ମୋଦୀଙ୍କ ମେଦ ନୀତି

The Sakala Picture
Published On

ବିକଶିତ ଭାରତର ଅଗ୍ରଦୂତ ହେବେ ସୁସ୍ଥ ଓ ସୁଯୋଗ୍ୟ ମାନବ ସମ୍ବଳ। ଏ ଦିଗରେ ମୁଖ୍ୟ ପ୍ରତିବନ୍ଧକ ହୋଇଛି ପୃଥୁଳକାୟ ଚେହେରା, ଯାହାକୁ ଆମେ ଓବେସିଟି ବା ମେଦବହୁଳତା ବା ମୋଟାପା କହୁଛେ। ଆମ ଦେଶରେ ପ୍ରତି ୮ ଜଣରେ ଜଣେ ପୃଥୁଳକାୟ ହୋଇଥିବାରୁ ସେମାନେ ନାନାଦି ସମସ୍ୟାର ସମ୍ମୁଖୀନ। ଆଧୁନିକ ଜୀବନଶୈଳୀରୁ ଏହା ଉଦ୍ଭବ। ବୟସ ଓ ଉଚ୍ଚତା ଅନୁପାତରେ ଶରୀର ମାଂସପେଶୀ କ୍ରମାଗତ ବୃଦ୍ଧିରୁ ଏହି ମୋଟାପଣ ସୃଷ୍ଟି ହୋଇଥାଏ। ସେମାନଙ୍କ ଚଳଣିରେ କେବଳ […]

ବିକଶିତ ଭାରତର ଅଗ୍ରଦୂତ ହେବେ ସୁସ୍ଥ ଓ ସୁଯୋଗ୍ୟ ମାନବ ସମ୍ବଳ। ଏ ଦିଗରେ ମୁଖ୍ୟ ପ୍ରତିବନ୍ଧକ ହୋଇଛି ପୃଥୁଳକାୟ ଚେହେରା, ଯାହାକୁ ଆମେ ଓବେସିଟି ବା ମେଦବହୁଳତା ବା ମୋଟାପା କହୁଛେ। ଆମ ଦେଶରେ ପ୍ରତି ୮ ଜଣରେ ଜଣେ ପୃଥୁଳକାୟ ହୋଇଥିବାରୁ ସେମାନେ ନାନାଦି ସମସ୍ୟାର ସମ୍ମୁଖୀନ। ଆଧୁନିକ ଜୀବନଶୈଳୀରୁ ଏହା ଉଦ୍ଭବ। ବୟସ ଓ ଉଚ୍ଚତା ଅନୁପାତରେ ଶରୀର ମାଂସପେଶୀ କ୍ରମାଗତ ବୃଦ୍ଧିରୁ ଏହି ମୋଟାପଣ ସୃଷ୍ଟି ହୋଇଥାଏ। ସେମାନଙ୍କ ଚଳଣିରେ କେବଳ ଅସହଜତା ପରିଲକ୍ଷିତ ହୁଏନାହିଁ, ନାନା ମାରାତ୍ମକ ରୋଗ ମଧ୍ୟ ସେମାନଙ୍କୁ ଗ୍ରାସ କରିଥାଏ। ମଧୁମେହ, ହୃଦରୋଗ, ଯକୃତଜନିତ ସମସ୍ୟା, କର୍କଟ ଓ ମାନସିକ ରୋଗ ସେମାନଙ୍କ ଜୀବନକୁ ଦୁର୍ବିସହ କରିପକାଏ। ଏପରିକି ବ୍ୟୟବହୁଳ ଚିକିତ୍ସା ସତ୍ତ୍ବେ ସେମାନଙ୍କର ଅସମୟରେ ପ୍ରାଣହାନି ଘଟୁଥିବାର ପରିଲକ୍ଷିତ ହୋଇଛି। ଏହା ବିରୋଧରେ ସଚେତନତା ସୃଷ୍ଟି ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ‘ମନ କି ବାତ’ରେ ଆହ୍ୱାନ ଦେଇଛନ୍ତି। ଦେଶବ୍ୟାପୀ ଏହା ବିରୋଧରେ ସଚେତନତା ସୃଷ୍ଟି ପାଇଁ ୧୦ଜଣ ଯୋଦ୍ଧାଙ୍କୁ ମଧ୍ୟ ମନୋନୀତ କରିଛନ୍ତି। ନିଜର ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ ଥିବା ବିଭିନ୍ନ ବର୍ଗର ପ୍ରତିନିଧି ସ୍ଥାନୀୟ ବ୍ୟକ୍ତିବିଶେଷଜ୍ଞ ଏହି କମିଟିରେ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ଉଲ୍ଲେଖଯୋଗ୍ୟ ବ୍ୟକ୍ତିତ୍ୱ ହେଲେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଆନନ୍ଦ ମହିନ୍ଦ୍ରା, ମୀରାବାଈ ଚାନୁ, ମନୁଭାକର, ନନ୍ଦନ ନିଲେକାନି ପ୍ରମୁଖ। ସେମାନେ ନିଜ ନିଜ ଦଳ ଗଢ଼ି ସମଗ୍ର ଦେଶରେ ‘ଫିଟ୍‌‌ନେସ୍‌‌ ସଚେତନତା’ ସୃଷ୍ଟି କରିବେ।

ଗତ ୧୧ବର୍ଷ ଧରି ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ‘ମନ୍‌‌ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟକ୍ତିବିଶେଷଙ୍କ ସଫଳତା ଓ ସରକାରୀ କାର୍ଯ୍ୟକ୍ରମର ସୂଚନା ଦେଉଛନ୍ତି। ତେବେ ହଠାତ ଏହି ‘ମୋଟାପା’ ନେଇ ସେ ଏଭଳି ଚିନ୍ତାବ୍ୟକ୍ତ କଲେ କାହିଁକି? ଏଭଳି ଏକ ପ୍ରଶ୍ନ ଅନେକଙ୍କୁ ନିଶ୍ଚୟ ଚିନ୍ତିତ କରିଥିବ। ମାତ୍ରାଧିକ ତେଲ, ମସଲା ବ୍ୟବହାର ଯଥାସମ୍ଭବ କମ୍‌‌ କରିବା ସହ ନିୟମିତ ଶାରୀରିକ ବ୍ୟାୟାମ ମାଧ୍ୟମରେ ଶାରୀରିକ ସୁସ୍ଥତା ବଜାୟ ରଖାଯାଇପାରିବ। ନିଜେ ମୋଦୀ ମଧ୍ୟ ଏଭଳି ଶୃଙ୍ଖଳା ଅନୁପାଳନ କରି ନିଜକୁ ସୁସ୍ଥ ଓ ସକ୍ରିୟ ରଖିପାରିଛନ୍ତି। ସେ ଦୃଷ୍ଟିରୁ ତାଙ୍କୁ ଆଦର୍ଶରୂପେ ଗ୍ରହଣ କରାଯାଇପାରେ। ତାଙ୍କ ‘ମନ କି ବାତ’କୁ ଅନୁଶୀଳନ କଲାବେଳେ ଗୋଟିଏ କଥା ମନକୁ ଛୁଇଁଛି। ତାହାହେଲା ପ୍ରତ୍ୟହ ଆମ ଖାଦ୍ୟରୁ ଅନ୍ୟୂନ ୧୦ ପ୍ରତିଶତ ତେଲ କମ କରିବା। ଏମିତି ଆମ ପାରିବାରିକ ଜୀବନରେ ଲକ୍ଷ୍ୟ କରିଛେ, ଖାଇବା ତେଲ ପରିମାଣ କ୍ରମାଗତ ଭାବେ ବୃଦ୍ଧି ପାଉଛି। ପିଲାଙ୍କ ବରାଦ ଅନୁଯାୟୀ ସୁସ୍ୱାଦୁ ଖାଦ୍ୟ ପାଇଁ ଅଧିକ ତେଲ ବ୍ୟବହାର କରିବାକୁ ପଡୁଛି। ଏହି ଖାଦ୍ୟ ହିଁ ପିଲାଙ୍କୁ ଆବଶ୍ୟକତାଠାରୁ ଅଧିକ ମୋଟା କରିପକାଉଛି। ପିଲାଙ୍କୁ ସଚେତନ କରିବା ବା ବୁଝାଇବା ପାଇଁ ନିଜ ନିଜ ଚାକିରି ଦାୟିତ୍ୱରେ ବ୍ୟସ୍ତ, ବାପା ମା’ଙ୍କ ପାଖରେ ସମୟ ନାହିଁ। ସେହିଭଳି ଏକକ ସନ୍ତାନରେ ବିଶ୍ୱାସୀ ବାପମା’ଙ୍କ ଆଖିରେ ପିଲାଙ୍କ କ୍ୟାରିୟର ବଡ଼କଥା। ଖେଳକୁଦକୁ ଛାଡ଼ି କେବଳ ପାଠପଢ଼଼ା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ତେଣୁ ଉତ୍ତର ପିଢ଼ିରେ ଏହି ମୋଟାପା ଅଧିକ ପରିଲକ୍ଷିତ ହେଉଛି।

ଏବେ ମୋଦୀଙ୍କ ଆହ୍ୱାନର ଅନ୍ତଃସ୍ରୋତ କ’ଣ ତାହା ଜାଣିବା। ଭାରତ ଓ ଆମେରିକା ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ପ୍ରେକ୍ଷାପଟ୍ଟରେ ଯଥାସମ୍ଭବ ଆମଦାନୀ ହ୍ରାସ ସକାଶେ ସରକାର ଗୁରୁତ୍ୱ ଦେଉଛନ୍ତି। ଆମେ ରୁଷରୁ ପେଟ୍ରୋଲିୟମ ଶସ୍ତାରେ ଆମଦାନୀ କରୁଥିବାରୁ ତାହା ଏବେ ୧୨୦.୧୬ ବିଲିୟନ ଡଲାରରେ ସୀମିତ ଅଛି। କିଏ ଜାଣେ ଆଗକୁ ଆମେରିକା ଚାପରେ ସେଠାରୁ ଅଧିକ ମୂଲ୍ୟଦେଇ ତେଲ କିଣିବାକୁ ପଡ଼ିପାରେ। ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟଗତ କାରଣରୁ ଖାଇବା ତେଲ ଆମଦାନୀ ହ୍ରାସ ପ୍ରତି ମୋଦୀ ଗୁରୁତ୍ୱ ଦେଇଥିବା ଭଳି ମନେହୁଏ। ଏଠାରେ ଉଲ୍ଲେଖ କରାଯାଇପାରେ କି ୨୦୦୬-୦୭ରେ ଆମେ ୨.୨ ବିଲିୟନ ଡଲାର ମୂଲ୍ୟର ଖାଇବା ତେଲ ଆମଦାନୀ କରୁଥିଲୁ, ତାହା ୨୦୨୩-୨୪ରେ ୩୫ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ସେଥିମଧ୍ୟରେ ଅଛି ଆମେରିକାରୁ ସବୁଠାରୁ ଅଧିକ ଆମଦାନୀ କରୁଥିବା ସୋୟାବିନ ତେଲ। ବର୍ତ୍ତମାନର ବିଷମ ପରିସ୍ଥିତି ଓ ଦେଶବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଖାଇବା ତେଲ ବ୍ୟବହାର ହ୍ରାସ କରିବା ସକାଶେ ମୋଦୀଙ୍କ ଆହ୍ୱାନର ଯଥାର୍ଥତା ରହିଛି।

ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ରାଷ୍ଟ୍ର ଆମେରିକା ଓ ଚୀନରେ ସବୁଠାରୁ ଅଧିକ ପୃଥୁଳକାୟ ବ୍ୟକ୍ତି ପରିଲକ୍ଷିତ ହେଉଥିବା ବେଳେ ଭାରତର ସ୍ଥାନ ଏ କ୍ଷେତ୍ରରେ ତୃତୀୟ। ବିଶ୍ୱର ତୃତୀୟ ଆର୍ଥିକ ଶକ୍ତି ରୂପେ ଆମେ ଏ ପର୍ଯ୍ୟନ୍ତ ନିଜକୁ ସମୃଦ୍ଧ କରିପାରି ନ ଥିଲେ ହେଁ ଏ ଦିଗରେ ଆମର ପ୍ରୟାସ ଜାରି ରହିଛି। ସମୃଦ୍ଧି ଦୃଷ୍ଟିକୋଣରୁ ମୋଟାପଣକୁ ଯଦି ବିବେଚନା କରାଯାଏ, ତେବେ ଆମର ତୃତୀୟ ସ୍ଥାନକୁ ଆର୍ଥିକ ପ୍ରଗତିର ସୂଚକ ରୂପେ ଗ୍ରହଣ କରିବାରେ କିଛି ଅସୁବିଧା ନାହିଁ। ଏଠାରେ ସୂଚାଇ ଦିଆଯାଇପାରେ କି ବିଶ୍ୱରେ ୧୦୩ କୋଟି ୮୦ ଲକ୍ଷ ଲୋକ ଏହି ମୋଟାପା ରୋଗରେ ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ ଅଛନ୍ତି ୧୫ କୋଟି ୯୦ ଲକ୍ଷ ଶିଶୁ। ସଚେତନତା ଅଭାବରୁ ଏହା ଯେଉଁ ଅନୁପାତରେ ବୃଦ୍ଧି ପାଉଛି, ସେଥିରେ ୨୦୩୫ ସୁଦ୍ଧା ଏହା ୩୩୦ କୋଟିରେ ପହଞ୍ଚିବା କିଛି ବିଚିତ୍ର ନୁହେଁ। ୨୦୩୦ ବେଳକୁ ଆମ ଦେଶରେ ଏହି ସଂଖ୍ୟା ୨ କୋଟି ୭୦ ଲକ୍ଷକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି।

ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ଗଠନ ପାଇଁ ଯୋଜନାବଦ୍ଧ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶର ମାନବ ସମ୍ବଳକୁ ଉପଯୋଗୀ ଓ ରାଷ୍ଟ୍ରଗଠନର ଆୟୁଧ ରୂପେ ଗଢ଼ିତୋଳିବା ସବୁଠାରୁ ଜରୁରୀ। ସଚେତନତା ଅଭାବରୁ ଦେଶରେ ଏହି ମୋଟାପା କ୍ରମେ ବୃଦ୍ଧି ପାଉଛି। ଏଥିରୁ ସୃଷ୍ଟ ବିଭିନ୍ନ ରୋଗ ଚିକିତ୍ସାରେ ମଧ୍ୟ ବିପୁଳ ଅର୍ଥ ବ୍ୟୟ କରାଯାଉଛି। ‘ମନ୍‌‌ କି ବାତ’ରେ ପ୍ରଧାନମନ୍ତ୍ରୀ ଯେଉଁ ସଚେତନତାର ବାର୍ତ୍ତା ଦେଇଛନ୍ତି, ତାହାକୁ ପ୍ରତି ଦେଶବାସୀଙ୍କ ନିକଟରେ ପହଞ୍ଚାଇବାର ଦାୟିତ୍ୱ ନେଉଛନ୍ତି ତାଙ୍କ ଯୋଦ୍ଧାମଣ୍ଡଳୀ। ଏହା ଯେ ଏକ ସମୟୋପଯୋଗୀ ଉଦ୍ୟମ, ଏଥିରେ କାହାର ଦ୍ୱିମତ ହେବାର ନାହିଁ।

27 Feb 2025 By The Sakala

https://www.thesakala.in/sakala-editorial/sakala-editorial-27-02-2025/article-38994
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର