ନିରାପତ୍ତା ପରିଷଦର ବିସ୍ତାର ପାଇଁ ଭାରତର ପୁଣି ଦାବି, ପଞ୍ଚମହାଶକ୍ତିଙ୍କ ଦାଦାଗିରି ଆଉ ବେଶୀଦିନ ନୁହେଁ !

The Sakala Picture
Published On

ଯେଉଁ ଉଦ୍ଦେଶ୍ୟ ନେଇ ମିଳିତ ଜାତିସଂଘ ଗଠିତ ହୋଇଥିଲା, ତାହା ଲକ୍ଷ୍ୟଚ୍ୟୁତ ହୋଇଛି। ଭିଟୋ କ୍ଷମତାର ଅଧିକାରୀ ପାଞ୍ଚଟି ରାଷ୍ଟ୍ରଙ୍କ ହାତରେ ଏହି ବିଶ୍ୱ ପଞ୍ଚାୟତ କ୍ରୀଡ଼ାନକ ପାଲଟିଛି। ବହୁପକ୍ଷବାଦ, ଯାହା ଏହାର ସନନ୍ଦର ମୁଖ୍ୟ ଆଧାର, ତାହା ଏହି ପଞ୍ଚଶକ୍ତି- ଆମେରିକା, ରୁଷିଆ, ଚୀନ୍‌‌, ଫ୍ରାନ୍ସ ଓ ବ୍ରିଟେନ୍‌‌ର ଭିଟୋଶକ୍ତି ବଳରେ କାକୁସ୍ଥ ସ୍ଥିତିରେ ରହିଛି। ନିରାପତ୍ତା ପରିଷଦର ସ୍ଥାୟୀ ଏହି ପଞ୍ଚରାଷ୍ଟ୍ର ଏକଚାଟିଆ କ୍ଷମତାର ଅଧିକାର ପାଇ ଅବଶିଷ୍ଟ ବିଶ୍ୱକୁ ନିଜର ଦୟାର ପାତ୍ର […]

ଯେଉଁ ଉଦ୍ଦେଶ୍ୟ ନେଇ ମିଳିତ ଜାତିସଂଘ ଗଠିତ ହୋଇଥିଲା, ତାହା ଲକ୍ଷ୍ୟଚ୍ୟୁତ ହୋଇଛି। ଭିଟୋ କ୍ଷମତାର ଅଧିକାରୀ ପାଞ୍ଚଟି ରାଷ୍ଟ୍ରଙ୍କ ହାତରେ ଏହି ବିଶ୍ୱ ପଞ୍ଚାୟତ କ୍ରୀଡ଼ାନକ ପାଲଟିଛି। ବହୁପକ୍ଷବାଦ, ଯାହା ଏହାର ସନନ୍ଦର ମୁଖ୍ୟ ଆଧାର, ତାହା ଏହି ପଞ୍ଚଶକ୍ତି- ଆମେରିକା, ରୁଷିଆ, ଚୀନ୍‌‌, ଫ୍ରାନ୍ସ ଓ ବ୍ରିଟେନ୍‌‌ର ଭିଟୋଶକ୍ତି ବଳରେ କାକୁସ୍ଥ ସ୍ଥିତିରେ ରହିଛି। ନିରାପତ୍ତା ପରିଷଦର ସ୍ଥାୟୀ ଏହି ପଞ୍ଚରାଷ୍ଟ୍ର ଏକଚାଟିଆ କ୍ଷମତାର ଅଧିକାର ପାଇ ଅବଶିଷ୍ଟ ବିଶ୍ୱକୁ ନିଜର ଦୟାର ପାତ୍ର କରି ରଖିଛନ୍ତି। ନାମ କେବଳ ମିଳିତ ଜାତିସଂଘ; ହେଲେ ଏଥିରେ ବାସ୍ତବ ପ୍ରତିନିଧିତ୍ୱ ଓ ଗଣତନ୍ତ୍ର ଅବଶିଷ୍ଟ ୧୮୮ ଦେଶଙ୍କର ନାହିଁ।

ବିଂଶ ଶତାବ୍ଦୀର ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବୈଶ୍ୱିକ ରାଜନୀତି ଓ ସ୍ଥିତିରେ ଆକାଶ ପାତାଳ ପରିବର୍ତ୍ତନ ଘଟିଛି। ରାଜନୈତିକ ଦର୍ଶନରେ ବ୍ୟାପକ ପରିବର୍ତ୍ତନ ଆସି ଗଣତାନ୍ତ୍ରିକ ଶକ୍ତି ଓ ନବସ୍ୱାଧୀନ ରାଷ୍ଟ୍ରଙ୍କର କର୍ତ୍ତୃତ୍ୱ ବିଶ୍ୱ ବ୍ୟାପାରରେ ବଢ଼଼ିଛି। ପରମାଣୁ ଅସ୍ତ୍ର ଆଉ ପାଞ୍ଚ ‘ମହାଶକ୍ତି’ଙ୍କର ଏକଚାଟିଆ ଅଧିକାର ହୋଇ ରହିନାହିଁ। ନୂଆ ଅର୍ଥନୈତିକ ଶକ୍ତି, ସାମରିକ ଶକ୍ତିଙ୍କୁ ବିଭିନ୍ନ କ୍ଷେତ୍ରରେ ଆହ୍ୱାନ ଦେଇ ଏକ ବିକଳ୍ପ ବିଶ୍ୱ ମେଣ୍ଟ ଗଠନର ସମ୍ଭାବନା ସୃଷ୍ଟି ହୋଇଛି। ଏହାସତ୍ତ୍ବେ ୧୮୮ ସଦସ୍ୟ ରାଷ୍ଟ୍ରଙ୍କ ବାରମ୍ବାର ଦାବି ପ୍ରତି ଜାତିସଂଘର ପଞ୍ଚ ‘ମହାଶକ୍ତି’ କର୍ଣ୍ଣପାତ କରୁନାହାନ୍ତି କିମ୍ବା ନିରାପତ୍ତା ପରିଷଦକୁ ଅଧିକ ସ୍ଥାୟୀ ସଦସ୍ୟ ନେଇ ଏହାକୁ ଗଣତାନ୍ତ୍ରିକ ରୂପ ଦେବା କାମରେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅତଏବ ସ୍ୱାଧୀନ ଚେତା ରାଷ୍ଟ୍ରମାନେ ଏଭଳି ଏକ ନବଦାସତ୍ୱ ବ୍ୟବସ୍ଥା ମଧ୍ୟରେ ରହିବେ କାହିଁକି ଓ କେଉଁ ଯୁକ୍ତିରେ?

ଭାରତ, ବିଶ୍ୱର ସର୍ବବୃହତ୍‌‌ ଗଣତନ୍ତ୍ର ଏବଂ ଏକ ପ୍ରମୁଖ ଅର୍ଥନୈତିକ ଓ ସାମରିକ ଶକ୍ତି ଭାବେ ପୁଣିଥରେ ଏହି ପ୍ରସଙ୍ଗ ନିରାପତ୍ତା ପରିଷଦରେ ଜୋରଦାର ଉତ୍‌‌ଥାପନ କରିଛି। ରୁଷିଆର ଅଧ୍ୟକ୍ଷତାରେ ଅନୁଷ୍ଠିତ ନିରାପତ୍ତା ପରିଷଦର ‘ବହୁପକ୍ଷବାଦ’ ସଂକ୍ରାନ୍ତ ଏକ ବିତର୍କରେ ଭାରତର ସ୍ଥାୟୀ ଜାତିସଂଘ ପ୍ରତିନିଧି ଏହି ପ୍ରଶ୍ନ ଉଠାଇ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଯେଉଁ ଦାବି କରିଛନ୍ତି, ତାହା ଯଥାର୍ଥ। ନିରାପତ୍ତା ପରିଷଦର ସ୍ଥାୟୀ ପାଞ୍ଚ ସଦସ୍ୟଙ୍କୁ ଜାତିସଂଘର ଅନ୍ୟାନ୍ୟ ସଦସ୍ୟଙ୍କଠାରୁ ଅଧିକ ସୁବିଧା ପ୍ରଦାନ ଓ କ୍ଷମତାଶାଳୀ କରିବାର ଆଜିର ଦିନରେ ଯଥାର୍ଥତା କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ସ୍ପଷ୍ଟ କରି ଦେଇଛନ୍ତି ଯେ ମିଳିତ ଜାତିସଂଘର ସନନ୍ଦ ବା ଚାଟରର ଧାରା ୧୦୯ ପଥରରେ ଲେଖାଯାଇଥିବା ଏମିତି ଏକ ନିୟମ ନୁହେଁ, ଯାହାକୁ ସମୟର ଆବଶ୍ୟକତା ଅନୁସାରେ ପରିବର୍ତ୍ତନ କରିହେବ ନାହିଁ। ଏହାର ସମୀକ୍ଷାର ବ୍ୟବସ୍ଥା ମଧ୍ୟ ରହିଛି। ବିଗତ ୭୭ ବର୍ଷ ଧରି କେବଳ ଜାତିସଂଘ, ବିଶେଷକରି ନିରାପତ୍ତା ପରିଷଦରେ ସଂସ୍କାର ଆଣିବା କଥା କୁହାଯାଉଛି ସିନା ଏହା କେବଳ କଥାରେ ସୀମିତ ରହିଛି।

ଭାରତୀୟ ପ୍ରତିନିଧି ଭାରତର ୧୪୨ କୋଟି ଜନତାଙ୍କ କଥା କହିଛନ୍ତି। ତାଙ୍କ କଥାରେ ଆଫ୍ରିକା, ଦକ୍ଷିଣ ଆମେରିକା, ଓସେନିଆର ସ୍ୱର ମଧ୍ୟ ରହିଛି, ଯେଉଁ ଅଞ୍ଚଳର ଲୋକେ ନିରାପତ୍ତା ପରିଷଦରେ ନିଜ ଭୂଖଣ୍ଡର ପ୍ରତିନିଧିତ୍ୱ ଚାହୁଁଛନ୍ତି ଏବଂ ଏହି ସଂଗଠନକୁ ଅଧିକ ଗଣତାନ୍ତ୍ରିକ ଓ ପ୍ରତିନିଧିମୂଳକ କରିବାକୁ ସ୍ୱର ଉଠାଉଛନ୍ତି। ଏହି ୧୮୮ ରାଷ୍ଟ୍ରଙ୍କ ସ୍ୱରକୁ କେବଳ ପାଞ୍ଚଟି ରାଷ୍ଟ୍ର ଚାପି ଦେଉଛନ୍ତି। ଏଭଳି ସ୍ଥିତିରେ ଜାତିସଂଘରେ, ବିଶେଷତଃ ନିରାପତ୍ତା ପରିଷଦରେ ବହୁପାକ୍ଷିକ ସହମତିର ଯଥାର୍ଥ ପ୍ରତିଫଳନ ସମ୍ଭବ କି? ସମଗ୍ର ବିଶ୍ୱ ଏହା ଉପରେ ଅବଶ୍ୟ ଚିନ୍ତା କରିବାକୁ ବାଧ୍ୟ ହେବ। ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଜାପାନ, ଜର୍ମାନୀ, ବ୍ରାଜିଲ ଭଳି ନୂଆ ଶକ୍ତିମାନେ ନିରାପତ୍ତା ପରିଷଦର ସମ୍ପ୍ରସାରଣ ପାଇଁ ନିଜର ସ୍ୱରକୁ ଜୋରଦାର ଅବଶ୍ୟ କରିବେ। ଏଥିରେ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବା ଆବଶ୍ୟକ। ଆମେ ଯେତେବେଳେ ଜି-୨୦ ଗଠନ କରି ବିଶ୍ୱ ବ୍ୟବସ୍ଥାକୁ ଅଧିକ ପ୍ରତିନିଧିମୂଳକ କରିବାକୁ ଚାହୁଁଛୁ, ସେତେବେଳେ ନିରାପତ୍ତା ପରିଷଦକୁ କାହିଁକି ସମ୍ପ୍ରସାରଣ କରିବା ନାହିଁ?

ଜାତିସଂଘ ଓ ଏହି ନିରାପତ୍ତା ପରିଷଦ ବ୍ୟବସ୍ଥାଟି ଅତୀତର କାଳଭ୍ରମରେ ଏପରି ଛନ୍ଦି ହୋଇ ପଡ଼ିଛି ଯେ ଏହାର ଦୁଇ ସଦସ୍ୟ ଚୀନ୍‌‌ ଓ ରୁଷିଆ ଏ ଯାଏଁ ନିଜ ଦେଶର ସଦ୍ୟତମ ସରକାରୀ ନାମକୁ ଏଥିରେ ଅନୁମୋଦନ କରିବାରେ କରିବାକୁ ସକ୍ଷମ ହୋଇନାହାନ୍ତି। ସୋଭିଏତ୍‌‌ ସଂଘର ବହୁପୂର୍ବରୁ ବିଭାଜନ ହୋଇସାରିଥିଲେ ସୁଦ୍ଧା ରୁଷ୍‌‌ ଏବେ ମଧ୍ୟ ‘ୟୁନିୟନ୍‌‌ ଅଫ୍‌‌ ସୋଭିଏତ୍‌‌ ସୋସିଆଲିଷ୍ଟ ରିପବ୍ଲିକ୍‌‌’ ଭାବେ ଏବେ ମଧ୍ୟ ପରିଚିତ ହେଉଛି। ସେହିଭଳି ‘ପିପୁଲ୍ସ ରିପବ୍ଲିକ ଅଫ୍‌‌ ଚାଇନା’ ମଧ୍ୟ ତାହାର ପୂର୍ବନାମ ‘ରିପବ୍ଳିକ ଅଫ୍‌‌ ଚାଇନା’ ନାମରେ ଜାତିସଂଘ କାଗଜପତ୍ରରେ ପରିଚିତ ହୋଇ ରହିଛି। ତେଣୁ ଏଠି ପଞ୍ଚବୃହତ୍‌‌ ଶକ୍ତିଙ୍କର ଏକ ପତିଆରାର ଲଢ଼େଇ ଚାଲିଛି ଏବଂ ଗଣତନ୍ତ୍ର ଓ ବହୁପକ୍ଷବାଦ ଭିତରେ ଏକ ପ୍ରଚ୍ଛନ୍ନ ସାମନ୍ତବାଦୀ ବ୍ୟବସ୍ଥା ସେଠାରେ କାର୍ଯ୍ୟ କରୁଛି। ଏହା କେବଳ ନିନ୍ଦନୀୟ ନୁହେଁ, ବର୍ଜନୀୟ ମଧ୍ୟ। ଏହି ବିଶ୍ୱ ପଞ୍ଚାୟତ ବ୍ୟବସ୍ଥାରେ ଶକ୍ତିଧର ଓ ବିଶ୍ୱଯୁଦ୍ଧ ବିଜେତାଙ୍କ ପ୍ରଭାବ ଏବେ ମଧ୍ୟ ଅକ୍ଷୁଣ୍ଣ ରହିଛି।

ଭାରତ ଜାତିସଂଘ ସନନ୍ଦ (ଚାର୍ଟର)ର ଜଣେ ପ୍ରତିଷ୍ଠାତା ସଦସ୍ୟ ଓ ୧୯୪୫ ଜୁନ୍‌‌ ୨୬ରେ ଏଥିରେ ସ୍ୱାକ୍ଷର କରିଛି। ସାନ୍‌‌ଫ୍ରାନ୍‌‌ସିସ୍‌‌କୋରେ ସ୍ୱାକ୍ଷରିତ ଏହି ଚୁକ୍ତି ୭୭ ବର୍ଷ ତଳେ ହୋଇଥିଲା। ଏବେ ଭାରତ ବିଶ୍ୱର ସର୍ବବୃହତ୍‌‌ ଗଣତନ୍ତ୍ର ଏବଂ ଅର୍ଥନୈତିକ ଓ ସାମରିକ ଦୃଷ୍ଟିରୁ ବିଶ୍ୱର ଏକ ମାନ୍ୟରାଷ୍ଟ୍ର। ଏହାସତ୍ତ୍ବେ ବିଶ୍ୱ ବ୍ୟାପାରରେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଯେତେବେଳେ ସମଗ୍ର ଆଫ୍ରିକା, ଲାଟିନ୍‌‌ ଆମେରିକା, ଓସେନିଆ ମହାଦେଶ ଓ ଭାରତୀୟ ଉପମହାଦେଶ ଉପେକ୍ଷିତ, ସେତେବେଳେ ଜାତିସଂଘ ଓ ନିରାପତ୍ତା ପରିଷଦର ସଂସ୍କାର ପାଇଁ ଆମେ ସ୍ୱର ଉତ୍ତୋଳନ କରିବା ଯଥାର୍ଥ। ଏହି ଦାବିକୁ ଆଉ ବିଭିନ୍ନ ଆଳ ଦେଖାଇ ବେଶୀ ଦିନ ଗଡ଼ାଇ ହେବନାହିଁ। ତାହା ହେଲେ କେବଳ ବହୁପକ୍ଷବାଦ ବିଘ୍ନିତ ହେବ ନାହିଁ, ବିଶ୍ୱ ସମ୍ମୁଖୀନ ହେଉଥିବା ସମସାମୟିକ ଆହ୍ୱାନର ମିଳିତ ମୁକାବିଲା କରିବା ମଧ୍ୟ ଅସମ୍ଭବ ହୋଇପଡ଼ିବ। କରୋନା ମହାମାରୀରେ ଆମେ ସେ ବିଫଳ ବହୁପାକ୍ଷିକତା ଦେଖିଥିଲେ, ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ମଧ୍ୟ ତାହା ଦେଖିବା। ଧନୀରାଷ୍ଟ୍ରମାନେ କିପରି ବିଶ୍ୱ ମହାମାରୀ ସଙ୍କଟରେ ମଧ୍ୟ ନିଜ ଦେଶର ସ୍ୱାର୍ଥ ପାଇଁ ଔଷଧପତ୍ର ଆହରଣ ତଥା ପ୍ରତିଷେଧକ ଟିକାର ପ୍ରଚଳନ ଆଦିକୁ ଆଖିବୁଜି ପ୍ରାଥମିକତା ଦେଇଥିଲେ। ରୁଷିଆ-ୟୁକ୍ରେନ ଲଢ଼େଇରେ ଆମେ ସେ କଥା ଏବେ ଦେଖୁଛୁ, ଯେଉଁଠି ନିରାପତ୍ତା ପରିଷଦ ମୂକ ସାକ୍ଷୀ ହେବା ଛଡ଼ା ଆଉ କିଛି ରହିନାହିଁ। ବହୁପାକ୍ଷିକତା ଓ ଭାରସାମ୍ୟବାଦୀ ଗଣତାନ୍ତ୍ରିକ ପ୍ରତିନିଧିତ୍ୱ ଜାତିସଂଘ ତଥା ନିରାପତ୍ତା ପରିଷଦରେ ଯଦିଶୀଘ୍ର ନ ଆସିଛି, ତେବେ ଧରିନେବାକୁ ହେବ ଯେ ମିଳିତ ଜାତିସଂଘ ଏକ ବିଫଳ ଫଳଶ୍ରୁତି, ପୋଥି ବାଇଗଣ ସଦୃଶ ଅଦକାରୀ ଏବଂ ପ୍ରଭାବହୀନ ଆନ୍ତର୍ଜାତିକ ଶାନ୍ତି ଓ ବିକାଶର ସୂତ୍ର। ଏ ଦିଗରେ ସାମୂହିକ ଚୈତନ୍ୟ ଉଦୟ ଯେତେଶୀଘ୍ର ହେବ, ପୃଥିବୀ ପାଇଁ ସେତେ ମଙ୍ଗଳ।

27 Apr 2023 By The Sakala

https://www.thesakala.in/sakala-editorial/sakala-editorial-27-04-2023/article-21130
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର