଳି କେତେକ ସମ୍ବେଦନଶୀଳ ପ୍ରସଙ୍ଗର କେନ୍ଦ୍ରୀକରଣ ହୋଇଥିବା ଅଭିଯୋଗ ଦୃଷ୍ଟିରୁ ଏହି ଆଇନ ବାସ୍ତବ ସମସ୍ୟା ସମାଧାନରେ କେତେ ସହାୟକ ହେବ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଦାହରଣ ସ୍ୱରୂପ ଅଂଶୁଘାତ ସମସ୍ୟା ବଢ଼଼ିଚାଲିଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ଏହା ଜାତୀୟ ବିପର୍ଯ୍ୟୟ ତାଲିକାରେ ସ୍ଥାନ ପାଇନାହିଁ। ତେଣୁ ବାଧ୍ୟ ହୋଇ ରାଜ୍ୟ ସରକାର ଏହି କ୍ଷତିପୂରଣ ରାଶିକୁ ନିଜ ରାଜକୋଷରୁ ଭରଣା କରୁଛନ୍ତି। ନୂଆ ଆଇନରେ ସାମ୍ପ୍ରତିକ ଏହି ମୁଖ୍ୟ ସମସ୍ୟା ଉପରେ ଅଧିକ ଧ୍ୟାନ ଦିଆଯାଇଥିଲେ ପ୍ରଭାବିତ ରାଜ୍ୟବାସୀ ଉପକୃତ ହୋଇଥା’ନ୍ତେ।

ଆହୁରି ମଧ୍ୟ ନୂଆ ଆଇନରେ ବିପର୍ଯ୍ୟୟ ସୂଚନାକୁ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଆଧାରିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ମୂଳ ସମସ୍ୟା ହେଲା ସୂଚନା ଦେବାରେ କର୍ତ୍ତୃପକ୍ଷ ଅବହେଳା କରୁ ନ ଥିବା ବେଳେ ଏହାର ନିରାକରଣ ବା ପ୍ରଶମନ ଦିଗଟି ଶୂନ୍ୟ ରହିଯାଉଛି। ତେଣୁ ନୂଆ ଆଇନରେ ରୂପାୟନ ଉତ୍ତରଦାୟିତ୍ୱକୁ ଆହୁରି ଦୃଢ଼ କରିବାର ଆବଶ୍ୟକ ଥିଲା। ଉଦାହରଣ ସ୍ୱରୂପ ପ୍ରତି ଗ୍ରୀଷ୍ମ ଋତୁରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅତି ଆବଶ୍ୟକ ନ ପଡ଼ିଲେ ବାହାରକୁ ନ ବାହାରିବା ପାଇଁ ସରକାରଙ୍କ ପକ୍ଷରୁ ବାରଣ କରାଯାଉଛି। ଏହି ସମୟରେ ଶ୍ରମିକମାନଙ୍କୁ ନିର୍ମାଣ କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ମଧ୍ୟ ଚେତାବନୀ ଦିଆଯାଉଛି। ଦୃଢ଼ ଆଇନ୍‌‌ କାନୁନର ଅଭାବରୁ ଏହି କଟକଣାକୁ ଠିକାଦାରମାନେ ମାନୁ ନାହାନ୍ତି। ଏପରିକି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ବାବୁମାନଙ୍କ ଆଖି ସାମ୍ନାରେ ଏହି କଟକଣାର ଉଲ୍ଲଙ୍ଘନ ହେଉଥିବା ଦେଖାଯାଉଛି। ତେଣୁ ଅଂଶୁଘାତ ଜନିତ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼଼ିବା ସ୍ୱାଭାବିକ। ଏ ଦିଗରେ କଟକଣା ଆହୁରି କଡ଼ା ହେବା ସହିତ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ଆଇନରେ ଆଣିବା ଉଚିତ ଥିଲା।

ସର୍ବୋପରି ଆତ୍ମସଚେତନ ଓ ଆତ୍ମନିୟନ୍ତ୍ରିତ ଜୀବନଶୈଳୀ ହିଁ ଏଭଳି ସମସ୍ୟାରୁ ନିଜକୁ, ସମାଜକୁ ଓ ପ୍ରକୃତିକୁ ଧ୍ୱଂସମୁଖରୁ ରକ୍ଷା କରିପାରିବ। ବିଡ଼ମ୍ବନା ଯେ ନୀତି ନିର୍ଦ୍ଧାରଣ କରୁଥିବା ଏବଂ ଏହାର ରୂପାୟନ ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଂଶୀଦାରମାନେ ହିଁ ଅନୁପାଳନ କରିବାରେ ଅବହେଳା ପ୍ରଦର୍ଶନ କରୁଛନ୍ତି। ଆଗାମୀ ଦିନରେ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଜନିତ ଦୁର୍ବିପାକ ଗୁରୁତର ହେବାକୁ ଯାଉଛି। ଏହି ବୈଶ୍ୱିକ ସମସ୍ୟାର ମୁକାବିଲା ପାଇଁ ଭାରତ ସେଭଳି ପ୍ରସ୍ତୁତ ହୋଇଥିବା ହୃଦବୋଧ ହେଉନାହିଁ। ଏଭଳି ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ସବୁସ୍ତରରେ ପ୍ରସ୍ତୁତି ତ୍ୱରାନ୍ୱିତ ହେବା ଆବଶ୍ୟକ।

28 Mar 2025 By The Sakala

https://www.thesakala.in/sakala-editorial/sakala-editorial-28-03-2025/article-39632
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର